Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଫଳାଫଳ ତାଲିକା: ଷୋଡଶ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

ଫଳାଫଳ ତାଲିକା: ଷୋଡଶ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ


  

୧.

 

ଅର୍ଥନୈତିକ ସୁରକ୍ଷା ଉପରେ ଭାରତ-ଜାପାନ ମିଳିତ ଘୋଷଣାନାମା

ଏହି ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ସମେତ ଏଆଇ, ସ୍ୱଚ୍ଛ ଶକ୍ତି ଏବଂ ଔଷଧ ସମେତ ପ୍ରମୁଖ କ୍ଷେତ୍ରଗୁଡିକରେ ମିଳିତ ସ୍ଥିରତା ବୃଦ୍ଧି ପାଇଁ ପ୍ରକଳ୍ପ-ଆଧାରିତ ସହଯୋଗକୁ ପ୍ରୋତ୍ସାହିତ କରିବ ଭାରତ-ଜାପାନ ତଥ୍ୟ ପତ୍ର ୨.୦ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବର୍ଦ୍ଧିତ ଭାରତ-ଜାପାନ ମଧ୍ୟରେ ଜି୨ଜି ଏବଂ ବି୨ବି ସମ୍ପର୍କର ବର୍ଦ୍ଧିତ ପରିସରକୁ ରେଖାଙ୍କିତ କରୁଛି।

୨.

କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଜାପାନ ମିଳିତ ବୁଝାମଣା

କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଭାରତ-ଜାପାନ ସମ୍ପର୍କକୁ ରଣନୈତିକ ଗବେଷଣା ଏବଂ ବିକାଶ ସହଭାଗୀତାକୁ ଉନ୍ନତ କରେ। ଭାରତ-ଜାପାନ ଏଆଇ ପ୍ରୟାସ ଉପରେ ଆଧାରିତ ମିଳିତ ବିବୃତ୍ତି ସୁରକ୍ଷିତ, ସଂରକ୍ଷିତ, ବିଶ୍ୱସ୍ତ, ସମାବେଶୀ ତଥା ମାନବ-କୈନ୍ଦ୍ରିକ ଏଆଇର ସହଭାଗୀ ଦୃଷ୍ଟିକୋଣ ଅନୁସରଣ କରି ସମଗ୍ର ଏଆଇ ପ୍ରଯୁକ୍ତିବିଦ୍ୟା ଷ୍ଟାକରେ ଅଧିକ ସହଯୋଗ ପାଇଁ ଏକ ରୋଡମ୍ୟାପ ପ୍ରଦାନ କରେ

୩.

ଶକ୍ତି କ୍ଷେତ୍ରରେ ସ୍ଥିରତା ଉପରେ ମିଳିତ ବୁଝାମଣା (ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତଥା ଜାପାନର ଏମ୍‌ଇଟିଆଇ ମଧ୍ୟରେ)

ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ ଉତ୍ପାଦ ପାଇଁ ରଣନୈତିକ ଷ୍ଟକ୍‌ପିଲିଂ ଏବଂ ସଂରକ୍ଷଣ ତନ୍ତ୍ରରେ ସହଯୋଗକୁ ସୁଦୃଢ଼ କରିଥାଏ। ସାମୁଦ୍ରିକ ଶକ୍ତି ପରିବହନ ମୂଲ୍ୟ ଶୃଙ୍ଖଳାରେ ମିଳିତ ନିବେଶରେ ସହଯୋଗକୁ ପ୍ରୋତ୍ସାହିତ କରିଥାଏ

୪.

ଭାରତ-ଜାପାନୀ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ

୨୦୨୭ରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୫ତମ ବାର୍ଷିକୀକୁ ଭାରତ-ଜାପାନୀ ସହଭାଗୀ ଦିଗନ୍ତ ବର୍ଷ ଭାବରେ ପାଳନ କରିବା ପାଇଁ ସ୍ମାରକୀ କାର୍ଯ୍ୟକ୍ରମର ଏକ ଶୃଙ୍ଖଳାକୁ ରୂପରେଖ ପ୍ରଦାନ କରେ।

୫.

ଭାରତ-ଜାପାନ କୋ-ଅପରେଟିଭ୍ ବାୟୋଗ୍ୟାସ ଫର୍ ଗ୍ରୋଥ୍ (ସିବିଜି) ପଦକ୍ଷେପ ପାଇଁ ସହଯୋଗ ନିମନ୍ତେ ବୁଝାମଣାଚୁକ୍ତି

ଦୁଗ୍ଧ ସମବାୟର ବ୍ୟାପକ ନେଟୱାର୍କକୁ ଉପଯୋଗ କରି ସମଗ୍ର ଭାରତରେ ୧୦୦୦ ବାୟୋଗ୍ୟାସ୍ ଏବଂ ଜୈବିକ ସାର କାରଖାନା ପ୍ରତିଷ୍ଠା ଲକ୍ଷ୍ୟ ଦିଗରେ ସହଯୋଗକୁ ପ୍ରୋତ୍ସାହିତ କରେ

୬.

ବ୍ୟାଟେରୀ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାଚୁକ୍ତି

ବ୍ୟାଟେରୀ ସମ୍ବନ୍ଧୀୟ ପ୍ରକଳ୍ପଗୁଡିକରେ ସହଯୋଗକୁ ପ୍ରୋତ୍ସାହିତ କରେ ଏବଂ ଏକ ବିଶ୍ୱସନୀୟ, ସୁଦୃଢ଼ ଏବଂ ସ୍ଥାୟୀ ବ୍ୟାଟେରୀ ଯୋଗାଣ ଶୃଙ୍ଖଳ ନିର୍ମାଣ କରିବା ଲକ୍ଷ୍ୟରେ ବ୍ୟବସାୟିକ ସୁଯୋଗକୁ ବିସ୍ତାର କରେ

୭.

 ଔଷଧ ଏବଂ ଚିକିତ୍ସା ଉପକରଣ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର

ଦ୍ୱିପାକ୍ଷିକ ନିବେଶ ଏବଂ ବ୍ୟବସାୟିକ ସଂଯୋଗୀକରଣ, ବୈଷୟିକ ସହଯୋଗ ଏବଂ ଶିଳ୍ପ-ଶିକ୍ଷା ସହଯୋଗକୁ ପ୍ରୋତ୍ସାହିତ କରି ସକ୍ରିୟ ଔଷଧ ଉପାଦାନ (ଏପିଆଇ) ଏବଂ ମୁଖ୍ୟ ପ୍ରାରମ୍ଭିକ ସାମଗ୍ରୀ (କେଏସ୍‌ଏମ୍‌) ସମେତ ଫାର୍ମା ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବ

୮.

ଭୂବିଜ୍ଞାନ ଏବଂ ଖଣିଜ ଅନୁସନ୍ଧାନ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର

ବୈଷୟିକ ବିଶେଷଜ୍ଞତାର ଆଦାନପ୍ରଦାନ ମାଧ୍ୟମରେ ଖଣିଜର ଅପ୍‌ଷ୍ଟ୍ରିମ୍ ଅନୁସନ୍ଧାନରେ ସହଯୋଗ ସୁଦୃଢ଼ କରିବ

୯.

ଇଣ୍ଡିଆଏଆଇ ମିଶନ ଏବଂ ଜାପାନର ଅର୍ଥନୀତି, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ (ଏମ୍‌ଇଟିଆଇ) ମଧ୍ୟରେ ସହଯୋଗ ପାଇଁ ବୁଝାମଣା

ବି୨ବି ମ୍ୟାଚ୍‌ମେକିଂ, ଏଆଇ ନୀତି ଏବଂ ଆହ୍ୱାନ ଉପରେ ୱେବିନାର ଆୟୋଜନ କରିବା ତଥା କମ୍ପୁୟଟିଂ ସମ୍ବଳ ଜରିଆରେ ମିଳିତ ପ୍ରକଳ୍ପଗୁଡିକୁ ସମର୍ଥନ ମାଧ୍ୟମରେ ଇଣ୍ଡିଆଏଆଇ ମିଶନ ଏବଂ ଜାପାନର ଜେନିଏକ୍ (ଜିଇଏନ୍‌ଆଇଏସି) ପଦକ୍ଷେପ ମଧ୍ୟରେ ସଂସ୍ଥାଗତ ସହଯୋଗକୁ ପ୍ରୋତ୍ସାହିତ କରିବ

୧୦.

ନେକ୍ସଟ୍ ଜେନେରେସନ୍ ମୋବିଲିଟି ପାର୍ଟନରସିପ୍ (ଏନ୍‌ଜିଏମ୍‌ପି) ଉପରେ ସହଯୋଗ ପାଇଁ ବୁଝାମଣା

ଅଗଷ୍ଟ ୨୦୨୫ରେ ଆୟୋଜିତ ୧୫ତମ ବାର୍ଷିକ ଶିଖର ସମ୍ମିଳନୀରେ ଘୋଷଣା କରାଯାଇଥିବା ପରବର୍ତ୍ତୀ ପିଢ଼ି ଗତିଶୀଳତା ସହଭାଗୀତା (ଏନ୍‌ଜିଏମ୍‌ପି)କୁ କାର୍ଯ୍ୟକାରୀ କରିବା ପାଇଁ ଏକ ରୂପରେଖ ପ୍ରତିଷ୍ଠା କରିଥାଏ ଏନ୍‌ଜିଏମ୍‌ପି ରେଳ, ଅଟୋମୋଟିଭ ଏବଂ ସଡ଼କ ଭିତ୍ତିଭୂମି, ବିମାନ ଚଳାଚଳ, ଜାହାଜ ନିର୍ମାଣ ଏବଂ ବନ୍ଦର, ଲଜିଷ୍ଟିକ୍ସ ତଥା ସହରାଞ୍ଚଳ ବିକାଶ ସମେତ ଗତିଶୀଳତା କ୍ଷେତ୍ରରେ ଘରୋଇ କ୍ଷେତ୍ର-ନେତୃତ୍ୱାଧୀନ ସହଯୋଗ ଏବଂ ନିବେଶକୁ ତ୍ୱରାନ୍ୱିତ କରିବ, ଯାହା ଭାରତକୁ ତୃତୀୟ ଦେଶଗୁଡିକୁ “ମେକ୍ ଇନ୍ ଇଣ୍ଡିଆ ଫର୍ ଦି ୱାର୍ଲ୍ଡ” ରପ୍ତାନି ପାଇଁ ଏକ କେନ୍ଦ୍ର ଭାବରେ ସ୍ଥାନିତ କରାଯାଇପାରିବ

୧୧.

ଭାରତର ସେଣ୍ଟର ଫର୍ ସେଲ୍ୟୁଲାର ଆଣ୍ଡ୍ ମୋଲିକ୍ୟୁଲାର୍ ପ୍ଲାଟ୍‌ଫର୍ମସ୍ (ସି-କ୍ୟାମ୍ପ) ଏବଂ ଜାପାନର ରାଇକେନ୍ ମଧ୍ୟରେ ବୁଝାମଣାପତ୍ର

ଡିପ୍‌-ଟେକ୍ ତଥା ଜୀବନ ବିଜ୍ଞାନ କ୍ଷେତ୍ରରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ପରିବେଶକୁ ଅନ୍ତର୍ଭୁକ୍ତ କରି ଶୈକ୍ଷିକ, ଅନୁବାଦମୂଳକ ଗବେଷଣା ଏବଂ ଷ୍ଟାର୍ଟ-ଅପ ମୁଖୀ ନବାଚାର ପାଇଁ ଏକ ଢ଼ାଞ୍ଚା ସ୍ଥାପନ କରେ

୧୨.

ଜାତୀୟ ଜୈବିକ ବିଜ୍ଞାନ କେନ୍ଦ୍ର-ଟାଟା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ ଏବଂ ଜାପାନର ରାଇକେନ ମଧ୍ୟରେ ବୁଝାମଣା

ଦୁଇଟି ପ୍ରମୁଖ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ମୌଳିକ ଜୈବିକ ଏବଂ ନ୍ୟୁରୋସାଇନ୍ସ ଗବେଷଣାରେ ସହଯୋଗ ପାଇଁ ଏକ ରୂପରେଖ ପ୍ରସ୍ତୁତ କରେ

୧୩.

ଆଇଆଇଟି ମୁମ୍ବାଇ, ଭାରତଜେନ୍ ଟେକ୍ନୋଲୋଜି ଫାଉଣ୍ଡେସନ୍ ଏବଂ ଜାପାନର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇନ୍‌ଫର୍‌ମେଟିକ୍ସ ମଧ୍ୟରେ ବୁଝାମଣା

ମିଳିତ ଗବେଷଣା ଆଦାନପ୍ରଦାନ ମାଧ୍ୟମରେ ବର୍ଦ୍ଧିତ ବୈଜ୍ଞାନିକ ଯୁକ୍ତି ପାଇଁ ଏଲ୍‌ଏଲ୍‌ଏମ୍ ବିକାଶ  ଉପରେ ଧ୍ୟାନ ଦେଇ ବୃହତ ଭାଷା ମଡେଲ୍ (ଏଲ୍‌ଏଲ୍‌ଏମ୍‌) ଉପରେ ସହଯୋଗକୁ ଆହୁରି ବୃଦ୍ଧି କରିବ।

୧୪.

ଏଲ୍‌ଏଲ୍‌ଏମ୍ ବିକାଶ ଉପରେ ସର୍ବମ୍‌ଏଆଇ ଏବଂ ପ୍ରିଫର୍ଡ ନେଟୱାର୍କ ମଧ୍ୟରେ ବୁଝାମଣାପତ୍ର

ଫାଉଣ୍ଡେସନ୍ ମଡେଲ ସମେତ ସମ୍ପୂର୍ଣ୍ଣ ଏଆଇ ପ୍ରଯୁକ୍ତିବିଦ୍ୟା ଷ୍ଟାକରେ ସହଯୋଗ ପାଇଁ ଏକ ରୂପରେଖ ପ୍ରସ୍ତୁତ କରେ

୧୫.

ନ୍ୟାଶନାଲ ଇଣ୍ଟରନେଟ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନ୍‌ଆଇଏକ୍ସଆଇ) ଏବଂ ଜାପାନ ନେଟୱାର୍କ ଇନ୍‌ଫରମେଶନ୍ ସେଣ୍ଟର (ଜେପିଏନ୍‌ଆଇସି) ମଧ୍ୟରେ ବୁଝାମଣାପତ୍ର

ଜାତୀୟ ଇଣ୍ଟରନେଟ୍ ରେଜିଷ୍ଟ୍ରି ପରିଚାଳନା, ଆଇପିଭି୬ ଗ୍ରହଣ, ଇଣ୍ଟରନେଟ୍ ସୁରକ୍ଷାରେ ଉନ୍ନତି, ଦକ୍ଷତା ବିକାଶ, ଛାତ୍ର/ବୃତ୍ତିଗତ ଆଦାନପ୍ରଦାନ ଏବଂ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ଫୋରମରେ ଇଣ୍ଟରନେଟ୍ ଶାସନ ଉପରେ ମତ ବିନିମୟରେ ସହଯୋଗକୁ ପ୍ରୋତ୍ସାହିତ କରେ

୧୬.

ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ପ୍ରାଧିକରଣ (ଆଇଏଫ୍‌ଏସ୍‌ସିଏ) ଏବଂ

ଜାପାନର ଆର୍ଥିକ ସେବା ଏଜେନ୍ସି (ଜେଏଫ୍‌ଏସ୍‌ଏ) ମଧ୍ୟରେ ପତ୍ର ବିନିମୟ

ଆର୍ଥିକ ସେବାର ବିକାଶ, ନିୟନ୍ତ୍ରଣ ଏବଂ ତଦାରଖ ସହିତ ଆର୍ଥିକ ବଜାର ଧାରା ଏବଂ ସର୍ବୋତ୍ତମ ଅଭ୍ୟାସ, ବିଶେଷକରି ଫିନ୍‌ଟେକ୍ ତଥା ରେଗ୍‌ଟେକ୍ କ୍ଷେତ୍ରରେ ସୂଚନା ବିନିମୟ କ୍ଷେତ୍ରରେ ସହଯୋଗ ପାଇଁ ଏକ ରୂପରେଖ ସ୍ଥାପନ କରିଥାଏ

କ୍ରମିକ ସଂଖ୍ୟା ଫଳାଫଳ ବର୍ଣ୍ଣନା

 

 

SR