Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଆସନ୍ତା କାଲି ବାରଣାସୀ, କାନପୁର ଏବଂ ଗାଜିଆବାଦ ଗସ୍ତରେ ଯିବେ


  • ବାରଣାସୀଠାରେ କାଶୀ ବିଶ୍ୱନାଥ ମନ୍ଦିର କରିଡରର ଆଧାରଶିଳା ରଖିବେ
  • ଲକ୍ଷ୍ନୈା ମେଟ୍ରୋ ରେଳ ପ୍ରକଳ୍ପ ଉଦଘାଟନ କରିବେ
  • ପାନକି ପାୱାର ପ୍ଲାଣ୍ଟର ଉଦଘାଟନ କରିବେ
  • କାନପୁରଠାରେ ଆଗ୍ରା ମେଟ୍ରୋ ରେଳ ପ୍ରକଳ୍ପର ଆଧାରଶିଳା ରଖିବେ
  • ହିନଡୋନ ବିମାନବନ୍ଦରରେ ସିଭିଲ ଟର୍ମିନାଲର ଉଦଘାଟନ କରିବେ
  • ଗାଜିଆବାଦଠାରେ ଦିଲ୍ଲୀ-ଗାଜିଆବାଦ-ମିରଟ ଆରଆରଟିଏସର ଆଧାରଶିଳା ରଖିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 8, 2019ରେ ଉତ୍ତର ପ୍ରଦେଶର ବାରଣାସୀ, କାନପୁର ଏବଂ ଗାଜିଆବାଦ ଗସ୍ତରେ ଯିବେ  । ଏହି ଗସ୍ତ କାଳରେ ସେ ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ କରିବେ  ।

ବାରଣାସୀରେ

ପ୍ରଧାନମନ୍ତ୍ରୀ ବାରଣାସୀରେ କାଶୀ ବିଶ୍ୱନାଥ ମନ୍ଦିର ପରିଦର୍ଶନ କରିବେ  । କାଶୀ ବିଶ୍ୱନାଥ ମନ୍ଦିରକୁ ଯିବା ପାଇଁ ରାସ୍ତା, ସୌନ୍ଦର୍ଯ୍ୟକରଣ ଏବଂ ସଶକ୍ତିକରଣ ପ୍ରକଳ୍ପଗୁଡିକର ଆଧାରଶିଳା ରଖିବେ  । ଏହାପରେ ପ୍ରଧାନମନ୍ତ୍ରୀ ପ୍ରକଳ୍ପ ସାଇଟ ଗୁଡିକ ପରିଦର୍ଶନ କରିବେ  ।

ବାରଣାସୀଠାରେ ଦୀନ ଦୟାଲ ହସ୍ତକଳା ସଙ୍କୁଳଠାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ମହିଳା ଜୀବିକା ସମ୍ମିଳନୀ-2019ରେ ଅଂଶଗ୍ରହଣ କରିବେ  । ଏହି ଅବସରରେ ପ୍ରଧାନମନ୍ତ୍ରୀ 5ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବେ  । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କ ଅନୁଭୂତି ବାଣ୍ଟିବେ  ।

ପ୍ରଧାନମନ୍ତ୍ରୀ ଇଲେକ୍ଟ୍ରିକ ଚାକ, ସୋଲାର ଚରଖା ଏବଂ ହନି ୱାର୍ପ ଆବଣ୍ଟନ କରିବା ସହିତ ହିତାଧିକାରୀମାନଙ୍କୁ ଚେକ ପ୍ରଦାନ କରିବେ  ।

ଦୀନ ଦୟାଲ ଅନ୍ତୋଦୟ ଯୋଜନା ଦ୍ୱାରା ଅନୁଦାନପ୍ରାପ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ତର ପ୍ରଦେଶର ଏନଆରଏଲଏମ ଦ୍ୱାରା ‘ଭାରତ କେ ବୀର’ କୋଷ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଏକ ଚେକ ପ୍ରଦାନ କରାଯିବ ।

ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ  ।

କାନପୁରରେ

660 ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ଏବଂ ଆବଣ୍ଟନ ୟୁନିଟ, ପାଙ୍କୀ ପାୱାର ପ୍ଲାଣ୍ଟକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ  । ପ୍ରଧାନମନ୍ତ୍ରୀ ଲକ୍ଷ୍ନୌ ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିବେ  । ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ଏୟାରପୋର୍ଟ ଷ୍ଟେସନରୁ ଭିଡିଓ ଲିଙ୍କ ଜରିଆରେ ମେଟ୍ରୋ ଟ୍ରେନର ଉଦଘାଟନ କରିବେ  । ଆଗ୍ରା ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଆଧାରଶିଳା ରଖିବେ  ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର (PMAY)  ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଚାବି ପ୍ରଦାନ କରିବେ  ।

ଏହାପରେ, ପ୍ରଧାନମନ୍ତ୍ରୀ ଏହି ଅବସରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ  ।

ଗାଜିଆବାଦଠାରେ

ପ୍ରଧାନମନ୍ତ୍ରୀ ଦିଲସାଦ ଗାର୍ଡେନ-ସହିଦ ସ୍ଥଳ (ନୂତନ ବସ ଷ୍ଟାଣ୍ଡ) ସେକ୍ସନ ମେଟ୍ରୋର ଉଦଘାଟନ କରିବେ  । ସହିଦ ସ୍ଥଳ ମେଟ୍ରୋ ଷ୍ଟେସନଠାରୁ ମେଟ୍ରୋ ରେଳକୁ ପତାକା ଦେଖାଇ ଉଦଘାଟନ କରିବେ । ଏହି ଏଲିଭେଟର ମେଟ୍ରୋ କରିଡର ସେକ୍ସନର 8ଟି ଷ୍ଟେସନ ରହିବ । ଏହା ଜରିଆରେ ଗାଜିଆବାଦ ଏବଂ ନୂଆଦିଲ୍ଲୀର ଜନସାଧାରଣଙ୍କ ଗମନାଗମନ ସୁବିଧାଜନକ ହେବ ଏବଂ ସଡକ ମାର୍ଗରେ ଭିଡ ହ୍ରାସ ପାଇବ  ।

ପ୍ରଧାନମନ୍ତ୍ରୀ ଗାଜିଆବାଦର ହିନଡନ ବିମାନ ବନ୍ଦରରେ ସିଭିଲ ଟର୍ମିନାଲର ଉଦଘାଟନ କରିବେ  । ହିନଡନଠାରେ ଏହି ନୂତନ ସିଭିଲ ଏୟାରପୋର୍ଟ ଟର୍ମିନାଲ ଦ୍ୱାରା ପଶ୍ଚିମ ଉତ୍ତର ପ୍ରଦେଶ ଏବଂ ଏନସିଆରର ଯାତ୍ରୀମାନେ ଉପକୃତ ହେବେ  ।

ପ୍ରଧାନମନ୍ତ୍ରୀ ଦିଲ୍ଲୀ-ଗାଜିଆବା-ମିରଟ ଆରଆରଟିଏସର ଆଧାରଶିଳା ରଖିବେ  । ରିଜିଓନାଲ ରାପିଡ ଟ୍ରାନଜିଟ ସିଷ୍ଟମ (RRTS) ପ୍ରକଳ୍ପର ଏହା ହେଉଛି ପ୍ରଥମ ହାଇ ସ୍ପିଡ ଏବଂ ହାଇ ଫ୍ରିକୁଏନ୍ସି ରେଳ  । ଏହାଦ୍ୱାରା ଆଞ୍ଚଳିକ ପରିବହନ ସୁବିଧା ସହଜ ହେବ ଏବଂ ଅନେକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ  ।

ପ୍ରଧାନମନ୍ତ୍ରୀ ଗାଜିଆବାଦଠାରେ ଶିକ୍ଷା, ଗୃହ, ପାନୀୟ ଜଳ, ପରିମଳ ଏବଂ ସ୍ୱିରେଜ ପରିଚାଳନା  କ୍ଷେତ୍ରରେ ବିଭିନ୍ନ ବିକାଶ ପ୍ରକଳ୍ପଗୁଡିକର ଉଦଘାଟନ କରିବେ  ।

ବିଭିନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ସେ ମାନପତ୍ର ପ୍ରଦାନ କରିବେ  ।

ଏହାପରେ, ସେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ  ।

 

*******