Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଆଜି ଗସ୍ତ କରିବେ ଲକ୍ଷ୍ନୌ; ଆସନ୍ତାକାଲି ଯୋଗ ଦିବସ କାର୍ଯ୍ୟକ୍ରମରେ ଭାଗନେବେ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ନୌ ଗସ୍ତ କରିବେ ଏବଂ ଆସନ୍ତାକାଲି ସେ ଯୋଗ ଦିବସ ସମାରୋହ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ CSIR-କେନ୍ଦ୍ରୀୟ ଭେଷଜ ଗବେଷଣା ସଂସ୍ଥାନ (CSIR-CDRI) ପରିଦର୍ଶନ କରିବେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଡଃ ଏ.ପି.ଜେ.ଅବଦୁଲ କଲାମ ବୈଷୟିକ ବିଶ୍ଵବିଦ୍ୟାଳୟର ଏକ କୋଠା ଉଦ୍ଘାଟନ କରିବେ । ଲକ୍ଷ୍ନୌରେ ପ୍ରଧାନମନ୍ତ୍ରୀ 400 କେଭି ଲକ୍ଷ୍ନୌ-କାନପୁର D/C ଟ୍ରାନ୍ସମିସନ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଅନୁମୋଦନ ପତ୍ର ମଧ୍ୟ ପ୍ରଦାନ କରିବେ ।

ଆସନ୍ତାକାଲି ଲକ୍ଷ୍ନୌରେ ତୃତୀୟ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ରମାବାଇ ଆମ୍ବେଦକର ପଡିଆରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଭାଗ ନେବେ ।

ଆପଣମାନେ ନିଜ ମୋବାଇଲରେ http://nm4.in/dnldapp ଜରିଆରେ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଲକ୍ଷ୍ନୌ କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ଦେଖିପାରିବେ ।