Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ନଭେମ୍ବର ୧୭ ତାରିଖରେ ୮୨ତମ ସର୍ବ ଭାରତୀୟ ପ୍ରିଜାଇଡିଂ ଅଫିସର୍ସ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୧୭ ନଭେମ୍ବର, ୨୦୨୧ ରେ ପୂର୍ବାହ୍ନ ୧୦ ଟା ସମୟରେ ୮୨ ତମ ସର୍ବ ଭାରତୀୟ ପ୍ରିଜାଇଡିଂ ଅଫିସର ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ।

ଅଲ ଇଣ୍ଡିଆ ପ୍ରିଜାଇଡିଂ ଅଫିସର୍ସ କନଫରେନ୍ସ (ଏଆଇପିଓସି) ହେଉଛି ଭାରତର ବିଧାନସଭାର ସର୍ବୋଚ୍ଚ ସଂସ୍ଥା ଯିଏ କି ୨୦୨୧ ମସିହାରେ ତାହାର ଶହେ ବର୍ଷ ପୂର୍ତ୍ତି ପାଳନ କରୁଛି । ଏଆଇପିଓସିର ଶହେ ବର୍ଷ ଅବସରରେ ୮୨ତମ ସର୍ବ ଭାରତୀୟ ପ୍ରିଜାଇଡିଂ ଅଫିସର୍ସ ସମ୍ମିଳନୀ ୧୭–୧୮ ନଭେମ୍ବର, ୨୦୨୧ ରେ ଶିମଲାରେ ଅନୁଷ୍ଠିତ ହେଉଛି । ଏହାର ପ୍ରଥମ ସମ୍ମିଳନୀ ୧୯୨୧ ରେ ଶିମଳାରେ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ଲୋକସଭାର ବାଚସ୍ପତି, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟସଭାର ଉପ ସଭାପତି ଉପସ୍ଥିତ ରହିବେ ।

HS