Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରିୟ ରଞ୍ଜନ ଦାସମୁନସୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରିୟ ରଞ୍ଜନ ଦାସମୁନସୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

“ଶ୍ରୀ ପ୍ରିୟ ରଞ୍ଜନ ଦାସମୁନସୀ ନିଜର ସମୃଦ୍ଧ ରାଜନୈତିକ ଓ ପ୍ରଶାସନିକ ଅନୁଭୂତି ବଳରେ ଜଣେ ଲୋକପ୍ରିୟ ନେତା ଥିଲେ । ଭାରତରେ ଫୁଟବଲ ଖେଳର ପ୍ରସାର ଦିଗରେ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ତାଙ୍କ ମୃତ୍ୟୁରେ ମୁଁ ଖୁବ ବ୍ୟଥିତ । ଦୀପା ଦାସମୁନସୀ ଏବଂ ତାଙ୍କ ପରିବାରଜନ ତଥା ସମର୍ଥକମାନଙ୍କ ପ୍ରତି ମୋର ସମବେଦନା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

***