Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କଲେ ବ୍ରାଜିଲ ରାଷ୍ଟ୍ରପତି


ବ୍ରାଜିଲର ରାଷ୍ଟ୍ରପତି ମହାମହିମ ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କ ଠାରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫୋନ୍ କଲ ପାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଗତ ମାସର ବ୍ରାଜିଲ ଗସ୍ତକୁ ସ୍ମରଣ କରିଥିଲେ । ଯେଉଁଥିରେ ଦୁଇ ନେତା ବାଣିଜ୍ୟ, ପ୍ରଯୁକ୍ତି, ଶକ୍ତି, ପ୍ରତିରକ୍ଷା, କୃଷି, ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ଦିଗରେ ସହଯୋଗ ବଢ଼ାଇବାକୁ ସହମତ ହୋଇଥିଲେ ।

ଭାରତ-ବ୍ରାଜିଲ ରଣନୀତିକ ସହଭାଗିତାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଆଲୋଚନା ସମୟରେ ଦୁଇ ନେତା ପ୍ରତିବଦ୍ଧତା ଦୋହରାଇଥିଲେ ।

ଦୁଇ ନେତା ପାରସ୍ପରିକ ସ୍ୱାର୍ଥ ଥିବା ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ଉଭୟ ମତବିନିମୟ କରିଥିଲେ ।

ନିୟମିତ ସମ୍ପର୍କରେ ରହିବାକୁ ଦୁଇ ନେତା ସହମତ ହୋଇଥିଲେ ।

SR