Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ସନ୍ଥ କବୀର ନଗର ଗସ୍ତ କରିବେ ଆସନ୍ତାକାଲି (ଜୁନ 28, 2018)


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2018 ଜୁନ 28 ତାରିଖରେ ଉତ୍ତର ପ୍ରଦେଶର ସନ୍ଥ କବୀର ନଗର ଗସ୍ତ କରିବେ ।

ମହାନ ସନ୍ଥ ଏବଂ କବି କବୀରଙ୍କ 500ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ସମାଧିରେ ଶ୍ରଦ୍ଧା ସୁମନ ଅର୍ପଣ କରିବେ । ସେ ସନ୍ଥ କବୀରଙ୍କ ମଜାରରେ ଚାଦର ଅର୍ପଣ କରିବେ।

ପ୍ରଧାନମନ୍ତ୍ରୀ ସନ୍ଥ କବୀର ଗୁମ୍ଫାକୁ ଯିବେ ଏବଂ ଫଳକ ଉନ୍ମୋଚନ ପୂର୍ବକ କବୀର ଏକାଡେମୀର ଆଧାରଶିଳା ସ୍ଥାପନ କରିବେ, ଯେଉଁ ଏକାଡେମୀ ଏହି ମହାନ ସନ୍ଥଙ୍କର ଶିକ୍ଷା ଏବଂ ଚିନ୍ତାଧାରାକୁ ବିଶେଷ ଗୁରୁତ୍ୱ ପ୍ରଦାନ କରିବ ।

ପରେ ପ୍ରଧାନମନ୍ତ୍ରୀ ମଘରଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବେ ।

 

**********