Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଯବାନଙ୍କ ସହ ଉତ୍ତରାଖଣ୍ଡର ହର୍ଶିଲରେ ପାଳିଲେ ଦୀପାବଳି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ହର୍ଶଲିଠାରେ ଯବାନମାନଙ୍କ ସହ ଦୀପାବଳି ପାଳିଛନ୍ତି
ଏହି ଅବସରରେ ସେ ଯବାନମାନଙ୍କୁ ଶୁଭକାମନା ଜଣାଇ କହିଲେ, ସୁଦୂର ବରଫାବୃତ ଶିଖରରେ ଆପଣମାନେ ଦେଶକୁ ସୁରକ୍ଷା ଦେଉଛନ୍ତି, ଏହା ହିଁ ଆପଣଙ୍କ କର୍ତ୍ତବ୍ୟ ଯାହାକି 125 କୋଟି ଭାରତୀୟଙ୍କ ଭବିଷ୍ୟତ ଓ ସ୍ୱପ୍ନକୁ ପୂରଣ କରିବାରେ ସକ୍ଷମ ହୋଇଛି । ସେ କହିଲେ, ଦୀପାବଳି ଆଲୋକର ପର୍ବ, ଏହା ଦୟା ଓ ସକରାତ୍ମକ ଭାବନାର ପ୍ରଚାର କରିବା ସହ ଭୟକୁ ଦୂରେଇଥାଏ । ଆପଣ ଯବାନମାନେ ପ୍ରତିବଦ୍ଧତା ଓ ଅନୁଶାସନର ମାଧ୍ୟମରେ ସାଧାରଣ ଲୋକଙ୍କ ମନରେ ସୁରକ୍ଷା ଓ ନିର୍ଭୟର ଭାବନାକୁ ଉଦ୍ରେକ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଅତୀତକୁ ସ୍ମରଣ କରି କହିଲେ, ସେ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେବେଠାରୁ ଯବାନମାନଙ୍କ ସହ ଦୀପାବଳି ପାଳୁଛନ୍ତି । ସେ କିଛି ବର୍ଷ ପୂର୍ବେ କୈଳାସ ମାନସରୋବର ଯାତ୍ରା ସମୟର ଆଇଟିବିପି ଯବାନମାନଙ୍କ ସହ ହୋଇଥିବା ଭାବର ଆଦାନପ୍ରଦାନକୁ ମନେ ପକାଇଥିଲେ ।

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ି ଚାଲିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ସେ ପୂର୍ବତନ ସୈନିକମାନଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ, ଯଥା ଓଆରଓପି (ୱାନ ରେଙ୍କ୍, ୱାନ ପେନସନ) ସମେତ ଅନେକ ପଦକ୍ଷେପ ପ୍ରସଙ୍ଗରେ ମତ ରଖିଥିଲେ ।

ଜାତିସଂଘର ଶାନ୍ତି ରକ୍ଷା ସଞ୍ଚାଳନ ଦ୍ୱାରା ଭାରତୀୟ ଯବାନମାନଙ୍କୁ ଅନେକ ପ୍ରଶଂସା ମିଳିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଯବାନମାନଙ୍କୁ ମିଷ୍ଟାନ୍ନ ପ୍ରଦାନ କରିଥିଲେ । ଦୀପାବଳି ଅବସରରେ ତାଙ୍କୁ ଶୁଭେଚ୍ଚା ଜଣାଇବାକୁ ପାଖଆଖ ଗ୍ରାମରୁ ଆସିଥିବା ଲୋକମାନଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ ।

**********