Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ, କୋରିଆ ରାଷ୍ଟ୍ରପତି ମିଳିତ ଭାବେ ନୋଏଡ଼ାରେ ମୋବାଇଲ ଫୋନ ନିର୍ମାଣ କାରଖାନାର କଲେ ଉଦ୍ଘାଟନ

ପ୍ରଧାନମନ୍ତ୍ରୀ, କୋରିଆ ରାଷ୍ଟ୍ରପତି ମିଳିତ ଭାବେ ନୋଏଡ଼ାରେ ମୋବାଇଲ ଫୋନ ନିର୍ମାଣ କାରଖାନାର କଲେ ଉଦ୍ଘାଟନ

ପ୍ରଧାନମନ୍ତ୍ରୀ, କୋରିଆ ରାଷ୍ଟ୍ରପତି ମିଳିତ ଭାବେ ନୋଏଡ଼ାରେ ମୋବାଇଲ ଫୋନ ନିର୍ମାଣ କାରଖାନାର କଲେ ଉଦ୍ଘାଟନ

ପ୍ରଧାନମନ୍ତ୍ରୀ, କୋରିଆ ରାଷ୍ଟ୍ରପତି ମିଳିତ ଭାବେ ନୋଏଡ଼ାରେ ମୋବାଇଲ ଫୋନ ନିର୍ମାଣ କାରଖାନାର କଲେ ଉଦ୍ଘାଟନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମିଷ୍ଟର ମୁନ୍ ଜେ-ଇନ୍ ଆଜି ନୋଏଡ଼ାଠାରେ ସାମସଙ୍ଗ ଇଣ୍ଡିଆ ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡ଼ର ଏକ ବୃହତ ମୋବାଇଲ ଫୋନ ବିନିର୍ମାଣ କାରଖାନାକୁ ମିଳିତ ଭାବେ ଉଦ୍ଘାଟନ କରିଛନ୍ତି ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ଭାରତ ପାଇଁ ଏକ ବିଶେଷ ଦିନ । ଏହା ଭାରତକୁ ବିଶ୍ୱର ପ୍ରମୁଖ ବିନିର୍ମାଣ ପେଣ୍ଠରେ ପରିଣତ କରିବା ଦିଗରେ ଏକ ଯାତ୍ରା । ଏହି ବିନିର୍ମାଣ କେନ୍ଦ୍ରରେ ସାମସଙ୍ଗ କମ୍ପାନୀ 5000 କୋଟି ଟଙ୍କା ନିବେଶ କରିବ ବୋଲି ସୂଚାଇ ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ଭାରତ ସହ କେବଳ ଏହି କମ୍ପାନୀର ସଂପର୍କକୁ ସୁଦୃଢ କରିବନାହିଁ ପରନ୍ତୁ ଭାରତ ଏବଂ କୋରିଆ ମଧ୍ୟରେ ସଂପର୍କ ବୃଦ୍ଧି ଦିଗରେ ମଧ୍ୟ ଏହା ବିଶେଷ ସହାୟକ ହେବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଡ଼ିଜିଟାଲ ପ୍ରଯୁକ୍ତି ଏବେ ସାଧାରଣ ଲୋକମାନଙ୍କୁ ଅଧିକ ସରଳ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ କ୍ଷିପ୍ର ତଥା ସ୍ୱଚ୍ଛ କରିଛି । ସ୍ମାର୍ଟ ଫୋନର ସଂପ୍ରସାରଣ, ବ୍ରଡ଼ବ୍ୟାଣ୍ଡ ଓ ଡ଼ାଟା ସଂଯୋଗୀକରଣର ବ୍ୟାପକତା ଭାରତରେ ଡ଼ିଜିଟାଲ ବିପ୍ଳବ ଆଣିଛି । ଏହି ପରିପ୍ରେକ୍ଷୀରେ ସେ ସୂଚାଇଥିଲେ ଯେ ଗଭର୍ଣ୍ଣମେଣ୍ଟ ଇ-ମାର୍କେଟପ୍ଲେସ୍ (ଜିଇଏମ), ଡ଼ିଜିଟାଲ କାରବାରର ବିକାଶ ଏବଂ ଭୀମ ଆପ ଓ ରୂପେ କାର୍ଡ଼ର ପ୍ରଚଳନ ଏହାର ପ୍ରକୃଷ୍ଟ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ମେକ୍ ଇନ୍ ଇଣ୍ଡିଆପ୍ରୟାସ କେବଳ ଏକ ଆର୍ଥିକ ନୀତିର ବ୍ୟବସ୍ଥା ନୁହେଁ, ଏହା ଦକ୍ଷିଣ କୋରିଆ ଭଳି ବନ୍ଧୁରାଷ୍ଟ୍ରଙ୍କ ସହ ଭାରତର ସଂପର୍କକୁ ନିବିଡ଼ କରିବା ଦିଗରେ ମଧ୍ୟ ବିଶେଷ ଭୂମିକା ଗ୍ରହଣ କରିଛି । ଆମେ ସେଇଥିପାଇଁ ସମଗ୍ର ବିଶ୍ୱକୁ ମୁକ୍ତ କଣ୍ଠରେ ଭାରତରେ ନିବେଶ ପାଇଁ ଆହ୍ୱାନ ଜଣାଇଛୁ ସେମାନେ ନୂତନ ଭାରତରେ ସୃଷ୍ଟି ହୋଇଥିବା ସ୍ୱଚ୍ଛ ବ୍ୟବସାୟିକ ବାତାବରଣର ସୁଯୋଗ ନିଅନ୍ତୁ । ଭାରତର କ୍ରମବର୍ଦ୍ଧିଷ୍ଣୁ ଅର୍ଥବ୍ୟବସ୍ଥା ଏବଂ ନବ୍ୟ ମଧ୍ୟମ ବର୍ଗଙ୍କ ଉତ୍ଥାନ ଦେଶରେ ପ୍ରଭୂତ ପୁଞ୍ଜି ନିବେଶର ବାତାବରଣ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଏବେ ସମଗ୍ର ବିଶ୍ୱରେ ମୋବାଇଲ ବିନିର୍ମାଣ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ମାତ୍ର ଚାରି ବର୍ଷ ମଧ୍ୟରେ ଦେଶରେ ମୋବାଇଲ ନିର୍ମାଣକାରୀ କମ୍ପାନୀଙ୍କ ସଂଖ୍ୟା 2 ରୁ ବୃଦ୍ଧିପାଇ 120ରେ ପହଞ୍ଚିଛିଏହାଦ୍ୱାରା ଦେଶରେ ଲକ୍ଷ ଲକ୍ଷ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ନୂତନ ମୋବାଇଲ ଉତ୍ପାଦନ ବ୍ୟବସ୍ଥା ମାଧ୍ୟମରେ କୋରିଆର ପ୍ରଯୁକ୍ତି ଏବଂ ଭାରତୀୟ ଉତ୍ପାଦନଶୈଳୀ ତଥା ସଫ୍ଟୱେର ସହଯୋଗ ସମଗ୍ର ବିଶ୍ୱରେ ଗୁଣାତ୍ମକ ଉତ୍ପାଦ ପହଞ୍ଚାଇପାରିବ । ଉଭୟ ରାଷ୍ଟ୍ରଙ୍କର ଏହା ସାମର୍ଥ୍ୟ ତଥା ସହଭାଗୀତାର ଦୂରଦୃଷ୍ଟି ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ ।

 

**********