Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଜୟପୁରଠାରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ; ଉନ୍ନୟନ ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ ଓ ଜନସଭାକୁ କଲେ ସମ୍ବୋଧନ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜୟପୁରଠାରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି ।

ଏଥିସହ ପ୍ରଧାନମନ୍ତ୍ରୀ ରାଜସ୍ତାନର ବିଭିନ୍ନ ସ୍ଥାନରେ 13ଟି ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତ ସରକାର ତଥା ରାଜସ୍ଥାନ ସରକାରଙ୍କ ଦ୍ାରା ପ୍ରବର୍ତ୍ତିତ ହେଉଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନାର ରୂପାୟନ ଏବଂ ଏହାଦ୍ାରା ଉପକୃତ ହେଉଥିବା କେତେକ ହିତାଧିକାରୀମାନଙ୍କ ଅନୁଭୂତିର ଅଡ଼ିଓ- ଭିଜୁଆଲ ଉପସ୍ଥାପନ ଦେଖିଥିଲେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରା ରାଜେ ସିନ୍ଧିଆ ଏହି ଅଡ଼ିଓ ଭିଜୁଆଲ କାର୍ଯ୍ୟକ୍ରମ ଉପସ୍ଥାପନର ପରିଚାଳନା କରିଥିଲେ । ଏହି କଲ୍ୟାଣ ଯୋଜନାମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ଳା ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମିଲ ।

ପରେ ଜୟପୁରଠାରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ସେ ପ୍ରତ୍ୟକ୍ଷ ଭାବେ ବିଭିନ୍ନ କଲ୍ୟାଣକର ଯୋଜନାରୁ ରାଜ୍ୟର ହିତାଧିକାରୀମାନେ କିଭଳି ଉପକୃତ ହେଉଛନ୍ତି ତାହା ଦେଖିବାର ସୁଯୋଗ ପାଇଛନ୍ତି । ରାଜସ୍ଥାନ କିଭଳି ଭାବେ ଆଗନ୍ତୁକ ପର୍ଯ୍ୟଟକମାନଙ୍କୁ ସ୍ାଗତ କରୁଛନ୍ତି ତାହା ମଧ୍ୟ ଦେଖିଛନ୍ତି । ଏହିସବୁ ପର୍ଯ୍ୟଟକମାନେ ରାଜ୍ୟରେ ଗତ କିଛି ବର୍ଷ ଭିତରେ କିଭଳି ପ୍ରଗତି ସାଧିତ ହୋଇପାରିଛି ତାହା ସ୍ଚକ୍ଷୁରେ ଦେଖିପାରିବେ । ରାଜସ୍ଥାନକୁ ସାହସର ଭୂମି ବୋଲି ବର୍ଣ୍ଣନା କରି ପ୍ରଧାମନ୍ତ୍ରୀ କହିଲେ ଯେ ଏଠାରେ ଲୋକମାନେ ପ୍ରକୃତି ସହ ଶାନ୍ତି ଓ ସଂହତିର ସହ ବସବାସ କରିଆସୁଛନ୍ତି ଏବଂ ଦେଶର ସୁରକ୍ଷା କରୁଛନ୍ତି । ଏଦିଗରେ ରାଜସ୍ଥାନ ଅନ୍ୟମାନଙ୍କ ଲାଗି ପଥପ୍ରଦର୍ଶନ ହୋଇଛି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରାରାଜେ ସିନ୍ଧିଆଙ୍କୁ ଭୂୟସୀ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ ସେ ରାଜ୍ୟରେ କର୍ମସଂସ୍କୃତିରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର କାନ୍ଧକୁ କାନ୍ଧ ମିଳାଇ ରାଜସ୍ଥାନର ଉନ୍ନତି କଳ୍ପେ କାର୍ଯ୍ୟ କରୁଛନ୍ତି । ହିତାଧିକାରୀମାନଙ୍କୁ ଯୋଜନାର ସୁଫଳ ମିଳିବା ଏବଂ ସେମାନେ ଶାନ୍ତିରେ ଜୀବନଯାପନ କରୁଥିବା ଆଜି ସେ ନିଜେ ଲକ୍ଷ୍ୟ କରିଛନ୍ତି । ପ୍ରଧାମନ୍ତ୍ରୀ କହିଥିଲେ ଏହା ଯେଭଳି ଏହି ସଭାରେ ଉପସ୍ଥିତ ସମସ୍ତଙ୍କ ନିକଟରେ ପହଞ୍ଚିବ ତାହା ସୁନିଶ୍ଚିତ କରିବା ତାଙ୍କ ସରକାରଙ୍କ ଲକ୍ଷ୍ୟ ।

ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାର ଦେଶର କୃଷକମାନଙ୍କ ଉନ୍ନତି ନିମନ୍ତେ କି କି କାର୍ଯ୍ୟ କରୁଛନ୍ତି ତାହା ବିଶଦ୍ ଭାବେ ସୂଚାଇଥିଲେ । ସରକାର ଏବେ ବର୍ତ୍ତମାନର ଖରିଫ ଋତୁର ବିଭିନ୍ନ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ଯେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ାରା ପ୍ରବର୍ତ୍ତିତ ବିଭିନ୍ନ କଲ୍ୟାଣ ଯୋଜନା ଦ୍ାରା ରାଜ୍ୟର ପ୍ରଗତି ସାଧିତ ହୋଇପାରିଛି । ସେଥି ମଧ୍ୟରେ ସ୍ଚ୍ଛ ଭାରତ ଅଭିଯାନ, ଜନ ଧନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୁଦ୍ରା ଯୋଜନା, ଉଜ୍ଜ୍ଳା ଯୋଜନା ଓ ସୌଭାଗ୍ୟ ଯୋଜନା ଅନ୍ୟତମ ବୋଲି ସେ ଉଲ୍ଲେଖ କରିଥିଲେ ।

ରାଜସ୍ଥାନ ରାଜ୍ୟ ଗଠନର ଆଗାମୀ ବର୍ଷ 70 ବର୍ଷ ପୂରଣ ହେଉଥିବା ସୂଚାଇ ପ୍ରଧାନମନ୍ତ୍ରୀ କହିଲେ ଯେ ରାଜସ୍ଥାନକୁ ଦେଶର ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ସକାଶେ ରାଜ୍ୟବାସୀ ସଂକଳ୍ପବଦ୍ଧ ହେବା ଉଚିତ । ଏହା ନୂତନ ଭାରତ ନିର୍ମାଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।