Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ଉତ୍ସର୍ଗ କଲେ ଜାତୀୟ ପୁଲିସ ସ୍ମାରକ: ସୁବାସ ଚନ୍ଦ୍ର ବୋଷଙ୍କ ନାମରେ ପୁରସ୍କାର ଘୋଷଣା

ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ଉତ୍ସର୍ଗ କଲେ ଜାତୀୟ ପୁଲିସ ସ୍ମାରକ: ସୁବାସ ଚନ୍ଦ୍ର ବୋଷଙ୍କ ନାମରେ ପୁରସ୍କାର ଘୋଷଣା

ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ଉତ୍ସର୍ଗ କଲେ ଜାତୀୟ ପୁଲିସ ସ୍ମାରକ: ସୁବାସ ଚନ୍ଦ୍ର ବୋଷଙ୍କ ନାମରେ ପୁରସ୍କାର ଘୋଷଣା

ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ଉତ୍ସର୍ଗ କଲେ ଜାତୀୟ ପୁଲିସ ସ୍ମାରକ: ସୁବାସ ଚନ୍ଦ୍ର ବୋଷଙ୍କ ନାମରେ ପୁରସ୍କାର ଘୋଷଣା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଲିସ ସ୍ମୃତି ଦିବସ ଅବସରରେ ଜାତୀୟ ପୁଲିସ ସ୍ମାରକକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟଧାରାରେ ସଂପୃକ୍ତ ପୁଲିସ ଏବଂ ସଂସଦ ସୁରକ୍ଷା ବାହିନୀଙ୍କୁ ସମ୍ମାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ନାମରେ ଏକ ପୁରସ୍କାର ଘୋଷଣା କରିଛନ୍ତି । ବିପତ୍ତି ସମୟରେ ଜନସାଧାରଣଙ୍କ ଜୀବନ ବଂଚାଇବା ଲାଗି ଅଦମ୍ୟ ସାହାସିକତା ପ୍ରଦର୍ଶନର ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯିବ ।

ଶହୀଦମାନଙ୍କୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପୁଲିସ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ହଟସ୍ପ୍ରିଙ୍ଗ ଘଟଣାରେ ରକ୍ଷା ପାଇଯାଇଥିବା 3 ଜଣ ସଦସ୍ୟଙ୍କୁ ସେ ସମ୍ମାନିତ କରିଥିଲେ । ସେ ମଧ୍ୟ ଜାତୀୟ ପୁଲିସ ସ୍ମାରକୀ ସଂଗ୍ରହାଳୟର ଉଦଘାଟନ କରିବା ସହ ପରିଦର୍ଶକ ପୁସ୍ତିକାରେ ସ୍ୱାକ୍ଷର କରିଥିଲେ ।

ଏହି ଅବସରରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ପୁଲିସମାନଙ୍କର ସାହସ ଏବଂ ତ୍ୟାଗକୁ ସାଲ୍ୟୁଟ କରିଥିଲେ । ଲଦାଖର ହଟ ସ୍ପ୍ରିଙ୍ଗଠାରେ ବୀରତାର ସହ ଲଢ଼େଇ କରିଥିବା ସାହାସୀ ପୁଲିସମାନଙ୍କର ତ୍ୟାଗକୁ ସ୍ମରଣ କରିବା ସହ ସେ ସେମାନଙ୍କର ପରିବାର ଏବଂ ସମ୍ପର୍କୀୟଙ୍କୁ ସମ୍ମାନିତ କରିଥିଲେ ।

ଜାତୀୟ ପୁଲିସ ସ୍ମାରକକୁ ଉତ୍ସର୍ଗ କରିବା ଅବସରରେ ଖୁସି ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ସ୍ମାରକର କେନ୍ଦ୍ରୀୟ ମୂର୍ତ୍ତିକଳା ପୁଲିସ ବାହିନୀର ସାମର୍ଥ୍ୟ, ସାହସ ଏବଂ ସେବା ମନୋଭାବକୁ ସୂଚାଇଥାଏ । ସେ ପୁନଶ୍ଚ କହିଲେ ଯେ ଜାତୀୟ ପୁଲିସ ସ୍ମାରକର ଉଦ୍ଦେଶ୍ୟ ହେଉଛି ଏହା ନାଗରିକମାନଙ୍କୁ ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ସାହାସିକତା ସମ୍ବନ୍ଧରେ ଅନୁପ୍ରାଣିତ ତଥା ଶିକ୍ଷିତ କରିବା ।

ସେ କହିଲେ ଯେ ସମ୍ପ୍ରତି ଦେଶ ଉପଭୋଗ କରୁଥିବା ଶାନ୍ତି, ସୁରକ୍ଷା ତଥା ସମୃଦ୍ଧି ପୁଲିସ, ଅର୍ଦ୍ଧସାମରିକ ବାହିନୀ, ସଂସଦ ସୁରକ୍ଷା ବଳ ତଥା ସଶସ୍ତ୍ର ବାହିନୀଙ୍କ ତ୍ୟାଗ ତଥା ନିୟମିତ ପ୍ରୟାସ ଯୋଗୁ ସମ୍ଭବ ହୋଇପାରିଛି । ପ୍ରଧାନମନ୍ତ୍ରୀ ମଧ୍ୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ଯୋଗଦାନ ଓ ତ୍ୟାଗ ସମ୍ବନ୍ଧରେ ସ୍ମରଣ କରିଥିଲେ ।

ଜାତୀୟ ପୁଲିସ ସ୍ମାରକ ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ସ୍ମାରକକୁ ଏନଡିଏ ସରକାର ଗୁରୁତ୍ୱ ପ୍ରଦାନ କରିଥିଲେ ଏବଂ ଏହା ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇଛି । ସେ କହିଲେ ଯେ ଯେଉଁ ବ୍ୟକ୍ତିମାନେ ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ସେମାନଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦର୍ଶନ କରିବା ନେଇ ସରକାରଙ୍କ ଅନ୍ତର୍ଦୃଷ୍ଟିକୁ ଏହି ସ୍ମାରକ ସୂଚାଇଥାଏ ।

ପ୍ରାଦ୍ୟୋଗିକୀର ଭୂମିକାକୁ ଗୁରୁତ୍ୱାରୋପ କରି ପୁଲିସମାନେ ସେମାନଙ୍କ ଦୈନଦିନ କର୍ତ୍ତବ୍ୟ ନିର୍ବାହ କରିବାରେ ପ୍ରାଦ୍ୟୋଗିକୀ ଏବଂ ନବାଚାର ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ପୁଲିସ ବାହିନୀକୁ  ଅନୁପ୍ରେରିତ କରିଥିଲେ । ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ପୁଲିସ ବାହିନୀ ଯୋଜନା (ଏମପିଏଫ)ର ଆଧୁନିକୀକରଣ ସମ୍ବନ୍ଧରେ ପ୍ରକାଶ କରିଥିଲେ, ଯାହାକି ବୈଷୟିକ ଜ୍ଞାନକୌଶଳ, ଅତ୍ୟାଧୁନିକ ଯୋଗାଯୋଗ ପ୍ରକ୍ରିୟା ଏବଂ ଅତ୍ୟାଧୁନିକ ଯନ୍ତ୍ରପାତି ମାଧ୍ୟମରେ ପୁଲିସ ବାହିନୀର ଆଧୁନିକୀକରଣ କରୁଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ପୁଲିସ ଓ ସମାଜ ମଧ୍ୟରେ ସମ୍ବନ୍ଧକୁ ସୁଦୃଢ଼ କରିବା ପାଇଁ ପୁଲିସ ବାହିନୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ଅଛି । ଏ ସମ୍ବନ୍ଧରେ ପୁଲିସ ଷ୍ଟେସନମାନଙ୍କରେ ନାଗରିକମାନଙ୍କ ପାଇଁ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ଜାତୀୟ ପୁଲିସ ସ୍ମାରକୀରେ ରହିଛି – ମୂର୍ତ୍ତିକଳା, ଏବଂ କର୍ତ୍ତବ୍ୟ ପାଳନ କରିବା ସମୟରେ ଶହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କ ନାମ ଉଲ୍ଲଖିତ ଏକ ସାହାସିକତା ସ୍ତମ୍ଭ ଏବଂ ଦେଶୀୟ ଶୈଳୀରେ ନିର୍ମିତ ଏକ ସଂଗ୍ରହାଳୟ ଯାହାକି ଶହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ।

 

**********