ପିଏମଇଣ୍ଡିଆ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଚିତ୍ରକୁଟଠାରେ 296 କି.ମି ଦୀର୍ଘ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଏକ୍ସପ୍ରେସୱେ ଫେବୃଆରୀ 2018ରେ ଘୋଷିତ ଉତ୍ତରପ୍ରଦେଶ ପ୍ରତିରକ୍ଷା ଔଦ୍ୟୋଗିକ କରିଡର ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତିର ଅଂଶବିଶେଷ । 14,849 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଏକ୍ସପ୍ରେସୱେ ଦ୍ୱାରା ଚିତ୍ରକୁଟ, ବାନ୍ଦା, ମହୁବା, ହମିରପୁର, ଜାଲୋନ, ଔରେୟା ଏବଂ ଇଟାୱା ଜିଲାବାସୀ ସୁଫଳ ପାଇପାରିବେ । ଏହି କାର୍ଯ୍ୟକ୍ରମରେ ଶନିବାର ସାରାଦେଶରେ 10 ହଜାର କୃଷକ ଉତ୍ପାଦକ ସଂଗଠନ (ଏଫପିଓ)ର ଶୁଭାରମ୍ଭ ମଧ୍ୟ କରାଯାଇଥିଲା । ପ୍ରଧାନମନ୍ତ୍ରୀ ପିଏମ କୃଷକ ଯୋଜନା ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କୁ କିଷାନ କ୍ରେଡିଟ କାର୍ଡ (କେସିସି) ଆବଣ୍ଟନ ପାଇଁ ଅଭିଯାନର ମଧ୍ୟ ଆରମ୍ଭ କରିଥିଲେ ।
ଦେଶରେ ରୋଜଗାର ସୃଷ୍ଟି ପାଇଁ ଅନେକ ପଦକ୍ଷେପ ନେବାକୁ ସରକାରଙ୍କ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ, ପୂର୍ବାଞ୍ଚଳ ଏକ୍ସପ୍ରେସୱେ ତଥା ପ୍ରସ୍ତାବିତ ଗଙ୍ଗା ଏକ୍ସପ୍ରେସୱେ ଦ୍ୱାରା ଉତ୍ତର ପ୍ରଦେଶ ସହ ସଂପର୍କ ବୃଦ୍ଧି ହେବା ସହ ନିଯୁକ୍ତିର ଅନେକ ସୁଯୋଗ ସୃଷ୍ଟି ଏବଂ ଏହା ବଡ ସହରଗୁଡିକରେ ଉପଲବ୍ଧ ସୁବିଧା ସୁଯୋଗ ମଧ୍ୟ ପାଇପାରିବେ ।
ଜମି ପ୍ରଣାଳୀ, ଜାହାଜ ଏବଂ ବୁଡା ଜାହାଜଠାରୁ ଆରମ୍ଭ କରି ଯୁଦ୍ଧ ବିମାନ, ହେଲିକପ୍ଟର, ଯୁଦ୍ଧ ସରଞ୍ଜାମ, ସେନ୍ସର ଭଳି ପ୍ରତିରକ୍ଷା ଉପକରଣଗୁଡିକର ବ୍ୟାପକ ଆବଶ୍ୟକତାଗୁଡିକର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଚଳିତ ବର୍ଷ ବଜେଟରେ ଉତ୍ତର ପ୍ରଦେଶ ପ୍ରତିରକ୍ଷା କରିଡର ପାଇଁ 3700 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେ କହିଥିଲେ ଯେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଦ୍ୱାରା ଉତ୍ତର ପ୍ରଦେଶ ପ୍ରତିରକ୍ଷା କରିଡରକୁ ମଧ୍ୟ ସୁଫଳ ମିଳିବ ।
ଦେଶର କୃଷକମାନଙ୍କ ଆୟ ବୃଦ୍ଧି ଏବଂ ସେମାନଙ୍କର ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ 10 ହଜାର ଏଫପିଓ ତଥା କୃଷକ ଉତ୍ପାଦକ ସଂଗଠନଗୁଡିକର ପ୍ରତିଷ୍ଠା ପାଇଁ ଏକ ଯୋଜନାର ଶୁଭାରମ୍ଭ କରିଥିଲେ । ସେ କହିଥିଲେ ଯେ କୃଷକମାନେ ଯେଉଁମାନେ ଏ ପର୍ଯ୍ୟନ୍ତ ଉତ୍ପାଦନକାରୀ ଥିଲେ ସେମାନେ ଏବେ ଏଫପିଓ ଜରିଆରେ ବ୍ୟବସାୟ ମଧ୍ୟ କରିବେ । କୃଷକମାନଙ୍କ ପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା ଅନେକ ପଦକ୍ଷେପଗୁଡିକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର କୃଷକମାନଙ୍କ କଲ୍ୟାଣ ସଂପର୍କୀତ ସମସ୍ତ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି । ଏଥିରେ ଏମଏସପି, ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ, ୟୁରିଆର ଶତ ପ୍ରତିଶତ ନିମ କୋଟିଙ୍ଗ ଏବଂ ଦଶନ୍ଧି ଦଶନ୍ଧି ଧରି ଅଧା ପନ୍ତରିଆ ଥିବା ସିଞ୍ଚାଇ ପ୍ରକଳ୍ପଗୁଡିକୁ ସଂପୂର୍ଣ୍ଣ କରିବା ଆଦି ସାମିଲ ରହିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଫପିଓ କୃଷକମାନଙ୍କ ପ୍ରଚେଷ୍ଟାକୁ ଦିଗଦର୍ଶନ ଦେବାର ସାହାଯ୍ୟ କରିବ ଯାହା ଫଳରେ ସେମାନେ ନିଜ ଉତ୍ପାଦକୁ ଭଲ ଦାମରେ ବିକ୍ରୟ କରିପାରିବେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଦେଶର 100ରୁ ଅଧିକ ଆକାଂକ୍ଷିତ ଜିଲ୍ଲାଗୁଡିକରେ ଏଫିପିଓଗୁଡିକୁ ପ୍ରୋତ୍ସାହିତ କରିବାର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ପ୍ରତ୍ୟେକ ବ୍ଲକରେ ଅତି କମରେ ଗୋଟିଏ ଲେଖାଏ ଏଫପିଓ ଗଠନ ଅନ୍ତର୍ଭୁକ୍ତ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚିତ୍ରକୁଟ ସହିତ ଉତ୍ତର ପ୍ରଦେଶର ପାଖାପଖି 2 କୋଟି କୃଷକ ପରିବାର ଏକ ବର୍ଷରେ 12 ହଜାର କୋଟି ଟଙ୍କାରୁ ଅଧିକ ପ୍ରାପ୍ତ କରୁଛନ୍ତି, ଏହା କୌଣସି ଭେଦଭାବ ଏବଂ ମଧ୍ୟସ୍ଥି ବିନା ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି । ସେ ଏହାର ତୁଳନା କରିଥିଲେ ଯେତେବେଳେ ବୁନ୍ଦେଲଖଣ୍ଡର କୃଷକମାନଙ୍କ ନାମରେ ହଜାର ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଉଥିଲା, କିନ୍ତୁ ପ୍ରକୃତ ପକ୍ଷେ କୃଷକ ପାଖକୁ କିଛି ମଧ୍ୟ ପହଞ୍ଚୁନଥିଲା । ସେ କହିଥିଲେ ଯେ ପିଏମ-କୃଷକ ଯୋଜନାର ହିତାଧିକାରୀମାନଙ୍କୁ ଏବେ ପିଏମ-ଜୀବନଜ୍ୟୋତି ବୀମା, ପିଏମ-ଜୀବନ ସୁରକ୍ଷା ବୀମା ଯୋଜନାରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଉଛି । ସେ କହିଥିଲେ ଯେ ଏହାଦ୍ୱାରା ବିପଦ ସମୟରେ କୃଷକମାନଙ୍କୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଅର୍ଥ ସୁନିଶ୍ଚିତ କରାଯିବ ।
ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ କୃଷକମାନଙ୍କ ଆୟ ବୃଦ୍ଧି କରିବା ପାଇଁ 16 ସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ସେ କହିଥିଲେ ଯେ ସରକାର ଏହା ମଧ୍ୟ ସୁନିଶ୍ଚିତ କରିବାର ପ୍ରଚେଷ୍ଟା କରୁଛନ୍ତି ଯେ କୃଷକମାନଙ୍କ ଜମିଠାରୁ କିଛି କିଲୋମିଟର ଦୂରରେ ଗ୍ରାମୀଣ ହାଟର ସୁବିଧା ଉପଲବ୍ଧ କରାଯିବ ଯାହା ଜରିଆରେ ସେହି କୃଷକମାନଙ୍କୁ ଦେଶର ଯେ କୌଣସି ବଜାର ସହିତ ଯୋଡା ଯାଇପାରିବ । ଆଗାମୀ ସମୟରେ ଏହି ଗ୍ରାମୀଣ ହାଟ କୃଷି ଅର୍ଥ ବ୍ୟବସ୍ଥାର ନୂତନ କେନ୍ଦ୍ର ହୋଇପାରିବ ବୋଲି ଶ୍ରୀ ମୋଦୀ କହିଥିଲେ ।
*******
बुंदेलखंड को विकास के एक्सप्रेसवे पर ले जाने वाला, 'बुंदेलखंड एक्सप्रेसवे' इस पूरे क्षेत्र के जनजीवन को बदलने वाला सिद्ध होगा। pic.twitter.com/NKBYWK0UVT
— Narendra Modi (@narendramodi) February 29, 2020
हमारे देश में किसानों से जुड़ी जो नीतियां थीं, उन्हें हमारी सरकार ने निरंतर नई दिशा दी है... pic.twitter.com/T0JO8IF301
— Narendra Modi (@narendramodi) February 29, 2020
हाल ही में किसानों के कल्याण के लिए कई महत्वपूर्ण फैसले लिए गए हैं। pic.twitter.com/PP5BOBI2Jn
— Narendra Modi (@narendramodi) February 29, 2020
समूह से शक्ति मिलती है और इसी सामूहिक शक्ति से किसान भी समृद्धि की ओर अग्रसर होंगे। किसानों को उचित दाम दिलाने के लिए अब किसानों की सामूहिक ताकत का उपयोग किया जाएगा। pic.twitter.com/9mLH0gea2k
— Narendra Modi (@narendramodi) February 29, 2020
करीब 15 हज़ार करोड़ रुपए की लागत से बनने वाला ये बुंदेलखंड एक्सप्रेस-वे यहां रोज़गार के हजारों अवसर तैयार करेगा और यहां के सामान्य जन को बड़े-बड़े शहरों जैसी सुविधा से जोड़ेगा: PM @narendramodi
— PMO India (@PMOIndia) February 29, 2020
थोड़ी देर पहले ही यहां देश के किसानों की आय बढ़ाने के लिए, किसानों को सशक्त करने के लिए 10 हज़ार FPO यानि किसान उत्पादक संगठन बनाने की योजना भी लॉन्च की गई है।
— PMO India (@PMOIndia) February 29, 2020
यानि किसान अब तक उत्पादक तो था ही, अब वो FPO के माध्यम से व्यापार भी करेगा: PM @narendramodi
चित्रकूट सहित पूरे यूपी के 2 करोड़ से ज्यादा किसान परिवारों के खाते में भी करीब 12 हज़ार करोड़ रुपए जमा हुए हैं।
— PMO India (@PMOIndia) February 29, 2020
आप कल्पना कर सकते हैं, 12 हज़ार करोड रुपए, सिर्फ एक वर्ष में। वो भी सीधे बैंक खाते में, बिना बिचौलिए के, बिना किसी भेदभाव के: PM @narendramodi
जो साथी पीएम किसान योजना के लाभार्थी हैं, उनको पीएम जीवन ज्योति बीमा और पीएम जीवन सुरक्षा बीमा योजना से भी जोड़ा जा रहा है।
— PMO India (@PMOIndia) February 29, 2020
इससे किसान साथियों को मुश्किल समय में 2 लाख रुपए तक की बीमा राशि सुनिश्चित हो जाएगी: PM @narendramodi
समूह से शक्ति मिलती है और इसी सामूहिक शक्ति से किसान भी समृद्धि की ओर अग्रसर होंगे। किसानों को उचित दाम दिलाने के लिए अब किसानों की सामूहिक ताकत का उपयोग किया जाएगा।
— PMO India (@PMOIndia) February 29, 2020
आज चित्रकूट में जो नए FPO की शुरुआत हुई है, उसके पीछे भी यही भावना है: PM @narendramodi
सरकार ने ये भी तय किया है कि आदिवासी क्षेत्रों और चित्रकूट जैसे देश के 100 से ज्यादा Aspirational Districts- 'आकांक्षी जिलों' में FPOs को अधिक प्रोत्साहन दिया जाए, हर ब्लॉक में कम से कम एक FPO का गठन जरूर किया जाए: PM @narendramodi
— PMO India (@PMOIndia) February 29, 2020
बुंदेलखंड एक्सप्रेस-वे हो, पूर्वांचल एक्सप्रेस-वे हो या फिर प्रस्तावित गंगा एक्सप्रेस-वे, ये यूपी में कनेक्टिविटी तो बढ़ाएंगे ही, रोज़गार के भी अनेक अवसर तैयार करने वाले हैं: PM @narendramodi
— PMO India (@PMOIndia) February 29, 2020
इस साल के बजट में यूपी डिफेंस कॉरिडोर के लिए 3700 करोड़ रुपए का प्रावधान किया गया है।
— PMO India (@PMOIndia) February 29, 2020
इन दोनों योजनाओं का आपस में गहरा नाता है। बुंदेलखंड एक्सप्रेसवे से यूपी डिफेंस कॉरिडोर को भी गति मिलने वाली है: PM @narendramodi