Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରବାସୀ ଭାରତୀୟ କେନ୍ଦ୍ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରବାସୀ ଭାରତୀୟ କେନ୍ଦ୍ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରବାସୀ ଭାରତୀୟ କେନ୍ଦ୍ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (02.10.2016) ନୂଆଦିଲ୍ଲୀଠାରେ ପ୍ରବାସୀ ଭାରତୀୟ କେନ୍ଦ୍ରର ଉଦଘାଟନ କରିଛନ୍ତି ।

ସେ କହିଥିଲେ ଯେ ମହାତ୍ମା ଗାନ୍ଧୀ ଏବଂ ପୂର୍ବ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଏହିଭଳି କାର୍ଯ୍ୟକ୍ରମ ପାଇଁ ଉପଯୁକ୍ତ ଅବସର । ସେ କହିଥିଲେ ଯେ ମହାତ୍ମା ଗାନ୍ଧୀ ଭାରତ ଛାଡି ପଳାଇଥିଲେ ମଧ୍ୟ ଦେଶବାସୀଙ୍କ ଡାକରାରେ ସେ ପୁନର୍ବାର ସ୍ୱଦେଶ ଫେରିଆସିଥିଲେ ।

ସେ କହିଥିଲେ ଯେ ପ୍ରବାସୀ ଭାରତୀୟମାନଙ୍କୁ କେବଳ ସଂଖ୍ୟା ନୁହେଁ ବରଂ ନିଜ ଶକ୍ତି ଦେଖାଇବାର ଆବଶ୍ୟକତା ରହିଛି । ସେ କହିଥିଲେ ଯେ ବିଗତ କିଛି ବର୍ଷ ପାଇଁ ‘ବ୍ରେନ ଡ୍ରେନ’ ର ପ୍ରଚଳନ ଥିଲା । କିନ୍ତୁ ଯଦି ଆମେ ଆମର ଶକ୍ତି ଭାବେ ପ୍ରବାସୀ ଭାରତୀୟଙ୍କୁ ଦେଖିବା ସେମାନେ ଏହାର ପରିବର୍ତ୍ତନ କରି ‘ବ୍ରେନ ଗେନ’ ଆଣିପାରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଏବେ ଭାରତ ସହିତ ସଂପର୍କ ସ୍ଥାପନ କରିବା ପାଇଁ ଉତ୍ସାହିତ । କିନ୍ତୁ ଅଜଣା ଭୟ ଏ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିଛି ଯାହାକୁ କେବଳ ପ୍ରବାସୀ ଭାରତୀୟମାନେ ହିଁ ଦୂର କରିପାରିବେ ।

ପ୍ରବାସୀ ଭାରତୀୟ ମାନଙ୍କ ସହିତ ସଂପର୍କ ସ୍ଥାପନ ଉପରେ ଗୁରୁତ୍ୱ ପ୍ରଦାନ କରି ସେ କହିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ପ୍ରବାସୀ ଭାରତୀୟ ଦିବସର ଶୁଭାରମ୍ଭ କରାଯାଇଥିଲା ଯାହା ପରବର୍ତ୍ତୀ ସରକାରଙ୍କ ସମୟରେ ମଧ୍ୟ ଆୟୋଜିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଖାସକରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବିଗତ ଦୁଇ ବର୍ଷ ମଧ୍ୟରେ ଅନେକ ପ୍ରମୁଖ ଜନ ହିତକର କାର୍ଯ୍ୟ କରିଆସିଛି । ସେ କହିଥିଲେ ଯେ କେବଳ ଭାରତୀୟ ନୁହେଁ, ଅନ୍ୟ କେତେକ ଦେଶର ନାଗରିକମାନଙ୍କର ସଂଘର୍ଷ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହଯୋଗ ମଧ୍ୟ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟମାନେ କୌଣସି ପରିସ୍ଥିତିରେ ମଧ୍ୟ ଅନ୍ୟ ଦେଶ ଉପରେ ଆକ୍ରମଣ କରିବା କଥା ଚିନ୍ତା କରିନଥିଲେ । ସେ ସ୍ମରଣ କରାଇ ଦେଇଥିଲେ ଯେ ଦୁଇଟି ବିଶ୍ୱଯୁଦ୍ଧ ସମୟରେ ବିଦେଶୀ ଭୂମିର ରକ୍ଷା କରିବା ପାଇଁ ଭାରତୀୟ ସୈନିକମାନେ ସହିଦ ହୋଇଥିଲେ ଏବଂ କହିଥିଲେ ଯେ ବିଶ୍ୱ ସେମାନଙ୍କ ବଳିଦାନକୁ ମନେରଖିବା ସହିତ ସମ୍ମାନ ଦେବାର ଆବଶ୍ୟକତା ରହିଛି ।