ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଜୀଙ୍କୁ ତାଙ୍କର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ଗଣତନ୍ତ୍ରର ଏହି ଐତିହାସିକ ମାଇଲଖୁଣ୍ଟ ହେଉଛି ଜନସାଧାରଣଙ୍କ ଅପାର ଆଶୀର୍ବାଦ ଏବଂ ସ୍ନେହର ଫଳାଫଳ ।
ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଆମେ ସମସ୍ତେ ଏକ ବିକଶିତ, ଆତ୍ମନିଭରଶୀଳ ଏବଂ ସମୃଦ୍ଧ ଭାରତ ଗଠନ କରିବାର ସଂକଳ୍ପକୁ ଆଗକୁ ବଢ଼ାଇବୁ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;
“ମାନନୀୟ ଓମ୍ ବିର୍ଲା ଜୀ ଆପଣଙ୍କ ସ୍ନେହଭରା ଶୁଭକାମନା ପାଇଁ ବହୁତ ବହୁତ ଧନ୍ୟବାଦ । ଭାରତୀୟ ଗଣତନ୍ତ୍ରର ଏହି ଐତିହାସିକ ମାଇଲଖୁଣ୍ଟ ଜନସାଧାରଣଙ୍କ ଅପାର ଆଶୀର୍ବାଦ ଏବଂ ସ୍ନେହର ଫଳାଫଳ । ମିଳିତ ଭାବରେ ଆମେ ଏକ ବିକଶିତ, ଆତ୍ମନିର୍ଭରଶୀଳ ତଥା ସମୃଦ୍ଧ ଭାରତ ଗଠନ ପାଇଁ ଆମର ସଂକଳ୍ପରେ ଅଧିକ ନିଷ୍ଠା ସହ ଆଗକୁ ବଢ଼ିବା ।
@ombirlakota”
SR
आपकी स्नेहिल शुभकामनाओं के लिए बहुत-बहुत आभार माननीय ओम बिरला जी। भारतीय लोकतंत्र में यह ऐतिहासिक पड़ाव जनता-जनार्दन के अपार आशीर्वाद और अपनत्व का सुपरिणाम है। हम सभी मिलकर विकसित, आत्मनिर्भर और समृद्ध भारत के निर्माण के संकल्प को और अधिक दृढ़ता के साथ आगे बढ़ाते रहेंगे।… https://t.co/8FsCitrxYm
— Narendra Modi (@narendramodi) June 10, 2026