Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପହାର


ଭାରତରେ ଦୀର୍ଘକାଳୀନ ଇହୁଦୀ ଇତିହାସର ସ୍ମୃତି ବହନ କରୁଥିବା କେରଳର ଦୁଇ ସେଟ୍ ବିଶିଷ୍ଟ ସ୍ମାରକୀ କଳାକୃତିର ନକଲ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ।

ଏହି ଉପହାର ଦୁଇଟିରେ ଭିନ୍ନ ଭିନ୍ନ ସେଟ୍ ର ତମ୍ବା ପ୍ଲେଟ୍ ରହିଛି ଯାହା ନବମ ଏବଂ ଦଶମ ଶତାବ୍ଦୀରେ ଖୋଦେଇ ହୋଇଥିବା ବିଶ୍ୱାସ କରାଯାଏ  ।

ପ୍ରଥମ ସେଟ୍ ରେ ତମ୍ବା ପ୍ଲେଟ୍ ଭାରତରେ କୋଚି ଇହୁଦୀମାନଙ୍କ ସ୍ମୃତିବହନ କରିଥାଏ  । ହିନ୍ଦୁ ରାଜା ଚେରାମନ ପେରୁମଲ (ଭାସ୍କର ରବି ବର୍ମା ଭାବେ ପରିଚିତ)ଙ୍କ ଦ୍ୱାରା ଇହୁଦୀ ନେତା ଜୋସେଫ ରାବ୍ବାନଙ୍କୁ ପ୍ରଦାନ କରାଯାଇଥିବା ରାଜକୀୟ ସୁବିଧା ଏବଂ ସ୍ୱତନ୍ତ୍ର ଅଧିକାରର ମାନକ ଭାବେ ଏହାକୁ ଗ୍ରହଣ କରାଯାଉଥିଲା । ପାରମ୍ପରିକ ଇହୁଦୀ ତଥ୍ୟ ଅନୁଯାୟୀ, ଜୋସେଫ ରାବ୍ବାନଙ୍କୁ, କ୍ରାଙ୍ଗାନୋର ସହିତ ସଂଯୁକ୍ତ କିମ୍ବା ଏହା ଅଧୀନରେ ଥିବା ଶିଙ୍ଗଲିର ରାଜା ଭାବେ ଅଭିଷିକ୍ତ କରାଯାଇଥିଲା । କୋଚିନ୍ ଏବଂ ମାଲାବାର ଉପକୂଳର ଅନ୍ୟାନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହେବା ପୂର୍ବରୁ କ୍ରାଙ୍ଗାନୋରରେ  ଶହ ଶହ ବର୍ଷ ପର୍ଯ୍ୟନ୍ତ ଇହୁଦୀମାନଙ୍କୁ ଧାର୍ମିକ ଏବଂ ସାଂସ୍କୃତିକ ସ୍ୱାଧୀନତା ମିଳିଥିଲା । ସ୍ଥାନୀୟ ଇହୁଦୀମାନେ ଏକଦା ପ୍ରତ୍ୟେକ କଫିନ୍ ରେ ସିଙ୍ଗଲି/କ୍ରାଙ୍ଗାନୋର ଭୂମିରୁ ମୁଠାଏ ମାଟି ରଖୁଥିଲେ, କାରଣ ସେମାନେ ଏହାକୁ ପବିତ୍ର ଭୂମି ବା ଦ୍ୱିତୀୟ ଜେରୁଜେଲମ ଭାବେ ଗ୍ରହଣ କରୁଥିଲେ । କୋଚି ମାଟ୍ଟାଂଚେରୀର ପରଦେଶୀ ଇହୁଦୀ ଧର୍ମପୀଠ ସହାୟତାରେ ଏହି ପ୍ଲେଟଗୁଡିକର ଅବିକଳ ନକଲ ପ୍ରସ୍ତୁତ କରାଯାଇଥିଲା ।

ଭାରତରେ ଇହୁଦୀମାନଙ୍କ ବାଣିଜ୍ୟିକ କାରବାରର ସର୍ବପ୍ରାଚୀନ ତଥ୍ୟ ଦ୍ୱିତୀୟ ସେଟ୍ ର ତମ୍ବା ପ୍ଲେଟ୍ ରେ ରହିଛି  । ଏହି ପ୍ଲେଟ୍ ରେ ଥିବା ତଥ୍ୟ ତତ୍କାଳୀନ ସମୟରେ ସ୍ଥାନୀୟ ହିନ୍ଦୁ ରାଜାଙ୍କ ଦ୍ୱାରା ଚର୍ଚ୍ଚକୁ ଦିଆଯାଇଥିବା ଭୂମି ଏବଂ ଟିକସ ସୁବିଧା ଏବଂ କୋଲାମ୍ ରେ ପଶ୍ଚିମ ଏସିଆ ଏବଂ ଭାରତୀୟ ବାଣିଜ୍ୟିକ ସଂଗଠନକୁ ବାଣିଜ୍ୟ ପାଇଁ ମିଳିଥିବା ସୁଯୋଗର ପ୍ରମାଣ ଦେଇଥାଏ । ପଶ୍ଚିମ ଏସୀୟଙ୍କ ମଧ୍ୟରେ ମୁସଲିମ, ଖ୍ରୀଷ୍ଟିଆନ୍, ଜୋରାଷ୍ଟ୍ରିଆନ୍, ଏବଂ ଇହୁଦୀ-ପାର୍ସୀ ଓ ସମ୍ଭବତଃ ଆରବୀୟ ଏବଂ ପହ୍ଲବୀ (ମଧ୍ୟ ପ୍ରୁସିଆ – Middle Persian) ସହ ସମ୍ପୃକ୍ତ ଇହୁଦୀମାନଙ୍କ ଗୋଷ୍ଠୀ ସାମିଲ୍ ଥିଲେ । ଏହି ପ୍ଲେଟ୍ ରେ ସେମାନଙ୍କ ଦସ୍ତଖତ ରହିଛି ଯାହାକୁ ବୋଧହୁଏ ଲିପି ସହିତ ପରିଚିତ ନଥିବା ସ୍ଥାନୀୟ ଚିତ୍ରକରମାନେ ଖୋଦେଇ କରିଥିଲେ । କେରଳର ଥିରୁଭାଲ୍ଲା ଠାରେ ଥିବା ମାଲାଙ୍କାରା ମାର ଥୋମା ସିରିୟାନ୍ ଚର୍ଚ୍ଚର ସହଯୋଗରେ ଏହି ପ୍ଲେଟ୍ ର କଳାକୃତି ମିଳିପାରିଛି ।

ଏଥିସହିତ ପ୍ରଧାନମନ୍ତ୍ରୀ ମଧ୍ୟ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ କେରଳର ପରଦେଶୀ ଇହୁଦୀ ଗୋଷ୍ଠୀ ଦ୍ୱାରା ପ୍ରଦାନ କରାଯାଇଥିବା ତୋରା ସ୍କ୍ରଲ୍ (ଗୁଡ଼ା ହୋଇଥିବା ଚମଡ଼ା କିମ୍ବା ଚାଦରରେ ଥିବା ପ୍ରାଚୀନ ଲେଖା)ପ୍ରଦାନ କରିଥିଲେ  । 1568 ରେ ନିର୍ମିତ କୋଚିର ପରଦେଶୀ ଇହୁଦୀମାନଙ୍କ ଧର୍ମସ୍ଥଳୀକୁ ସମର୍ପିତ ଏହି ପ୍ରାଚୀନ ଲେଖା ଶତାଧିକ ବର୍ଷ ପୂର୍ବରୁ ଲେଖାଯାଇଥିଲା । ଏହି ତୋରା ଏକ କାଠ କେସ ଭିତରେ ରୂପା ଚାଦର ସହିତ ସଂଯୁକ୍ତ ଏବଂ ଏକ ଫୁଲ ଭଳି ଆଳଙ୍କାରିକ ଶୈଳୀର ସୁନା ଚାଦର ଯେଉଁଥିରେ ଚିରାଚରିତ ଦକ୍ଷିଣ ଭାରତୀୟ ଲଣ୍ଠନ ଏବଂ ସଜ୍ଜା ରହିଥିଲା ।

 

**********