ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାନସୀ ଗସ୍ତ କରିଥିଲେ । ସେ ଝାନସୀରେ ପ୍ରତିରକ୍ଷା କରିଡର ପାଇଁ ଶିଳାନ୍ୟାସ କରିବା ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ କରିଥିଲେ ।
ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ସେ କହିଥିଲେ, “ଆମ ପଡ଼ୋଶୀର ମନ୍ଦ ଉଦ୍ଦେଶ୍ୟକୁ ଭାରତର ଲୋକମାନେ ଉଚିତ ଜବାବ ଦେବେ । ସମସ୍ତ ବିଶ୍ୱଶକ୍ତି ଆମ ସହିତ ଛିଡ଼ା ହୋଇଛନ୍ତି ଏବଂ ଆମକୁ ସମର୍ଥନ କରୁଛନ୍ତି । ଆଜି ମୁଁ ପାଇଥିବା ବାର୍ତ୍ତା ଦର୍ଶାଉଛି ଯେ ସେମାନେ କେବଳ ଦୁଃଖିତ ନୁହନ୍ତି, ସେମାନେ କ୍ରୋଧିତ ମଧ୍ୟ । ସମସ୍ତେ ଆତଙ୍କବାଦର ବିନାଶ ସପକ୍ଷରେ ରହିଛି ।”
ପ୍ରଧାନମନ୍ତ୍ରୀ କହିଥିଲେ, ଆମର ବୀର ସୈନିକମାନେ ସେମାନଙ୍କ ଜୀବନ ବଳିଦାନ ଦେଇଛନ୍ତି ଏବଂ ଏହି ବଳିଦାନ ବ୍ୟର୍ଥ ଯିବ ନାହିଁ । ପୁଲୱାମା ଆକ୍ରମଣର ଷଡ଼ଯନ୍ତ୍ରକାରୀମାନଙ୍କୁ ଦଣ୍ଡ ଦିଆଯିବ । ସେ କହିଥିଲେ, “ଆମ ପଡ଼ୋଶୀ ଦେଶ ଭୁଲିଯାଇଛି ଯେ ଏହା ହେଉଛି ନୂତନ ଭାରତ । ପାକିସ୍ତାନ ଭିକ୍ଷାପାତ୍ର ଧରି ବୁଲୁଛି କିନ୍ତୁ ବିଶ୍ୱଠାରୁ କୌଣସି ସହାୟତା ପାଉନାହିଁ ।”
ପ୍ରତିରକ୍ଷା କରିଡର ପାଇଁ ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଝାନସୀ ଆଗ୍ରା କ୍ଷେତ୍ରରେ ପ୍ରତିରକ୍ଷା କରିଡର ନିର୍ମାଣ ହେବା ଦ୍ୱାରା ଏହି କ୍ଷେତ୍ରର ଯୁବକମାନଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ମିଳିପାରିବ । ବହୁ ବିଦେଶୀ ଏବଂ ଦେଶୀୟ ପ୍ରତିରକ୍ଷା ସଂକ୍ରାନ୍ତ କମ୍ପାନୀଗୁଡ଼ିକ ଏହି କ୍ଷେତ୍ରରେ ନିବେଶ କରିବେ । ସେ ଉଲ୍ଲେଖ କରିଥିଲେ, ସେମାନେ ଏହି କ୍ଷେତ୍ରର କର୍ମଶକ୍ତି ପାଇଁ ଦକ୍ଷତା ବିକାଶ ସୁବିଧା ଯୋଗାଇ ଦେବେ । ଏହି ପ୍ରକଳ୍ପର ଗୁରୁତ୍ୱ ଉପରେ ରେଖାପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯୁବକମାନଙ୍କୁ ସେମାନଙ୍କ ଘର ପାଖରେ ରୋଜଗାର ସୁଯୋଗ ମିଳିବ ଏବଂ ସେମାନଙ୍କୁ ବାହାରକୁ ଯିବାକୁ ପଡ଼ିବ ନାହିଁ । ଏହି ପ୍ରତିରକ୍ଷା କରିଡର ଭାରତକୁ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାରେ ସହାୟକ ହେବ ବୋଲି ସେ କହିଥିଲେ ।
ବୁନ୍ଦେଲଖଣ୍ଡ କ୍ଷେତ୍ରର ଗ୍ରାମାଞ୍ଚଳ ପାଇଁ ପାଇପ ଜଳଯୋଗାଣ ନିମନ୍ତେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ସେ କହିଥିଲେ ଯେ ଏହା କେବଳ ଏକ ପାଇପ ଲାଇନ ପ୍ରକଳ୍ପ ନୁହେଁ ବରଂ ଏହି ମରୁଡ଼ି ପ୍ରବଣ ଇଲାକା ପାଇଁ ଏକ ଜୀବନରେଖା । ଏହାଦ୍ୱାରା ଆମ ମା’ ଓ ଭଉଣୀମାନଙ୍କୁ ଆଉ ଜଳ ସଂଗ୍ରହ ପାଇଁ ଦୂର ସ୍ଥାନକୁ ଯିବାକୁ ପଡ଼ିବ ନାହିଁ ଏବଂ ପ୍ରତି ଘରକୁ ପାଇପ ସଂଯୋଗ ଜରିଆରେ ପାନୀୟ ଜଳ ମିଳିପାରିବ ।
ଅମୃତ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଝାନସୀ ସହରାଞ୍ଚଳ ଜଳ ଯୋଗାଣ ଯୋଜନା ପର୍ଯ୍ୟାୟ-2 ପାଇଁ ଶିଳାନ୍ୟାସ କରିଥିଲେ । ସେ କହିଥିଲେ ଯେ ଝାନସୀ ଏବଂ ପାର୍ଶ୍ଵବର୍ତ୍ତୀ ଇଲାକାରେ ପାନୀୟ ଜଳଯୋଗାଣ ଉଦ୍ଦେଶ୍ୟରେ ବେତ୍ୱା ନଦୀର ପାଣିକୁ ଉପଯୋଗ କରିବା ଲାଗି ଏହି ପ୍ରକଳ୍ପରେ 600 କୋଟି ଟଙ୍କା ବ୍ୟୟ କରାଯିବ ।
425 କିମି ଲମ୍ବ ଝାନସୀ-ମାଣିକପୁର ଏବଂ ଭୀମସେନ-ଖାଇରାର ରେଳ ଲାଇନ ଦୋହରୀକରଣ ଏବଂ ଝାନସୀରେ କୋଚ ମରାମତି ୱାର୍କସପ ପାଇଁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଶିଳାନ୍ୟାସ କରିଥିଲେ ।
ଝାନସୀ-ଖଇରାର ରେଳ ଲାଇନର 297 କିମି ସେକ୍ସନର ବିଦ୍ୟୁତିକରଣ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ଏହି ପ୍ରକଳ୍ପ ଏହି ଅଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ବୁନ୍ଦେଲଖଣ୍ଡ କ୍ଷେତ୍ରର ସାମଗ୍ରୀକ ଉନ୍ନତି ଦିଗରେ ସହାୟକ ହେବ । ଏହି ଅବସରରେ ଅଭିଭାଷଣ ରଖି, ପ୍ରାୟତଃ ସମାନତା ରହିଥିବା ଗୁଜରାଟର କଚ୍ଛ ଅଞ୍ଚଳ ଭଳି ବୁନ୍ଦେଲଖଣ୍ଡ ଅଞ୍ଚଳର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।
ପଶ୍ଚିମ ଉତ୍ତର ପ୍ରଦେଶକୁ ନିରନ୍ତର ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରୁଥିବା ପଶ୍ଚିମ-ଉତ୍ତର ଆନ୍ତଃ-କ୍ଷେତ୍ର ବିଦ୍ୟୁତ ସଞ୍ଚାର ସୁଦୃଢ଼ିକରଣ ପ୍ରକଳ୍ପକୁ ଆଜି ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ, ଯାହା ଏହି କ୍ଷେତ୍ରରେ ବହୁଦିନ ପର୍ଯ୍ୟନ୍ତ ବିଦ୍ୟୁତ ଚାହିଦା ମେଣ୍ଟାଇପାରିବ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଆଉ ଏକ ଉଲ୍ଲେଖନୀୟ ଘଟଣା ଥିଲା ପାହାଡ଼ି ନଦୀବନ୍ଧ ଆଧୁନିକୀକରଣ ପ୍ରକଳ୍ପର ଉଦଘାଟନ । ଏହି ପ୍ରକଳ୍ପ ଦ୍ୱାରା ନଦୀବନ୍ଧରୁ ପାଣି ଲିକ ସମସ୍ୟା ଦୂର ହେବା ସହିତ ଚାଷୀଙ୍କ ପାଇଁ ଅଧିକ ଜଳ ସଂରକ୍ଷିତ ହୋଇ ରହିପାରିବ, ଫଳରେ ଚାଷୀମାନେ ଲାଭାନ୍ୱିତ ହେବେ ।
ପ୍ରଧାନମନ୍ତ୍ରୀ ମଧ୍ୟ କହିଥିଲେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ପାଖାପାଖି 7.5 ଲକ୍ଷ କୋଟି ଟଙ୍କା ସିଧାସଳଖ କୃଷକମାନଙ୍କ ଆକାଉଂଟରେ ଜମା କରାଯିବ । ସେହିପରି ସବସିଡି, ବୃତ୍ତି ଆଦି ସିଧାସଳଖ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଂଟରେ ଜମା କରାଯିବା ଫଳରେ 1 ଲକ୍ଷ କୋଟି ଟଙ୍କା ବାଟମାରଣା ହେବାରୁ ସଞ୍ଚୟ ହୋଇପାରିଛି ବୋଲି ସେ ଉଲ୍ଲେଖ କରିଥିଲେ ।
****************
मैं पुलवामा के आतंकी हमले में शहीद जवानों को श्रद्धांजलि अर्पित करता हूं।
— PMO India (@PMOIndia) February 15, 2019
उन्होंने देश की सेवा करते हुए अपने प्राण न्योछावर किए हैं। दुःख की इस घड़ी में मेरी संवेदनाएं, उनके परिवारों के साथ हैं: PM
इस हमले की वजह से देश में जितना आक्रोश है, लोगों का खून खौल रहा है, ये मैं समझ रहा हूं।
— PMO India (@PMOIndia) February 15, 2019
इस समय जो देश की अपेक्षाएं हैं, कुछ कर गुजरने की भावनाएं हैं, वो स्वाभाविक है।
हमारे सुरक्षा बलों को पूर्ण स्वतंत्रता दी हुई है।
हमें अपने सैनिकों के शौर्य पर पूरा भरोसा है: PM
मुझे पूरा भरोसा है कि देशभक्ति के रंग में रंगे लोग सही जानकारियां भी हमारी एजेंसियों तक पहुंचाएंगे, ताकि आतंक को कुचलने में हमारी लड़ाई और तेज हो सके: PM
— PMO India (@PMOIndia) February 15, 2019
मैं आतंकी संगठनों को और उनके सरपरस्तों को कहना चाहता हूं कि वो बहुत बड़ी गलती कर गए हैं।
— PMO India (@PMOIndia) February 15, 2019
मैं देश को भरोसा देता हूं कि हमले के पीछे जो ताकते हैं, इस हमले के जो भी गुनहगार हैं, उन्हें उनके किए की सज़ा अवश्य मिलेगी: PM
जो हमारी आलोचना कर रहे हैं, उनकी भावनाओं को भी मैं समझ रहा हूं। उनका पूरा अधिकार है।
— PMO India (@PMOIndia) February 15, 2019
लेकिन मेरा सभी साथियों से अनुरोध है कि, ये बहुत ही संवेदनशील और भावुक समय है, इसलिए राजनीतिक छींटाकशी से दूर रहें। इस हमले का देश एकजुट होकर मुकाबला कर रहा है, ये स्वर विश्व में जाना चाहिए: PM
पूरे विश्व में अलग-थलग पड़ चुका हमारा पड़ोसी देश अगर ये समझता है कि जिस तरह के कृत्य वो कर रहा है, जिस तरह की साजिशें रच रहा है, उससे भारत में अस्थिरता पैदा करने में सफल हो जाएगा, तो वो बहुत बड़ी भूल कर रहा है: PM
— PMO India (@PMOIndia) February 15, 2019
इस समय बड़ी आर्थिक बदहाली के दौर से गुजर रहे हमारे पड़ोसी देश को ये भी लगता है कि वो ऐसी तबाही मचाकर, भारत को बदहाल कर सकता है। उसके ये मंसूबे भी कभी पूरे नहीं होंगे।
— PMO India (@PMOIndia) February 15, 2019
130 करोड़ हिंदुस्तानी ऐसी हर साजिश, ऐसे हर हमले का मुंहतोड़ जवाब देंगे: PM
साथियों, पुलवामा हमले के बाद, अभी मन: स्थिति और माहौल दुःख और साथ ही साथ आक्रोश का है।
— PMO India (@PMOIndia) February 15, 2019
ऐसे हमलों का देश डटकर मुकाबला करेगा, रुकने वाला नहीं है: PM
बदहाली के इस दौर में वो भारत पर इस तरह के हमले करके,
— PMO India (@PMOIndia) February 15, 2019
पुलवामा जैसी तबाही मचाकर, हमें भी बदहाल करना चाहता है।
लेकिन उसके इस मंसूबे का, देश के 130 करोड़ लोग, मिलकर जवाब देंगे, मुंहतोड़ जवाब देंगे: PM in Jhansi
थोड़ी देर पहले बुंदेलखंड और यूपी के विकास से जुड़े लगभग 20 हज़ार करोड़ रुपए के विकास कार्यों का शिलान्यास और लोकार्पण किया गया है।
— PMO India (@PMOIndia) February 15, 2019
इसमें सुरक्षा, रोजगार, रेल, बिजली-पानी, से जुड़े अनेक प्रोजेक्ट हैं: PM
अब बुंदेलखंड को देश की सुरक्षा और विकास का कॉरिडोर बनाने का अभियान शुरु हो चुका है।
— PMO India (@PMOIndia) February 15, 2019
ये डिफेंस कॉरिडोर देश को सशक्त करने के साथ ही उत्तर प्रदेश के युवाओं को रोज़गार के नए अवसर भी उपलब्ध कराने वाला है।
मुझे बताया गया है कि लगभग 4 हज़ार करोड़ रुपए के समझौते हो भी चुके हैं: PM
जब बड़े उद्योग लगते हैं तब उनके आसपास छोटे उद्योगों का भी विकास होता है, एक पूरा वातावरण तैयार होता है।
— PMO India (@PMOIndia) February 15, 2019
झांसी और आसपास के क्षेत्रों में जो छोटे उद्योग हैं उनको इस कॉरिडोर से बहुत बड़ा लाभ होने वाला है।
इस कॉरिडोर से यहां के लाखों युवाओं को सीधा रोजगार मिलेगा: PM
बुंदेलखंड की मेरी आप सभी लोगों को पानी के लिए कितना संघर्ष करना पड़ता रहा है, इसका मुझे ऐहसास है।
— PMO India (@PMOIndia) February 15, 2019
आपको पानी की समस्या से मुक्ति दिलाने के प्रयास को आगे बढ़ाते हुए, आज 9 हजार करोड़ की
पाइप-लाइन का शिलान्यास आज किया गया है: PM
इस प्रोजेक्ट के पूरा होने के बाद बुंदेलखंड के हर जिले यानि
— PMO India (@PMOIndia) February 15, 2019
झांसी,
ललितपुर,
जालौन,
हमीरपुर,
महोबा,
बांदा और
चित्रकूट के करीब-करीब हर गांव को पीने का पानी मिलना और आसान हो जाएगा: PM