ପିଏମଇଣ୍ଡିଆ
ଜାପାନର ଜାତୀୟ ସୁରକ୍ଷା ସଚିବାଳୟର ମହାସଚିବ ମିଷ୍ଟର ଶିଗେରୁ କୀତାମୁରା ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ସେପ୍ଟେମ୍ବର 2019ରେ ଦାୟିତ୍ୱ ଗ୍ରହଣ କରିବା ପରେ କୀତାମୁରା ପ୍ରଥମ ଥର ଭାରତ ଗସ୍ତରେ ଆସିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ସ୍ୱାଗତ ଜଣାଇଥିଲେ । ଏଥିସହିତ କ୍ଷେତ୍ରୀୟ ଶାନ୍ତି, ପ୍ରଗତି ଓ ସୁରକ୍ଷା ପାଇଁ ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ରଣନୈତିକ ଭାଗିଦାରୀ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ବିଶ୍ୱାସ ପ୍ରକଟ କରିଥିଲେ ଯେ, ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହିତ କୀତାମୁରାଙ୍କ ବିଚାର-ବିମର୍ଶ ଦ୍ୱିପାକ୍ଷିକ ସହଯୋଗର ଏହି ଗୁରୁତ୍ୱପୂର୍ଣ୍ଣ ଦିଗକୁ ଆହୁରି ସୁଦୃଢ଼ କରିବ ।
ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସହିତ ଭାରତର ଗଭୀର ବନ୍ଧୁତା ବିଷୟରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଏବଂ କହିଥିଲେ ଯେ, ଆସନ୍ତାବର୍ଷ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ସେ ତାଙ୍କୁ ସ୍ୱାଗତ କରିବା ଲାଗି ଅପେକ୍ଷା କରି ରହିଛନ୍ତି ।
**********