Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅଭିନନ୍ଦ


2019 ମେ 23 ତାରିଖ ଦିନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟେଲିଫୋନ କଲ କରିଥିଲେ ଏବଂ 2019 ସାଧାରଣ ନିର୍ବାଚନରେ ତାଙ୍କ ଦଳର ବୃହତ୍ ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଆବେଙ୍କୁ ତାଙ୍କ ଶୁଭେଚ୍ଛା ବାର୍ତ୍ତା ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।

ବାର୍ତ୍ତାଳାପ ସମୟରେ ଉଭୟ ନେତା ଗତ 5 ବର୍ଷ ମଧ୍ୟରେ ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଇଥିବା ଦ୍ୱିପାକ୍ଷିକ ସମ୍ପର୍କ ସମ୍ବନ୍ଧରେ ଏବଂ ଶାନ୍ତି, ପ୍ରଗତି ଓ ଉନ୍ନତି ନେଇ ଉଭୟ ଦେଶର ମିଳିତ ଅନ୍ତର୍ଦ୍ଦୁଷ୍ଟି ହାସଲ କରିବା ନିମନ୍ତେ ଭାରତ-ଜାପାନ ମଧ୍ୟରେ ସ୍ୱତନ୍ତ୍ର ରଣନୀତି ଓ ବୈଶ୍ୱିକ ଭାଗିଦାରିତାକୁ ପୁନଶ୍ଚ ଦୃଢ଼ିଭୂତ କରିବା ନେଇ ନିଜର ସଂକଳ୍ପବଦ୍ଧତାକୁ ଦୋହରାଇଥିଲେ ।

ଆଗାମୀ ମାସରେ ଓସାକାଠାରେ ଅନୁଷ୍ଠିତ ହେବାକୁ ଥିବା ଜି20 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ନେଇ ଦୁଇ ପ୍ରଧାନମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

ଚଳିତ ବର୍ଷ ଶେଷବେଳକୁ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଭାରତ ଆସିବାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଆବେଙ୍କୁ ନିମନ୍ତ୍ରଣ କରିଥିଲେ ।

******