ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ହିମାଚଳ ପ୍ରଦେଶର ବିଳାସପୁର ଗସ୍ତରେ ଯିବେ ।
ବିଳାସପୁରଠାରେ ପ୍ରଧାନମନ୍ତ୍ରୀ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ଆଧାରଶିଳା ରଖିବେ । ପ୍ରାୟ 1350 କୋଟି ଟଙ୍କା ବ୍ୟୟରେ 750 ଶଯ୍ୟା ବିଶିଷ୍ଟ ଏହି ଏମ୍ସ ହସ୍ପିଟାଲ ନିର୍ମାଣ କରାଯିବ । ଚିକିତ୍ସା ସେବା ସହିତ ଏହି ହସ୍ପିଟାଲ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ମେଡିକାଲ ଶିକ୍ଷା ପ୍ରଦାନ କରିବ ।
ସେହିପରି ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତ କାଳରେ ଉନାଠାରେ ଏକ ଭାରତୀୟ ସୂଚନା ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (IIIT)ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଙ୍ଗ୍ରା ଜିଲ୍ଲାର କାନ୍ଦ୍ରୋରୀଠାରେ ଭାରତୀୟ ଇସ୍ପାତ ପ୍ରାଧିକରଣର ଏକ ଇସ୍ପାତ ପ୍ରକ୍ରିୟାକରଣ ୟୁନିଟକୁ ମଧ୍ୟ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
ପରିଶେଷରେ ସେ ଏକ ଜନସଭାକୁ ସମ୍ବୋଧିତ କରିବେ ।
PM @narendramodi will visit Bilaspur in Himachal Pradesh today. He will lay the foundation stone for the All India Institute of Medical Sciences (AIIMS), at Bilaspur.
— PMO India (@PMOIndia) October 3, 2017
The 750 bed hospital will be built at a cost of approximately Rs. 1350 crore. In addition to healthcare, it will also provide medical education at the under-graduate and post-graduate level, besides nursing.
— PMO India (@PMOIndia) October 3, 2017
PM @narendramodi will lay the foundation stone for the Indian Institute of Information Technology (IIIT), at Una. PM will also inaugurate a Steel Processing Unit of Steel Authority of India Limited (SAIL), at Kandrori, Kangra. He will later address a public meeting.
— PMO India (@PMOIndia) October 3, 2017