Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ନଭେମ୍ବର ୨୭ ତାରିଖରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କରିବେ


  • ଇନ୍‌ଫିନିଟି କ୍ୟାମ୍ପସ ୨୦୦,୦୦୦ ବର୍ଗଫୁଟର କାର୍ଯ୍ୟକ୍ଷେତ୍ରରେ ପରିବ୍ୟାପ୍ତ ଏକ ଅତ୍ୟାଧୁନିକ କେନ୍ଦ୍ର
  • ଏହି କ୍ୟାମ୍ପସ ଏକାଧିକ ପ୍ରକ୍ଷେପଣ ଯାନର ଡିଜାଇନ, ବିକାଶ, ସମନ୍ୱିତ ଏବଂ ପରୀକ୍ଷଣ ଜରିଆରେ ଭାରତର ନିଜସ୍ୱ ମହାକାଶ କ୍ଷମତାକୁ ବଢ଼ାଇବ
  • ପ୍ରଧାନମନ୍ତ୍ରୀ ସ୍କାଏରୁଟର ପ୍ରଥମ ଅରବିଟାଲ ରକେଟ – ବିକ୍ରମ–୧ର ଉନ୍ମୋଚନ କରିବେ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ନଭେମ୍ବର ସକାଳ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ମହାକାଶ ଷ୍ଟାର୍ଟଅପ ସ୍କାଏରୁଟର ଇନଫିନିଟି କ୍ୟାମ୍ପସର ଉଦ୍‌ଘାଟନ କରିବେ । ସେ ସ୍କାଏରୁଟର ପ୍ରଥମ ଅରବିଟାଲ (କକ୍ଷପଥ) ରକେଟ, ବିକ୍ରମ–୧ ମଧ୍ୟ ଉନ୍ମୋଚନ କରିବେ, ଯାହା କକ୍ଷପଥକୁ ଉପଗ୍ରହ ଉତ୍‌କ୍ଷେପଣ କରିବାର କ୍ଷମତା ରଖିବ ।

ଏହି ଅତ୍ୟାଧୁନିକ କେନ୍ଦ୍ରରେ ଏକାଧିକ ପ୍ରକ୍ଷେପଣ ଯାନ ଡିଜାଇନ, ବିକାଶ, ସମନ୍ୱିତ ଏବଂ ପରୀକ୍ଷଣ ପାଇଁ ପ୍ରାୟ ୨୦୦,୦୦୦ ବର୍ଗଫୁଟର କାର୍ଯ୍ୟକ୍ଷେତ୍ର ରହିବ ଏବଂ ପ୍ରତି ମାସରେ ଗୋଟିଏ କକ୍ଷପଥ ରକେଟ ନିର୍ମାଣ କରିବାର କ୍ଷମତା ରଖିବ ।

ସ୍କାଏରୁଟ ହେଉଛି ଭାରତର ପ୍ରମୁଖ ଘରୋଇ ମହାକାଶ କମ୍ପାନୀ, ଯାହାର ସ୍ଥାପନା ପବସ ଚନ୍ଦନା ଏବଂ ଭରତ ଢ଼ାକାଙ୍କ ଦ୍ୱାରା ହୋଇଥିଲା । ଉଭୟ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନର ପୂର୍ବତନ ଛାତ୍ର ଏବଂ ଇସ୍ରୋର ପୂର୍ବତନ ବୈଜ୍ଞାନିକ ଥିଲେ ଏବଂ ଏବେ ଉଦ୍ୟୋଗୀ । ନଭେମ୍ବର ୨୦୨୨ରେ ସ୍କାଏରୁଟ ଏହାର ସବ୍‌-ଅର୍‌ବିଟଲ ରକେଟ, ବିକ୍ରମ–ଏସ୍ ଲଞ୍ଚ କରିଥିଲା, ଏଥିସହ ମହାକାଶକୁ ରକେଟ ଉତ୍‌କ୍ଷେପଣ କରିଥିବା ପ୍ରଥମ ଭାରତୀୟ ଘରୋଇ କମ୍ପାନୀ ହୋଇଥିଲା ।

ଘରୋଇ ମହାକାଶ ଉଦ୍ୟୋଗଗୁଡିକର ଦ୍ରୁତ ଅଭିବୃଦ୍ଧି ହେଉଛି ଗତ କିଛି ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା କରାଯାଇଥିବା ପରିବର୍ତ୍ତନକାରୀ ସଂସ୍କାରର ସଫଳତାର ପ୍ରମାଣ, ଯାହା ଭାରତର ନେତୃତ୍ୱକୁ ଏକ ଆତ୍ମବିଶ୍ୱାସୀ ଏବଂ ସକ୍ଷମ ବିଶ୍ୱସ୍ତରୀୟ ମହାକାଶ ଶକ୍ତି ଭାବରେ ମଜବୁତ କରିଛି ।

 

SR