Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଅକ୍ଟୋବର 3ରେ ଗ୍ରହଣ କରିବେ “ଜାତିସଂଘ ଚାମ୍ପିଅନ ଅଫ ଦି ଆର୍ଥ” ପୁରସ୍କାର


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଅକ୍ଟୋବର 3)ରେ ନୂଆଦିଲ୍ଲୀସ୍ଥିତ ପ୍ରବାସୀ ଭାରତୀୟ କେନ୍ଦ୍ରଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ସମାରୋହରେ ଜାତିସଂଘ ପର୍ଯ୍ୟାବରଣ କାର୍ଯ୍ୟକ୍ରମର ସମ୍ମାନଜନକ “ଚାମ୍ପିଅନ ଅଫ ଦି ଆର୍ଥ” ଗ୍ରହଣ କରିବେ । 73ତମ ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ନ୍ୟୁୟର୍କଠାରେ ଗତ ମାସ 26 ତାରିଖ ଦିନ ଏହି ପୁରସ୍କାର ଘୋଷଣା କରାଯାଇଥିଲା । ଜାତିସଂଘର ମହାସଚିବ ଆଣ୍ଟୋନୀଓ ଗୁଟେରସ ସମାରୋହରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ ସମାରୋହକୁ ସମ୍ବୋଧିତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ଆନ୍ତର୍ଜାତିକ ସୌର ସଂଗଠନର ପ୍ରତିଷ୍ଠା, ଅକ୍ଷୟଶକ୍ତିର ବିକାଶ ଏବଂ 2022 ସୁଦ୍ଧା ଭାରତରୁ ପ୍ରଥମ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକର ବିଲୋପସାଧନ ଦିଗରେ ଅଭୂତପୂର୍ବ ପ୍ରତିବଦ୍ଧତା ଓ ଉଲ୍ଲେଖନୀୟ କାର୍ଯ୍ୟ ହେତୁ ଜାତିସଂଘ ପର୍ଯ୍ୟାବରଣ କାର୍ଯ୍ୟକ୍ରମର ନେତୃତ୍ଵ ବର୍ଗରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ବଛାଯାଇଛି ।

ପ୍ରତିବର୍ଷ ସରକାରୀ, ନାଗରିକ ସମାଜ ଏବଂ ବେସରକାରୀ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସହ ଅପ୍ରତିମ ନେତୃତ୍ଵ ପ୍ରଦାନ କରିଥିବା ବ୍ୟକ୍ତି ବିଶେଷ ଯେଉଁମାନେ କି ପର୍ଯ୍ୟାବରଣର ସୁରକ୍ଷା କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପକାଇଥାନ୍ତି, ସେମାନଙ୍କୁ ଏହି “ଚାମ୍ପିଅନ ଅଫ ଦି ଆର୍ଥ” ପୁରସ୍କାର ପ୍ରଦାନ କରାଯାଇଥାଏ ।

****