Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀ ସଂଖ୍ୟା ଟପିଲା ଦୁଇକୋଟି, ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ


ଦେଶରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଦୁଇକୋଟି ଟପିଛି । ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗଭୀର ସନ୍ତୋଷ ବ୍ୟକ୍ତ କରିଛନ୍ତି ।

“ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାର ମାତ୍ର ଏକବର୍ଷରୁ କମ୍‌ ସମୟ ମଧ୍ୟରେ ଦୁଇକୋଟି ଲୋକ ଏହାର ହିତାଧିକାରୀ ହୋଇପାରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦ ଓ ଗର୍ବ ଅନୁଭବ କରୁଛି ।

ମହିଳାମାନଙ୍କ ଜୀବନଧାରଣ ମାନରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଉଜ୍ଜ୍ୱଳା ଯୋଜନା ପ୍ରତିବଦ୍ଧ ।

ସମସ୍ତ ହିତାଧିକାରୀ ଏବଂ ଏହି ଯୋଜନାକୁ ସଫଳ କରିବା ଦିଗରେ ଯେଉଁମାନେ ଅହୋରାତ୍ର କାର୍ଯ୍ୟରତ ଅଛନ୍ତି ସେମାନଙ୍କୁ ମଧ୍ୟ ଅଭିନନ୍ଦନ”, ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।