Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଷ୍ଟକହୋମ ଗସ୍ତ ବେଳେ ସ୍ୱାକ୍ଷରିତ ଓ ବିନିମୟ ହୋଇଥିବା ରାଜିନାମା/ ବୁଝାମଣାର ତାଲିକା (16-17ଏପ୍ରିଲ, 2018)

ପ୍ରଧାନମନ୍ତ୍ରୀଙ୍କ ଷ୍ଟକହୋମ ଗସ୍ତ ବେଳେ ସ୍ୱାକ୍ଷରିତ ଓ ବିନିମୟ ହୋଇଥିବା ରାଜିନାମା/ ବୁଝାମଣାର ତାଲିକା (16-17ଏପ୍ରିଲ, 2018)

ପ୍ରଧାନମନ୍ତ୍ରୀଙ୍କ ଷ୍ଟକହୋମ ଗସ୍ତ ବେଳେ ସ୍ୱାକ୍ଷରିତ ଓ ବିନିମୟ ହୋଇଥିବା ରାଜିନାମା/ ବୁଝାମଣାର ତାଲିକା (16-17ଏପ୍ରିଲ, 2018)


 

ଭାରତ ଓ ସ୍ୱିଡେନ ମଧ୍ୟରେ ସ୍ଵାକ୍ଷରିତ ରାଜିନାମା/ ବୁଝାମଣା

  • ଭାରତର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ତଥା ସ୍ୱିଡେନର ନବସୃଜନ ଓ ଉଦ୍ୟୋଗ ମନ୍ତ୍ରଣାଳୟ ମଧ୍ୟରେ ଚିରସ୍ଥାୟୀ ନବସୃଜନ ସହଭାଗୀତା ଭବିଷ୍ୟତ ସଂପର୍କୀତ ଭାରତ ଓ ସ୍ୱିଡେନ ମିଳିତ ଘୋଷଣାନାମା;

ଭାରତ-ଡେନମାର୍କ ରାଜିନାମା/ ବୁଝାମଣା

  • ଭାରତର ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ତଥା ଡେନମାର୍କର ଶିଳ୍ପ, ବ୍ୟାପାର, ଆର୍ଥିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ଚିରସ୍ଥାୟୀ ଓ ସ୍ମାର୍ଟ ସହରାଂଚଳ ବିକାଶ ସହଯୋଗ ଲାଗି ବୁଝାମଣା
  • ଭାରତର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧିନସ୍ଥ ପଶୁପାଳନ, ଦୁଗ୍ଧ ଉତ୍ପାଦନ ଓ ମତ୍ସ୍ୟଚାଷ ବିଭାଗ ତଥା ଡେନମାର୍କର ପ୍ରାଣୀ ସମ୍ପଦ ଓ ଚିକିତ୍ସା, ଖାଦ୍ୟ ପ୍ରଶାସନ ଏବଂ ପର୍ଯ୍ୟାବରଣ ମନ୍ତ୍ରଣାଳୟ ମଧ୍ୟରେ ପଶୁପାଳନ ଓ ଦୁଗ୍ଧ ଉନ୍ନୟନ କ୍ଷେତ୍ରରେ ବ୍ୟାପକ ସହଯୋଗ ଲାଗି ଦ୍ୱିପାକ୍ଷିକ ବୁଝାମଣା
  • ଭାରତର ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ତଥା ଡେନମାର୍କର ପଶୁଧନ ଓ ଖାଦ୍ୟ ପ୍ରଶାସନ ବିଭାଗ ମଧ୍ୟରେ ଖାଦ୍ୟ ନିରାପତ୍ତା ସହଯୋଗ ସଂକ୍ରାନ୍ତ ବୁଝାମଣା
  • ଭାରତୀୟ କୃଷି ଗବେଷଣା ପରିଷଦ ଏବଂ ଡେନମାର୍କର କୋପେନହେଗେନ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ବିଜ୍ଞାନ ବିଭାଗ ମଧ୍ୟରେ କୃଷି ଗବେଷଣା ଓ ଶିକ୍ଷଣ ସଂକ୍ରାନ୍ତ ସହଯୋଗ ବୁଝାମଣା

ଭାରତ ଓ ଆଇସଲାଣ୍ଡ ମଧ୍ୟରେ ବୁଝାମଣା/ ରାଜିନାମା

  • ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଏବଂ ଆଇସଲାଣ୍ଡ ବିଶ୍ୱବିଦ୍ୟାଳୟ ମଧ୍ୟରେ ହିନ୍ଦୀ ଭାଷାର ପ୍ରସାର ଲାଗି ICCR ଚେୟାର ପ୍ରତିଷ୍ଠା ସଂକ୍ରାନ୍ତ ବୁଝାମଣା ।

 

**********