Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଏବଂ ରୁଷ୍‌ ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶକେକଠାରେ ୨୬ତମ ଏସସିଓ ଶିଖର ସମ୍ମିଳନୀ ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିଛନ୍ତି । ଏହା ଚଳିତ ବର୍ଷ ସେମାନଙ୍କର ପ୍ରଥମ ସାକ୍ଷାତ। ପୂର୍ବରୁ ଦୁଇ ନେତା ଡିସେମ୍ବର ୨୦୨୫ରେ ଉଭୟ ଦେଶ ମଧ୍ୟରେ ୨୩ତମ ବାର୍ଷିକ ଶିଖର ସମ୍ମିଳନୀ ଅବସରରେ ଦିଲ୍ଲୀରେ ପରସ୍ପରକୁ ସାକ୍ଷାତ କରିଥିଲେ।

ଆଜିର ସାକ୍ଷାତ ଅବସରରେ ଦୁଇ ନେତା ରାଜନୈତିକ, ଆର୍ଥିକ, ପ୍ରତିରକ୍ଷା, ଶକ୍ତି, ମହାକାଶ, ପରିବହନ ଏବଂ ଲୋକସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ପ୍ରଗତି ସମୀକ୍ଷା କରିଥିଲେ। ସେମାନେ ୨୪ ଅଗଷ୍ଟ ୨୦୨୬ରେ ମସ୍କୋରେ ଅନୁଷ୍ଠିତ ୨୭ତମ ଭାରତ-ରୁଷ ଆନ୍ତଃ-ସରକାରୀ ବାଣିଜ୍ୟ, ଆର୍ଥିକ ଏବଂ ସାଂସ୍କୃତିକ ବ୍ୟାପାର କମିଶନର ଫଳାଫଳକୁ ସ୍ୱାଗତ କରିଥିଲେ।

ନେତାମାନେ ବହୁପାକ୍ଷିକ ମଞ୍ଚ, ବିଶେଷକରି ୨୦୨୬ ପାଇଁ ଭାରତର ବ୍ରିକ୍ସ ଅଧ୍ୟକ୍ଷତା କାଳରେ ଭାରତ-ରୁଷ ସମ୍ପର୍କ ଉପରେ ମତ ବିନିମୟ କରିଥିଲେ । ସେମାନେ ପାରସ୍ପରିକ ହିତ ସହ ଜଡ଼ିତ ପ୍ରମୁଖ ଆଞ୍ଚଳିକ ଏବଂ ବିଶ୍ୱ ପ୍ରସଙ୍ଗ ଉପରେ ମଧ୍ୟ ବିଚାର ଆଦାନପ୍ରଦାନ କରିଥିଲେ । ଏଥିରେ ପଶ୍ଚିମ ଏସିଆ କୃଷ୍ଣସାଗର କ୍ଷେତ୍ରରେ ସଂଘର୍ଷ ପ୍ରସଙ୍ଗ ଅନ୍ତର୍ଭୁକ୍ତ ଥିଲା ଯାହା ସାମୁଦ୍ରିକ ବାଣିଜ୍ୟ ଏବଂ ଭାରତୀୟ ନାବିକଙ୍କ ସୁରକ୍ଷା ଓ ନିରାପତ୍ତାକୁ ପ୍ରଭାବିତ କରିଛି। ବିବାଦ ସମାଧାନ ପାଇଁ ଆଗକୁ ବଢ଼ିବା ଆଲୋଚନା କୂଟନୀତି ହେଉଛି ଏକମାତ୍ର ରାସ୍ତା ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ଦୋହରାଇଥିଲେ ।

ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ସୁବିଧାପ୍ରାପ୍ତ ରଣନୀତିକ ସହଭାଗୀତା ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରି ଚାଲିଛି ଏବଂ ଭୂରାଜନୈତିକ ଅନିଶ୍ଚିତତା ପୃଷ୍ଠଭୂମିରେ ସ୍ଥିରତା ଦେଖାଇଛି । ଏହାକୁ ଆହୁରି ସୁଦୃଢ଼ ​​କରିବା ପାଇଁ ଉଭୟ ନେତା ସହମତ ହୋଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ସେ ୨୦୨୬ ସେପ୍ଟେମ୍ବର ୧୨-୧୩ରେ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଭାରତରେ ରାଷ୍ଟ୍ରପତି ପୁତିନଙ୍କୁ ସ୍ୱାଗତ କରିବା ଲାଗି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

*********

PS