Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଗସ୍ତ କରିବେ ମଣିପୁର


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 16 ମାର୍ଚ୍ଚ 2018ରେ ମଣିପୁର ଗସ୍ତ କରିବେ ।

ଇମ୍ଫାଲସ୍ଥିତ ମଣିପୁର ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହେବାକୁଥିବା 105ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ । ଉତ୍ତର-ପୂର୍ବାଞ୍ଚଳରେ ଭାରତୀୟ ବିଜ୍ଞାନ କଂଗ୍ରେସର ଏଭଳି ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ଇମ୍ଫାଲ ଦ୍ଵିତୀୟ ସହର ହେବ ।

ମଣିପୁରର ଲୁୱାଙ୍ଗସାଙ୍ଗବଂଠାରେ ପ୍ରଧାନମନ୍ତ୍ରୀ ନବନିର୍ମିତ ଲୁୱାଙ୍ଗପୋକ୍ପା ବହୁମୂଖୀ କ୍ରୀଡା କମ୍ପ୍ଲେକ୍ସ, ରାଣୀ ଗାଇଡିନଲିଉ ପାର୍କ ଏବଂ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହି ଅବସରରେ ସେ ଲୁୱାଙ୍ଗପୋକ୍ପା ବହୁମୂଖୀ କ୍ରୀଡା କମ୍ପ୍ଲେକ୍ସ ପରିସରରେ ଏକାଦିକ୍ରମେ ରାଷ୍ଟ୍ରୀୟ କ୍ରୀଡା ବିଶ୍ଵବିଦ୍ୟାଳୟ, 1000 ଅଙ୍ଗନୱାଡି କେନ୍ଦ୍ର ଏବଂ ଶିକ୍ଷକ, ଡାକ୍ତର ଓ ନର୍ସମାନଙ୍କ ପାଇଁ 19ଟି ଆବାସିକ ପରିସର ତଥା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଆଧାରଶିଳା ରଖିବେ । ପ୍ରଧାନମନ୍ତ୍ରୀ ଇମ୍ଫାଲଠାରେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

***