Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସାମୁହିକ ଇ-ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ;

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସାମୁହିକ ଇ-ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ;

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସାମୁହିକ ଇ-ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ;

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସାମୁହିକ ଇ-ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ;


ଗୁଜରାଟର ବାଲସା ଜିଲ୍ଲା ଅନ୍ତର୍ଗତ ଜୁଜୱା ଗ୍ରାମରେ ଆୟୋଜିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କ ସାମଗ୍ରୀକ ଇ-ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ହଜାର ହଜାର ଜନସାଧାରଣଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇଥିଲେ । ରାଜ୍ୟର 26ଟି ଜିଲ୍ଲାରେ ଏକ ଲକ୍ଷରୁ ଅଧିକ ଆବାସ ଏହି ଅବସରରେ ହିତାଧିକାରୀମାନଙ୍କୁ ବଂଟନ କରାଯାଇଥିଲା । ବିଭିନ୍ନ ଜିଲ୍ଲାର ହିତାଧିକାରୀମାନେ ଭିଡିଓ ଲିଙ୍କ ଜରିଆରେ ଯୋଡ଼ି ହୋଇଥିଲେ ଏବଂ ପ୍ରଧାନମନ୍ତ୍ରୀ ସେମାନଙ୍କ ମଧ୍ୟରୁ କେତେକଙ୍କ ସହିତ ଆଲୋଚନା କରିଥିଲେ  ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନା ଯଥା ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ଗ୍ରାମୋଦୟ ଯୋଜନା ଏବଂ ଜାତୀୟ ଗ୍ରାମୀଣ ଜୀବିକା ମିଶନର ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ଏବଂ ନିଯୁକ୍ତି ପତ୍ର ବଂଟନ କରିଥିଲେ । ସେ ମହିଳା ବ୍ୟାଙ୍କ ପ୍ରତିନିଧିମାନଙ୍କୁ ମଧ୍ୟ ନିଯୁକ୍ତି ପତ୍ର ଏବଂ ମିନି ଏଟିଏମ ବଂଟନ କରିଥିଲେ  ।

ପ୍ରଧାନମନ୍ତ୍ରୀ ମଧ୍ୟ ଆସ୍ଟୋଲ ଜଳ ଯୋଗାଣ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ  ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗକୁ ରକ୍ଷା ବନ୍ଧନ ପର୍ବ ଆସୁଛି  । ସେ କହିଥିଲେ ଯେ 1 ଲକ୍ଷରୁ ଅଧିକ ମହିଳା ସେମାନଙ୍କ ନାମରେ ଆବାସ ପାଇଥିବା ଜାଣି ସେ ସନ୍ତୁଷ୍ଟ  । ଏହା ସେମାନଙ୍କ ପାଇଁ ରକ୍ଷା ବନ୍ଧନର ଉପହାର  । ସେ କହିଥିଲେ ଏକ ନୂଆ ବାସଗୃହ, ନୂଆ ସ୍ୱପ୍ନ ନେଇ ଆସେ ଏବଂ ସେହି ସ୍ୱପ୍ନକୁ ହାସଲ କରିବା ଲାଗି ପରିବାରରେ ଏକ ନୂତନ ସମ୍ମିଳିତ ଉତ୍ସାହ ଆଣିଥାଏ  ।

ଇ-ଗୃହ ପ୍ରବେଶ ସମୟରେ ଆଜି ଦେଖାଯାଉଥିବା ଆବାସଗୁଡ଼ିକ ଉନ୍ନତମାନର ବୋଲି ହୃଦବୋଧ କରି ସେ କହିଥିଲେ ଯେ କୌଣସି ମଧ୍ୟସ୍ଥଙ୍କ ସମ୍ପୃକ୍ତି ନଥିବା କାରଣରୁ ଏହା ସମ୍ଭବ ହୋଇଛି । ସେ ଦୋହରାଇଥିଲେ ଯେ କେନ୍ଦ୍ର ସରକାର ଲକ୍ଷ୍ୟ ସମସ୍ତଙ୍କ ପାଇଁ ଆବାସ2022 ସୁଦ୍ଧା ହାସଲ କରାଯିବ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଜନେତାମାନେ ହିଁ ସୌଖୀନ ଆବାସ ନିର୍ମାଣ କରିପାରିବେ ବୋଲି ଧାରଣା ପୂର୍ବରୁ ରହିଥିଲା ଏବେ ଏହି ଧାରଣା ବଦଳି ଯାଇଛି ଏବଂ ଗରିବ ଲୋକମାନେ ସେମାନଙ୍କ ନିଜସ୍ୱ ଆବାସ ପାଇପାରୁଛନ୍ତି  ।

ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଆସ୍ଟୋଲ ଜଳ ଯୋଗାଣ ପ୍ରକଳ୍ପ ଏକ ଉତ୍କୃଷ୍ଟ ଇଞ୍ଜିନିୟରିଂ ଢାଞ୍ଚାର ନିଦର୍ଶନ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ସ୍ୱଚ୍ଛ ପାନୀୟ ଜଳ ଲୋକମାନଙ୍କୁ ରୋଗରୁ ମୁକ୍ତ ରଖିଥାଏ ବୋଲି ସେ କହିଥିଲେ ।

ଗରିବ ଲୋକମାନଙ୍କୁ ନିଜସ୍ୱ ବାସଗୃହ, ବିଦ୍ୟୁତ ସଂଯୋଗ, ସ୍ୱଚ୍ଛ ପାନୀୟ ଜଳ ଏବଂ ସ୍ୱଚ୍ଛ ରୋଷେଇ ଇନ୍ଧନ ଯୋଗାଇ ଦେଇ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ସରକାର ପ୍ରୟାସରତ ଥିବା ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ  ।

 

**********