ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରଟର ଲିମ୍ବାୟତରେ ସୁରଟ ଖାଦ୍ୟ ସୁରକ୍ଷା ସଂତୃପ୍ତି ଯୋଜନା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଜାତୀୟ ଖାଦ୍ୟ ନିରାପତ୍ତା ଆଇନର ୨.୩ ଲକ୍ଷରୁ ଅଧିକ ଲାଭାର୍ଥୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଲାଭ ବିତରଣ କରିଛନ୍ତି । ଉପସ୍ଥିତ ସମାବେଶକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସୁରଟ ସହରର କାର୍ଯ୍ୟ ଓ ସେବା ମନୋଭାବର ଦୃଢ଼ ଭିତ୍ତିକୁ ଉଦାହରଣ ଦେଇ ଏହା ସହରର ଅଦ୍ୱିତୀୟ ଭାବନା ଏବଂ କେବେ ଭୁଲିହେବନି ବୋଲି କହିଥିଲେ ।
ଶ୍ରୀ ମୋଦୀ କହିଥିଲେ, ସୁରଟ ଏହାର ପାରସ୍ପରିକ ସହଯୋଗ ଓ ପ୍ରଗତିର ସଂସ୍କୃତି ପାଇଁ ପରିଚିତ, ଯେଉଁଠି ପ୍ରତ୍ୟେକ ବ୍ୟକ୍ତି ପାରସ୍ପରିକ ଲାଭ ପାଇଁ କାମ କରିଥାନ୍ତି । ସୁରଟର ପ୍ରତ୍ୟେକ କୋଣ ଅନୁକୋଣରେ ଏହି ଭାବ ଦୃଶ୍ୟମାନ ବୋଲି ସେ ଗୁରୁତ୍ୱ ଦେଇଥିଲେ । ସହରରେ ଏହି ଭାବନାକୁ ପ୍ରୋତ୍ସାହିତ କରିବା ସହ ବୃଦ୍ଧି କରିବା, ଏକତାକୁ ବଢ଼ାଇବା ଏବଂ ସମସ୍ତଙ୍କ ଅଭିବୃଦ୍ଧି ପାଇଁ ଆଜିର ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ । ଶ୍ରୀ ମୋଦୀ କହିଥିଲେ, ‘ସୁରଟ ଗୁଜରାଟ ଓ ଭାରତରେ ଏକ ଅଗ୍ରଣୀ ସହର ଏବଂ ଏବେ ଖାଦ୍ୟ ଓ ପୋଷଣ ନିରାପତ୍ତାକୁ ନିଶ୍ଚିତ କରିବା ଦିଗରେ ମଧ୍ୟ ଏହା ଆଗରେ ରହିଛି । ସହରରେ ଶୁଭାରମ୍ଭ ହୋଇଥିବା ଖାଦ୍ୟ ସୁରକ୍ଷା ସଂତୃପ୍ତି ଯୋଜନା ଦେଶର ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ପ୍ରେରଣା ହେବ ।”
ଶ୍ରୀ ମୋଦୀ ଗୁରୁତ୍ୱ ଦେଇଥିଲେ, ଏହି ଅଭିଯାନ ଏହା ନିଶ୍ଚିତ କରିବ ଯେ କେହି ଯେପରି ବାଦ୍ ପଡ଼ିବେନି, କେହି ଠକେଇର ଶିକାର ହେବେନି ଏବଂ କୌଣସି ପାତରଅନ୍ତର ହେବନାହିଁ । ଏହା ତୁଷ୍ଟିକରଣରୁ ବହୁ ଆଗକୁ ଯିବ ଏବଂ ସମସ୍ତଙ୍କ ସନ୍ତୁଷ୍ଟିକୁ ଗୁରୁତ୍ୱ ଦେବ । ଶ୍ରୀ ମୋଦୀ କହିଥିଲେ, “ଯେତେବେଳେ ସରକାର ହିତାଧିକାରୀଙ୍କ ଦ୍ୱାରରେ ପହଞ୍ଚିବେ, କେହି ବାଦ୍ ପଡ଼ିବେ ନାହିଁ । ସମସ୍ତଙ୍କୁ ଲାଭ ଦେବାର ପ୍ରତିବଦ୍ଧତାରେ ବ୍ୟବସ୍ଥାକୁ ଶୋଷଣ କରୁଥିବା ବ୍ୟକ୍ତିମାନଙ୍କୁ ଦୂରରେ ରଖାଯିବ ।”
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ଖାଦ୍ୟ ନିରାପତ୍ତା ସଂତୃପ୍ତ ଯୋଜନାରେ ସୁରଟ ପ୍ରଶାସନ ୨.୫ ଲକ୍ଷ ନୂତନ ହିତାଧିକାରୀଙ୍କୁ ଚିହ୍ନଟ କରିଛି । ସେମାନଙ୍କ ମଧ୍ୟରେ ବିଶେଷ କରି ବୟସ୍କା ମହିଳା, ବୟସ୍କ ପୁରୁଷ, ବିଧବା ଏବଂ ଦିବ୍ୟାଙ୍ଗଜନଙ୍କୁ ଗୁରୁତ୍ୱ ଦିଆଯାଇଛି । ଏହି ନୂତନ ପରିବାରର ସଦସ୍ୟମାନେ ଏଣିକି ମାଗଣା ରାସନ ଏବଂ ପୋଷଣଯୁକ୍ତ ଖାଦ୍ୟ ପାଇବେ । ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନାରେ ସାମିଲ ହୋଇଥିବାରୁ ସମସ୍ତ ନୂତନ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ, ଖାଦ୍ୟ ପାଇଁ ଗରିବଙ୍କ କଷ୍ଟ ବାବଦରେ ବହିରୁ ଶିକ୍ଷା ମିଳେ ନାହିଁ, ବରଂ ଅଭିଜ୍ଞତାରୁ ଜାଣିହୁଏ । ସେ କହିଥିଲେ, “ତେଣୁ ବିଗତ ବର୍ଷ ମାନଙ୍କରେ ସରକାର ଆବଶ୍ୟକ କରୁଥିବା ଲୋକମାନଙ୍କ ପାଇଁ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବା ଦିଗରେ ଗୁରୁତ୍ୱ ଦେଇଛନ୍ତି । ସରକାର ଗରିବଙ୍କ ସହ ସଚ୍ଚା ସହଯୋଗୀ ଓ ସେବକ ଭାବେ ଛିଡ଼ା ହୋଇଛନ୍ତି ।” କୋଭିଡ-୧୯ ମହାମାରୀ ସମୟରେ ଯେତେବେଳେ ଦେଶ ପାଇଁ ସହାୟତାର ଆବଶ୍ୟକତା ଥିଲା ଗରିବଙ୍କ ରୋଷେଇଘରେ ଯେପରି ରୋଷେଇ ଜାରି ରହିବ ସେଥିପାଇଁ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ । ବିଶ୍ୱରେ ସର୍ବବୃହତ ଏବଂ ଏହି ସ୍ୱତନ୍ତ୍ର ଯୋଜନା ଏବେ ବି ଜାରି ରହିଛି । ଗୁଜରାଟ ସରକାର ଆୟର ସୀମା ବୃଦ୍ଧି କରି ଅଧିକ ହିତାଧିକାରୀ ଲାଭ ପାଇବାର ବ୍ୟବସ୍ଥା କରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଗରିବଙ୍କ ରୋଷେଇ ଘରେ ଚୁଲା ଜଳିବା ପାଇଁ ସରକାର ବାର୍ଷିକ ୨.୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।
ଭାରତର ବିକାଶ ଯାତ୍ରାରେ ପୋଷଣଯୁକ୍ତ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉଲ୍ଲେଖ କରି ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ଦେଶର ପ୍ରତ୍ୟେକ ପରିବାରକୁ ଯଥେଷ୍ଟ ପୋଷଣଯୁକ୍ତ ଖାଦ୍ୟ ଉପଲବ୍ଧ କରାଇବା, ଯଦ୍ୱାରା କି ରକ୍ତହୀନତା ଓ କୁପୋଷଣ ସମସ୍ୟା ଦୂର ହୋଇପାରିବ । ଶ୍ରୀ ମୋଦୀ କହିଥିଲେ, “ପିଏମ୍ ପୋଷଣ ଯୋଜନା ଅଧୀନରେ ପ୍ରାୟ ୧୨ କୋଟି ସ୍କୁଲ ପିଲାଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଇ ଦିଆଯାଉଛି । ସକ୍ଷମ ଅଙ୍ଗନବାଡ଼ି କାର୍ଯ୍ୟକ୍ରମରେ ଛୋଟ ପିଲା, ମା’ ଏବଂ ଗର୍ଭବତୀ ମହିଳାମାନଙ୍କ ପୋଷଣକୁ ଗୁରୁତ୍ୱ ଦିଆଯାଉଛି । ଅତିରିକ୍ତ ଭାବେ ପିଏମ୍ ମାତୃ ବନ୍ଦନା ଯୋଜନାରେ ଗର୍ଭବତୀ ମହିଳାମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ପାଇଁ ଆଥ;ିକ ସହାୟତା ଯୋଗାଇ ଦିଆଯାଉଛି” ।
ପୋଷଣ କେବଳ ଖାଦ୍ୟ ସହ ଜଡ଼ିତ ନୁହେଁ, ବରଂ ସ୍ୱଚ୍ଛତା ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସ୍ୱଚ୍ଛତା ବଜାୟ ରଖିବା ଦିଗରେ ସୁରଟର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ । ସେ ଆହୁରି କହିଥିଲେ, “ଦେଶର ପ୍ରତ୍ୟେକ ସହର ଏବଂ ଗ୍ରାମ ଯେପରି ଦୁର୍ଗନ୍ଧମୁକ୍ତ ହୋଇପାରିବେ, ସେ ଦିଗରେ ସରକାରଙ୍କ କ୍ରମାଗତ ପ୍ରଚେଷ୍ଟା ଜାରି ରହିଛି । ଗ୍ରାମାଞ୍ଚଳରେ ରୋଗ ହ୍ରାସ କରିବା ଦିଗରେ ସ୍ୱଚ୍ଛ ଭାରତ ଅଭିଯାନ ସହାୟକ ହୋଇଥିବା ବୈଶ୍ୱିକ ସଙ୍ଗଠନ ଗୁଡ଼ିକ ସହମତ ହୋଇଛନ୍ତି ।” ଶ୍ରୀ ସି ଆର ପାଟିଲଙ୍କ ନେତୃତ୍ୱରେ ଚାଲିଥିବା ‘ହର୍ ଘର୍ ଜଲ୍’ ଅଭିଯାନର ଗୁରୁତ୍ୱକୁ ମଧ୍ୟ ସେ ଉଲ୍ଳେଖ କରିଥିଲେ । ଏହାର ଉଦେ୍ଦା୍ୟ ପ୍ରତ୍ୟେକ ଘକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା, ଯଦ୍ୱାରାକି ବିଭିନ୍ନ ରୋଗର ପ୍ରଭାବ ହ୍ରାସ ହୋଇପାରିବ ।
ସରକାରଙ୍କ ମାଗଣା ରାସନ ଯୋଜନାର ଉଲ୍ଲେଖନୀୟ ପ୍ରଭାବକୁ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱୀକାର କରିଥିଲେ, ଯାହାକି ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସହଜ କରିଛି । ସେ ସୂଚାଇଥିଲେ କି ଏବେ ପ୍ରକୃତ ହିତାଧିକାରୀମାନେ ହିଁ ସେମାନଙ୍କ ସମ୍ପୂର୍ଣ୍ଣ ରାସନ ଭାଗ ପାଉଛନ୍ତି, ଯାହାକି ୧୦ ବର୍ଷ ତଳେ ସମ୍ଭବ ହୋଇପାରୁନଥିଲା । ସରକାର ୫ କୋଟିରୁ ଅଧିକ ଜାଲ୍ ରାସନ କାର୍ଡଧାରୀଙ୍କୁ ତାଲିକାରୁ ହଟାଇଛନ୍ତି ଏବଂ ରାସନ ବଣ୍ଟନ ବ୍ୟସ୍ଥାକୁ ଆଧାର କାର୍ଡ ସହ ଯୋଡ଼ିଥିବା ସେ କହିଥିଲେ । ପୂର୍ବରୁ ସୁରଟରେ ଦାଦନ ଶ୍ରମିକମାନେ ଅନ୍ୟ ରାଜ୍ୟରୁ ସେମାନଙ୍କ ରାସନ କାର୍ଡ ଦ୍ୱାରା ରାସନ ପାଉନଥିବା କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଶ୍ରୀ ମୋଦୀ କହିଥିଲେ, “ୱାନ ନେସନ୍, ୱାନ ରାସନ କାର୍ଡ ଯୋଜନା ଲାଗୁ ହେବା ପରେ ଜଣେ ବ୍ୟକ୍ତିର ରାସନ କାର୍ଡ ଯେକୌଣସି ସ୍ଥାନରୁ ହୋଇଥିଲେ ମଧ୍ୟ ଦେଶର ଯେକୌଣସି ସହରରୁ ସେ ଏହି ଲାଭ ପାଇପାରିବେ । ଏହି ଯୋଜନାରୁ ସୁରଟର ଅନେକ ଶ୍ରମିକ ଏବେ ଲାଭ ପାଇପାରୁଛନ୍ତି । ପ୍ରକୃତ ଲକ୍ଷ୍ୟରେ ଯେତେବେଳେ ଯୋଜନା ତିଆରି ହୁଏ ଗରିବଙ୍କୁ ଲାଭ ମିଳେ ।”
ଗରିବଙ୍କୁ ସଶକ୍ତ କରିବା ଦିଗରେ ବିଗତ ଦଶନ୍ଧିରେ ମିଶନ ମୋଡ୍ ଦୃଷ୍ଟିକୋଣ ଜରିଆରେ ସରକାରଙ୍କ ପ୍ରଚେଷ୍ଟା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଗରିବଙ୍କ ଚତୁଃପାଶ୍ୱର୍ରେ ଏକ ସୁରକ୍ଷା ଜାଲ ତିଆରି କରିବାକୁ ସେ ଗୁରୁତ୍ୱ ଦେଇଥିଲେ, ଯାହାଫଳରେ ସେମାନଙ୍କୁ ଆଉ ସହାୟତା ପାଇଁ ନିବେଦନ କରିବାକୁ ପଡ଼ିବ ନାହିଁ । କଂକ୍ରିଟ ଘର, ଶୌଚାଳୟ, ଗ୍ୟାସ ସଂଯୋଗ ଏବଂ ପାଇପ ଜଳ ସଂଯୋଗ ଗରିବଙ୍କ ମନରେ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି । ସରକାର ମଧ୍ୟ ଗରିବ ପରିବାରଙ୍କ ପାଇଁ ବୀମା ଯୋଜନା ଆରମ୍ଭ କରିଛନ୍ତି, ଯାହାଦ୍ୱାରା ପ୍ରାୟ ୬୦ କୋଟି ଭାରତୀୟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ଚିକତ୍ସା ସୁବିଧା ପାଇପାରୁଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଦୁର୍ଘଟଣା ଏବଂ ଜୀବନ ବୀମା ଦିନେ ଗରିବଙ୍କ ପାଇଁ ଅପହଞ୍ଚ ଥିବା ବେଳେ ଏବେ ତାହା ବାସ୍ତବ ହୋଇପାରିଛି । ଆଜି ୩୬ କୋଟିରୁ ଅଧିକ ଲୋକ ସରକାରୀ ବୀମା ଯୋଜନାରେ ସାମିଲ ହୋଇପାରିଛନ୍ତି । ୧୬ ହଜାର କୋଟିରୁ ଅଧିକ ଟଙ୍କା ଗରିବ ପରିବାରଙ୍କୁ କ୍ଲେମ ଦ୍ୱାରା ପ୍ରଦାନ କରାଯାଇଛି, ଯାହାକି ବିପଦ ସମୟରେ ସେମାନଙ୍କୁ ସହାୟତା କରିଛି ।”
ଶ୍ରୀ ନରେନ୍ଦ୍ର ମୋଦୀ ମନେ ପକାଇଥିଲେ କିପରି ଅତୀତରେ ଗରିବ ମାନେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ, ବ୍ୟାଙ୍କଗୁଡ଼ିକ ଗ୍ୟାରେଣ୍ଟି ବିନା ଋଣ ଦେଉନଥିଲେ । ମୁଦ୍ର ଯୋଜନା ଆରମ୍ଭ କରି କିପରି ସେ ବ୍ୟକ୍ତିଗତ ଭାବେ ଗରିବଙ୍କ ଋଣ ଗ୍ୟାରେଣ୍ଟି ଦେଇଥିଲେ ତାହା ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । “ମୁଦ୍ରା ଯୋଜନାରେ ବିନା ଗ୍ୟାରେଣ୍ଟିରେ ପ୍ରାୟ ୩୨ ଲକ୍ଷ କୋଟି ଟଙ୍କା ଋଣ ଦିଆଯାଇଛି, ଯାହାକି ଗରିବଙ୍କୁ ସିଧାସଳଖ ଫାଇଦା ଦେଇଛି । ଏହି ପଦକ୍ଷେପ ଲକ୍ଷ ଲକ୍ଷ ଲୋକଙ୍କୁ ସହାୟକ ହୋଇପାରିଛି, ଯଦିଓ ଏହି ପରିମାଣ କେତେ ବଡ଼ ତାହା ବିରୋଧୀମାନେ ବୁଝିବାକୁ ଅକ୍ଷମ” ପ୍ରଧାନମନ୍ତ୍ରୀ କହିଥିଲେ ।
ପୂର୍ବରୁ ଷ୍ଟି୍ରଟ ଭେଣ୍ଡର ଓ ଶ୍ରମିକମାନେ କୌଣସି ଆର୍ଥିକ ସହାୟତା ପାଉନଥିବା ବେଳେ ସେମାନଙ୍କ କଷ୍ଟକୁ ଉଲ୍ଲେଖ କରି ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ଏମାନେ ଅନେକ ସମୟରେ ଜମିଦାରଠାରୁ ଋଣ ଆଣୁଥିଲେ ଏବଂ ସେହି ପରିମାଣଠାରୁ ଅଧିକ ସୁଝିବାକୁ ବାଧ୍ୟ ହେଉଥିଲେ । ସରକାରଙ୍କ ପିଏମ୍ ସ୍ୱନିଧି ଯୋଜନା ସେମାନଙ୍କୁ ବ୍ୟାଙ୍କରୁ ଋଣ ପାଇବା ପ୍ରକ୍ରିୟାକୁ ସହଜ କରିପାରିଛି । ଚଳିତ ବର୍ଷର ବଜେଟରେ ଏଭଳି ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର କ୍ରେଡିଟ କାର୍ଡ ଯୋଜନା ଘୋଷଣା ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଶ୍ରୀ ମୋଦୀ କହିଥିଲେ, “ପିଏମ ବିଶ୍ୱକର୍ମା ଯୋଜନା ପାରମ୍ପରିକ କଳାକାରମାନଙ୍କୁ ସେମାନଙ୍କ ଦକ୍ଷତା ବୃଦ୍ଧି କରିବାକୁ ପ୍ରଶିକ୍ଷଣ, ଆଧୁନିକ ଯନ୍ତ୍ରପାତି, ଆର୍ଥିକ ସହାୟତା ଯୋଗାଇଦେଇଛି । ଏହି ପ୍ରଚେଷ୍ଟା ଦେଶର ସମାବେଶୀ ଅଭିବୃଦ୍ଧି ଦିଗରେ ଅବଦାନ ରଖିବା ସହ ବିଗତ ଦଶନ୍ଧିରେ ୨୫ କୋଟି ଲୋକଙ୍କୁ ଦାରିଦ୍ୟ ସୀମାରେଖାର ବାହାରକୁ ଆଣିପାରିଛି ।”
ଦେଶର ବିକାଶରେ ମଧ୍ୟବିତ୍ତମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ, ବିଶେଷ କରି ସୁରଟ ଭଳି ସହରରେ ଯେଉଁଠି ବହୁ ସଂଖ୍ୟକ ମଧ୍ୟବିତ୍ତ ପରିବାର ରହୁଛନ୍ତି । ବିଗତ ଦଶନ୍ଧିରେ ମଧ୍ୟବିତ୍ତମାନଙ୍କୁ ସଶକ୍ତ କରିବାକୁ ସରକାରଙ୍କ ପ୍ରଚେଷ୍ଟା ଜାରି ଥିବା ସେ ଉଲ୍ଲେଖ କରି ଚଳିତ ବର୍ଷର ବଜେଟ ମିଳିଥିବା ରିହାତି କଥା କହିଥିଲେ । ସେ କହିଥିଲେ, “ଯେଉଁ କର ହିହାତି ଦିଆଯାଇଛି, ବିଶେଷ କରି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ ଶୂନ୍ୟ କର ବ୍ୟବସ୍ଥା, ଯାହାକି ଏକ ପଦକ୍ଷେପ କେହି ଭାବିନଥିଲେ । ଏଥିସହ ଚାକିରିଆ ଭାବେ ୧୨.୮୭ ଲକ୍ଷର ଆୟ ପର୍ଯ୍ୟନ୍ତ କରରୁ ଛାଡ଼ ପାଇବେ । ସମସ୍ତ କରଦାତାମାନଙ୍କ ସୁବିଧା ପାଇଁ ନୂତନ ଟ୍ୟାକ୍ସ ସ୍ଲାବ ଘୋଷଣା କରାଯାଇଛି । ଏହା ସୁରଟ, ଗୁଜରାଟ ଏବଂ ଦେଶବ୍ୟାପୀ ମଧ୍ୟବିତ୍ତମାନଙ୍କୁ ସେମାନେ ଆୟକୁ ସଞ୍ଚୟ କରିବାର ସୁଯୋଗ ଦେବ ଏବଂ ଏହାକୁ ସେମାନେ ବ୍ୟବସାୟ କିମ୍ବା ପିଲାମାନଙ୍କ ଭବିଷ୍ୟତର ଆବଶ୍ୟକତା ଦିଗରେ ଖର୍ଚ୍ଚ କରିପାରିବେ ।”
ଅନେକ ଗୁଡ଼ିଏ ଛୋଟ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଗଢ଼ି ଉଠିଥିବାରୁ ପ୍ରଧାନମନ୍ତ୍ରୀ ସୁରଟକୁ ଉଦ୍ୟମିତା ହବ୍ ଭାବେ ବର୍ଣ୍ଣନା କରିଥିଲେ, ଯାହାକି ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେଇଛି । ଏମଏସଏମଇ ଗୁଡ଼ିକୁ ପର୍ଯ୍ୟାପ୍ତ ସହାୟତା ସକାଶେ ଯୋଗାଣ ଶୃଙ୍ଖଳକୁ ସୁଦଢ଼ କରିବା ଦିଗରେ ସରକାରଙ୍କ ପ୍ରଚେଷ୍ଟା କଥା ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ, “ଏମଏସଏମଇ କ୍ଷେତ୍ରରେ ପ୍ରତିଷ୍ଠିତ ହେବାକୁ ଏସସି/ଏସଟି, ଦଳିତ, ଆଦିବାସୀ ଏବଂ ମହିଳା ଉଦ୍ୟୋଗୀମାନଙ୍କୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ ବଜେଟରେ ଘୋଷଣା ହୋଇଛି । ସୁରଟ ଓ ଗୁଜରାଟର ଯୁବପିଢ଼ି ଏହି ସୁବିଧାର ଫାଇଦା ନେବା ଉଚିତ ଏବଂ ସରକାର ସେମାନଙ୍କୁ ସହାୟତା ଦେବାକୁ ପ୍ରସ୍ତୁତ ।”
ଭାରତର ବିକାଶରେ, ବିଶେଷ କରି ବୟନ କ୍ଷେତ୍ର, କେମିକାଲ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ସୁରଟର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଶ୍ରୀ ମୋଦୀ ସ୍ୱୀକାର କରିଥିଲେ । ସହରରେ ଏହି ଶିଳ୍ପଗୁଡ଼ିକର ସମ୍ପ୍ରସାରଣ ପାଇଁ ସରକାରଙ୍କ ପ୍ରଚେଷ୍ଟା କଥା ସେ ଉଲ୍ଲେଖ କରିଥିଲେ । ଶ୍ରୀ ମୋଦୀ ଗୁରୁତ୍ୱ ଦେଇ କହିଥିଲେ, “ସୁରଟ ବିମାନବନ୍ଦରର ନୂଆ ଟର୍ମିନଲ ବିଲ୍ଡିଂ, ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡର, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ, ନିର୍ମାଣାଧୀନ ବୁଲେଟ ଟ୍ରେନ ପ୍ରକଳ୍ପ, ସୁରଟ ମେଟ୍ରୋ ପ୍ରକଳ୍ପ ସୁରଟର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବ । ଏହା ଦେଶରେ ସୁରଟକୁ ଉନ୍ନତ ଯୋଗାଯୋଗ ଥିବା ସହର ଭାବେ ପ୍ରତିଷ୍ଠା କରିବ । ଏସବୁ ପଦକ୍ଷେପ ସୁରଟର ଜନସାଧାରଣଙ୍କ ଜୀବନର ମାନ ବଢ଼ାଇବା ସହ ଜୀବନକୁ ସହଜ କରିଛି ।”
ଦେଶବ୍ୟାପୀ ମହିଳାମାନଙ୍କୁ ନମୋ ଆପ୍ରେ ସେମାନଙ୍କ ପ୍ରେରଣାଦାୟୀ କାହାଣୀ ସେୟାର କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶ ତଥା ସମାଜର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିବା କିଛି ପ୍ରେରଣାଦାୟୀ ମହିଳାମାନଙ୍କୁ ତାଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟର ପରିଚାଳନା ଦାୟିତ୍ୱ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ସେ ବିଭିନ୍ନ କ୍ଷେତ୍ରରେ, ବିଶେଷ କରି ଗୁଜରାଟରେ ମହିଳାମାନଙ୍କ ଭୂମିକା କଥା ଉଲ୍ଲେଖ କରି ଏହି ଦିବସ ସେମାନଙ୍କ କୃତିତ୍ୱର ଖୁସି ମନାଇବାର ସମୟ ବୋଲି କହିଥିଲେ । ନବସାରୀରେ ମହିଳା ସଶକ୍ତିକରଣ ଦିଗରେ ପାଳନ କରାଯାଉଥିବା ଏକ କାର୍ଯ୍ୟକ୍ରମରେ ସେ ସାମିଲ ହେବେ ବୋଲି କହିଥିଲେ । ସୁରଟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବହୁ ସଂଖ୍ୟକ ମହିଳା ଏସବୁ ପଦକ୍ଷେପରୁ ଫାଇଦା ପାଇବେ ବୋଲି ସେ କହିଥିଲେ ।
ସୁରଟକୁ ମିନି ଭାରତ ଏବଂ ବୈଶ୍ୱିକ ମଞ୍ଚରେ ଗୁରୁତ୍ୱପୂର୍ଣ୍ଣ ସହରରେ ପରିଣତ କରିବାକୁ ବିକାଶ ଜାରି ରଖିବା ଦିଗରେ ତାଙ୍କ ପ୍ରତିବଦ୍ଧତା ପ୍ରଧାନମନ୍ତ୍ରୀ କହିଥିଲେ । ଶେଷରେ ଶ୍ରୀ ମୋଦୀ କହିଥିଲେ, “ସୁରଟର ଜୀବନ୍ତ ଓ ଗତିଶୀଳ ଲୋକମାନଙ୍କ ପାଇଁ ସବୁକିଛି ସ୍ୱତନ୍ତ୍ର । ଏସବୁ ଯୋଜନାର ସମସ୍ତ ହିତାଧିକାରୀମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କ ସଫଳତା ଓ ପ୍ରଗତି ଆଶା କରୁଛି ।”
ପୃଷ୍ଠଭୂମି
ପ୍ରଧାନମନ୍ତ୍ରୀ ସୁରଟର ଲିମ୍ବାୟତରେ ସୁରଟ ଖାଦ୍ୟ ନିରାପତ୍ତା ସଂତୃପ୍ତି ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏବଂ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ ୨.୩ ଲକ୍ଷ ଲାଭାର୍ଥୀଙ୍କୁ ଲାଭ ବିତରଣ କରିଥିଲେ ।
ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟର ଆଧାରଶୀଳା ମହିଳା ସଶକ୍ତିକରଣ । ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁସାରେ ପରିଚାଳିତ ସରକାର ସେମାନଙ୍କ ସାମଗ୍ରିକ ବିକାଶ ଦିଗରେ ପଦକ୍ଷେପ ନେବାକୁ ପ୍ରତିବଦ୍ଧ ।
SR
The Surat Food Security Saturation Campaign Programme is a remarkable step in India's mission for food and nutrition security. https://t.co/sjZCJz5PkE
— Narendra Modi (@narendramodi) March 7, 2025
सूरत में जो खाद्य सुरक्षा Saturation अभियान चलाया गया है...ये देश के दूसरे जिलों के लिए भी प्रेरणा बनेगा: PM @narendramodi pic.twitter.com/OHkU3L7Z2J
— PMO India (@PMOIndia) March 7, 2025
हमारी सरकार गरीब की साथी बनकर हमेशा उसके साथ खड़ी है: PM @narendramodi pic.twitter.com/OvfABC2ACZ
— PMO India (@PMOIndia) March 7, 2025
विकसित भारत की यात्रा में पौष्टिक भोजन की बड़ी भूमिका है: PM @narendramodi pic.twitter.com/MOaRB2Kknf
— PMO India (@PMOIndia) March 7, 2025
मुझे विश्वास है कि ‘सबका साथ सबका विकास’ की स्पिरिट को आत्मसात करने वाले हमारे सूरत का खाद्य सुरक्षा सैचुरेशन अभियान देश के दूसरे जिलों के लिए भी प्रेरणा बनेगा। pic.twitter.com/wLQ18IX7Cu
— Narendra Modi (@narendramodi) March 7, 2025
हर परिवार को पर्याप्त पोषण देने के अपने लक्ष्य की ओर हम तेजी से आगे बढ़ रहे हैं, ताकि कुपोषण और एनीमिया जैसी बड़ी समस्याओं से देश मुक्त हो सके। pic.twitter.com/UBxKyruHqn
— Narendra Modi (@narendramodi) March 7, 2025
बीते एक दशक में हमने अपने गरीब भाई-बहनों को सशक्त बनाने के लिए निरंतर मिशन मोड पर काम किया है, जिससे उनका जीवन बहुत आसान हुआ है। pic.twitter.com/O5tMe2FED8
— Narendra Modi (@narendramodi) March 7, 2025