ପିଏମଇଣ୍ଡିଆ
ଆଗା ଖାନ୍ ଡେଭେଲପମେଣ୍ଟ ନେଟୱାର୍କ (ଏକେଡିଏନ) ର ଅଧ୍ୟକ୍ଷ ମହାମହିମ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।
ପ୍ରଧାନମନ୍ତ୍ରୀ ଭାରତ ପାଇଁ ଏକେଡିଏନର ଦୀର୍ଘଦିନର ଅବଦାନକୁ, ବିଶେଷ କରି ନିରନ୍ତର ସହରୀ ବିକାଶ, ଜଳ ସଂରକ୍ଷଣ, ସ୍ୱାସ୍ଥ୍ୟସେବା, ଗ୍ରାମୀଣ ସ୍ୱଚ୍ଛତା, ଯୁବବର୍ଗଙ୍କ ଦକ୍ଷତା ବିକାଶ ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଥିବା ଅବଦାନକୁ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ଐତିହାସିକ ସ୍ଥାନଗୁଡ଼ିକର ସଂରକ୍ଷଣ ଓ ପୁନରୁଦ୍ଧାର ମାଧ୍ୟମରେ ଭାରତର ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବା ଦିଗରେ ଏକେଡିଏନର ଅଗ୍ରଣୀ ପ୍ରୟାସର ମଧ୍ୟ ପ୍ରଶଂସା କରିଥିଲେ।
ମହାମହିମ ଆଗା ଖାନ୍ ଭାରତର ଅନ୍ତର୍ଭୁକ୍ତିମୂଳକ ବିକାଶ ଏବଂ ସାମାଜିକ ଅଗ୍ରଗତି ପ୍ରତି ଏକେଡିଏନର ପ୍ରତିଶ୍ରୁତିବଦ୍ଧତାକୁ ପୁନର୍ବାର ଦୃଢ଼ କରିଥିଲେ। ସେ ଭାରତର ପରିବର୍ତ୍ତନକାରୀ ବିକାଶମୂଳକ ପଦକ୍ଷେପ ଗୁଡ଼ିକର ପ୍ରଶଂସା କରିବା ସହ ମାନବ କଲ୍ୟାଣ ସାଧନରେ ନବସୃଜନର ଭୂମିକା ସମ୍ପର୍କରେ ନିଜର ମତାମତ ଦେଇଥିଲେ।
*********
SSP
Happy to meet His Highness Prince Rahim Aga Khan V. Fondly recalled his father, the late Aga Khan IV and his enduring contributions to development efforts.
— Narendra Modi (@narendramodi) September 10, 2026
Discussed ways to further strengthen our partnership with the Aga Khan Development Network in healthcare, agriculture,… pic.twitter.com/momsfAjgOi