ପିଏମଇଣ୍ଡିଆ
ଜାମାଇକା ପ୍ରଧାନମନ୍ତ୍ରୀ ମାନନୀୟ ଆଣ୍ଡ୍ର୍ୟୁ ମାଇକେଲ ହୋଲନେସ ଓଏନ, ଏମପି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ଏବଂ ତାଙ୍କ ଦଳର ଐତିହାସିକ ନିର୍ବାଚନୀ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ମି. ହୋଲନେସଙ୍କୁ ତାଙ୍କ ହୃଦୟଭରା ଶୁଭେଚ୍ଛା ପାଇଁ ଏବଂ ତାଙ୍କ ପୂର୍ବ ଅଭିନନ୍ଦନ ଭରା ଚିଠି ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜଣାଇଥିଲେ । ଭାରତ ଜାମାଇକା ଓ ସମଗ୍ର କାରିବିଆନ ଅଞ୍ଚଳ ସହିତ ସମ୍ପର୍କକୁ ବିଶେଷ ଗୁରୁତ୍ୱ ପ୍ରଦାନ କରୁଥିବା ସେ କହିଥିଲେ । ସେ ସୂଚାଇଥିଲେ ଯେ ଚଳିତ ବର୍ଷ ଆରମ୍ଭରୁ କାରିକମ ବିକାଶ ଅନୁଦାନର ଆନ୍ତର୍ଜାତିକ ଉନ୍ନୟନ ଅଂଶୀଦାର ହେବା ନେଇ ଭାରତର ନିଷ୍ପତ୍ତି ଏହି ଅଞ୍ଚଳ ସହିତ ଗଭୀର ଅର୍ଥନୈତିକ ସହଯୋଗର ଭାବନା ଦ୍ୱାରା ପରିଚାଳିତ ହୋଇଥିଲା ।
ଜାମାଇକା ଓ କାରିବିଆନ ସହିତ ଭାରତର ସମ୍ପର୍କ ବୃଦ୍ଧିକୁ ପ୍ରଧାନମନ୍ତ୍ରୀ ହୋଲନେସ ସ୍ୱାଗତ କରିଥିଲେ । ପାଣିପାଗ ପରିବର୍ତ୍ତନ ଦ୍ୱାରା ଦେଖାଦେଇଥିବା ଆହ୍ୱାନର ଫଳପ୍ରଦ ମୁକାବିଲା ସହିତ ପାରସ୍ପରିକ ସହଯୋଗର ସମସ୍ତ କ୍ଷେତ୍ରରେ ଏହି ସମ୍ପର୍କକୁ ଆହୁରି ଦୃଢ଼ୀଭୂତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମିଶି କାର୍ଯ୍ୟ କରିବା ନେଇ ତାଙ୍କ ପ୍ରବଳ ଆଗ୍ରହକୁ ସେ ପୁଣି ଦୋହରାଇଥିଲେ ।