Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟେଲିଫୋନ ଯୋଗେ ବଧେଇ ଜଣାଇଲେ ନେପାଳ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ପରେ ନେପାଳ ପ୍ରଧାନମନ୍ତ୍ରୀ ମହାମାନ୍ୟ ଶ୍ରୀ କେ ପି ଶର୍ମା ଓଲି ତାଙ୍କୁ ଟେଲିଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ ଓଲିଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଭାରତ-ନେପାଳ ବନ୍ଧୁତା ତଥା ଘନିଷ୍ଠତାକୁ ଅଧିକ ସୁଦୃଢ଼ କରିବା ଦିଗରେ ଭାରତର ପ୍ରତିବଦ୍ଧତା ପୁନଃପ୍ରକଟ କରିଥିଲେ ।

ଉଭୟ ନେତା ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଏବଂ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ପ୍ରଗତି ଘଟିଥିବା ଘେନି ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ସଂପର୍କକୁ ଅଧିକ ନିବିଡ଼ କରିବା ସକାଶେ ଆଗାମୀ ଦିନରେ ସେମାନେ କାର୍ଯ୍ୟ କରିବା ନିମନ୍ତେ ସେମାନଙ୍କର ଦୃଢ଼ ବଚନବଦ୍ଧତା ପ୍ରକଟ କରିଥିଲେ । ପାରମ୍ପରିକ ଦୃଷ୍ଟିରୁ ଉଭୟ ନେପାଳ ଓ ଭାରତ ମଧ୍ୟରେ ଦୀର୍ଘ ଦିନରୁ ନିବିଡ଼ ସଂପର୍କ ରହିଆସିଛି ଏବଂ ସେମାନେ ବିଭିନ୍ନ କ୍ଷେତ୍ରରେ ପାରସ୍ପରିକ ସହଯୋଗ ଭିତିରେ କାର୍ଯ୍ୟ କରିଆସୁଛନ୍ତି ।

******