Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଅଂଜାରଠାରେ ଏଲଏନଜି ଟର୍ମିନାଲ ଏବଂ ପାଇପଲାଇନ ପ୍ରକଳ୍ପର କଲେ ଉଦଘାଟନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ରବିବାର) ଅଂଜାର ଠାରେ ଅଂଜାର-ମୁନ୍ଦ୍ରା ପାଇପଲାଇନ ପ୍ରକଳ୍ପ, ମୁନ୍ଦ୍ରା ଏଲଏନଜି ଟର୍ମିନାଲ ଏବଂ ପାଳନପୁର-ପାଲି-ବାଦମେର ପାଇପଲାଇନ ପ୍ରକଳ୍ପର ଉଦଘାଟନ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କଚ୍ଛଠାରେ ତାଙ୍କୁ ଯେଭଳି ଶ୍ରଦ୍ଧା ମିଳିଥିଲା, ତାହା ଅତୁଳନୀୟ । ବିଗତ 20 ବର୍ଷ ମଧ୍ୟରେ କଚ୍ଛରେ କରାଯାଇଥିବା ବିକାଶ କାର୍ଯ୍ୟଗୁଡିକର ସେ ଭୂରି ଭୂରି ପ୍ରଶଂସା କରିଥିଲେ ।

ସେ କହିଥିଲେ ଯେ ଏଲଏନଜି ଟର୍ମିନାଲର ଉଦଘାଟନ ଆଜି କାର୍ଯ୍ୟକ୍ରମର ପ୍ରମୁଖ ବିଶେଷତା । ସେ କହିଥିଲେ ଯେ ତିନୋଟି ଏନଏନଜି ଟର୍ମିନାଲକୁ ଉଦଘାଟନ କରି ସେ ନିଜକୁ ସୌଭାଗ୍ୟଶାଳୀ ଅନୁଭବ କରୁଛି ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଯେତେବେଳେ ଗୁଜରାଟକୁ ପ୍ରଥମ ଏଲଏନଜି ଟର୍ମିନାଲ ମିଳିଥିଲା ସେତେବେଳେ ଲୋକମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ସେ କହିଥିଲେ ଯେ ଏବେ ରାଜ୍ୟକୁ ଚତୁର୍ଥ ଏଲଏନଜି ଟର୍ମିନାଲ ମଧ୍ୟ ପ୍ରାପ୍ତ ହେବାକୁ ଯାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୁଜରାଟ ଏବେ ଭାରତର ଏଲଏନଜି ହବ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛି ଯାହା ପ୍ରତ୍ୟେକ ଗୁଜରାଟବାସୀଙ୍କ ପାଇଁ ଗର୍ବର ବିଷୟ ହେବ । ସେ ଗୁରୁତ୍ୱ ପ୍ରଦାନ କରି କହିଥିଲେ ଯେ ସୁଦୃଢ ଶକ୍ତି କ୍ଷେତ୍ର ଯେ କୌଣସି ଦେଶର ବିକାଶ ପାଇଁ ଆବଶ୍ୟକ । ସେ କହିଥିଲେ ଯେ ଯଦି ଆମେ ଶକ୍ତି କ୍ଷେତ୍ରରେ ଧନୀ ହୋଇପାରିବା ନାହିଁ ତେବେ ଦାରିଦ୍ର୍ୟ ଦୂରୀକରଣ ହୋଇପାରିବ ନାହିଁ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲୋକମାନଙ୍କର ଆଶା ଆକାଂକ୍ଷା ବୃଦ୍ଧି ପାଉଛି ଏବଂ ତାହା ପାରମ୍ପରିକ ଭିତ୍ତିଭୂମି ସହିତ ଆଇ-ୱେଜ, ଗ୍ୟାସ ଗ୍ରୀଡ, ୱାଟର ଗ୍ରୀଡ ଏବଂ ଅପ୍ଟିକାଲ ଫାଇବର ନେଟୱାର୍କ ଆବଶ୍ୟକ କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି ଏବଂ ବିଶ୍ୱବାସୀ ଭାରତ ଭ୍ରମଣ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ସେ କହିଥିଲେ ଯେ ଆମେ କଚ୍ଛରେ ମଧ୍ୟ ଏହା ଦେଖିବାକୁ ପାଇଛୁ ଯେ କିଭଳି ଭାବେ ହ୍ୱାଇଟ ରାନ ସମଗ୍ର ବିଶ୍ଵବାସୀଙ୍କର କେନ୍ଦ୍ରବିନ୍ଦୁ ହୋଇପାରିଛି । ସେ କେନ୍ଦ୍ର ସରକାରଙ୍କ ଦ୍ୱାରା ବିମାନ ଚଳାଚଳ କ୍ଷେତ୍ରକୁ ଅଧିକ ସୁଲଭ ଓ ଶସ୍ତା କରିବା ସହିତ ସଂଯୋଗୀକରଣ କ୍ଷେତ୍ରରେ ଉନ୍ନତି କରିବ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ ।

ସମସ୍ତ ଗ୍ରାମାଂଚଳରେ ବିଜୁଳି ସଂଯୋଗ ଏବଂ ଭାରତର ପ୍ରତ୍ୟେକ ପରିବାରର ବିଦ୍ୟୁତକରଣ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ କେନ୍ଦ୍ର ସରକାର ଭାରତର ସାଧାରଣ ଲୋକଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆଣିବାକୁ ଚାହୁଁଛୁ ।

****