Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଜାନୁଆରୀ 03, 2019ରେ ପଞ୍ଜାବ ଗସ୍ତ;


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜାନୁଆରୀ 03, 2019ରେ ପଞ୍ଜାବ ଗସ୍ତ କରିବେ

ପଞ୍ଜାବର ଜଳନ୍ଧରଠାରେ ଭାରତୀୟ ବିଜ୍ଞାନ କଂଗ୍ରେସ-2019ର 106ତମ ସଂସ୍କରଣକୁ ଜାନୁଆରୀ 03, 2019ରେ ସେ ଉଦ୍ଘାଟନ କରିବେ ଏହି ଅବସରରେ ସେ ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିବେ । ତାପରେ ପ୍ରଧାନମନ୍ତ୍ରୀ ପଞ୍ଜାବର ଗୁରଦାସପୁର ଅଭିମୁଖେ ଯିବେ ଏବଂ ସେଠାରେ ସେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟଦୃଷ୍ଟି ଅନୁରୂପ ଦେଶବ୍ୟାପୀ ବିଜ୍ଞାନ, ପ୍ରଯୁକ୍ତି ଏବଂ ନବସୃଜନକୁ ବଳ ଦେବା ଲାଗି ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପଞ୍ଚମ ଥର ପାଇଁ ଭାରତୀୟ ବିଜ୍ଞାନ କଂଗ୍ରେସକୁ ସମ୍ବୋଧନ କରିବାକୁ ଯାଉଛନ୍ତିପୂର୍ବରୁ, ସେ 2018ରେ 105ତମ, 2017ରେ 104ତମ, 2016ରେ 103ତମ, 2015ରେ 102ତମ ଆଇଏସସି ସଂସ୍କରଣରେ ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିଛନ୍ତି ।