ପିଏମଇଣ୍ଡିଆ
ପ୍ରୟୋଗାତ୍ମକ ବିଜ୍ଞାନ ଏବଂ ଶିଳ୍ପ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ଭାରତ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବୁଝାମଣା (ଏମଓୟୁ) ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟଙ୍କୁ ଅବଗତ କରାଯାଇଛି । ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ନୂଆଦିଲ୍ଲୀଠାରେ 9 ଜୁଲାଇ, 2018ରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।
ଏହି ଏମଓୟୁର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହେଉଛି ପ୍ରୟୋଗାତ୍ମକ ବିଜ୍ଞାନ ଏବଂ ଶିଳ୍ପ ପ୍ରଯୁକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା । ଏହାର ଉଦ୍ଦେଶ୍ୟ ନିରନ୍ତର ବିକାଶକୁ ପ୍ରୋତ୍ସାହନ ଦେବା ଏବଂ ଜୀବନର ଗୁଣବତ୍ତାକୁ ବଢ଼ାଇବା ।
***