ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜାନୁଆରୀ 19, 2018ରେ ଭାରତୀୟ ଜାତୀୟ ସିନେମା ସଂଗ୍ରହାଳୟର ନୂଆ ଅଟ୍ଟାଳିକାର ଉଦଘାଟନ କରିବେ । ସେ ଜାତୀୟ ସଂଗ୍ରହାଳୟ ପରିଦର୍ଶନ କରିବେ, ଏବଂ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରିବେ ।
ଭାରତୀୟ ଚଳଚ୍ଚିତ୍ରର ସମୃଦ୍ଧି ଇତିହାସ ଏବଂ ଚଳଚ୍ଚିତ୍ରର କ୍ରମବିକାଶରେ ପ୍ରତିଫଳିତ ହୋଇଥିବା ଭାରତର ସାମାଜିକ-ସାଂସ୍କୃତିକ ଇତିହାସକୁ ପ୍ରଦର୍ଶନ କରିବା ଲାଗି ଭାରତୀୟ ସିନେମାର ଜାତୀୟ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି । ସଂଗ୍ରହାଳୟରେ ଭିଜୁଆଲ, ଗ୍ରାଫିକ୍ସ, ଶିଳ୍ପ ଏବଂ ମଲ୍ଟିମିଡିଆ ଉପସ୍ଥାପନା ଜରିଆରେ ଲୋକମାନଙ୍କୁ ଗାଥା-କାହାଣୀ ରୂପରେ ସିନେମାର ଗୋଟିଏ ଶତାବ୍ଦୀର ଅଧିକ ପୁରୁଣା ଇତିହାସର ସୂଚନା ଦିଆଯିବ ।
ଦକ୍ଷିଣ ମୁମ୍ବାଇର ଚଳଚ୍ଚିତ୍ର ଡିଭିଜନ ପରିସରସ୍ଥିତ ଏହି ସଂଗ୍ରହାଳୟ ଦୁଇଟି ଅଟ୍ଟାଳିକାରେ ବିଭାଜିତ, ଗୋଟିଏ ଐତିହାସିକ ଗୁଲଶନ ମହଲ ଏବଂ ଅନ୍ୟଟି ସଂଗ୍ରହାଳୟ ଅଟ୍ଟାଳିକା ।
ସଂଗ୍ରହାଳୟ ଭବନରେ 4ଟି ପ୍ରଦର୍ଶନୀ ହଲ ରହିଛି : ଲେଭଲ 1- ଗାନ୍ଧୀ ଏବଂ ସିନେମା, ଲେଭଲ 2- ଶିଶୁ ଚଳଚ୍ଚିତ୍ର ଷ୍ଟୁଡିଓ, ଲେଭଲ 3- ପ୍ରଯୁକ୍ତି, ସୃଜନଶୀଳତା ଏବଂ ଭାରତୀୟ ସିନେମା ଏବଂ ଲେଭଲ 4- ଦେଶବ୍ୟାପୀ ଚଳଚ୍ଚିତ୍ର । ନୂଆ ସଂଗ୍ରହାଳୟ ଅଟ୍ଟାଳିକାରେ ଦୁଇଟି ପ୍ରେକ୍ଷାଳୟ ରହିଛି, ଯାହା ଡିଜିଟାଲ ଚଳଚ୍ଚିତ୍ର ପ୍ରୋଜେକ୍ଟର ଏବଂ 7.1 ସରାଉଣ୍ଡ ସାଉଣ୍ଡ ସିଷ୍ଟମ ଭଳି ଅତ୍ୟାଧୁନିକ ପ୍ରଯୁକ୍ତି ସମ୍ପନ୍ନ ।
***
Tomorrow evening, I will be in Mumbai to inaugurate the National Museum of Indian Cinema.
— Narendra Modi (@narendramodi) January 18, 2019
This museum will showcase the rich history of Indian cinema and highlight the contribution of cinema in our country's progress.