Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଭ୍ଲାଡିଭୋଷ୍ଟକ ଗସ୍ତ ଅବସରରେ ସ୍ୱାକ୍ଷରିତ ବୁଝାମଣା/ରାଜିନାମାର ତାଲିକା


 

1.     ଆପୋସ ବିଶ୍ୱାସ ଓ ଭାଗିଦାରୀ ଜରିଆରେ ସହଯୋଗର ନୂତନ ଉଚ୍ଚତାରେ ପହଁଚିବାଲାଗି ମିଳିତ ବକ୍ତବ୍ୟ ।

2.     ଭାରତ-ରୁଷ ବ୍ୟବସାୟ ଓ ନିବେଶ ବୃଦ୍ଧି ଲାଗି ଯୁଗ୍ମ ରଣନୀତି ।

3.     ଭାରତୀୟ ଗଣତନ୍ତ୍ର ଓ ରୁଷ ସଂଘର ସରକାରଙ୍କ ମଧ୍ୟରେ ରୁଷୀୟ/ସୋଭିଏତ ସେନା ଉପକରଣ ଲାଗି ସରଞ୍ଜାମ ଉତ୍ପାଦନ କରିବା ସଂକ୍ରାନ୍ତ ବୁଝାମଣା ।

4.     ଭାରତୀୟ ଗଣତନ୍ତ୍ର ଓ ରୁଷ ସଂଘର ସରକାରଙ୍କ ମଧ୍ୟରେ ଅଡିଓ/ଭିଜୁଆଲ ସହ-ଉତ୍ପାଦନ କାର୍ଯ୍ୟରେ ସହଯୋଗ ଲାଗି ରାଜିନାମା ।

5.     ଭାରତର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ରୁଷ ସଂଘର ପରିବହନ ମନ୍ତ୍ରଣାଳୟ ମଧ୍ୟରେ ସଡ଼କ ପରିବହନ ଓ ସଡ଼କ ଉଦ୍ୟୋଗରେ ଦ୍ୱିପାକ୍ଷିକ ସହଯୋଗ ଲାଗି ବୁଝାମଣା ।

6.     ଭାରତର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏବଂ ରୁଷ ସଂଘର ପରିବହନ ମନ୍ତ୍ରଣାଳୟ ମଧ୍ୟରେ ଚେନ୍ନାଇ ବନ୍ଦର ଏବଂ ଭ୍ଲାଡିଭୋଷ୍ଟକ ବନ୍ଦର ମଧ୍ୟରେ ସାମୁଦ୍ରିକ ଯୋଗାଯୋଗ ବିକାଶ କ୍ଷେତ୍ରରେ ବୁଝାମଣା ।

7.     ସୀମା ଶୁଳ୍କ ଉଲ୍ଲଙ୍ଘନ ମାମଲାର ମୁକାବିଲା କ୍ଷେତ୍ରରେ ସହଯୋଗ ଲାଗି ଭାରତର ଅର୍ଥ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ର ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ତଥା ରୁଷ ସଂଘର ଫେଡେରାଲ କଷ୍ଟମ ସର୍ଭିସ ମଧ୍ୟରେ ସହଯୋଗ ଯୋଜନା ।

8.     ପରିବହନ ଲାଗି ପ୍ରାକୃତିକ ବାଷ୍ପର ଉପଯୋଗ ଲାଗି ରୁଷ ସଂଘର ଶକ୍ତି ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା ।

9.     ଭାରତର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓ ରୁଷ ସଂଘର ଶକ୍ତି ମନ୍ତ୍ରଣାଳୟ ମଧ୍ୟରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ସହଯୋଗ ବୃଦ୍ଧି ବିଷୟରେ ଯୋଜନା ପ୍ରସ୍ତୁତ କରିବା ।

10.   ରୁଷର ସୁଦୂର ପୂର୍ବ କ୍ଷେତ୍ରରେ କୋକିଂ କୋଇଲା ଖନନ ପ୍ରକଳ୍ପକୁ ଲାଗୁ କରିବା ଲାଗି କୋଲ ଇଣ୍ଡିଆ ଲିଃ ଏବଂ ସୁଦୂର ପୂର୍ବ ନିବେଶ ତଥା ରପ୍ତାନି ଏଜେନ୍ସି ମଧ୍ୟରେ ବୁଝାମଣା ।

11.   ନିବେଶ ସହଯୋଗ ଲାଗି ଇନଭେଷ୍ଟ ଇଣ୍ଡିଆ ଓ ରୁଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠି ମଧ୍ୟରେ ସହଯୋଗ ବୁଝାମଣା ।

12.   ଭାରତୀୟ ବାଣିଜ୍ୟ ଓ ଉଦ୍ୟୋଗ ମହାସଂଘ (ଫିକି) ଓ ରସକଂଗ୍ରେସ ଫାଉଣ୍ଡେସନ ମଧ୍ୟରେ ସହଯୋଗ ବୁଝାମଣା ।

13.   ନୂତନ ପ୍ରକଳ୍ପକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ରଣନୈତିକ ପ୍ରୟାସ ଲାଗି ଭାରତୀୟ ବାଣିଜ୍ୟ ଓ ଉଦ୍ୟୋଗ ମହାସଂଘ ଏବଂ ସ୍ୱୟଂଶାସିତ ଅଣଲାଭକାରୀ ସଂଗଠନ ମଧ୍ୟରେ ସହଯୋଗ ବୁଝାମଣା ।

14.   ଏଲଏନଜି ବିଶୋଧନ ଏବଂ ବିପଣନ ତଥା ଏଲଏନଜି ଯୋଗାଣର ମିଳିତ ବିକାଶ ସଂକ୍ରାନ୍ତରେ ସହଯୋଗ ଲାଗି ଯୁଗ୍ମ ଷ୍ଟକ କମ୍ପାନୀ ନୋଭାଟେକ ଓ ପେଟ୍ରୋନେଟ ଏଲଏନଜି ଲିମିଟେଡ ମଧ୍ୟରେ ବୁଝାମଣା ।

15.   ଯୁଗ୍ମ ଷ୍ଟକ କମ୍ପାନୀ ରସଜିଓଲୋଜିଆ ଓ ସ୍ରେଇ ଇନଫ୍ରାଷ୍ଟ୍ରକଚର ମଧ୍ୟରେ ସହଯୋଗ ବୁଝାମଣା ।

 

**********