Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ 14 ଓ 15 ଜୁଲାଇ, 2018 ରେ ପୂର୍ବ ଉତ୍ତରପ୍ରଦେଶ ଗସ୍ତ କରିବେ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲିଠାରୁ (14 ଏବଂ 15 ଜୁଲାଇ, 2018) ଦୁଇ ଦିନିଆ ଉତ୍ତରପ୍ରଦେଶ ଗସ୍ତକରି ବାରଣାସୀ, ଆଜମଗଡ ଏବଂ ମିର୍ଜାପୁର ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ  ।

ଆଜମଗଡଠାରେ ଜୁଲାଇ 14 ରେ ପ୍ରଧାନମନ୍ତ୍ରୀ 340 କିଲୋମିଟର ଲମ୍ବା ପୂର୍ବାଂଚଳ ଏକ୍ସପ୍ରେସ୍

ସଡକ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ସଡକ ନିର୍ମାଣ ହେଲେ ପୂର୍ବ ଉତ୍ତରପ୍ରଦେଶର ବାରାବାଙ୍କି, ଆମେଠି, ସୁଲତାନପୁର, ଫଇଜାବାଦ, ଆମ୍ବେଦକର ନଗର, ଆଜମଗଡ, ମଉ ଏବଂ ଗାଜିପୁର ସମେତ ରାଜଧାନୀ ଲକ୍ଷ୍ନୌ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ ସହରଗୁଡିକୁ ସଂଯୋଗ କରିହେବ । ଏହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ଉତ୍ତରପ୍ରଦେଶର ପ୍ରମୁଖ ସହରଗୁଡିକ ଦିଲ୍ଲୀ ସହ ପଶ୍ଚିମରେ ନୋଏଡା, ପୂର୍ବରେ ଗାଜିପୁର ସହରକୁ ଏକ୍ସପ୍ରେସ ସଡକ ଜରିଆରେ ସଂଯୋଗ ହୋଇପାରିବ  ।

ସେହିଭଳି ବାରଣାସୀରେ ପ୍ରଧାନମନ୍ତ୍ରୀ 900 କୋଟି ଟଙ୍କାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ  । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ବାରଣାସୀ ସହର ଗ୍ୟାସ ଆବଣ୍ଟନ ପ୍ରକଳ୍ପ ଏବଂ ବାରଣାସୀ-ବାଲିଆ ଇଏମୟୁ ଟ୍ରେନ ରହିଛି  । ପଞ୍ଚକୋସୀ ପରିକ୍ରମା ମାର୍ଗ ସମେତ ସ୍ମାର୍ଟ ସିଟି ମିଶନ ଏବଂ ନମାମୀ ଗଙ୍ଗେ ପ୍ରକଳ୍ପ ଅଧିନରେ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାସହିତ ବାରଣାସୀଠାରେ ଇଣ୍ଟରନ୍ୟାସନାଲ କନଭେନସନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଅନ୍ୟ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ‘ମେରୀ କାଶୀ’ ପୁସ୍ତକର ବିମୋଚନ କରିବେ  ।

ଜୁଲାଇ 15 ରେ ପ୍ରଧାନମନ୍ତ୍ରୀ ମିର୍ଜାପୁର ଗସ୍ତ କରି ରାଷ୍ଟ୍ର ଉଦ୍ଦେଶ୍ୟରେ ବନସାଗର କେନାଲ ପ୍ରକଳ୍ପ ଉତ୍ସର୍ଗୀକୃତ କରିବେ । ଏହି ପ୍ରକଳ୍ପ ନିର୍ମାଣରେ ଏକ ବଡ ଭୂଭାଗକୁ ଜଳସେଚିତ କରିହେବ ଏବଂ ଉତ୍ତରପ୍ରଦେଶର ମିର୍ଜାପୁର ଏବଂ ଆହ୍ଲାବାଦର କୃଷକମାନେ ଉପକୃତ ହୋଇପାରିବେ  ।

ଏହି ଅବସରରେ ଶ୍ରୀ ନରେନ୍ଦ୍ର ମୋଦୀ ମିର୍ଜାପୁର ମେଡିକାଲ କଲେଜର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ  । ରାଜ୍ୟରେ 108 ଜନ ଔଷଧୀ କେନ୍ଦ୍ରର ଉଦଘାଟନ କରିବେ  । ଗଙ୍ଗା ନଦୀ ଉପରେ ବାଲୁଘାଟ, ଛୁନରଠାରେ ନିର୍ମିତ ଏକ ପୋଲକୁ ସମର୍ପିତ କରିବେ ଯାହା ମିର୍ଜାପୁର ଏବଂ ବାରଣାସୀ ମଧ୍ୟରେ ସଂଯୋଗ ସ୍ଥାପନ କରିବ ।

 

**********