Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାନ୍ତି ବାର୍ତ୍ତା, ବନ୍ଧକ ମୁକ୍ତିକୁ ସ୍ୱାଗତ କରି ଟ୍ରମ୍ପଙ୍କ ଆନ୍ତରିକ ପ୍ରୟାସକୁ ସମର୍ଥନ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇ ବର୍ଷରୁ ଅଧିକ ସମୟ ବନ୍ଦୀ ରହିବା ପରେ ସମସ୍ତ ବନ୍ଧକଙ୍କ ମୁକ୍ତିକୁ ସ୍ୱାଗତ କରିଛନ୍ତି ସେ କହିଛନ୍ତି ଯେ, ସ୍ୱାଧୀନତା ସେମାନଙ୍କ ପରିବାରର ସାହସ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ଉଦ୍ୟମ ଏବଂ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସଂକଳ୍ପର ପରିଣାମ

ଶ୍ରୀ ମୋଦୀ ଏହି ଅଞ୍ଚଳରେ ଶାନ୍ତି ଆଣିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆନ୍ତରିକ ପ୍ରୟାସକୁ ସମର୍ଥନ ମଧ୍ୟ ଜଣାଇଛନ୍ତି

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

ଦୁଇ ବର୍ଷରୁ ଅଧିକ ସମୟ ଧରି ବନ୍ଦୀ ରହିବା ପରେ ସମସ୍ତ ବନ୍ଧକଙ୍କ ମୁକ୍ତିକୁ ଆମେ ସ୍ୱାଗତ କରୁଛୁ ସେମାନଙ୍କ ସ୍ୱାଧୀନତା ସେମାନଙ୍କ ପରିବାରର ସାହସ, ରାଷ୍ଟ୍ରପତି ଟ୍ରମ୍ପଙ୍କ ଅଟଳ ଶାନ୍ତି ପ୍ରୟାସ ଏବଂ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଦୃଢ଼ ସଂକଳ୍ପର ପ୍ରତୀକ ଆମେ ଏହି ଅଞ୍ଚଳରେ ଶାନ୍ତି ଆଣିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆନ୍ତରିକ ପ୍ରୟାସକୁ ସମର୍ଥନ କରୁଛୁ

@POTUS

@realDonaldTrump

@netanyahu”

 

SR