ପିଏମଇଣ୍ଡିଆ
ଚୀନ ସାଧାରଣତନ୍ତ୍ରର ରାଷ୍ଟ୍ରପତିଙ୍କ ଅନୁରୋଧ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବମ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ 2017 ସେପ୍ଟେମ୍ବର 3ରୁ 5 ମଧ୍ୟରେ ଚୀନର ଫୁଜିଆନ ପ୍ରଦେଶ ଅନ୍ତର୍ଗତ ଜିଆମେନ ଗସ୍ତ କରିବେ ।
ଏହାପରେ ମିଆଁମାର ସାଧାରଣତନ୍ତ୍ରର ରାଷ୍ଟ୍ରପତି ମହାମାନ୍ୟ ୟୁ ହିତିନ କ୍ୟାଓଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ 2017 ସେପ୍ଟେମର 5ରୁ 7 ମଧ୍ୟରେ ମିଆଁମାର ଯିବେ । ପଡୋଶୀ ମିଆଁମାରକୁ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ସରକାରୀ ଦ୍ଵିପାକ୍ଷିକ ଗସ୍ତ । ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମିଆଁମାରର ରାଷ୍ଟ୍ରୀୟ ପରାମର୍ଶଦାତା ସୁଶ୍ରୀ ଦା ଅଙ୍ଗ ସାନ ସୁ କିଙ୍କ ସହ ପାରସ୍ପରିକ ସ୍ଵାର୍ଥ ଓ ସହଯୋଗ ସମ୍ବନ୍ଧରେ ଆଲୋଚନା କରିବେ ଏବଂ ରାଷ୍ଟ୍ରପତି ୟୁ ହିତିନଙ୍କୁ ମଧ୍ୟ ଭେଟିବେ । ରାଜଧାନୀ ସହର ନେୟ ପି ତରେ ନିଜ କାର୍ଯ୍ୟକ୍ରମ ବ୍ୟତୀତ ସେ ୟାଙ୍ଗୋନ ଓ ବାଗାନ ମଧ୍ୟ ଗସ୍ତ କରିବେ ।