Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 17ରେ ଆଇଏଆରଆଇର ‘କୃଷି ଉନ୍ନତି ମେଳା’ରେ କୃଷକମାନଙ୍କୁ କରିବେ ସମ୍ବୋଧନ


ଜୈବିକ କୃଷି ପୋର୍ଟାଲର ଉଦ୍ଘାଟନ ଏବଂ 25ଟି କୃଷି ବିଜ୍ଞାନ କେନ୍ଦ୍ରର ଆଧାରଶିଳା ରଖିବେ ପ୍ରଧାନମନ୍ତ୍ରୀ

• କୃଷି କର୍ମଣ ପୁରସ୍କାର ଓ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ କୃଷି ବିଜ୍ଞାନ ପ୍ରୋତ୍ସାହନ ସମ୍ମାନ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 17 ତାରିଖରେ ନୂଆଦିଲ୍ଲୀଠାରେ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ, ଆଇଏଆରଆଇ ପୁସା କ୍ୟାମ୍ପସରେ ହେବାକୁ ଥିବା ବାର୍ଷିକ ‘କୃଷି ଉନ୍ନତି ମେଳା’କୁ ସମ୍ବୋଧିତ କରିବେ । ସେଠାରେ ସେ କୃଷକମାନଙ୍କୁ ଉଦ୍ବୋଧନ ଦେବା ସହିତ ଜୈବିକ କୃଷି ସମ୍ବନ୍ଧିତ ଏକ ପୋର୍ଟାଲ ଉଦ୍ଘାଟନ କରିବେ ଏବଂ 25ଟି କୃଷି ବିଜ୍ଞାନ କେନ୍ଦ୍ରର ଆଧାରଶିଳା ସ୍ଥାପନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ “କୃଷି କର୍ମଣ” ଏବଂ “ଦୀନ ଦୟାଲ ଉପାଧ୍ୟାୟ କୃଷି ବିଜ୍ଞାନ ପ୍ରୋତ୍ସାହନ” ପୁରସ୍କାର ପ୍ରଦାନ କରିବେ ।

ଏହି ମେଳାର ବିଷୟ ବସ୍ତୁ ହେଉଛି “2022 ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବା” । ‘କୃଷି ଉନ୍ନତି ମେଳା’ର ଲକ୍ଷ୍ୟ ହେଉଛି କୃଷକମାନଙ୍କ ମଧ୍ୟରେ କୃଷି ଏବଂ ସହାୟକ ବିଷୟର ଅତ୍ୟାଧୁନିକ ବୈଷୟିକ ଉନ୍ନତି ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ।

କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ନେଇ ବୈଷୟିକ ମଞ୍ଚ, କ୍ଷୁଦ୍ର ଜଳସେଚନକୁ ନେଇ ସିଧାସଳଖ ପ୍ରଦର୍ଶନ, ଶୀଘ୍ର ନଷ୍ଟ ହୋଇଯାଉଥିବା ଜଳର ସଦ୍ବ୍ୟବହାର, ପଶୁ ପାଳନ ଏବଂ ମତ୍ସ୍ୟ ଚାଷ – ଏହି ମେଳାର ପ୍ରମୁଖ ଆକର୍ଷଣ ରହିବ । ମଞ୍ଜି, ସାର ଏବଂ କୀଟନାଶକ ବାବଦରେ ଏହି ମେଳାରେ ମଧ୍ୟ ପୃଥକ ପୃଥକ ମଞ୍ଚ ପ୍ରସ୍ତୁତ କରାଯିବ ।

**********