ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଆସାମ ଗସ୍ତରେ ଯିବେ ।
ପ୍ରଧାନମନ୍ତ୍ରୀ ଏହି ଗସ୍ତ ଅବସରରେ ତିନସୁକିଆ ଜିଲାରେ ବ୍ରହ୍ମପୁତ୍ର ନଦୀ ଉପରେ ଡୋଲା-ସାଦିଆ ସେତୁକୁ ଉଦଘାଟନ କରିବେ ।
ପ୍ରଧାନମନ୍ତ୍ରୀ ଏହି ଗସ୍ତ କାଳରେ ଗୌହାଟୀଠାରେ ପ୍ରସ୍ତାବିତ ଏମ୍ସ ଏବଂ ଗୋଗମୁଖଠାରେ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ଆଧାରଶିଳା ରଖିବେ । ସଂଧ୍ୟାରେ ଖାନପଡାଠାରେ ଏକ ଜନସଭାକୁ ସମ୍ବୋଧିତ କରିବେ ।
ଟ୍ୱିଟ ଜରିଆରେ ଆସାମ ଗସ୍ତ ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସାମର ଜନସାଧାରଣଙ୍କୁ ଭେଟିବା ଏବଂ ସେମାନଙ୍କ ସହ ମତ ବିନିମୟ କରିବାର ସୁଯୋଗକୁ ମୁଁ ଉତ୍ସୁକତାର ସହ ଅପେକ୍ଷା କରିଛି ।
‘‘ମୁଁ ଆସନ୍ତା କାଲି ଆସାମ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବି । ଆସାମର ଜନସାଧାରଣଙ୍କ ସହ ମତ ବିନିମୟ କରିବାର ସୁଯୋଗକୁ ମୁଁ ଉତ୍କଣ୍ଠାର ସହ ପ୍ରତୀକ୍ଷା କରିଛି ।
ଦୁଇଟି ପ୍ରମୁଖ ପ୍ରକଳ୍ପ – ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏବଂ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ଶିଳାନ୍ୟାସ କରିବି । ଏହି ଦୁଇଟି ଯାକ ପ୍ରକଳ୍ପ ଆସାମ ଏବଂ ଉତ୍ତର-ପୂର୍ବାଂଚଳର ବିକାଶକୁ ତ୍ୱରାନ୍ୱିତ କରିବ ।
ବ୍ରହ୍ମପୁତ୍ର ନଦୀ ଉପରେ ଡୋଲା-ସାଦିଆ ସେତୁକୁ ଆସନ୍ତା କାଲି ଉଦଘାଟନ କରିବି । ଏହା ଆମ ଦେଶର କେତେକ ମହତ୍ତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ମଧ୍ୟରେ ଅନ୍ୟତମ ।
ସଂଧ୍ୟାରେ ଖାନପଡାଠାରେ ମୁଁ ଏକ ଜନସଭାରେ ଉଦବୋଧନ ଦେବି । ଆପଣମାନେ ନିଜ ନିଜର ମୋବାଇଲରେ http://nm4.in/dnldapp ଏହାକୁ ଦେଖିପାରିବେ’’, ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ।
*****
I will be in Assam tomorrow to take part in various programmes. I am eagerly awaiting this opportunity to interact with people of Assam.
— Narendra Modi (@narendramodi) May 25, 2017
I shall lay the foundation stone for two key projects- AIIMS & IARI. Both projects will quicken the development of Assam & the Northeast.
— Narendra Modi (@narendramodi) May 25, 2017