ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂଯୁକ୍ତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ମହାମହିମ ଡୋନାଲଡ ଜେ. ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି । ସଂଯୁକ୍ତ ରାଷ୍ଟ୍ର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ତାଙ୍କର ଐତିହାସିକ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଲେ ।
ଦୁଇ ନେତା ପାରସ୍ପରିକ ରୂପରେ ଲାଭକରୀ ଏବଂ ବିଶ୍ୱସନୀୟ ସହଭାଗିତା ଦିଗରେ କାମ କରିବାକୁ ନିଜର ପ୍ରତିବଦ୍ଧତା ଦୋହରାଇଲେ । ନେତାଦ୍ୱୟ ବ୍ୟାପକ ଦ୍ୱିପାକ୍ଷିକ ବୈଶ୍ୱିକ ରଣନୀତିକ ସହଭାଗିତାର ବିଭିନ୍ନ ପଦକ୍ଷେପ ଏବଂ ଏହାକୁ ଆଗକୁ ବଢ଼ାଇବାର ଉପାୟ ଉପରେ ଆଲୋଚନା କଲେ । ଏହା ମଧ୍ୟରେ ପ୍ରାଦ୍ୟୋଗିକୀ, ବ୍ୟାପାର, ନିବେଶ, ଶକ୍ତି ଏବଂ ରକ୍ଷା କ୍ଷେତ୍ର ସାମିଲ ରହିଛି ।
ଉଭୟ ନେତା ପଶ୍ଚିମ ଏସିଆ ଏବଂ ୟୁକ୍ରେନ ସ୍ଥିତି ସହିତ ବୈଶ୍ୱିକ ପ୍ରସଙ୍ଗ ଉପରେ ନିଜସ୍ୱ ସିଦ୍ଧାନ୍ତର ଆଦାନ ପ୍ରଦାନ କଲେ । ବୈଶ୍ୱିକ ଶାନ୍ତି, ସମୃଦ୍ଧି ଏବଂ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ମିଳିମିଶି କାମ କରିବାକୁ ପ୍ରତିବଦ୍ଧତା ଦୋହରାଇଲେ ।
ନେତାମାନେ ସମ୍ପର୍କରେ ରହିବା ସହ ଶୀଘ୍ର ପାରସ୍ପରିକ ରୂପରେ ସୁବିଧାଜନକ ସମୟରେ ଭେଟ ପାଇଁ ସହମତ ବ୍ୟକ୍ତ କରିଥିଲେ ।
SR
Delighted to speak with my dear friend President @realDonaldTrump @POTUS. Congratulated him on his historic second term. We are committed to a mutually beneficial and trusted partnership. We will work together for the welfare of our people and towards global peace, prosperity,…
— Narendra Modi (@narendramodi) January 27, 2025