ପିଏମଇଣ୍ଡିଆ
ଅଟଳ ବିହାରୀ ବାଜପେୟୀ ଆଜି ଆମମାନଙ୍କ ମଧ୍ୟରେ ନାହାଁନ୍ତି । ଏହି କଥା ଆମ ମନ ମାନିବାକୁ ପ୍ରସ୍ତୁତ ହେଉ ନାହିଁ । ବୋଧହୁଏ ଏମିତି କୌଣସି ଘଟଣା ହୋଇଥିବ ଯେ କୌଣସି ବ୍ୟକ୍ତିଙ୍କର ରାଜନୈତିକ ମଞ୍ଚ ଉପରେ ଆଠ-ନଅ ବର୍ଷ ପର୍ଯ୍ୟନ୍ତ କେଉଁଠାରେ ଦୃଷ୍ଟିଗୋଚର ନ ହେବା, ଅସୁସ୍ଥତା କାରଣରୁ ସମସ୍ତ ଗତିବିଧି ସାର୍ବଜନିକ ଜୀବନର ସମାପ୍ତ ହୋଇଗଲା, କିନ୍ତୁ ଏହାପରେ ଏତେ ବର୍ଷ ପରେ, ଏତେ ବଡ଼ ବ୍ୟବଧାନ ପରେ ଗୋଟିଏ ପ୍ରକାରର ସାର୍ବଜନିକ ଜୀବନରେ ଗୋଟିଏ ପିଢିର ପରିବର୍ତ୍ତନ ହୋଇଯାଏ, କିନ୍ତୁ ତାଙ୍କର ବିଦାୟକୁ ଯେଉଁପ୍ରକାର ଦେଶ ଆଦର ଦେଲେ, ସମ୍ମାନ ଦେଲେ, ଦେଶବାସୀ ସେମାନଙ୍କର ବିଦାୟକୁ ଅନୁଭବ କଲେ, ଏହା ତାଙ୍କ ଜୀବନର ସବୁଠାରୁ ବଡ଼ ତପସ୍ୟାର ପ୍ରକାଶପୁଞ୍ଜ ରୂପେ ଆମେ ଅନୁଭବ କରି ପାରିବା ।
ବିଶ୍ୱର ଯେଉଁ ରାଜନୈତିକ ବିଶ୍ଳେଷକ ରହିଥିବେ, ସେମାନେ କେବେ ନା କେବେ ଏହି କଥାର ନିଶ୍ଚିତ ଭାବେ ବିସ୍ତାର ପୂର୍ବକ ବିବେଚନା କରିବେ ଯେ ସିଦ୍ଧାନ୍ତ ବଳ ଉପରେ ଠିଆ ହୋଇଥିବା ଏକ ରାଜନୈତିକ ଦଳ, କାର୍ଯ୍ୟକର୍ତ୍ତାମାନଙ୍କର ସାଧାରଣ ସଂଗଠନର ଛୋଟ ଛୋଟ ଲୋକମାନଙ୍କ ଭରସାରେ, ଗୋଟିଏ ପଟେ ସଂଘର୍ଷ କରିଚାଲିବା, ଅନ୍ୟପଟେ ସଂଗଠନ କରିଚାଲିବା, ତୃତୀୟରେ ଜନସାଧାରଣଙ୍କୁ ନିଜର ବିଚାରଦ୍ୱାରା ଆକର୍ଷିତ କରିବା, ପ୍ରଭାବିତ କରିବା, ଜନ-ଜନଙ୍କୁ ଆନ୍ଦୋଳିତ କରିବା..ଏ ସମସ୍ତ ବିଷୟ କରିଚାଲିବା ଇଟା ଉପରେ ଇଟା ରଖି ଏତେ ବଡ଼ ସଂଗଠନର ନିର୍ମାଣ ହେଉ ଆଉ ବୋଧହୁଏ ଦୁନିଆରେ ଏତେ ବଡ଼ ଦେଶ, ଏତେ ବଡ଼ ଗଣତାନ୍ତ୍ରିକ ବ୍ୟବସ୍ଥା, ଗୋଟିଏ ପଟେ ଶହେ, ଶହେ ପଚିଶ ବର୍ଷ ଧରି ସୁଦୃଢ଼ ରହିଥିବା ରାଜନୈତିକ ମଞ୍ଚ ଏବଂ ଅନ୍ୟପଟେ ନୂତନ ଭାବେ ଗୋଟିଏ ରାଜନୈତିକ ଦଳ ଆଉ ଏତେ କମ ସମୟ ମଧ୍ୟରେ ଦେଶରେ ଏତେ ପ୍ରଭୁତ୍ୱ ସୃଷ୍ଟି କରିବା, ଏତେ ଏହାର ବିସ୍ତାର ହେବା, ସଂଗଠନ ଦୃଷ୍ଟିରୁ ଦୁନିଆର ସବୁଠାରୁ ବଡ଼ ଦଳ ଭାବେ ପରିଗଣିତ ହୋଇଯିବା, ଏହାର ମୂଳରେ ଜନସଙ୍ଘର କାର୍ଯ୍ୟକାଳରେ, ଭାରତୀୟ ଜନତା ଦଳର କାର୍ଯ୍ୟକାଳରେ, ତାହାର ପ୍ରାରମ୍ଭିକ ବର୍ଷମାନଙ୍କରେ ଅଟଳ ଜୀଙ୍କ ଭଳି ଏକ ସଂପୂର୍ଣ୍ଣ ଟିମର ତାହାକୁ ନେତୃତ୍ୱ ମିଳିଲା ।
କାନ୍ଧରେ କାନ୍ଧ ମିଳାଇ ଛୋଟରୁ ଅତିଛୋଟ କାର୍ଯ୍ୟକର୍ତ୍ତାଙ୍କ ସହିତ ଦୂର-ସୁଦୂର ଅଂଚଳମାନଙ୍କରେ ଯାଇକରି କାର୍ଯ୍ୟ କରାଗଲା, ଜନତାଙ୍କ ସହିତ ସିଧା ସମ୍ବାଦ କରିବାର ପ୍ରୟାସ କରାଗଲା । ଆଉ ଏକ ପ୍ରକାରରେ ଅଟଳ ଜୀଙ୍କର ବାଣୀ, ସେ କେବଳ ଭାରତୀୟ ଜନତା ଦଳର ସ୍ୱର ହୋଇ ରହିନଥିଲେ । ଏହି ଦେଶର ଏକ ତିନିରୁ ଚାରି ଦଶକ ଏଭଳି ହେଲା କି ଅଟଳ ବିହାରୀ ବାଜପେୟୀଙ୍କ ବାଣୀ ଭାରତର ସାଧାରଣ ମଣିଷଙ୍କର ଆଶା ଆକାଂକ୍ଷାର ବାଣୀ ହୋଇସାରିଛି । ଅଟଳଜୀ କହୁଛନ୍ତି ଅର୍ଥାତ ଦେଶ କହୁଛି । ଅଟଳ ଜୀ କହୁଛନ୍ତି ଅର୍ଥାତ ଦେଶ ଶୁଣୁଛି । ଅଟଳ ଜୀ କହୁଛନ୍ତି, ଅର୍ଥାତ ନିଜର ଭାନାଗୁଡ଼ିକୁ ନୁହେଁ, ଦେଶର ଜନସାଧାରଣଙ୍କ ଭାବନାକୁ ସାଉଁଟିକରି ତାହାର ଅଭିବ୍ୟକ୍ତି ଦେଉଛନ୍ତି । ଆଉ ତାହା କେବଳ ଲୋକମାନଙ୍କୁ ଆକର୍ଷିତ କଲା, ପ୍ରଭାବିତ କଲା, କେବଳ ଏତିକି ନୁହେଁ, ଲୋକମାନଙ୍କର ମନରେ ବିଶ୍ୱାସ ସୃଷ୍ଟି ହେଲା । ଆଉ ଏହି ବିଶ୍ୱାସ ଶବ୍ଦସମୂହ ଦ୍ୱାରା ନଥିଲା, ତା’ପଛରେ ଏକ ପାଞ୍ଚ-ଛଅ ଦଶକର ଦୀର୍ଘ ଜୀବନର ସାଧନା ଥିଲା । ଆଜି ରାଜନୈତିକ ଦଳ ହେଉଛି ମାନଚିତ୍ର ଭଳି, ଦୁଇ-ପାଞ୍ଚ ବର୍ଷ ପାଇଁ ମଧ୍ୟ ଯଦି କାହାଙ୍କୁ ଶାସନରୁ ବାହାରେ ରହିବାକୁ ପଡ଼େ ତ ସିଏ ଏତେ ବିଚଳିତ ହୋଇଯାଉଛି, ଏତେ ବିବ୍ରତ ହୋଇଯାଉଛି, ସେ ଏତେ ପରିମାଣରେ ହାତ-ଗୋଟ ଛାଟି ହେଉଛି କି କ’ଣ କିଛି ମୁଁ କରିଯିବି । ସେ ହୁଏତ ତହସିଲ କ୍ଷେତ୍ରର ନେତା ହୁଅନ୍ତୁ, ଜିଲ୍ଲା କ୍ଷେତ୍ରର ନେତା ହୁଅନ୍ତୁ, ରାଜ୍ୟସ୍ତରର ନେତା ହୁଅନ୍ତୁ, ଜାତୀୟସ୍ତରର ନେତା ହୁଅନ୍ତୁ ।
କେହି କଳ୍ପନା କରି ପାରିବେ କି ଏତେ ବର୍ଷ ଧରି ଜଣେ ତପସ୍ୱୀଙ୍କ ଭଳି, ଜଣେ ସାଧକଙ୍କ ଭଳି ବିପକ୍ଷରେ ବସି, ପ୍ରତିକ୍ଷଣ ଜନସାଧାରଙ୍କର ସ୍ୱର ହୋଇ ରହିବା ଏବଂ ଜୀବନ ସେହିଭଳି ଭାବେ ବଂଚି ରହିବା ଏହା ହେଉଛି ଏକ ଅସାମାନ୍ୟ ଘଟଣା, ନହେଲେ କ’ଣ ଅଟଳ ମହୋଦୟଙ୍କ ଜୀବନରେ ଏଭଳି କ୍ଷଣ ଆସି ନଥିବ କି ଯେତେବେଳେ ରାଜନୈତିକ ଅସ୍ଥିରତା ସମୟରେ କେହି କହିଥିବେ କି ଆମ ସହିତ ଆସି ସାମିଲ ହୋଇଯାଆନ୍ତୁ । ଆପଣଙ୍କ ବ୍ୟତୀତ ଆଉ କିଏ ଅଛି, ଆସନ୍ତୁ ଆମେ ଆପଣଙ୍କୁ ନେତା କରିଦେଉଛୁ, ଆସନ୍ତୁ ଆମେ ଆପଣଙ୍କୁ ଏହା ଦେଇଦେଉଛୁ । ବହୁତ କିଛି ହେବ ।
ମୁଁ ଅନୁମାନ କରୁଛି, ମୋ ପାଖରେ ଏ ବିଷୟରେ କୌଣସି ସୂଚନା ନାହିଁ, କିନ୍ତୁ ଯେପରି ମୁଁ ରାଜନୈତିକ ଚିତ୍ର ଦେଖୁଛି, ସେଥିରେ ସବୁକିଛି ହୋଇଥିବ । କିନ୍ତୁ ଭିତରଟା ତାହା ଧାତୁରେ ନିର୍ମିତ ଥିଲା । ସେ ବିଚାରଧାରା ସହିତ ନିଜ ଜୀବନର ଡୋରକୁ ଯୋଡ଼ିଥିଲେ । ଆଉ ସେହି କାରଣରୁ ସେ ଏଭଳି କୌଣସି ଲୋଭ, ପ୍ରପଞ୍ଚ, ପ୍ରଲୋଭନର ଅବସ୍ଥାକୁ ଗ୍ରହଣ କରିନଥିଲେ । ଆଉ ଯେତେବେଳେ ଦେଶ ହିତର ଆବଶ୍ୟକତା ଥିଲା । ଲୋକତନ୍ତ୍ର ବଢ଼ିଲା କିମ୍ବା ମୋର ସଂଗଠନ ବଢ଼ିଲା, ଲୋକତନ୍ତ୍ର ବଢ଼ିଲା କିମ୍ବା ମୋର ଦଳ ବଢ଼ିଲା, ଲୋକତନ୍ତ୍ର ବଢ଼ିଲା କିମ୍ବା ମୋର ନେତୃତ୍ୱ ବଢ଼ିଲା, ଏହାର ଯେତେବେଳେ ପରୀକ୍ଷଣ ସମୟ ଆସିଲା ତ ଏହି ଦୀର୍ଘ ଦୃଷ୍ଟି ରହିଥିବା ନେତୃତ୍ୱର ସାମର୍ଥ୍ୟ ଥିଲା କି ସେ ଲୋକତନ୍ତ୍ରକୁ ପ୍ରାଥମିକତା ଦେଲେ, ଦଳକୁ ଆହୁତି ଦେଇଦେଲେ । ଯେଉଁ ଜନସଙ୍ଘକୁ ନିଜର ରକ୍ତ-ଶ୍ୱେଦ ଦେଇ ପରିପୁଷ୍ଟ କରିଥିଲେ, ଏଭଳି ଜନସଙ୍ଘକୁ ଜନତା ପାର୍ଟିରେ କୌଣସି ମଧ୍ୟ ପ୍ରକାରର ଅପେକ୍ଷା ନ କରି ବିଲୀନ କରିଦେଲେ । ଏକ ମାତ୍ର ଉଦ୍ଦେଶ୍ୟ ଥିଲା ଗଣତନ୍ତ୍ର ଅମର ରହୁ ।
ଆମେ ରହୁ କିମ୍ବା ନ ରହୁ ଏହା କରି ଦେଖାଇଲେ ଆଉ ଜନତା ପାର୍ଟିରେ ସିଦ୍ଧାନ୍ତ ନାମରେ ଯେତେବେଳେ ଗାଳି କରାଗଲା, ଏଭଳି ଲାଗୁଥିଲା ଗଣତନ୍ତ୍ର ପାଇଁ ଦେଶ ପାଇଁ ଉପଯୋଗିତାକୁ ଶେଷ କରିବା ପାଇଁ ଷଡଯନ୍ତ୍ର ହେଉଛି । ସେତେବେଳେ ସେ ହାତ ଯୋଡ଼ି ପ୍ରଣାମ କରି କହିଦେଲେ, ଆପଣଙ୍କର ରାସ୍ତା ଆପଣଙ୍କୁ ହିଁ ଶୁଭଙ୍କର ହେଉ, ଆମେ ମୂଲ୍ୟ ନେଇ ସମାଧାନ କରିପାରିବୁ ନାହିଁ, ଆମେ ଦେଶ ପାଇଁ ପ୍ରାଣ ଦେଇପାରୁ, କିନ୍ତୁ ନିଜ ପାଇଁ ମୂଲ୍ୟର ସମାଧାନ କରିବା ଭଳି ଲୋକ ଆମେ ନୁହେଁ ଆଉ ବାହାରି ପଡ଼ିଲେ । ପୁଣି ଆଉ ଥରେ, କମଳର ମଂଜି ବୁଣିଲେ ଆଉ ଆଜି ହିନ୍ଦୁସ୍ଥାନର ପ୍ରତ୍ୟେକ କୋଣରେ ଆମେ କମଳ ରହିଥିବା ଅନୁଭବ କରୁଛୁ । ଆଉ ଦୂରଦୃଷ୍ଟିତାର ଜୀବନ କିଭଳି ଥିଲା, ଅନ୍ଧକାର ହଟିଯିବ, ସୂର୍ଯ୍ୟ ପ୍ରକଟିତ ହେବ, କମଳ ପ୍ରସ୍ପୁଟିତ ହେବ । ଏବେ ତ ଗୋଟିଏ ଦଳ ଜନ୍ମ ନେଉଛି, ଏବେ ତ ଜନ୍ମ ନେବାର କିଛି ଘଂଟା ମଧ୍ୟ ହୋଇନାହିଁ ।
କିନ୍ତୁ ତାହା କେତେ ବଡ଼ ଆତ୍ମବିଶ୍ୱାସ ହେବ ଭାରତର ଜନସଙ୍ଘ ଉପରେ, କେତେ ବଡ଼ ବିଶ୍ୱାସ ହେବ ନିଜର ବିଚାର, ନିଜର ସାଧନା ଉପରେ, ନିଜର ତପସ୍ୟା ଉପରେ, ନିଜର କାର୍ଯ୍ୟକତ୍ରାମାନଙ୍କର ପୁରୁଷାର୍ଥ ଉପରେ, କେତେ ବଡ଼ ଶ୍ରଦ୍ଧା ହେବ ଯେ ସେହି ବ୍ୟକ୍ତିଙ୍କର ମୁହଁରୁ ବାହାରୁଛି – ଅନ୍ଧକାର ହଟିଯିବ, ସୂର୍ଯ୍ୟ ପ୍ରକଟିତ ହେବ, କମଳ ପ୍ରସ୍ପୁଟିତ ହେବ ଆଉ ଏହାକୁ ତାଙ୍କର ଭବିଷ୍ୟବାଣୀ କୁହନ୍ତୁ କିମ୍ବା ଭିତରୁ ବାହାରିଥିବା ସନ୍ଦେଶ କୁହନ୍ତୁ ଆଜି ଆମେ ଅନୁଭବ କରୁଛୁ ।
ରାଷ୍ଟ୍ର ଜୀବନ ମଧ୍ୟରେ ବିବିଧତା, ଏହା ମୁଁ ବୁଝୁଛି ଆମର ଗୌରବ ଗରିମାକୁ ବୃଦ୍ଧି କରିବାର ଏକ ବହୁତ ବଡ଼ ସମ୍ବଳ କିନ୍ତୁ ତାହାକୁ ବଜାୟ ରଖିବା ଏହା ହେଉଛି ଆମର ଦାୟିତ୍ୱ ମଧ୍ୟ । ରାଜନୈତିକ ବିଚାର ଏବଂ ରାଜନୈତିକ ନେତୃତ୍ୱର ବିବିଧତା ଏହା ମଧ୍ୟ ଭାରତର ପାଇଁ, ଏକ ଭାରତର ଶକ୍ତିରେ କିଛି ନା କିଛି ମୂଲ୍ୟଯୁକ୍ତ କରିଥାଏ ।
ଗୋଟିଏ ପ୍ରକାରର ହିଁ ନେତା, ଗୋଟିଏ ପ୍ରକାରର ହିଁ ଚିନ୍ତାଧାରା, ଗୋଟିଏ ପ୍ରକାରର ହିଁ କଥାବାର୍ତ୍ତା ଏହା ଭାରତର ବିବିଧତା ପାଇଁ ସଠିକ ପ୍ରତିପାଦିତ ହୁଏନାହିଁ । ଆଉ ଏଥିପାଇଁ ଆମେ ସମସ୍ତେ ମିଳିମିଶି ସମସ୍ତ ବିଚାରଧାରା ଦ୍ୱାରା ଲାଳିତପାଳିତ ଯେଉଁ ଯେଉଁମାନେ ଦେଶ ପାଇଁ କିଛି ଦେଇଛନ୍ତି, ଯେଉଁ ଯେଉଁଠାରୁ ନେତୃତ୍ୱ କରିଛନ୍ତି, କଟ୍ଟରବାଦର ବିବାଦ କରିଛନ୍ତି, ସାମ୍ନା ସାମ୍ନି ଠିଆ ହେଉଥିବେ । ଜଣେ ଅନ୍ୟ ଜଣଙ୍କୁ ପରାସ୍ତ କରିବା ପାଇଁ ନିଜ ଜୀବନର ବାଜି ଲଗାଇ ଦେଇଥିବେ । ପୁଣି ମଧ୍ୟ ଦେଶ ପାଇଁ ବଂଚିଛନ୍ତି । ଏ ସବୁ ଭାରତର ବିବିଧତାକୁ ଏହି ନେତୃତ୍ୱର ଶକ୍ତି ମଧ୍ୟ ମୂଲ୍ୟଯୁକ୍ତ କରିଥାଏ, ଅଟଳ ଜୀ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଜଣେ । ସେହି ବିବିଧତାକୁ ବୃଦ୍ଧି କରିବାବାଲା ହେଉଛନ୍ତି ଜଣେ ବିବିଧତାପୂର୍ଣ୍ଣ ବ୍ୟକ୍ତି । ତାଙ୍କୁ ମଧ୍ୟ ଭାରତର ରାଷ୍ଟ୍ର ଜୀବନରେ, ଭାରତର ସାମାଜିକ ଜୀବନରେ, ଭାରତର ରାଜନୈତିକ ଜୀବନରେ ସେହି ସ୍ଥାନ ଉପଲବ୍ଧ ହେବା ଆବଶ୍ୟକ ଆଉ ଏଭଳି ଅନେକଙ୍କୁ ଉପଲବ୍ଧ ହେବା ଆବଶ୍ୟକ ଆଉ ତାହାହିଁ ଦେଶକୁ ସମୃଦ୍ଧ କରିଥାଏ । ଆଗାମୀ ପିଢିମାନଙ୍କୁ ପ୍ରେରଣା ଦେଇଥାଏ । ପିଢିଙ୍କୁ ଏହି ରାସ୍ତାରେ ଯିବି ନା ସେହି ରାସ୍ତାରେ ଯିବି ଏହା ସ୍ଥିର କରିବାର ଅବସର ମିଳିଥାଏ ।
ଆଉ ମୋର ବିଶ୍ୱାସ ରହିଛି କି ଅଟଳ ଜୀଙ୍କର ଜୀବନ ଆଗାମୀ ପିଢିଙ୍କୁ ସାର୍ବଜନିକ ଜୀବନ ପାଇଁ, ବ୍ୟକ୍ତିଗତ ଜୀବନ ପାଇଁ, ରାଷ୍ଟ୍ର ଜୀବନ ପାଇଁ ସମର୍ପଣ ଭାବନା ପାଇଁ, ଗୋଟିଏ ଜୀବନ, ଗୋଟିଏ ଲକ୍ଷ୍ୟ କିଭଳି କାର୍ଯ୍ୟ କରାଯାଇପାରେ ଏଥିପାଇଁ ସଦା ସର୍ବଦା ପ୍ରେରଣା ଦେଇ ଚାଲିଥିବ ।
ଅଟଳ ଜୀଙ୍କ ଇହକାଳ ପରେ ଆସନ୍ତାକାଲି ହେଉଛି ତାଙ୍କର ପ୍ରଥମ ଜୟନ୍ତୀ । ଆଉ ତାହାର ଗୋଟିଏ ଦିନ ପୂର୍ବରୁ ଆଜି ଭାରତ ସରକାରଙ୍କ ତରଫରୁ ଏକ ସ୍ମାରକୀ ମୁଦ୍ରା 100ଟଙ୍କାର ଆପଣ ସମସ୍ତଙ୍କ ମଧ୍ୟରେ, ଦେଶବାସୀଙ୍କ ମଧ୍ୟରେ ଏକ ସ୍ମାରକୀ ଭାବେ ଆଜି ଦେବାର ଅବସର ପ୍ରାପ୍ତ ହୋଇଛି । ମୁଁ ଭାବୁନାହିଁ କି ଏହି 100 ଟଙ୍କାର ମୁଦ୍ରା ହେଉଛି କେବଳ ଗୋଟିଏ ମୁଦ୍ରା, କାରଣ ଅଟଳ ଜୀଙ୍କ ମୁଦ୍ରା ଆମମାନଙ୍କ ହୃଦୟରେ ପଚାଶ ବର୍ଷରୁ ଅଧିକ ସମୟ ଧରି ଚାଲିଛି ଆଉ ଯାହାଙ୍କର ମୁଦ୍ରା ଆଗକୁ ମଧ୍ୟ ଚାଲିବ । ଆଉ ଏଥିପାଇଁ ଯାହାଙ୍କର ଜୀବନ ଗୋଟିଏ ମୁଦ୍ରା ଭଳି ହୋଇ ଆମର ଜୀବନକୁ ଚଲାଇଚାଲିଛି, ଆମମାନଙ୍କୁ ପ୍ରେରଣା ଦେଇ ଚାଲିଛି, ତାଙ୍କୁ ଆଜି ଆମେ ଧାତୁ ଭିତରେ ମଧ୍ୟ ଚିରଞ୍ଜିବୀ କରି ରଖିବାର ଏକ ଛୋଟିଆ ପ୍ରାୟସ କରୁଛୁ । ଏହା ମଧ୍ୟ ହେଉଛି ଅଟଳ ଜୀଙ୍କ ପ୍ରତି ଆଦର ବ୍ୟକ୍ତ କରିବାର ଏକ ଛୋଟିଆ ପ୍ରାୟସ ଆଉ ଏଥିପାଇଁ ଆମେ ସମସ୍ତେ ଏକ ସନ୍ତୋଷର ଅନୁଭୂତି ପାଇ ପାରୁଛେ ।
କାଲି ହେଉଛି ଅଟଳ ଜୀଙ୍କର ଜନ୍ମଦିନ, 25 ଡିସେମ୍ବର । ସଦାସର୍ବଦା ଅଟଳ, ଏକ ସ୍ମୃତିସ୍ଥଳ ସେହିଠାରେ କାଲି ଯାଇ ରାଜଘାଟର ପାଖରେ ହିଁ ନୁହେଁ, ଆମ ସମସ୍ତଙ୍କୁ ଅଟଳ ଜୀଙ୍କ ବିନା ଗୋଟିଏ-ଗୋଟିଏ କ୍ଷଣ ବିତାଇବାର ଅଛି । ସେହି ସମୟରେ ଏହି ସ୍ମୃତିସ୍ଥଳ ଆମକୁ ମଧ୍ୟ ସଦା ସର୍ବଦା ପାଇଁ ଅଟଳ କରି ରଖିବ ଏବଂ ବ୍ୟକ୍ତିଙ୍କର ଜୀବନରେ ଅଟଳ ହୋଇ ରହିବା ଯେତିକି ଶକ୍ତିଶାଳୀ ହୋଇଥାଏ, ସେତିକି ମଧ୍ୟ ରାଷ୍ଟ୍ର ଜୀବନ ଏବଂ ସାମାଜିକ ଜୀବନରେ ମଧ୍ୟ ସର୍ବଦା ଅଟଳ ହେବା, ଏହା ଆମର ସଂକଳ୍ପ ହେବା ଆବଶ୍ୟକ ।
ଏହି ସଂକଳ୍ପକୁ ଆମେ ପୁଣି ଆଉ ଥରେ କାଲି ସେଠାକୁ ଯାଇକରି ପୁନରାବୃତ୍ତି କରିବା, ନିଜକୁ ନିଜେ ସମର୍ପିତ କରିବା ଆଉ ସେହି ଅଟଳ ଭାବନାକୁ ନେଇକରି, ସେହି ଅଟଳ ବଶ୍ୱାସକୁ ନେଇକରି, ସେହି ଅଟଳ ସ୍ୱପ୍ନକୁ ନେଇକରି, ସେହି ଅଟଳ ଚରୈବତି ଚରୈବତିର ମନ୍ତ୍ରକୁ ନେଇ, ଜନ ସାଧାରଣଙ୍କ ପାଇଁ କିଛି ନା କିଛି କରିବାର ସଂକଳ୍ପକୁ ନେଇକରି ଆଗେଇ ଚାଲିବା । ଏହି ଭାବନା ସହିତ ଆଜି ସମସ୍ତଙ୍କୁ ମୁଁ ହୃଦୟର ସହିତ କୃତଜ୍ଞତା ଜ୍ଞାପନ କରୁଛି ଯେ ଆପଣମାନେ ସମୟ ବାହାର କରି ଆସିଲେ । ଆମେ ସମସ୍ତେ ଅଟଳ ବିହାରୀ ବାଜପେୟୀଙ୍କୁ, ଯେଉଁମାନେ ଅଟଳ ଜୀଙ୍କର ସ୍ୱପ୍ନକୁ ନିଜ ହୃଦୟରେ ସ୍ଥାନ ଦେଇଛନ୍ତି, କିନ୍ତୁ ଯାହା ସେ ଆମମାନଙ୍କ ନିକଟରୁ ଆଶା କରିଥିଲେ ତାହାକୁ ପୂରଣ କରିବାରେ ଆମେ କୌଣସି ଉଣା ରଖିବା ନାହିଁ, ଏହି ଏକ ଭାବନା ସହିତ ମୁଁ ଆଦରପୂର୍ବକ ଅଟଳ ଜୀଙ୍କୁ ପ୍ରଣାମ କରୁଛି ।
ବହୁତ – ବହୁତ ଧନ୍ୟବାଦ ।
**********
The mind is not ready to believe that Atal Ji is no longer with us. He was a stalwart loved and respected across all sections of society: PM @narendramodi speaking at the programme to release a coin in memory of Atal Ji
— PMO India (@PMOIndia) December 24, 2018
The party which Atal Ji built has become among the largest political parties. Generations of Karyakartas were fortunate to be mentored by him.
— PMO India (@PMOIndia) December 24, 2018
As a speaker, he was unparalleled.
He is among the best orators our nation has produced: PM @narendramodi
For some people, power is oxygen...they can't live without it.
— PMO India (@PMOIndia) December 24, 2018
A long part of Atal Ji's career was spent in the opposition benches but he spoke about national interest and never compromised on the ideology of the party: PM @narendramodi
Atal Ji wanted democracy to be supreme.
— PMO India (@PMOIndia) December 24, 2018
He built the Jana Sangh but when the time came to rescue our democracy he and others went to Janata Party.
Likewise, when the choice was between remaining in power or comprising on ideology, he left Janata Party and formed the BJP: PM