Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ଉପରାଷ୍ଟ୍ରପତିଙ୍କ ଟେଲିଫୋନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଆମେରିକାର ଉପରାଷ୍ଟ୍ରପତି ଶ୍ରୀ ଜେ. ଡି. ଭାନ୍ସ ଟେଲିଫୋନ କଲ୍ କରିଥିଲେ ।

ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତି ଭାନ୍ସ ଭାରତ-ଆମେରିକା ବ୍ୟାପକ ବିଶ୍ୱ ରଣନୈତିକ ସହଭାଗୀତାରେ ପ୍ରଗତି ସମୀକ୍ଷା କରିଛନ୍ତି । ସେମାନେ ଉଚ୍ଚସ୍ତରୀୟ ସମ୍ପର୍କର ନିରନ୍ତର ଗତିକୁ ଉଲ୍ଲେଖ କରିଛନ୍ତି । ଏଥିସହ ବାଣିଜ୍ୟ, ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଶକ୍ତି ସୁରକ୍ଷା ତଥା ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି । 

ସେମାନେ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱ ବିକାଶ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଉପରାଷ୍ଟ୍ରପତି ଭାନ୍ସ ଏବଂ ସୁଶ୍ରୀ ଉଷା ଭାନ୍ସଙ୍କୁ ସେମାନଙ୍କ ପୁତ୍ର ଜନ୍ମ ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ଏବଂ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି ।

SR