ପିଏମଇଣ୍ଡିଆ
ବିହାର ଚମ୍ପାରଣ ସତ୍ୟାଗ୍ରହର ଶତ ବାର୍ଷିକୀ ସମାରୋହ ଆସନ୍ତାକାଲି ଉଦ୍ଯାପିତ ହେଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାରା ରାଷ୍ଟ୍ର ଏହି ଐତିହାସିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ।
ଏହି ଅବସରରେ ବିହାରର ମୋତିହାରୀଠାରେ ସ୍ୱଚ୍ଛତା ଅଭିଯାନର ଦୂତ ବା ସ୍ୱେଚ୍ଛାଗ୍ରହୀ ଭାବେ ପରିଚିତ 20 ହଜାର କର୍ମୀ ଅଂଶଗ୍ରହଣ କରୁଛନ୍ତି ଯାହାକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ । ଏହି ସ୍ୱେଚ୍ଛାଗ୍ରହୀମାନେ ସ୍ୱଚ୍ଛତା ଅଭିଯାନର ପଦାତିକ ବାହିନୀ ରୂପେ ପରିଚିତ । ଗୋଷ୍ଠିଭିତ୍ତିକ ପରିମଳ କାର୍ଯ୍ୟକ୍ରମ ଆଭିମୁଖ୍ୟକୁ ଫଳପ୍ରଦ ଢଙ୍ଗରେ ଗ୍ରାମ୍ୟ ସ୍ତରରୁ କାର୍ଯ୍ୟକାରୀ କରିବା ଲାଗି ଏହି ସ୍ୱେଚ୍ଛାସେବୀମାନେ ଗ୍ରାମବାସୀମାନଙ୍କୁ ପ୍ରବର୍ତ୍ତାଉଛନ୍ତି । ଗାଁ ଗହଳରେ ସ୍ୱଚ୍ଛତା ରକ୍ଷା ସହ ଏହିସବୁ ଅଂଚଳକୁ ଖୋଲା ମଳମୁକ୍ତ କରିବା ଦିଗରେ ସ୍ୱେଚ୍ଛାଗ୍ରହୀମାନେ ବଡ଼ ଭୂମିକା ଗ୍ରହଣ କରିଛନ୍ତି ।
ଜାତିର ଜନକ ମହାତ୍ମା ଗାନ୍ଧୀ, ଚାଷୀମାନଙ୍କ ଅଧିକାରର ସୁରକ୍ଷା ଲାଗି ଇଂରେଜମାନଙ୍କ ବିରୁଦ୍ଧରେ ପ୍ରଚଣ୍ଡ ସ୍ୱର ଉତ୍ତୋଳନ ସ୍ୱରୂପ 10 ଏପ୍ରିଲ 1917 ରେ ଚମ୍ପାରଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ । ଇଂରେଜମାନେ ସେତେବେଳେ ଭାରତର ଚାଷୀମାନଙ୍କୁ ନୀଳ ଗଛ ଚାଷ କରିବା ଲାଗି ବାଧ୍ୟ କରିବାରୁ ତା ବିରୁଦ୍ଧରେ ଚମ୍ପାରଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା । 2017 ଏପ୍ରିଲ 10 ତାରିଖରୁ ଆରମ୍ଭ ହୋଇଥିବା ବର୍ଷବ୍ୟାପୀ ଏହି ଶତବାର୍ଷିକୀ ସମାରୋହ ଆସନ୍ତାକାଲି ଉଦ୍ଯାପିତ ହେଉଛି । ଏହି କାର୍ଯ୍ୟକ୍ରମକୁ ସତ୍ୟାଗ୍ରହରୁ ସ୍ୱେଚ୍ଛାଗ୍ରହ ଅଭିଯାନ ରୂପେ ନାମିତ କରାଯାଇଛି ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
***
In Bihar tomorrow, the foundation stones for key development projects will be laid and vital projects will also dedicated to the nation. This includes the Motijheel Project, the Bettiah Nagar Parshid water supply scheme under AMRUT among others.
— PMO India (@PMOIndia) April 9, 2018
Important development works relating to the Ganga will also be inaugurated. The Prime Minister will lay the foundation stone for doubling of Railway lines between Muzaffarpur and Sagauli, and Sagauli and Valmikinagar.
— PMO India (@PMOIndia) April 9, 2018
Tomorrow, the first phase of the Madhepura Electric Locomotive Factory will be dedicated to the nation. The Champaran Humsafar Express and the first 12,000 HP freight electric locomotive will also be flagged off on the occasion.
— PMO India (@PMOIndia) April 9, 2018
PM @narendramodi will lay the foundation stone for various road projects, that will improve connectivity and further the transformation of Bihar.
— PMO India (@PMOIndia) April 9, 2018