ପିଏମଇଣ୍ଡିଆ
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କ ସହିତ ଯୋଡିହେବା, ଆପଣ ସମସ୍ତଙ୍କଠାରୁ ଶିଖିବା, ଦେଶର ଲୋକଙ୍କ ଉପଲବ୍ଧି ବିଷୟରେ ଜାଣିବା, ପ୍ରକୃତରେ ମୋତେ ବହୁତ ସୁଖଦ ଅନୁଭୂତି ପ୍ରଦାନ କରିଥାଏ । ପରସ୍ପର ସହିତ ନିଜ କଥା ବାଣ୍ଟି, ନିଜ ମନର କଥା କହିବା ଭିତରେ ଜଣାପଡ଼ିଲାନି ଯେ, ଏହି କାର୍ଯ୍ୟକ୍ରମ ୧୨୫ ଅଧ୍ୟାୟ ପୂରଣ କରିସାରିଲାଣି । ଆଜି ହେଉଛି ଏହି କାର୍ଯ୍ୟକ୍ରମର ୧୨୬ତମ ଅଧ୍ୟାୟ ଏବଂ ଆଜିର ଦିନ ସହିତ କିଛି ବିଶେଷ କଥା ମଧ୍ୟ ଯୋଡ଼ି ହୋଇ ରହିଛି । ଆଜି ହେଉଛି ଭାରତର ଦୁଇ ମହାନ ବ୍ୟକ୍ତିଙ୍କ ଜୟନ୍ତୀ । ମୁଁ କହୁଛି ଶହୀଦ ଭଗତ ସିଂ ଏବଂ ଲତା ଦିଦିଙ୍କ କଥା ।
ବନ୍ଧୁଗଣ, ଅମର ଶହୀଦ ଭଗତ ସିଂ ପ୍ରତ୍ୟେକ ଭାରତବାସୀ, ବିଶେଷକରି ଦେଶର ଯୁବବର୍ଗଙ୍କ ପାଇଁ ଏକ ପ୍ରେରଣାର ଉତ୍ସ । ନିର୍ଭୀକତା ତାଙ୍କ ସ୍ୱଭାବରେ ଭରିରହିଥିଲା । ଦେଶ ପାଇଁ ଫାଶିଖୁଣ୍ଟରେ ଝୁଲିବା ପୂର୍ବରୁ ଭଗତ ସିଂ ଇଂରେଜମାନଙ୍କୁ ଗୋଟିଏ ଚିଠି ମଧ୍ୟ ଲେଖିଥିଲେ । ସେ କହିଥିଲେ ଯେ, ମୁଁ ଚାହୁଁଛି, ଆପଣ ମୋତେ ଏବଂ ମୋର ବନ୍ଧୁମାନଙ୍କ ସହ ଯୁଦ୍ଧବନ୍ଦୀ ଭଳି ବ୍ୟବହାର କରନ୍ତୁ । ତେଣୁ, ଆମକୁ ଫାଶୀ ନୁହେଁ, ଗୁଳି କରି ହତ୍ୟା କରାଯାଉ । ଏହା ତାଙ୍କ ଅଦମ୍ୟ ସାହସର ପ୍ରମାଣ । ଭଗତ ସିଂ ଲୋକଙ୍କ କଷ୍ଟ ପ୍ରତି ବହୁତ ସମ୍ବେଦନଶୀଳ ଥିଲେ ଏବଂ ସେମାନଙ୍କୁ ସାହାଯ୍ୟ କରିବାରେ ସର୍ବଦା ଆଗଭର ରହୁଥିଲେ । ମୁଁ ଶହୀଦ ଭଗତ ସିଂଙ୍କୁ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ବନ୍ଧୁଗଣ, ଆଜି ମଧ୍ୟ ଲତା ମଙ୍ଗେଶକରଙ୍କ ଜୟନ୍ତୀ । ଭାରତୀୟ ସଂସ୍କୃତି ଏବଂ ସଙ୍ଗୀତରେ ଋଚି ରଖିଥିବା କେହିବି ତାଙ୍କ ଗୀତ ଶୁଣି ଅଭିଭୂତ ନ ହୋଇ ରହିପାରିବ ନାହିଁ । ତାଙ୍କ ଗୀତରେ ସେହି ସବୁକିଛି ଅଛି, ଯାହା ମାନବୀୟ ସମ୍ବେଦନଶୀଳତାକୁ ଆନ୍ଦୋଳିତ କରିଥାଏ । ସେ ଯେଉଁ ଦେଶଭକ୍ତି ଗୀତଗୁଡ଼ିକ ଗାଇଛନ୍ତି, ସେହି ଗୀତଗୁଡ଼ିକ ଲୋକମାନଙ୍କୁ ବହୁତ ପ୍ରେରଣା ଯୋଗାଇଛି । ଭାରତର ସଂସ୍କୃତି ସହିତ ତାଙ୍କର ନିବିଡ଼ ସମ୍ପର୍କ ଥିଲା । ମୁଁ ଲତା ଦିଦିଙ୍କ ପାଇଁ ଅନ୍ତରରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ବନ୍ଧୁଗଣ, ଲତା ଦିଦି ଯେଉଁ ମହାନ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରେରିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ବୀର ସାବରକର ମଧ୍ୟ ଜଣେ, ଯାହାଙ୍କୁ ସେ ତାତ୍ୟା ବୋଲି ଡାକୁଥିଲେ । ସେ ବୀର ସାବରକରଙ୍କ ଅନେକ ଗୀତରେ ମଧ୍ୟ କଣ୍ଠଦାନ କରିଛନ୍ତି ।
ଲତା ଦିଦିଙ୍କ ସହିତ ମୋର ଯେଉଁ ସ୍ନେହର ବନ୍ଧନ ଥିଲା, ତାହା ସବୁଦିନ ପାଇଁ ଅତୁଟ ରହିଥିଲା । ସେ ପ୍ରତିବର୍ଷ ମନେକରି ମୋତେ ରାକ୍ଷୀ ପଠାଉଥିଲେ । ମୋର ମନେଅଛି, ମରାଠୀ ସୁଗମ ସଙ୍ଗୀତର ମହାନ ଶିଳ୍ପୀ ସୁଧୀର ଫଡ଼କେ ସର୍ବପ୍ରଥମେ ଲତା ଦିଦିଙ୍କ ସହିତ ମୋତେ ପରିଚିତ କରାଇଥିଲେ ଏବଂ ମୁଁ ଲତା ଦିଦିଙ୍କୁ କହିଥିଲି ଯେ, ସୁଧୀର ଜୀଙ୍କ ସ୍ୱର ସଂଯୋଜନାରେ ଆପଣ ଗାଇଥିବା ଗୀତ “ଜ୍ୟୋତି କଲଶ୍ ଛଲକେ” ମୋର ଅତି ପ୍ରିୟ ।
ବନ୍ଧୁଗଣ, ଆପଣମାନେ ମଧ୍ୟ ମୋ ସହିତ ଏହାକୁ ଉପଭୋଗ କରନ୍ତୁ ।
(audio)
ମୋର ପ୍ରିୟ ଦେଶବାସୀଗଣ, ନବରାତ୍ରିର ଏହି ସମୟରେ ଆମେ ଶକ୍ତି ଉପାସନା କରିଥାଉ । ଆମେ ନାରୀ–ଶକ୍ତିର ଉତ୍ସବ ପାଳନ କରିଥାଉ । ବ୍ୟବସାୟ ଠାରୁ ଆରମ୍ଭକରି କ୍ରୀଡ଼ା ପର୍ଯ୍ୟନ୍ତ ଏବଂ ଶିକ୍ଷାଠାରୁ ଆରମ୍ଭ କରି ବିଜ୍ଞାନ ପର୍ଯ୍ୟନ୍ତ, ଯେକୌଣସି କ୍ଷେତ୍ର ଆପଣ ଦେଖନ୍ତୁ, ଦେଶର ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିଚାଲିଛନ୍ତି । ଆଜି ସେମାନେ ଏଭଳି ଆହ୍ୱାନଗୁଡ଼ିକର ମୁକାବିଲା ମଧ୍ୟ କରୁଛନ୍ତି, ଯାହାର କଳ୍ପନା କରିବା ମଧ୍ୟ କଷ୍ଟକର । ମୁଁ ଯଦି ଆପଣଙ୍କୁ ପଚାରେ ଯେ, ଆପଣ କଣ ସମୁଦ୍ରରେ କ୍ରମାଗତ ଭାବେ ୮ ମାସ ଧରି ରହିପାରିବେ ? ଆପଣ କ’ଣ ସମୁଦ୍ରରେ ଆହୁଲା ମାରିବା ଡଙ୍ଗା ଅର୍ଥାତ ପବନର ବେଗରେ ଅଗ୍ରସର ହେଉଥିବା ଡଙ୍ଗାରେ ୫୦ ହଜାର କିଲୋମିଟର ଯାତ୍ରା କରିପାରିବେ ? ତାହା ପୁଣି ଏଭଳି ପରିସ୍ଥିତିରେ ଯେଉଁଠି ସମୁଦ୍ରରେ କେବେ ବି ପାଗ ଖରାପ ହେବାର ଆଶଙ୍କା ଥାଏ! ଏଭଳି କରିବା ଆଗରୁ ଆପଣ ହଜାରେ ଥର ଚିନ୍ତା କରିବେ । କିନ୍ତୁ ଭାରତୀୟ ନୌବାହିନୀର ଦୁଇଜଣ ସାହସୀ ଅଧିକାରୀ ନାବିକା ସାଗର ପରିକ୍ରମା ସମୟରେ ଏହା କରିଦେଖାଇଛନ୍ତି । ସାହସ ଏବଂ ଦୃଢ଼ ସଂକଳ୍ପ କାହାକୁ କୁହାଯାଏ, ତାହା ସେମାନେ ଦେଖାଇ ଦେଇଛନ୍ତି । ଆଜି ମୁଁ ‘ମନ୍ କି ବାତ୍’ର ଶ୍ରୋତାମାନଙ୍କୁ ଏହି ଦୁଇ ସାହସୀ ଅଧିକାରୀମାନଙ୍କ ସହିତ ପରିଚିତ କରାଇବାକୁ ଚାହୁଁଛି । ଜଣେ ହେଲେ ଲେଫ୍ଟେନାଣ୍ଟ କମାଣ୍ଡର ଦିଲନା ଏବଂ ଅନ୍ୟ ଜଣେ ହେଲେ ଲେଫ୍ଟେନାଣ୍ଟ କମାଣ୍ଡର ରୁପା । ଏହି ଦୁଇ ଅଧିକାରୀ ଫୋନଲାଇନରେ ଆମ ସହିତ ଯୋଡ଼ି ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ : ହେଲୋ . . .
ଲେଫ୍ଟନାଣ୍ଟ କମାଣ୍ଡର ଦିଲନା : ହେଲୋ ସାର୍
ପ୍ରଧାନମନ୍ତ୍ରୀ : ନମସ୍କାର
ଲେଫ୍ଟନାଣ୍ଟ କମାଣ୍ଡର ଦିଲନା : ନମସ୍କାର ସାର୍
ପ୍ରଧାନମନ୍ତ୍ରୀ : ତେବେ ମୋ ସହିତ ବର୍ତ୍ତମାନ ଲେଫ୍ଟେନାଣ୍ଟ କମାଣ୍ଡର ଦିଲନା ଏବଂ ଲେଫ୍ଟେନାଣ୍ଟ କମାଣ୍ଡର ରୁପା ଉଭୟ ଅଛନ୍ତି ।
ଲେଫ୍ଟନାଣ୍ଟ କମାଣ୍ଡର ଦିଲନା ଏବଂ ରୁପା : ଆଜ୍ଞା, ଆମେ ଦୁହେଁ ଅଛୁ ।
ପ୍ରଧାନମନ୍ତ୍ରୀ : ହଉ, ଆପଣ ଉଭୟଙ୍କୁ ନମସ୍କାର ଏବଂ ୱଣକ୍କମ୍
ଲେଫ୍ଟନାଣ୍ଟ କମାଣ୍ଡର ଦିଲନା : ୱଣକ୍କମ୍ ସାର୍
ଲେଫ୍ଟନାଣ୍ଟ କମାଣ୍ଡର ରୁପା : ନମସ୍କାରମ୍ ସାର୍
ପ୍ରଧାନମନ୍ତ୍ରୀ : ଆଚ୍ଛା, ସର୍ବପ୍ରଥମେ ତ ଦେଶବାସୀ ଶୁଣିବାକୁ ଚାହୁଁଛନ୍ତି ଆପଣ ଦୁହିଁଙ୍କ ବିଷୟରେ, ଆପଣ ଟିକିଏ କୁହନ୍ତୁ
ଲେଫ୍ଟନାଣ୍ଟ କମାଣ୍ଡର ଦିଲନା : ସାର୍, ମୁଁ ଲେଫ୍ଟେନାଣ୍ଟ କମାଣ୍ଡର ଦିଲନା । ମୁଁ ଭାରତୀୟ ନୌବାହିନୀରେ ଲଜିଷ୍ଟିକ୍ କ୍ୟାର୍ଡରରୁ ଆସିଛି, ସାର୍ ମୁଁ ନୌବାହିନୀରେ ୨୦୧୪ରେ କମିଶନଡ ହୋଇଥିଲି । ମୋ ଘର କେରଳର କୋଝିକୋଡରେ । ସାର୍, ମୋ ବାପା ସେନାବାହିନୀରେ ଥିଲେ ଓ ମୋ ମା ଜଣେ ଗୃହିଣୀ । ମୋ ସ୍ୱାମୀ ମଧ୍ୟ ଭାରତୀୟ ନୌବାହିନୀର ଜଣେ ଅଧିକାରୀ ଆଉ ମୋ ଭଉଣୀ ଏନସିସିରେ ଚାକିରି କରୁଛନ୍ତି ।
ଲେଫ୍ଟନାଣ୍ଟ କମାଣ୍ଡର ରୁପା : ଜୟହିନ୍ଦ୍ ସାର୍, ମୁଁ ଲେଫ୍ଟେନାଣ୍ଟ କମାଣ୍ଡର ରୁପା । ମୁଁ ୨୦୧୭ରେ ନାଭାଲ୍ ଆର୍ମାମେଣ୍ଟ ଇନ୍ସପେକଶନ୍ କ୍ୟାର୍ଡରରେ ଯୋଗ ଦେଇଛି । ମୋ ବାପା ତାମିଲନାଡ଼ୁ ଏବଂ ମା ପଣ୍ଡିଚେରୀର । ମୋ ବାପା Air Forceରେ ଥିଲେ । ପ୍ରକୃତରେ ପ୍ରତିରକ୍ଷା ବାହିନୀରେ ଯୋଗଦେବାର ପ୍ରେରଣା ମୋତେ ତାଙ୍କଠାରୁ ହିଁ ମିଳିଥିଲା । ମୋ ମା’ ଜଣେ ଗୃହିଣୀ ।
ପ୍ରଧାନମନ୍ତ୍ରୀ : ଆଚ୍ଛା, ଦିଲନା ଏବଂ ରୁପା, ସାଗର ପରିକ୍ରମାରେ ଆପଣଙ୍କ ଅନୁଭୂତି ସମ୍ପର୍କରେ ମୁଁ ଏବଂ ଦେଶବାସୀ ଶୁଣିବାକୁ ଆଗ୍ରହୀ। ମୋ ଜାଣିବାରେ ତ ଏହା ନିଶ୍ଚିତ ଭାବେ ଏକ କଠିନ କାର୍ଯ୍ୟ। ଅନେକ ବାଧାବିଘ୍ନ ଆସିଥିବ, ଅନେକ କଷ୍ଟକର ପରିସ୍ଥିତି ଦେଇ ଆପଣଙ୍କୁ ଗତି କରିବାକୁ ପଡ଼ିଥିବ ?
ଲେଫ୍ଟନାଣ୍ଟ କମାଣ୍ଡର ଦିଲନା : ଆଜ୍ଞା ସାର୍ । ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ, ଜୀବନରେ ଥରେ ଆମକୁ ଏଭଳି ସୁଯୋଗ ମିଳେ, ଯାହା ଆମ ଜୀବନର ଗତିପଥ ବଦଳାଇଦେଇଥାଏ । ଏହି ସର୍କମନେଭିଗେଶନ୍ ଆମ ପାଇଁ ଏଭଳି ଗୋଟିଏ ସୁଯୋଗ ଥିଲା, ଯାହା ଭାରତୀୟ ନୌବାହିନୀ ଏବଂ ଭାରତ ସରକାର ଆମକୁ ଦେଇଥିଲେ । ଏହି ଅଭିଯାନରେ ଆମେ ପ୍ରାୟଃ ୪୭,୫୦୦ କିଲୋମିଟର ଜଳଯାତ୍ରା କରିଛୁ । ଆମେ ୨୦୨୪, ଅକ୍ଟୋବର ୨ ତାରିଖ ଦିନ ଗୋଆରୁ ବାହାରିଥିଲୁ ଏବଂ ୨୦୨୫ ମେ ୨୯ ତାରିଖ ଦିନ ଫେରିଲୁ । ଏହି ଅଭିଯାନ ସମ୍ପୂର୍ଣ୍ଣ କରିବାକୁ ଆମକୁ ୨୩୮ ଦିନ ଲାଗିଲା ଏବଂ ଏହି ୨୩୮ ଦିନ ଡଙ୍ଗାରେ କେବଳ ଆମେ ଦୁହେଁ ହିଁ ଥିଲୁ ।
ପ୍ରଧାନମନ୍ତ୍ରୀ : ହଁ । ହଁ ।
ଲେଫ୍ଟନାଣ୍ଟ କମାଣ୍ଡର ଦିଲନା : ଆହୁରି ସାର୍ ଏହି expedition ପାଇଁ ଆମେ ତିନିବର୍ଷ ପ୍ରସ୍ତୁତି କରିଥିଲୁ । ନେଭିଗେଶନ୍ ଠାରୁ ଆରମ୍ଭ କରି କମ୍ୟୁନିକେଶନ୍ ଇମରଜେନ୍ସୀ ଡିଭାଇସକୁ କିପରି ଅପରେଟ କରାଯାଏ, ଡାଇଭିଂ କେମିତି କରାଯାଏ, ଡଙ୍ଗାରେ ଥିବା ସମୟରେ କୌଣସି ଏମର୍ଜେନ୍ସୀ ପରିସ୍ଥିତି ସୃଷ୍ଟି ହେଲେ ଯେମିତିକି ଗରୟସମବକ୍ଷ ମେଡିକଲ ଏମର୍ଜେନ୍ସୀ କିଭଳି ଏହାକୁ ସମାଧାନ କରିହେବ, ଏସବୁ ବିଷୟରେ ଭାରତୀୟ ନୌବାହିନୀ ଆମକୁ ତାଲିମ ଦେଇଥିଲେ । ସାର୍ ଏହି ଯାତ୍ରାର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ବିଷୟରେ ମୁଁ କହିବାକୁ ଚାହୁଁଛି । ସାର୍, ଆମେ ପଏଣ୍ଟ ନେମୋରେ ଆମ ଜାତୀୟ ପତାକା ଉଡ଼ାଇଥିଲୁ, ପଏଣ୍ଟ ନେମୋ ବିଶ୍ୱର ସବୁଠାରୁ ଦୁର୍ଗମତମ ଅଞ୍ଚଳ । ସେଠାରୁ ନିକଟତମ ମଣିଷ ଯଦି କେଉଁଠି ଥାଆନ୍ତି, ତାହେଲେ ସେମାନେ ହେଉଛନ୍ତି ଆନ୍ତର୍ଜାତିକ ସ୍ପେସ୍ ଷ୍ଟେସନରେ ଥିବା ଲୋକ । ସେଠାରେ ପହଞ୍ଚିବାରେ ପ୍ରଥମ ଭାରତୀୟ, ପ୍ରଥମ ଏସୀୟ ଏବଂ ବିଶ୍ୱର ପ୍ରଥମ ମଣିଷ ହେଲୁ ଆମେ । ଆମ ପାଇଁ ଏହା ଏକ ଗର୍ବର ବିଷୟ ସାର୍ ।
ପ୍ରଧାନମନ୍ତ୍ରୀ : ବାଃ! ଆପଣମାନଙ୍କୁ ଅନେକ ଅନେକ ଅଭିନନ୍ଦନ ।
ଲେଫ୍ଟନାଣ୍ଟ କମାଣ୍ଡର ଦିଲନା : ଥାଙ୍କ୍ ୟୁ ସାର୍ ।
ପ୍ରଧାନମନ୍ତ୍ରୀ : ଆପଣଙ୍କ ସାଥୀ ମଧ୍ୟ କିଛି କହିବାକୁ ଚାହୁଁଛନ୍ତି କି ?
ଲେଫ୍ଟନାଣ୍ଟ କମାଣ୍ଡର ରୁପା : ସାର୍, ମୁଁ ଏକଥା କହିବାକୁ ଚାହୁଁଛି ଯେ, ସେଲ୍ ବୋଟରେ ବିଶ୍ୱ ପରିକ୍ରମା କରିଥିବା ଲୋକଙ୍କ ସଂଖ୍ୟା ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିବା ଲୋକଙ୍କ ସଂଖ୍ୟାଠାରୁ ବହୁତ କମ । ପ୍ରକୃତରେ ସେଲ୍ ବୋଟରେ ଏକାକୀ ବିଶ୍ୱ ପରିକ୍ରମା କରିଥିବା ଲୋକଙ୍କ ସଂଖ୍ୟା ମହାକାଶ ଯାତ୍ରା କରିଥିବା ଲୋକଙ୍କ ଠାରୁ ମଧ୍ୟ କମ ।
ପ୍ରଧାନମନ୍ତ୍ରୀ : ଆଚ୍ଛା, ଏତେ କଠିନ ଯାତ୍ରା ପାଇଁ ତ ଟିମ୍ ୱାର୍କର ବହୁତ ଆବଶ୍ୟକତା ହୋଇଥାଏ, ଆଉ ଟିମରେ ତ ମାତ୍ର ଆପଣ ଦୁଇଜଣ ଅଧିକାରୀ ହିଁ ଥିଲେ । ଆପଣ ଏହା କେମିତି କରିପାରିଲେ?
ଲେଫ୍ଟନାଣ୍ଟ କମାଣ୍ଡର ରୁପା : ହଁ ସାର୍, ଏଭଳି ଯାତ୍ରା ପାଇଁ ଆମ ଦୁହିଁଙ୍କୁ ଏକାଠି ପରିଶ୍ରମ କରିବାକୁ ପଡ଼ୁଥିଲା । ଆଉ ଯେମିତି ଲେଫ୍ଟେନାଣ୍ଟ କମାଣ୍ଡର ଦିଲନା କହିଲେ, ବୋଟରେ କେବଳ ଆମେ ଦୁଇଜଣ ଥିଲୁ । ଆମେ ବୋଟ୍ ରିପେରର୍ ଥିଲୁ, ଇଞ୍ଜିନ୍ ମେକାନିକ୍ ଥିଲୁ । ସେଲ୍ ମେକର୍, ମେଡିକାଲ୍ ଆସିଷ୍ଟାଣ୍ଟ, କୁକ୍, କ୍ଲିନର୍, ଡାଇଭର୍, ନାଭିଗେଟର୍ ସବୁକିଛି ଦାୟିତ୍ୱ ବହନ କରିବାକୁ ପଡ଼ୁଥିଲା । ଆମେ ଏସବୁ achieve କରିବାରେ ଭାରତୀୟ ନୌବାହିନୀର ବଡ଼ ଅବଦାନ ଥିଲା । ଆମକୁ ସବୁପ୍ରକାର ତାଲିମ ଦିଆଯାଇଥିଲା । ପ୍ରକୃତରେ ସାର୍, ଆମେ ଚାରି ବର୍ଷରୁ ଏକାଠି ଜଳଯାତ୍ରା କରୁଥିଲୁ । ତେଣୁ ଆମେ ପରସ୍ପରର ସାହସ ଓ ଦୁର୍ବଳତା ସହ ଭଲଭାବେ ପରିଚିତ ଥିଲୁ । ତେଣୁ ଆମେ ସମସ୍ତଙ୍କୁ କହୁଁ ଯେ, ଆମ ବୋଟରେ ଗୋଟିଏ ଉପକରଣ ଥିଲା ଯାହା କେବେ ବି ବିଫଳ ହୋଇନି, ଆଉ ତାହା ହେଉଛି ଆମ ଟିମ୍ ୱାର୍କ ।
ପ୍ରଧାନମନ୍ତ୍ରୀ : ଆଚ୍ଛା, ଯେତେବେଳେ ପାଗ ଖରାପ ହେଉଥିଲା, କାରଣ ସମୁଦ୍ରରେ ତ ପ୍ରାୟ ଏମିତି ହୋଇଥାଏ, ଯେଉଁଠି ପାଗର କୌଣସି ଠିକଣା ନ ଥାଏ । ଏଭଳି ପରିସ୍ଥିତିରେ ଆପଣ କ’ଣ କରୁଥିଲେ ?
ଲେଫ୍ଟନାଣ୍ଟ କମାଣ୍ଡର ରୁପା : ସାର୍, ଆମର ଯାତ୍ରାରେ ଅନେକ ପ୍ରତିକୂଳ ଆହ୍ୱାନ ଥିଲା ସାର୍ । ଏହି ଅଭିଯାନରେ ଆମକୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଲା । ବିଶେଷ କରି ସାର୍, ଦକ୍ଷିଣ ମହାସାଗରରେ ସବୁବେଳେ ଖରାପ ପାଗ ରହିଥାଏ । ଆମକୁ ତିନିଟି ଝଡ଼ର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିଲା ଆଉ ସାର୍ ଆମର ନୌକା ମାତ୍ର ୧୭ ମିଟର ଲମ୍ବା ଓ ଚଉଡ଼ା ମାତ୍ର ୫ ମିଟର ଥିଲା । ତେଣୁ ବେଳେବେଳେ ଏଭଳି କିଛି ଲହଡ଼ି ଆସୁଥିଲା, ଯାହା ତିନି ମହଲା କୋଠାଠୁ ବି ବଡ଼ ଥିଲା ସାର୍ ଏବଂ ଆମ ଯାତ୍ରାରେ ଆମେ ଅତ୍ୟଧିକ ଗରମ ଓ ଅତ୍ୟଧିକ ଥଣ୍ଡା, ଦୁଇ ପ୍ରକାର ସ୍ଥିତିର ସମ୍ମୁଖୀନ ହୋଇଥିଲୁ ସାର୍ । ଆଣ୍ଟାର୍କଟିକାରେ ଆମେ ଯେତେବେଳେ ନୌକା ଚଳାଉଥିଲୁ, ଆମକୁ ୧ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ଓ ଘଣ୍ଟା ପ୍ରତି ୯୦ କିଲୋମିଟର ବେଗରେ ପବନ, ଦୁଇଟିକୁ ଏକାସାଂଗେ ସମ୍ମୁଖୀନ ହେବାକୁ ପଡ଼ିଥିଲା । ଥଣ୍ଡାରୁ ରକ୍ଷା ପାଇବା ପାଇଁ ଆମେ ୬ରୁ ୭ଟି ସ୍ତରରେ ପୋଷାକ ଏକାସାଂଗେ ପିନ୍ଧୁଥିଲୁ ଏବଂ ପୂରା ଦକ୍ଷିଣ ମହାସାଗରକୁ ଆମେ ଏପରି ୭ ସ୍ତର ପୋଷାକ ପିନ୍ଧି ଅତିକ୍ରମ କରିଛୁ ସାର୍ । କେତେବେଳେ ଆମେ ଗ୍ୟାସ୍ ଷ୍ଟୋଭ୍ ନେଇ ଆମର ହାତକୁ ଗରମ କରୁଥିଲୁ ତ ଆଉ ବେଳେବେଳେ ଏପରି ପରିସ୍ଥିତି ହେଉଥିଲା ସାର୍, ଯେତେବେଳେ କି ପବନ ଆଦୌ ନଥିଲା ଏବଂ ଆମେ ପାଲକୁ ପୂରା ତଳକୁ ଖସାଇ ଭାସି ରହୁଥିଲୁ । ପ୍ରକୃତରେ ଏପରି ପରିସ୍ଥିତିରେ ଆମର ଧୈର୍ଯ୍ୟର ପରୀକ୍ଷା ହେଉଥିଲା ସାର୍ ।
ପ୍ରଧାନମନ୍ତ୍ରୀ : ଲୋକମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ ଯେ ଦେଶର ଝିଅମାନେ ଏପରି କଷ୍ଟ ସହୁଛନ୍ତି । ଆଚ୍ଛା ଏହି ପରିକ୍ରମା ସମୟରେ ଆପଣ ବିଭିନ୍ନ ଦେଶରେ ମଧ୍ୟ ଅଟକିଥିଲେ, ସେଠାରେ କ’ଣ ଅନୁଭବ ହେଉଥିଲା, ଯେତେବେଳେ ଭାରତର ଦୁଇ ଝିଅଙ୍କୁ ଲୋକେ ଦେଖୁଥିଲେ ସେମାନଙ୍କ ମନରେ ବହୁତ କଥା ଉଙ୍କି ମାରୁଥିବ ।
ଲେଫ୍ଟନାଣ୍ଟ କମାଣ୍ଡର ଦିଲ୍ନା : ଆଜ୍ଞା ସାର୍, ଆମକୁ ବହୁତ ଭଲ ଅଭିଜ୍ଞତା ମିଳିଲା ସାର୍, ଆମେ ୮ ମାସରେ ୪ ଜାଗାରେ ଅଟକିଥିଲୁ ସାର୍, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ୍, ପୋର୍ଟ ଷ୍ଟାନ୍ଲେ ଏବଂ ଦକ୍ଷିଣ ଆଫ୍ରିକା ସାର୍ ।
ପ୍ରଧାନମନ୍ତ୍ରୀ : ପ୍ରତ୍ୟେକ ସ୍ଥାନରେ ହାରାହାରି କେତେ ସମୟ ଅଟକିବାକୁ ପଡ଼ୁଥିଲା?
ଲେଫ୍ଟନାଣ୍ଟ କମାଣ୍ଡର ଦିଲ୍ନା : ସାର୍, ଆମେ ୧୪ ଦିନ ରହିଥିଲୁ ସାର୍, ଗୋଟିଏ ଜାଗାରେ।
ପ୍ରଧାନମନ୍ତ୍ରୀ : ଗୋଟିଏ ଜାଗାରେ ୧୪ ଦିନ ?
ଲେଫ୍ଟନାଣ୍ଟ କମାଣ୍ଡର ଦିଲ୍ନା : Correct ସାର୍, ଆଉ ସାର୍ ଆମେ ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଭାରତୀୟଙ୍କୁ ଦେଖିଲୁ ସାର୍ । ସେମାନେ ମଧ୍ୟ ବହୁତ ସକ୍ରିୟ ଏବଂ ଆତ୍ମବିଶ୍ୱାସର ସହ ଭାରତର ନାଁ ଉଜ୍ୱଳ କରୁଛନ୍ତି । ଆଉ ଆମକୁ ଏମିତି ଲାଗିଲା ଯେ ଆମର ସଫଳତାକୁ ସେମାନେ ନିଜର ସଫଳତା ବୋଲି ଭାବୁଥିଲେ ଏବଂ ପ୍ରତ୍ୟେକ ସ୍ଥାନରେ ଆମକୁ ଅଲଗା ଅଲଗା ଅନୁଭୂତି ମିଳିଲା, ଯେମିତିକି ଅଷ୍ଟ୍ରେଲିଆରେ । ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆନ ପାର୍ଲାମେଣ୍ଟର ବାଚସ୍ପତି ଆମକୁ ଡାକିଥିଲେ, ସେ ଆମକୁ ବହୁତ ପ୍ରେରଣା ଦେଇଥିଲେ ସାର୍, ଏବଂ ସବୁବେଳେ ଏପରି ସବୁ ଘଟଣା ଘଟୁଥିଲା ସାର୍, ଆମକୁ ବହୁତ ଗର୍ବ ଲାଗୁଥିଲା । ଆଉ ଯେତେବେଳେ ନ୍ୟୁଜିଲ୍ୟାଣ୍ଡ୍ ଗଲୁ, ସେତେବେଳେ ମାଓରୀ ଲୋକେ ଆମକୁ ସ୍ୱାଗତ କରିଥିଲେ ଏବଂ ଆମର ଭାରତୀୟ ସଂସ୍କୃତିକୁ ବହୁତ ସମ୍ମାନ ଦେଖାଇଥିଲେ ସାର୍ । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାର୍, ପୋର୍ଟ ଷ୍ଟାନ୍ଲେ ଗୋଟିଏ Remote Island ସାର୍, ଯାହା ଦକ୍ଷିଣ ଆମେରିକା ନିକଟରେ ଅବସ୍ଥିତ । ସେଠାକାର ମୋଟ ଜନସଂଖ୍ୟା ମାତ୍ର ତିନି ହଜାର ପାଞ୍ଚ ଶହ ସାର୍, କିନ୍ତୁ ସେଠାରେ ଆମେ ଗୋଟିଏ ଲଘୁ ଭାରତ ଦେଖିଲୁ ଏବଂ ସେଠାରେ ୪୫ ଜଣ ଭାରତୀୟ ଥିଲେ । ସେମାନେ ଆମକୁ ନିଜର ମନେ କରିଥିଲେ ଏବଂ ଆମକୁ ଘର ପରି ଅନୁଭବ କରାଇଥିଲେ ସାର୍ ।
ପ୍ରଧାନମନ୍ତ୍ରୀ : ଆଚ୍ଛା ଦେଶର ସେହି ଝିଅମାନଙ୍କ ପାଇଁ ଆପଣ ଦୁହେଁ କି ବାର୍ତ୍ତା ଦେବାକୁ ଚାହିଁବେ, ଯେଉଁମାନେ ଆପଣଙ୍କ ପରି କିଛି ଭିନ୍ନ କରିବାକୁ ଚାହୁଁଛନ୍ତି ?
ଲେଫ୍ଟନାଣ୍ଟ କମାଣ୍ଡର ରୁପା : ସାର୍, ମୁଁ ଲେଫ୍ଟନାଣ୍ଟ କମାଣ୍ଡର ରୁପା କହୁଛି । ମୁଁ ଆପଣଙ୍କ ମାଧ୍ୟମରେ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଯଦି କେହି ମନଦେଇ କଠିନ ପରିଶ୍ରମ କରେ, ତେବେ ଏ ପୃଥିବୀରେ କିଛି ବି ଅସମ୍ଭବ ନୁହେଁ । ଆପଣ କେଉଁଠୁ ଆସିଛନ୍ତି, କେଉଁଠି ଜନ୍ମ ହୋଇଛନ୍ତି, ସେସବୁ କିଛି ଗୁରୁତ୍ୱ ରଖେନି । ସାର୍, ଆମ ଦୁହିଁଙ୍କର ଏଇ ଇଚ୍ଛା ଯେ ଭାରତର ଯୁବକଯୁବତୀ ଓ ମହିଳାମାନେ ବଡ଼ବଡ଼ ସ୍ୱପ୍ନ ଦେଖନ୍ତୁ ଏବଂ ଭବିଷ୍ୟତରେ ସବୁ ଝିଅ ଏବଂ ମହିଳାମାନେ ପ୍ରତିରକ୍ଷାରେ, କ୍ରୀଡ଼ାରେ, ଦୁଃସାହସିକ ଅଭିଯାନରେ ଯୋଗଦେଇ ଦେଶର ନାଁ ଉଜ୍ଜ୍ୱଳ କରନ୍ତୁ ।
ପ୍ରଧାନମନ୍ତ୍ରୀ : ଦିଲ୍ନା ଏବଂ ରୁପା, ଆପଣଙ୍କ କଥା ଶୁଣି ମୁଁ ମଧ୍ୟ ବହୁତ ଆନନ୍ଦ ଅନୁଭବ କରୁଛି ଯେ ଆପଣମାନେ କେତେ ବଡ଼ ସାହସ ଦେଖାଇଛନ୍ତି । ଆପଣ ଦୁହିଁଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ । ନିଶ୍ଚିତ ଭାବେ ଆପଣଙ୍କ କଠିନ ପରିଶ୍ରମ, ଆପଣଙ୍କ ସଫଳତା, ଆପଣଙ୍କ ଉପଲବ୍ଧି ଦେଶର ଯୁବକଯୁବତୀଙ୍କୁ ବହୁତ ପ୍ରେରଣା ଯୋଗାଇବ । ଏହିପରି ତ୍ରିରଙ୍ଗାର ସମ୍ମାନ ରଖୁଥାନ୍ତୁ, ଭବିଷ୍ୟତ ପ୍ରୟାସ ପାଇଁ ଆପଣଙ୍କୁ ମୋର ଅନେକ ଶୁଭେଚ୍ଛା ।
ଲେଫ୍ଟନାଣ୍ଟ କମାଣ୍ଡର ଦିଲ୍ନା : ଧନ୍ୟବାଦ ସାର୍ ।
ପ୍ରଧାନମନ୍ତ୍ରୀ : ବହୁତ ବହୁତ ଧନ୍ୟବାଦ । ୱଣକ୍କମ୍ । ନମସ୍କାରମ୍ ।
ଲେଫ୍ଟନାଣ୍ଟ କମାଣ୍ଡର ରୁପା : ନମସ୍କାର ସାର୍ ।
ବନ୍ଧୁଗଣ, ଆମର ପର୍ବପର୍ବାଣୀ ଭାରତର ସଂସ୍କୃତିକୁ ଜୀବନ୍ତ ରଖିଥାଏ । ଛଠ୍ ପୂଜା ଏପରି ଏକ ପବିତ୍ର ପର୍ବ, ଯାହା ଦୀପାବଳି ପରେ ଆସିଥାଏ । ସୂର୍ଯ୍ୟଦେବଙ୍କୁ ସମର୍ପିତ ଏହି ମହାପର୍ବ ବହୁତ ସ୍ୱତନ୍ତ୍ର । ଏଥିରେ ଆମେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ମଧ୍ୟ ଅର୍ଘ୍ୟ ଅର୍ପଣ କରିଥାଉ, ତାଙ୍କର ଆରାଧନା କରୁ । ଛଠ୍ ପୂଜା କେବଳ ଦେଶର ବିଭିନ୍ନ ଅଞ୍ଚଳରେ ପାଳନ କରାଯାଏ ନାହିଁ, ବରଂ ସମଗ୍ର ବିଶ୍ୱରେ ଏହାର ପ୍ରଭାବ ପରିଲକ୍ଷିତ ହୁଏ । ଆଜି ଏହା ଏକ ବୈଶ୍ବିକ ପର୍ବ ଭାବେ ପାଳିତ ହେଉଛି ।
ବନ୍ଧୁଗଣ, ଆପଣମାନଙ୍କୁ ଏକଥା ଜଣାଇ ବହୁତ ଖୁସି ଲାଗୁଛି ଯେ ଭାରତ ସରକାର ମଧ୍ୟ ଛଠ୍ ପୂଜାକୁ ନେଇ ଏକ ବଡ଼ ପ୍ରୟାସ ଚଳାଇଛନ୍ତି । ଭାରତ ସରକାର ଛଠ୍ ମହାପର୍ବକୁ ୟୁନେସ୍କୋର ଇନ୍ଟାଜିବୁଲ୍ କଲ୍ଚରାଲ୍ ହେରିଟେଜ୍ ଲିଷ୍ଟ୍ ଅର୍ଥାତ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି । ଛଠ୍ ପୂଜା ଯେତେବେଳେ ୟୁନେସ୍କୋ ତାଲିକାରେ ଅନ୍ତର୍ଭୁକ୍ତ ହେବ, ସେତେବେଳେ ବିଶ୍ୱର କୋଣ ଅନୁକୋଣର ଲୋକେ ଏହାର ଭବ୍ୟତା ଓ ଦିବ୍ୟତା ଅନୁଭବ କରିପାରିବେ ।
ବନ୍ଧୁଗଣ, କିଛିଦିନ ତଳେ ଭାରତ ସରକାରଙ୍କ ଏପରି ପ୍ରଚେଷ୍ଟା ଯୋଗୁଁ କୋଲକାତାର ଦୁର୍ଗାପୂଜା ମଧ୍ୟ ୟୁନେସ୍କୋର ଏହି ତାଲିକାର ଅଂଶ ହୋଇଛି । ଯଦି ଆମେ ଆମର ସାଂସ୍କୃତିକ ଆୟୋଜନଗୁଡ଼ିକୁ ଏପରି ବୈଶ୍ୱିକ ପରିଚୟ ଦେଇପାରିବା, ତେବେ ବିଶ୍ୱବାସୀ ସେଗୁଡ଼ିକ ବିଷୟରେ ଜାଣିବେ, ବୁଝିବେ ଏବଂ ସେଥିରେ ଅଂଶଗ୍ରହଣ କରିବା ପାଇଁ ଆଗେଇ ଆସିବେ ।
ବନ୍ଧୁଗଣ, ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ । ଗାନ୍ଧିଜୀ ସବୁବେଳେ ସ୍ୱଦେଶୀକୁ ଗ୍ରହଣ କରିବା ଉପରେ ଜୋର୍ ଦେଇଥିଲେ ଏବଂ ଏଥିରେ ଖଦି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ଦୁର୍ଭାଗ୍ୟବଶତଃ ସ୍ୱାଧୀନତା ପରେ ଖଦିର ରଙ୍ଗ କିଛି ଫିକା ପଡ଼ିଯାଇଥିଲା, କିନ୍ତୁ ଗତ ୧୧ ବର୍ଷ ମଧ୍ୟରେ ଖଦି ପ୍ରତି ଦେଶବାସୀଙ୍କର ଆକର୍ଷଣ ବହୁତ ବଢ଼ିଛି । ଗତ କିଛି ବର୍ଷ ଭିତରେ ଖଦିର ବିକ୍ରି ବହୁତ ବୃଦ୍ଧି ପାଇଛି । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଅକ୍ଟୋବର ୨ରେ କୌଣସି ନା କୌଣସି ଖଦି ଉତ୍ପାଦ ଆପଣ ନିଶ୍ଚିତ ଭାବେ କିଣନ୍ତୁ । ଗର୍ବର ସହ କୁହନ୍ତୁ ଯେ ଏହା ସ୍ୱଦେଶୀ । ଏହାକୁ ସୋସିଆଲ୍ ମିଡିଆରେ ହ୍ୟାସ୍ଟ୍ୟାଗ୍ ଭୋକାଲ୍ ଫର୍ ଲୋକାଲ୍ ସହିତ ଶେୟାର୍ ମଧ୍ୟ କରନ୍ତୁ ।
ବନ୍ଧୁଗଣ, ଖଦି ପରି ଆମର ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଆଜି ଆମ ଦେଶରେ ଏପରି ଅନେକ ଉଦାହରଣ ସାମ୍ନାକୁ ଆସୁଛି ଯାହା ଦର୍ଶାଉଛି ଯେ ଯଦି ପରମ୍ପରା ଓ ନବସୃଜନକୁ ଏକାଠି ଯୋଡ଼ାଯାଏ ତେବେ ଆଶ୍ଚର୍ଯ୍ୟଜନକ ପରିଣାମ ମିଳିପାରେ । ଯେପରିକି ତାମିଲନାଡୁର ୟାଜ୍ ନେଚୁରାଲ୍ସ । ସେଠାରେ ଅଶୋକ ଜଗଦୀଶନ ଜୀ ଏବଂ ପ୍ରେମ ସେଲ୍ୱାରାଜ୍ ଜୀ କର୍ପୋରେଟ୍ ଚାକିରି ଛାଡ଼ି ଏକ ନୂଆ ପଦକ୍ଷେପ ନେଇଥିଲେ । ସେମାନେ ଘାସ ଓ କଦଳୀଗଛର ତନ୍ତୁରୁ ଯୋଗ ମ୍ୟାଟ୍ ତିଆରି କରିଥିଲେ, ହର୍ବାଲ୍ ରଙ୍ଗରେ କପଡ଼ାକୁ ରଙ୍ଗ କରିଥିଲେ ଏବଂ ୨୦୦ ପରିବାରକୁ ତାଲିମ ଦେଇ ସେମାନଙ୍କୁ ରୋଜଗାର ଦେଇଥିଲେ ।
ଝାଡ଼ଖଣ୍ଡର ଆଶିଷ ସତ୍ୟବ୍ରତ ସାହୁ ଜୀ ଜୋହାର୍ଗ୍ରାମ ବ୍ରାଣ୍ଡ୍ ମାଧ୍ୟମରେ ଆଦିବାସୀ ହସ୍ତତନ୍ତ ଏବଂ ପରିଧାନକୁ Global Ramp ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି । ତାଙ୍କ ପ୍ରୟାସ ଦ୍ୱାରା ଆଜି ଝାଡ଼ଖଣ୍ଡର ସାଂସ୍କୃତିକ ଐତିହ୍ୟକୁ ଅନ୍ୟ ଦେଶର ଲୋକେ ମଧ୍ୟ ଜାଣିବାକୁ ଆରମ୍ଭ କରିଛନ୍ତି ।
ବିହାରର ମଧୁବନୀ ଜିଲ୍ଲାର ସୁଇଟି କୁମାରୀ ଜୀ, ସେ ମଧ୍ୟ ସଙ୍କଳ୍ପ କ୍ରିଏସନ ଆରମ୍ଭ କରିଛନ୍ତି । ମିଥିଳା Paintingକୁ ସେ ମହିଳାମାନଙ୍କ ଜୀବିକାର ମାଧ୍ୟମ କରିଦେଇଛନ୍ତି । ଆଜି ୫୦୦ରୁ ଅଧିକ ଗ୍ରାମୀଣ ମହିଳା ତାଙ୍କ ସହ ଯୋଡ଼ି ହୋଇଛନ୍ତି ଓ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ସଫଳତାର ଏସବୁ ଗାଥା ଆମକୁ ଶିଖାଉଛି ଯେ ଆମ ପରମ୍ପରାରେ ଆୟର କେତେ ମାଧ୍ୟମ ଲୁଚି ରହିଛି । ଯଦି ଦୃଢ଼ ଇଚ୍ଛଶକ୍ତି ଅଛି ତେବେ ସଫଳତା ଆମଠାରୁ ଦୂରେଇ ଯାଇପାରେ ନାହିଁ ।
ମୋର ପ୍ରିୟ ଦେଶବାସୀଗଣ, ଆଗାମୀ କିଛିଦିନ ମଧ୍ୟରେ ଆମେ ବିଜୟାଦଶମୀ ପାଳନ କରିବା । ଏଥରର ବିଜୟାଦଶମୀ ମଧ୍ୟ ଅନ୍ୟ ଏକ କାରଣ ଯୋଗୁଁ ବହୁତ ମହତ୍ତ୍ୱପୂର୍ଣ୍ଣ । ଏହି ଦିନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସ୍ଥାପନାର ୧୦୦ ବର୍ଷ ପୂର୍ଣ୍ଣ ହେଉଛି । ଗୋଟିଏ ଶତାବ୍ଦୀର ଏ ଯାତ୍ରା ଯେତିକି ଅଦ୍ଭୁତ, ସେତିକି ଅଭୂତପୂର୍ବ ଏବଂ ସେତିକି ପ୍ରେରଣାଦାୟୀ ମଧ୍ୟ । ଆଜିଠାରୁ ୧୦୦ ବର୍ଷ ପୂର୍ବେ ଯେବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ଥାପନା ହୋଇଥିଲା, ସେତେବେଳେ ଦେଶ ଶହ ଶହ ବର୍ଷ ଧରି ପରାଧୀନତାର ବନ୍ଧନରେ ବାନ୍ଧିହୋଇ ରହିଥିଲା । ଶହ ଶହ ବର୍ଷର ଏହି ଗୋଲାମୀ ଆମର ସ୍ୱାଭିମାନ ଏବଂ ଆତ୍ମବିଶ୍ୱାସକୁ ଗଭୀର ଆଘାତ ଦେଇଥିଲା । ବିଶ୍ୱର ସବୁଠାରୁ ପ୍ରାଚୀନ ସଭ୍ୟତା ସମ୍ମୁଖରେ ପରିଚୟର ସଙ୍କଟ ଠିଆ କରାଯାଇଥିଲା । ଦେଶବାସୀ ହୀନମନ୍ୟତାର ଶୀକାର ହେଉଥିଲେ । ସେଥିପାଇଁ ଦେଶର ସ୍ୱାଧୀନତା ସଙ୍ଗେ ସଙ୍ଗେ ବୈଚାରିକ ଗୋଲାମୀରୁ ସ୍ୱାଧୀନତା ପାଇବା ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଥିଲା । ଏହି ସମୟରେ ପରମପୂଜ୍ୟ ଡକ୍ଟର ହେଡଗେୱାର ଜୀ ଏହି ବିଷୟରେ ଗଭୀର ଚିନ୍ତା କରିଥିଲେ ଏବଂ ଏହି ଭଗୀରଥ ପ୍ରୟାସ ପାଇଁ ସେ ୧୯୨୫ ମସିହା ପବିତ୍ର ବିଜୟାଦଶମୀ ଅବସରରେ ‘ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ’ର ସ୍ଥାପନା କଲେ । ଡକ୍ଟର ସାହେବ ବିଦାୟ ନେବାପରେ ପରମପୂଜ୍ୟ ଗୁରୁଜୀ ରାଷ୍ଟ୍ରସେବାର ଏହି ମହାଯଜ୍ଞକୁ ଆଗକୁ ବଢ଼ାଇଥିଲେ । ପରମପୂଜ୍ୟ ଗୁରଜୀ କହୁଥିଲେ – “ରାଷ୍ଟ୍ରାୟ ସ୍ୱାହା, ଇଦଂ ରାଷ୍ଟ୍ରାୟ ଇଦଂ ନ ମମ” ଅର୍ଥାତ୍, ଏହା ମୋର ନୁହେଁ, ଏହା ରାଷ୍ଟ୍ରର । ଏଥିରେ ସ୍ୱାର୍ଥର ଉପରକୁ ଉଠି ରାଷ୍ଟ୍ର ପାଇଁ ସମର୍ପଣ ଭାବ ରଖିବାର ପ୍ରେରଣା ନିହିତ ଅଛି । ଗୁରୁଜୀ ଗୋଲୱରକର ଜୀଙ୍କ ଏହି ବାକ୍ୟ ଲକ୍ଷ ଲକ୍ଷ ସ୍ୱୟଂସେବକଙ୍କୁ ତ୍ୟାଗ ଏବଂ ସେବାର ପଥ ଦେଖାଇଥିଲା । ତ୍ୟାଗ ଓ ସେବାର ଭାବନା ଏବଂ ଅନୁଶାସନର ଶିକ୍ଷା, ଏହାହିଁ ସଂଘର ପ୍ରକୃତ ଶକ୍ତି ଅଟେ । ଆଜି ଆରଏସ୍ଏସ୍ ଶହେ ବର୍ଷ ଧରି ଅବିଶ୍ରାନ୍ତ ଭାବରେ ବିନା ବାଧାରେ ରାଷ୍ଟ୍ରସେବାର କର୍ତ୍ତବ୍ୟରେ ଲାଗିରହିଛି । ଏଥିପାଇଁ ଆମେ ଦେଖୁଛୁ, ଦେଶର ଯେକୌଣସି ଜାଗାରେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଆରଏସ୍ଏସର ସ୍ୱୟଂସେବକମାନେ ସର୍ବପ୍ରଥମେ ସେଠାରେ ପହଞ୍ଚିଯାଉଛନ୍ତି । ଲକ୍ଷ ଲକ୍ଷ ସ୍ୱୟଂସେବକମାନଙ୍କର ଜୀବନର ପ୍ରତ୍ୟେକ କର୍ମ, ପ୍ରତ୍ୟେକ ପ୍ରଚେଷ୍ଟାରେ “ଦେଶ ପ୍ରଥମ”ର ଭାବନା ସର୍ବଦା ସର୍ବୋପରି ଦେଖାଯାଏ । ମୁଁ ରାଷ୍ଟ୍ରସେବାର ମହାଯଜ୍ଞରେ ନିଜକୁ ସମର୍ପିତ କରିଥିବା ପ୍ରତ୍ୟେକ ସ୍ୱୟଂସେବକଙ୍କୁ ନିଜର ଶୁଭକାମନା ଅର୍ପଣ କରୁଛି।
ମୋର ପ୍ରିୟ ଦେଶବାସୀଗଣ, ଆସନ୍ତା ମାସ ଅକ୍ଟୋବର ୭ ତାରିଖ ଦିନ ମହର୍ଷି ବାଲ୍ମିକୀ ଜୟନ୍ତୀ ପଡ଼ୁଛି । ଆମେ ସମସ୍ତେ ଜାଣୁ, ମହର୍ଷି ବାଲ୍ମିକୀ ଭାରତୀୟ ସଂସ୍କୃତିର କେତେ ବଡ଼ ଆଧାର ସ୍ତମ୍ଭ । ସେ ମହର୍ଷି ବାଲ୍ମିକୀ ହିଁ ଥିଲେ, ଯେ ଆମମାନଙ୍କୁ ଭଗବାନ ରାମଙ୍କର ଅବତାର କଥା ବିଷୟରେ ଏତେ ବିସ୍ତୃତ ଭାବରେ ପରିଚିତ କରାଇଥିଲେ । ସେ ମାନବ ଜୀବନକୁ ରାମାୟଣ ଭଳି ଅଦ୍ଭୁତ ଗ୍ରନ୍ଥ ପ୍ରଦାନ କରିଥିଲେ ।
ବନ୍ଧୁଗଣ, ରାମାୟଣରେ ନିହିତ ଭଗବାନ ରାମଙ୍କ ଆଦର୍ଶ ଏବଂ ମୂଲ୍ୟ ଯୋଗୁଁ ଆମ ଉପରେ ରାମାୟଣର ଏଭଳି ପ୍ରଭାବ ରହିଛି । ଭଗବାନ ରାମ ସେବା, ସମରସତ୍ତା ଏବଂ କରୁଣାର ସହିତ ସମସ୍ତଙ୍କୁ ହୃଦୟରେ ଲଗାଇଥିଲେ । ସେଥିପାଇଁ ଆମେ ଦେଖୁ, ମହର୍ଷି ବାଲ୍ମିକୀଙ୍କ ରାମାୟଣର ରାମ, ମାତା ଶବରୀ ଏବଂ ନିଷାଦରାଜଙ୍କ ସହିତ ସାକ୍ଷାତରେ ପୂର୍ଣ୍ଣତା ପାଆନ୍ତି । ବନ୍ଧୁଗଣ, ଏଥିପାଇଁ ଅଯୋଧ୍ୟାରେ ଯେବେ ରାମମନ୍ଦିର ନିର୍ମାଣ ହେଲା ସେତେବେଳେ ସାଥିରେ ନିଷାଦରାଜ ଏବଂ ମହର୍ଷି ବାଲ୍ମିକୀଙ୍କ ମନ୍ଦିର ମଧ୍ୟ ନିର୍ମାଣ କରାଗଲା । ମୋର ଆପଣମାନଙ୍କୁ ଅନୁରୋଧ, ଆପଣ ଯେତେବେଳେ ଅଯୋଧ୍ୟାର ରାମଲଲାଙ୍କର ଦର୍ଶନ କରିବାକୁ ଯାଉଛନ୍ତି, ସେତେବେଳେ ମହର୍ଷି ବାଲ୍ମିକୀ ଏବଂ ନିଷାଦରାଜଙ୍କ ମନ୍ଦିର ନିଶ୍ଚିତ ଭାବରେ ଦର୍ଶନ କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, କଳା, ସାହିତ୍ୟ ଏବଂ ସଂସ୍କୃତିର ସବୁଠାରୁ ମୁଖ୍ୟ କଥାଟି ହେଲା ଯେ ଏହା କୌଣସି ସୀମାରେଖା ବା ବନ୍ଧନରେ ଜଡ଼ିତ ନୁହେଁ । ଏଗୁଡ଼ିକର ସୁଗନ୍ଧ ସମସ୍ତ ସୀମାରେଖା ଅତିକ୍ରମ କରି ଲୋକମାନଙ୍କର ହୃଦୟକୁ ଛୁଇଁଯାଏ । ଏହି ନିକଟ ଅତୀତରେ ପ୍ୟାରିସର ଗୋଟିଏ ସାଂସ୍କୃତିକ ଅନୁଷ୍ଠାନ “ସୌନ୍ତଖ ମଣ୍ଡପା” ତା’ର ୫୦ ବର୍ଷ ପୂରଣ କଲା । ଏହି କେନ୍ଦ୍ରଟି ଭାରତୀୟ ନୃତ୍ୟକୁ ଲୋକପ୍ରିୟ କରିବାରେ ନିଜର ବ୍ୟାପକ ଯୋଗଦାନ ଦେଇଥିଲା । ଏହାର ପ୍ରତିଷ୍ଠା ମିଲେନା ସାଲୱିନୀଙ୍କ ଦ୍ୱାରା ହୋଇଥିଲା । ତାଙ୍କୁ କିଛିବର୍ଷ ପୂର୍ବେ ପଦ୍ମଶ୍ରୀ ଦ୍ୱାରା ସମ୍ମାନିତ କରାଯାଇଥିଲା । ମୁଁ “ସୌନ୍ତଖ ମଣ୍ଡପା” ସହିତ ଜଡ଼ିତ ସମସ୍ତ ଲୋକମାନଙ୍କୁ ବହୁତ ଅଭିନନ୍ଦନ ଜଣାଉଛି ଏବଂ ଭବିଷ୍ୟତର ପ୍ରୟାସ ପାଇଁ ସେମାନଙ୍କୁ ଶୁଭକାମନା ଦେଉଛି ।
ବନ୍ଧୁଗଣ, ଏବେ ମୁଁ ଆପଣଙ୍କୁ ଦୁଇଟି ଛୋଟ audio clip ଶୁଣାଉଛି, ଏଥିପ୍ରତି ଧ୍ୟାନ ଦିଅନ୍ତୁ –
#Audio Clip 1
ଏବେ ଦ୍ୱିତୀୟ ମକ୍ଷସକ୍ଟ୍ର ମଧ୍ୟ ଶୁଣନ୍ତୁ –
#Audio Clip 2
ବନ୍ଧୁଗଣ, ଏହି ସ୍ୱର ସେହି କଥାର ସାକ୍ଷୀ ଯେ ଭୂପେନ ହଜାରିକାଙ୍କ ଗୀତ ସହିତ କେମିତି ସାରା ଦୁନିଆର ଭିନ୍ନ ଭିନ୍ନ ଦେଶ ନିଜ ନିଜ ଭିତରେ ଯୋଡ଼ିହୁଅନ୍ତି । ଶ୍ରୀଲଙ୍କାରେ ଗୋଟିଏ ପ୍ରଶଂସନୀୟ ପ୍ରଚେଷ୍ଟା ହେଲା । ଏଥିରେ ଭୂପେନ୍ ଦା’ଙ୍କ ପ୍ରତିଷ୍ଠିତ ଗୀତ ‘ମନୁହେ–ମନୁହାର ବାବେ’କୁ ଶ୍ରୀଲଙ୍କାର କଳାକାରମାନେ ସିଂହଳୀ ଓ ତାମିଲ ଭାଷାରେ ଅନୁବାଦ କଲେ । ମୁଁ ଆପଣମାନଙ୍କୁ ସେହି ଅଡିଓଟି ଶୁଣାଇଲି । କିଛିଦିନ ପୂର୍ବେ ଆସାମରେ ମୋତେ ତାଙ୍କର ଜନ୍ମଶତାବ୍ଦୀ ସମାରୋହରେ ସମ୍ମିଳିତ ହେବାର ସୌଭାଗ୍ୟ ମିଳିଥିଲା । ଏହା ବାସ୍ତବରେ ଏକ ବହୁତ ସ୍ମରଣୀୟ କାର୍ଯ୍ୟକ୍ରମ ଥିଲା ।
ବନ୍ଧୁଗଣ, ଏକପକ୍ଷରେ ଆସାମ ଆଜି ଭୂପେନ୍ ହଜାରିକାଙ୍କର ଜନ୍ମଶତାବ୍ଦୀ ପାଳନ କରୁଥିବାବେଳେ ତା’ର କିଛିଦିନ ପୂର୍ବରୁ ଗୋଟିଏ ଦୁଃଖଦ ସମୟ ମଧ୍ୟ ଆସିଲା । ଜୁବିନ୍ ଗର୍ଗଙ୍କ ଅସାମୟିକ ମୃତ୍ୟୁ ଦ୍ୱାରା ଲୋକମାନେ ଶୋକ ପାଳନ କରୁଛନ୍ତି ।
ଜୁବିନ୍ ଗର୍ଗ ଏକ ପ୍ରସିଦ୍ଧ ଗାୟକ ଥିଲେ, ଯିଏକି ସାରା ଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଆସାମର ସଂସ୍କୃତି ସହିତ ତାଙ୍କର ବହୁତ ନିବିଡ଼ ସମ୍ପର୍କ ଥିଲା । ଜୁବିନ୍ ଗର୍ଗ ଆମ ସ୍ମୃତିରେ ସଦାସର୍ବଦା ଜୀବିତ ରହିବେ ଏବଂ ତାଙ୍କର ସଙ୍ଗୀତ ଆଗାମୀ ପିଢ଼ୀକୁ ମନ୍ତ୍ରମୁଗ୍ଧ କରିଚାଲିଥିବ ।
ଜୁବିନ୍ ଗର୍ଗ, ଆସିଲ
ଅହୋମାର୍ ହମୋସକୃତିର, ଉଜ୍ଜ୍ୱାଳ ରତ୍ନୋ ….
ଜନୋତାର ହୃଦୟାତ, ତେୟୋ ହଦାୟ ଜିୟାୟ, ଥାକିବୋ ।
ଅନୁବାଦ :
ଜୁବିନ୍ ଆସାମ ସଂସ୍କୃତିର ଏକ ଉଜ୍ଜ୍ୱଳ ରତ୍ନ ଥିଲେ । ଯଦିଓ ତାଙ୍କର ଶରୀର ବିଦାୟ ନେଇଛି, ସେ ସର୍ବଦା ଆମ ହୃଦୟରେ ବଞ୍ଚି ରହିଥିବେ ।
ବନ୍ଧୁଗଣ, କିଛିଦିନ ପୂର୍ବେ ଆମ ଦେଶ ଜଣେ ମହାନ ବିଚାରକ ଏବଂ ଚିନ୍ତାନାୟକ ଏସ୍.ଏଲ୍. ଭୈରପ୍ପା ଜୀଙ୍କୁ ହରାଇଛି । ମୋର ଭୈରପ୍ପା ଜୀଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଥିଲା ଏବଂ ଆମ ଭିତରେ ଅନେକ ସମୟରେ ଭିନ୍ନ ଭିନ୍ନ ବିଷୟରେ ଆଲୋଚନା ମଧ୍ୟ ହୋଇଛି । ତାଙ୍କର ରଚନା ଯୁବବର୍ଗଙ୍କ ବିଚାରକୁ ଦିଗଦର୍ଶନ ଦେଉଥିବ । କନ୍ନଡ଼ ଭାଷାରେ ଲିଖିତ ତାଙ୍କର ଅନେକଗୁଡ଼ିଏ ରଚନାର ଅନୁବାଦ ମଧ୍ୟ ଉପଲବ୍ଧ ଅଛି । ନିଜର ମୂଳଦୁଆ ଏବଂ ସଂସ୍କୃତି ଉପରେ ଗର୍ବ କରିବା ଆମ ପାଇଁ କେତେ ଜରୁରୀ ସେ ତାହା କହିଯାଇଛନ୍ତି । ମୁଁ ଏସ୍.ଏଲ୍. ଭୈରପ୍ପା ଜୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ଯୁବପିଢ଼ୀକୁ ତାଙ୍କର ଲେଖାଗୁଡ଼ିକ ପଢ଼ିବା ପାଇଁ ଅନୁରୋଧ କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଆଗାମୀ ଦିନରେ ଗୋଟିଏ ପରେ ଗୋଟିଏ ପର୍ବ ଏବଂ ଆନନ୍ଦର ଦିନ ଆସୁଛି । ପ୍ରତ୍ୟେକ ପର୍ବରେ ଆମେମାନେ ଖୁବ୍ କିଣାକିଣି କରନ୍ତି । ଆଉ ଏ ବର୍ଷ ତ ‘ଜିଏସଟି ସଞ୍ଚୟ ଉତ୍ସବ’ ଚାଲିଛି ।
ବନ୍ଧୁଗଣ, ଗୋଟିଏ ସଂକଳ୍ପ ନେଇ ଆପଣ ନିଜର ଉତ୍ସବଗୁଡ଼ିକୁ ଆହୁରି ବିଶେଷ କରିପାରିବେ । ଯଦି ଆମେମାନେ ଧରିନେବା ଯେ ଏଥରର ଉତ୍ସବ ଆମେ ଖାଲି ସ୍ୱଦେଶୀ ଜିନିଷଗୁଡ଼ିକ ନେଇ ପାଳନ କରିବା, ତାହେଲେ ଦେଖିବେ ଆମ ଉତ୍ସବର ଆନନ୍ଦ ଅନେକ ଗୁଣ ବଢ଼ିଯିବ । ‘ଭୋକାଲ ଫର୍ ଲୋକାଲ୍’କୁ କିଣାକିଣିର ମନ୍ତ୍ର ବୋଲି ଧରିନିଅନ୍ତୁ । ସଂକଳ୍ପ କରିନିଅନ୍ତୁ ସର୍ବଦା ପାଇଁ ଯାହା ଦେଶରେ ତିଆରି ହୋଇଛି ଆମେ ତାହାହିଁ କିଣିବା । ଯାହାକୁ ଦେଶର ଲୋକମାନେ ତିଆରି କରିଛନ୍ତି ତାହାହିଁ ଘରକୁ ନେଇଯିବା । ଯେଉଁଥିରେ କୌଣସି ଦେଶବାସୀଙ୍କ ଶ୍ରମ ରହିଛି, ସେହି ଦ୍ରବ୍ୟକୁ ବ୍ୟବହାର କରିବା । ଯେତେବେଳେ ଆମେ ଏହିଭଳି କରିବା ସେତେବେଳେ ଆମେ ଖାଲି ଜିନିଷ କିଣୁନେ, କୌଣସି ପରିବାରର ଆଶାକୁ ଘରକୁ ଆଣନ୍ତି, କୌଣସି କାରିଗରର ପରିଶ୍ରମକୁ ସମ୍ମାନ ଦିଅନ୍ତି ଏବଂ କୌଣସି ଯୁବ ଉଦ୍ୟମୀର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରନ୍ତି ।
ବନ୍ଧୁଗଣ, ଉତ୍ସବ ସମୟରେ ଆମେ ସମସ୍ତେ ନିଜ ଘର ସଫା କରିବାରେ ଲାଗିଥାଉ, କିନ୍ତୁ ସ୍ୱଚ୍ଛତା ଖାଲି ଘରର ଚାରିକାନ୍ଥ ଭିତରେ ସୀମିତ ନ ରହୁ । ଗଳି, ବସ୍ତି, ବଜାର, ଗାଁ ସବୁ ଜାଗାକୁ ସଫା ରଖିବା ଆମମାନଙ୍କର ଦାୟିତ୍ୱ ହେବା ଉଚିତ ।
ବନ୍ଧୁଗଣ, ଆମ ଦେଶରେ ଏହି ସମୟ ଉତ୍ସବର ସମୟ ହୋଇଥାଏ ଏବଂ ଦୀପାବଳୀ ଏକ ପ୍ରକାର ମହାଉତ୍ସବ ଭାବରେ ପାଳିତ ହୁଏ । ମୁଁ ଆପଣ ସମସ୍ତଙ୍କୁ ଆଗାମୀ ଦୀପାବଳୀର ବହୁତ ବହୁତ ଶୁଭକାମନା ଜଣାଉଛି କିନ୍ତୁ ତା’ସଙ୍ଗେ ସଙ୍ଗେ ମୁଁ ପୁଣିଥରେ କହିବାକୁ ଚାହେଁ ଯେ ଆମେ ଆତ୍ମନିର୍ଭରଶୀଳ ହେବା, ଦେଶକୁ ଆତ୍ମନିର୍ଭରଶୀଳ କରି ହିଁ ବିଶ୍ରାମ ନେବା ଏବଂ ଏଥିପାଇଁ ଏହାର ବାଟ ହେଲା ସ୍ୱଦେଶୀକୁ ଆପଣାଇବା ।
ବନ୍ଧୁଗଣ, ‘ମନ୍ କି ବାତ୍’ରେ ଏଥର ଏତିକି । ଆସନ୍ତା ମାସରେ ନୂଆ କଥା ଏବଂ ପ୍ରେରଣା ସହିତ ପୁଣି ଦେଖାହେବା । ଆପଣ ସମସ୍ତଙ୍କୁ ଶୁଭକାମନା । ବହୁତ ବହୁତ ଧନ୍ୟବାଦ।
***********
#MannKiBaat has begun. Do tune in! https://t.co/1YC6s8Uota
— PMO India (@PMOIndia) September 28, 2025
Amar Shaheed Bhagat Singh is an inspiration for every Indian, especially the youth of the country. #MannKiBaat pic.twitter.com/6yE1a73H9e
— PMO India (@PMOIndia) September 28, 2025
Lata Didi's songs comprise everything that stirs human emotions. The patriotic songs she sang had a profound impact on people. #MannKiBaat pic.twitter.com/XCcbXLAEyH
— PMO India (@PMOIndia) September 28, 2025
India's Nari Shakti is making a mark in every field. #MannKiBaat pic.twitter.com/LGAH8xKplo
— PMO India (@PMOIndia) September 28, 2025
Lieutenant Commander Dilna and Lieutenant Commander Roopa have exemplified true courage and unshakable resolve during the Navika Sagar Parikrama. #MannKiBaat pic.twitter.com/McWDkNBTFT
— PMO India (@PMOIndia) September 28, 2025
Chhath Puja honours Surya Dev with offerings to the setting sun. Once local, it is now becoming a global festival. #MannKiBaat pic.twitter.com/KIgB6kdm05
— PMO India (@PMOIndia) September 28, 2025
Over the last 11 years, the attraction for Khadi has grown remarkably, with sales rising steadily. #MannKiBaat pic.twitter.com/AIHtbDT9rR
— PMO India (@PMOIndia) September 28, 2025
India's handloom and handicraft sector is undergoing a remarkable transformation. #MannKiBaat pic.twitter.com/5NrH8Kzt38
— PMO India (@PMOIndia) September 28, 2025
The RSS has been relentlessly and tirelessly engaged in national service for over a hundred years. #MannKiBaat pic.twitter.com/1tle1CRHWI
— PMO India (@PMOIndia) September 28, 2025
Remembering the noble ideals of Maharshi Valmiki. #MannKiBaat pic.twitter.com/AJ8t3Xadbn
— PMO India (@PMOIndia) September 28, 2025
Indian culture transcends all boundaries, touching hearts not just across India but around the world. #MannKiBaat pic.twitter.com/eadFE7S8PH
— PMO India (@PMOIndia) September 28, 2025
Let us make 'Vocal for Local' the shopping mantra. #MannKiBaat pic.twitter.com/yNUC3dBj4W
— PMO India (@PMOIndia) September 28, 2025
Cleanliness should extend beyond our homes, becoming our responsibility everywhere - in streets, neighbourhoods, markets and villages. #MannKiBaat pic.twitter.com/W08219X4HO
— PMO India (@PMOIndia) September 28, 2025
Began today’s #MannKiBaat episode by remembering Shaheed Bhagat Singh and Lata Didi. pic.twitter.com/ceRqx8Wcd6
— Narendra Modi (@narendramodi) September 28, 2025
Do hear this interaction with Lieutenant Commander Roopa A and Lieutenant Commander Dilna K, who were part of Navika Sagar Parikrama II. Their courage will inspire you all! #MannKiBaat pic.twitter.com/xX3m0zOGGT
— Narendra Modi (@narendramodi) September 28, 2025
Chhath Parv symbolises the finest of Bihar’s cultural ethos. The Government of India is honoured to be nominating Chhath Parv to the UNESCO's Intangible Cultural Heritage list. #MannKiBaat pic.twitter.com/7UioaTACT8
— Narendra Modi (@narendramodi) September 28, 2025
As the RSS marks its centenary, highlighted the rich contribution of the RSS to our nation. #MannKiBaat pic.twitter.com/DBlURIv7uK
— Narendra Modi (@narendramodi) September 28, 2025
Zubeen Garg was a shining gem of Assam’s cultural heritage. He will always live in the hearts of the people! #MannKiBaat pic.twitter.com/wUWx7fA0hz
— Narendra Modi (@narendramodi) September 28, 2025
Commended an effort in Sri Lanka where an iconic song of the great Bhupen Hazarika has been translated into Sinhala and Tamil, highlighting the global popularity of Bhupen Da. #MannKiBaat pic.twitter.com/L6n43LkPIr
— Narendra Modi (@narendramodi) September 28, 2025
India will be grateful to SL Bhyrappa Ji for enriching our cultural and intellectual traditions. #MannKiBaat pic.twitter.com/pYLIQWfuOb
— Narendra Modi (@narendramodi) September 28, 2025
Commended Centre Mandapa in France, which marks 50 years of popularising Indian culture and dance there. #MannKiBaat pic.twitter.com/6NQ0H97AKS
— Narendra Modi (@narendramodi) September 28, 2025
জুবিন গাৰ্গ আছিল অসমৰ সাংস্কৃতিক ঐতিহ্যৰ এক উজ্জ্বল ৰত্ন। তেওঁ সদায় ৰাইজৰ হৃদয়ত জীয়াই থাকিব! #MannKiBaat pic.twitter.com/DhojpI1e7U
— Narendra Modi (@narendramodi) September 28, 2025
ನಮ್ಮ ಸಾಂಸ್ಕೃತಿಕ ಮತ್ತು ಬೌದ್ಧಿಕ ಪರಂಪರೆಯನ್ನು ಶ್ರೀಮಂತಗೊಳಿಸಿದ ಎಸ್.ಎಲ್. ಭೈರಪ್ಪ ಅವರಿಗೆ ಭಾರತ ಕೃತಜ್ಞವಾಗಿರುತ್ತದೆ.#MannKiBaat pic.twitter.com/NSuvfqI0CA
— Narendra Modi (@narendramodi) September 28, 2025
शहीद भगत सिंह आणि लता दीदी यांचे स्मरण करून #MannKiBaat या कार्यक्रमाच्या आजच्या भागाची सुरुवात झाली. pic.twitter.com/zhxzNBNkpY
— Narendra Modi (@narendramodi) September 28, 2025
ਅੱਜ ਦੇ #MannKiBaat ਐਪੀਸੋਡ ਦੀ ਸ਼ੁਰੂਆਤ ਸ਼ਹੀਦ ਭਗਤ ਸਿੰਘ ਅਤੇ ਲਤਾ ਦੀਦੀ ਨੂੰ ਯਾਦ ਕਰਕੇ ਕੀਤੀ। pic.twitter.com/QGuqG1NJkX
— Narendra Modi (@narendramodi) September 28, 2025
तमिलनाडु से लेकर बिहार-झारखंड तक आज देशभर में खादी, हैंडलूम और हैंडीक्राफ्ट सेक्टर में कुछ लोग कमाल के प्रोडक्ट तैयार कर रहे हैं। परंपरा और इनोवेशन के संगम से बनने वाली इन स्वदेशी चीजों की जहां देश-विदेश में मांग बढ़ रही है, वहीं वोकल फॉर लोकल के अभियान को भी नई तेजी मिल रही है।… pic.twitter.com/GWN80L6Tyf
— Narendra Modi (@narendramodi) September 28, 2025
मानवता को रामायण जैसा अद्भुत ग्रंथ देने वाले महर्षि वाल्मीकि भारतीय संस्कृति के आधारस्तंभों में से एक हैं। अगले महीने उनकी जयंती को देखते हुए देशवासियों से मेरा यह विशेष आग्रह… #MannKiBaat pic.twitter.com/WrV0JICeqe
— Narendra Modi (@narendramodi) September 28, 2025
सूर्यदेव को समर्पित छठ महापर्व बिहार की सांस्कृतिक परंपरा का भव्य और दिव्य उत्सव है। मुझे यह बताते हुए अत्यंत प्रसन्नता हो रही है कि हमारी सरकार इस महापर्व को UNESCO की सांस्कृतिक धरोहर की सूची में शामिल कराने के प्रयासों में जुटी है। #MannKiBaat pic.twitter.com/FSgbiq581B
— Narendra Modi (@narendramodi) September 28, 2025
J'ai félicité le Centre Mandapa en France, qui célèbre 50 ans de popularisation de la culture et de la danse indiennes dans ce pays. #MannKiBaat pic.twitter.com/BXnzOPOOnW
— Narendra Modi (@narendramodi) September 28, 2025