ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହ୍ୟାନଙ୍କ ସହ କଥା ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ୟୁ.ଏ.ଇ ଉପରେ ହୋଇଥିବା ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରିଥିଲେ ଏବଂ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ଏହି କଠିନ ସମୟରେ ଭାରତ ୟୁ.ଏ.ଇ ସହିତ ଏକଜୁଟ ହୋଇ ଛିଡା ହୋଇଛି।
ୟୁ.ଏ.ଇ ରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟର ଯତ୍ନ ନେଇଥିବାରୁ ପ୍ରଧାନମନ୍ତ୍ରୀ ୟୁ.ଏ.ଇ. ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଆହୁରି ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ଏହି କ୍ଷେତ୍ରରେ ଉତ୍ତେଜନା ହ୍ରାସ, ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତାକୁ ସମର୍ଥନ କରେ।
ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ସେୟାର କରିଛନ୍ତି:
“ୟୁ.ଏ.ଇର ରାଷ୍ଟ୍ରପତି, ମୋର ଭାଇ ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହ୍ୟାନଙ୍କ ସହ କଥା ହେଲି। ୟୁ. ଏ. ଇ. ଉପରେ ହୋଇଥିବା ଆକ୍ରମଣକୁ ମୁଁ ଦୃଢ଼ ଭାବେ ନିନ୍ଦା କରୁଛି ଏବଂ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ସମବେଦନା ଜଣାଉଛି। ଏହି କଠିନ ସମୟରେ ଭାରତ ୟୁ.ଏ.ଇ. ସହିତ ଏକଜୁଟ ହୋଇ ଛିଡା ହୋଇଛି।
ୟୁ.ଏ.ଇରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଯତ୍ନ ନେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଆମେ ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତାକୁ ସମର୍ଥନ କରୁଛୁ ।
HS
Spoke with President of the UAE, my brother Sheikh Mohamed bin Zayed Al Nahyan. Strongly condemned the attacks on the UAE and condoled the loss of lives in these attacks. India stands in solidarity with the UAE in these difficult times.
— Narendra Modi (@narendramodi) March 1, 2026
Thanked him for taking care of the Indian…
تحدثتُ مع رئيس دولة الإمارات العربية المتحدة، أخي الشيخ محمد بن زايد. أدنتُ بشدة الهجمات على الإمارات، وقدمتُ تعازيَّ الحارة في الخسائر البشرية الناجمة عنها. الهند تقف متضامنةً مع الإمارات في هذه الظروف الصعبة.
— Narendra Modi (@narendramodi) March 1, 2026
شكرته على رعايته للجالية الهندية المقيمة في الإمارات. ندعم خفض…