ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଝାନସିରେ ଚାଲିଥିବା “ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ” ରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାନସି ଦୁର୍ଗ ପରିସରରେ ଆୟୋଜିତ “ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ” କୁ ପାଳନ କରୁଥିବା ଏକ ବିଶାଳ ସମାରୋହରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନେକ ନୂତନ ପଦକ୍ଷେପକୁ ରାଷ୍ଟ୍ରକୁ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକରେ ଏନସିସି ପୁରାତନ ଛାତ୍ର ସଂଘର ଶୁଭାରମ୍ଭ ଅର୍ନ୍ତଭୁକ୍ତ ଥିବାବେଳେ ପ୍ରଧାନମନ୍ତ୍ରୀ ସଂଘର ପ୍ରଥମ ସଦସ୍ୟ ଭାବରେ ପଞ୍ଜୀକୃତ ହୋଇଥିଲେ; ଏନସିସି କ୍ୟାଡେଟ୍ ପାଇଁ ମହାକାଶ ତାଲିମ ଜାତୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ; ଜାତୀୟ ଯୁଦ୍ଧ ସ୍ମାରକୀରେ ଥିବା ହିରୋମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କିଓସ୍କ; ଜାତୀୟ ଯୁଦ୍ଧ ସ୍ମାରକୀର ମୋବାଇଲ୍ ଆପ୍; ଭାରତୀୟ ନୌଜାହାଜ ପାଇଁ ଡିଆରଡିଓ ଦ୍ୱାରା ବିକଶିତ ଉନ୍ନତ ଇଲେକ୍ଟ୍ରୋନିକ୍ ୱାରଫେୟାର ସୁଟ୍ ‘ଶକ୍ତି’; ହାଲୁକା ଯୁଦ୍ଧ ହେଲିକପ୍ଟର ଏବଂ ଡ୍ରୋନ୍ ଆଦି ରହିଛି । ସେ ଉତ୍ତରପ୍ରଦେଶ ଡିଫେନ୍ସ ଇଣ୍ଡଷ୍ଟ୍ରିଆଲ କରିଡରର ଝାନସି ନୋଡରେ ଭାରତ ଡାଇନାମିକ୍ସ ଲିମିଟେଡର ୪୦୦ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଝାନସିର ଗାରାଉଥା ଠାରେ ୬୦୦ ମେଗାୱାଟ ବୃହତ୍ ସୌର ଶକ୍ତି ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୩୦୦୦ କୋଟିରୁ ଅଧିକ ମୂଲ୍ୟରେ ଏହା ର୍ନିମାଣ କରାଯାଉଛି ଏବଂ ଏହା ଦୁଇ ପ୍ରକାର ଲାଭ ଯଥା ଶସ୍ତା ବିଦ୍ୟୁତ୍ ଏବଂ ଗ୍ରୀଡ୍ ସ୍ଥିରତାର ସୁବିଧା ଯୋଗାଇବାରେ ସାହାଯ୍ୟ କରିବ । ପ୍ରଧାନମନ୍ତ୍ରୀ ଝାନସିରେ ଅଟଳ ଏକତା ପାର୍କର ଉଦଘାଟନ ମଧ୍ୟ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ଏହି ପାର୍କ ୧୧ କୋଟିରୁ ଅଧିକ ଟଙ୍କା ବ୍ୟୟରେ ର୍ନିମିତ ହୋଇଛି ଏବଂ ଏହା ପ୍ରାୟ ୪୦,୦୦୦ ବର୍ଗ ମିଟର ଅଞ୍ଚଳରେ ରହିଛି । ଏଥିରେ ଏକ ପାଠାଗାର, ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ରହିବ । ଏହି ପ୍ରତିମୂର୍ତ୍ତିକୁ ପ୍ରଖ୍ୟାତ ସ୍ଥପତି ଶ୍ରୀ ରାମ ସୂତାର ର୍ନିମାଣ କରିଛନ୍ତି ଯିଏ କି ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ପଛରେ ଥିଲେ ।
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ରାଣୀ ଲକ୍ଷ୍ମୀବାଇଙ୍କ ଜନ୍ମ ବାର୍ଷିକୀକୁ ବୀରତ୍ୱର ତଥା ଶକ୍ତିର ନିୟମ ଶିଖାଇଥିଲେ ଏବଂ କହିଥିଲେ ଯେ ଆଜି ଝାନସିର ଏହି ମାଟି ସ୍ୱାଧୀନତାର ମହାନ ଅମୃତ ମହୋତ୍ସବର ସାକ୍ଷୀ! ଏବଂ ଆଜି ଏହି ଭୂମିରେ ଏକ ନୂତନ ଦୃଢ ଏବଂ ଶକ୍ତିଶାଳୀ ଭାରତ ରୂପ ନେଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଣୀ ଲକ୍ଷ୍ମୀବାଇଙ୍କ ଜନ୍ମ ସ୍ଥାନକୁ ପ୍ରତିନିଧିତ୍ୱ କରି ସେ ଗର୍ବିତ ଅନୁଭବ କରୁଛନ୍ତି ଯାହାକି କାଶୀ ଅଟେ । ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପୂରବ, କାର୍ତ୍ତିକ ପୂର୍ଣ୍ଣିମା ଏବଂ ଦେବ–ଦୀପାବଳୀ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ବୀରତ୍ୱ ଏବଂ ବଳିଦାନ ଇତିହାସରେ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ଅନେକ ନାୟକ ଏବଂ ନାୟିକାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଭୂମି ବୀରାଙ୍ଗନା ଝଲକରୀ ବାଇଙ୍କ ସାହସିକତା ଏବଂ ସାମରିକ ଶକ୍ତିର ସାକ୍ଷୀ ହୋଇଛି, ଯିଏକି ରାଣୀ ଲକ୍ଷ୍ମବାଇଙ୍କ ଘନିଷ୍ଠ ସହଯୋଗୀ ଥିଲେ । ମୁଁ ୧୮୫୭ ର ସ୍ୱାଧୀନତା ସଂଗ୍ରାମର ସେହି ଅମର ନାୟିକାଙ୍କ ପାଦତଳେ ମଧ୍ୟ ପ୍ରଣାମ କରେ । ମୁଁ ଚନ୍ଦେଲାସ–ବୁନ୍ଦେଲାସଙ୍କୁ ପ୍ରଣାମ କରେ, ଯିଏ ଏହି ଭୂମିରେ ଭାରତୀୟ ବୀରତା ଓ ସଂସ୍କୃତିର ଅମର ଗାଥା ଲେଖିଛନ୍ତି । ମୁଁ ବୁନ୍ଦେଲଖଣ୍ଡର ଗର୍ବକୁ ପ୍ରଣାମ କରୁଛି, ସେହି ସାହସୀ ଆଲହା–ଉଦଲ, ଯେଉଁମାନେ ମାତୃଭୂମିର ସୁରକ୍ଷା ପାଇଁ ବଳିଦାନ ଦେଇଛନ୍ତି ଏବଂ ବଳିଦାନର ପ୍ରତୀକ ଅଟନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଝାନସିର ସୂପୂତ ମେଜର ଧ୍ୟାନ ଚାନ୍ଦଙ୍କୁ ମଧ୍ୟ ସ୍ମରଣ କରିଥିଲେ ଏବଂ ହକି କିମ୍ବଦନ୍ତୀଙ୍କ ସର୍ବୋଚ୍ଚ କ୍ରୀଡା ପୁରସ୍କାରର ନାମ ପରିବର୍ତ୍ତନ ବିଷୟରେ କହିଥିଲେ ।
ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଆଜି ଗୋଟିଏ ପଟେ ଆମର ସୈନ୍ୟବାହିନୀର ଶକ୍ତି ବୃଦ୍ଧି ପାଉଛି, ଏଥି ସହିତ ଭବିଷ୍ୟତରେ ଦେଶକୁ ସୁରକ୍ଷା ଦେବା ପାଇଁ ଦକ୍ଷ ଯୁବକମାନଙ୍କ ପ୍ରସ୍ତୁତି ପାଇଁ ମଧ୍ୟ କ୍ଷେତ୍ର ପ୍ରସ୍ତୁତ ହେଉଛି । ଆରମ୍ଭ ହେବାକୁ ଥିବା ୧୦୦ ଟି ସୈନିକ ସ୍କୁଲ ଆଗାମୀ ଦିନରେ ଦେଶର ଭବିଷ୍ୟତକୁ ଶକ୍ତିଶାଳୀ ହାତରେ ଦେବା ପାଇଁ କାର୍ଯ୍ୟ କରିବ । ସେ କହିଛନ୍ତି ଯେ ସରକାର ସୈନିକ ସ୍କୁଲରେ ଝିଅଙ୍କ ନାମଲେଖା ଆରମ୍ଭ କରିଛନ୍ତି । ଚଳିତ ଶିକ୍ଷାବର୍ଷରୁ ୩୩ ସୈନିକ ସ୍କୁଲରେ ବାଳିକାମାନଙ୍କ ନାମଲେଖା ଆରମ୍ଭ ହୋଇସାରିଛି । ରାଣୀ ଲକ୍ଷ୍ମୀବାଇଙ୍କ ପରି ଝିଅମାନେ ମଧ୍ୟ ସୈନିକ ସ୍କୁଲରୁ ବାହାରିବେ, ଯେଉଁମାନେ ଦେଶର ପ୍ରତିରକ୍ଷା, ସୁରକ୍ଷା ଏବଂ ବିକାଶର ଦାୟିତ୍ୱ ନିଜ କାନ୍ଧକୁ ନେବେ ।
ଏନସିସି ପୁରାତନ ଛାତ୍ର ସଂଘର ପ୍ରଥମ ସଦସ୍ୟ ଭାବରେ ପଞ୍ଜୀକୃତ ହୋଇଥିବା ପ୍ରଧାନମନ୍ତ୍ରୀ ସାଥୀ ପୁରାତନ ଛାତ୍ର ମାନଙ୍କୁ ଦେଶର ସେବାରେ ଆଗକୁ ବଢିବାକୁ ଏବଂ ଯଥାସମ୍ଭବ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି ।
ଐତିହାସିକ ଝାନସି ଦୁର୍ଗରେ ଥିବାରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତରେ ବୀରତ୍ୱର ଅଭାବ ନାହିଁ ଓ ଏହା ଯୋଗୁଁ ଭାରତ କୌଣସି ଯୁଦ୍ଧରେ ହାରି ନାହିଁ । ଯଦି ବ୍ରିଟିଶଙ୍କ ପରି ରାଣୀ ଲକ୍ଷ୍ମୀବାଇଙ୍କ ପାଖରେ ସମ୍ବଳ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ଥାଆନ୍ତା, ତେବେ ଦେଶର ସ୍ୱାଧୀନତାର ଇତିହାସ ଭିନ୍ନ ହୋଇଥାନ୍ତା ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୀର୍ଘଦିନ ଧରି ବିଶ୍ୱର ବୃହତ୍ତମ ଅସ୍ତ୍ର ଖରିଦଦାର ଦେଶ ମଧ୍ୟରେ ଭାରତ ରହିଆସିଛି । କିନ୍ତୁ ଆଜି ଦେଶର ମନ୍ତ୍ର ହେଉଛି – ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର ଦ ୱାର୍ଲ୍ଡ । ଆଜି ଭାରତ ନିଜର ସୈନ୍ୟ ଶକ୍ତିକୁ ଆତ୍ମର୍ନିଭରଶୀଳ କରିବା ପାଇଁ କାର୍ଯ୍ୟ କରୁଛି । ଝାନସି ଏହି ଉଦ୍ୟୋଗରେ ଏକ ପ୍ରମୁଖ ଖେଳାଳି ହେବ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାର ପରିବେଶ ସୃଷ୍ଟି କରିବାରେ “ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ’ ଭଳି କାର୍ଯ୍ୟକ୍ରମ ବହୁ ସହାୟକ ହେବ। ସେ କହିଛନ୍ତି ଯେ ଆମର ଜାତୀୟ ନାୟକ ଏବଂ ନାୟିକାମାନଙ୍କ ପାଇଁ ମଧ୍ୟ ସମାନ ଢଙ୍ଗରେ ଉତ୍ସବ ପାଳନ ହେବା ଆବଶ୍ୟକ ।
HS
Happy to be in Jhansi on the Jayanti of Rani Lakshmibai. Watch my speech. https://t.co/9CBKlSjvvF
— Narendra Modi (@narendramodi) November 19, 2021
मैं नमन करता हूं... pic.twitter.com/r008cjQRfy
— Narendra Modi (@narendramodi) November 19, 2021
जो बुंदेलखंड भारत के शौर्य और साहस के लिए जाना जाता था, उसकी पहचान अब भारत के सामरिक सामर्थ्य के प्रमुख केंद्र के तौर पर होगी।
— Narendra Modi (@narendramodi) November 19, 2021
यूपी डिफेंस इंडस्ट्रियल कॉरिडोर के इस अभियान में बुंदेलखंड सारथी की भूमिका निभाने जा रहा है। pic.twitter.com/yyUu5NwlhQ
आज देश का मंत्र है- Make in India, Make for World. pic.twitter.com/RObAAndQbG
— Narendra Modi (@narendramodi) November 19, 2021
आज तो शौर्य और पराक्रम की पराकाष्ठा हमारी रानी लक्ष्मीबाई जी का जन्मजयंती है!
— PMO India (@PMOIndia) November 19, 2021
आज झांसी की ये धरती आज़ादी के भव्य अमृत महोत्सव की साक्षी बन रही है!
और आज इस धरती पर एक नया सशक्त और सामर्थ्यशाली भारत आकार ले रहा है: PM @narendramodi
ये झांसी, रानी लक्ष्मीबाई की ये धरती बोल रही है-
— PMO India (@PMOIndia) November 19, 2021
मैं तीर्थ स्थली वीरों की
मैं क्रांतिकारियों की काशी
मैं हूँ झांसी, मैं हूँ झांसी,
मैं हूँ झांसी, मैं हूँ झांसी: PM @narendramodi
आज, गुरुनानक देव जी की जयंती, कार्तिक पूर्णिमा के साथ साथ देव-दीपावली भी है।
— PMO India (@PMOIndia) November 19, 2021
मैं गुरुनानक देव जी को नमन करते हुये सभी देशवासियों को इन पर्वों की हार्दिक शुभकामनायें देता हूँ: PM @narendramodi
ये धरती रानी लक्ष्मीबाई की अभिन्न सहयोगी रहीं वीरांगना झलकारी बाई की वीरता और सैन्य कौशल की भी साक्षी रही है।
— PMO India (@PMOIndia) November 19, 2021
मैं 1857 के स्वाधीनता संग्राम की उस अमर वीरांगना के चरणों में भी नमन करता हूँ, अपनी श्रद्धांजलि अर्पित करता हूँ: PM @narendramodi
मैं नमन करता हूँ इस धरती से भारतीय शौर्य और संस्कृति की अमर गाथाएँ लिखने वाले चंदेलों-बुंदेलों को, जिन्होंने भारत की वीरता का लोहा मनवाया!
— PMO India (@PMOIndia) November 19, 2021
मैं नमन करता हूँ बुंदेलखण्ड के गौरव उन वीर आल्हा-ऊदल को, जो आज भी मातृ-भूमि की रक्षा के लिए त्याग और बलिदान के प्रतीक हैं: PM @narendramodi
मैं झाँसी के एक और सपूत मेजर ध्यानचंद जी का भी स्मरण करना चाहूँगा, जिन्होंने भारत के खेल जगत को दुनिया में पहचान दी।
— PMO India (@PMOIndia) November 19, 2021
अभी कुछ समय पहले ही हमारी सरकार ने देश के खेलरत्न अवार्ड्स को मेजर ध्यानचंद जी के नाम पर रखने की घोषणा की है: PM @narendramodi
आज एक ओर हमारी सेनाओं की ताकत बढ़ रही है, तो साथ ही भविष्य में देश की रक्षा के लिए सक्षम युवाओं के लिए जमीन भी तैयार हो रही है।
— PMO India (@PMOIndia) November 19, 2021
ये 100 सैनिक स्कूल जिनकी शुरुआत होगी, ये आने वाले समय में देश का भविष्य ताकतवर हाथों में देने का काम करेंगे: PM @narendramodi
हमारी सरकार ने सैनिक स्कूलों में बेटियों के एड्मिशन की शुरुआत की है।
— PMO India (@PMOIndia) November 19, 2021
33 सैनिक स्कूलों में इस सत्र से गर्ल्स स्टूडेंट्स के एड्मिशन शुरू भी हो गए हैं।
सैनिक स्कूलों से रानी लक्ष्मीबाई जैसी बेटियाँ भी निकलेंगी जो देश की रक्षा-सुरक्षा, विकास की ज़िम्मेदारी अपने कंधों पर उठाएंगी: PM
मेरे पीछे ये ऐतिहासिक झांसी का किला, इस बात का जीता जागता गवाह है कि भारत कभी कोई लड़ाई शौर्य और वीरता की कमी से नहीं हारा!
— PMO India (@PMOIndia) November 19, 2021
रानी लक्ष्मीबाई के पास अगर अंग्रेजों के बराबर संसाधन और आधुनिक हथियार होते, तो देश की आज़ादी का इतिहास शायद कुछ और होता: PM @narendramodi
लंबे समय से भारत को दुनिया के सबसे बड़े हथियार खरीदार देशों में गिना जाता रहा है।
— PMO India (@PMOIndia) November 19, 2021
लेकिन आज देश का मंत्र है- Make In India, Make for world.
आज भारत अपनी सेनाओं को आत्मनिर्भर बनाने के लिए काम कर रहा है: PM @narendramodi