ପିଏମଇଣ୍ଡିଆ

ଫିକ୍କିର ଅଧ୍ୟକ୍ଷ ଶ୍ରୀ ପଙ୍କଜ ଆର. ପଟେଲ ମହାଶୟ, ଆଗମୀ ସଭାପତି ଶ୍ରୀ ରମେଶ ସି ଶାହା ମହୋଦୟ, ମହାସଚିବ ଡକ୍ଟର ସଂଜୟ ବାରୁ ମହୋଦୟ, ଏବଂ ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବମାନେ ।
ଆପଣମାନେ ସମସ୍ତେ ଆଜି ନିଜର ବର୍ଷ ସାରା କାର୍ଯ୍ୟର ହିସାବ କିତାବ ନେଇ ବସିଛନ୍ତି । ଏବର୍ଷ ଫିକ୍କିର ମଧ୍ୟ 90 ବର୍ଷ ହେଉଛି । କୌଣସି ସଂସ୍ଥା ପାଇଁ ଏହା ଗୌରବର ବିଷୟ । ଆପଣ ସମସ୍ତଙ୍କୁ ମୋ ତରଫରୁ ବହୁତ-ବହୁତ ଶୁଭକାମନା ।
ସାଥୀଗଣ, 1927 ର ପାଖାପାଖି ସମୟ ହିଁ ଥିଲା ଯେତେବେଳେ ସାଇମନ କମିଶନ ଗଠନ କରାଗଲା । ଏହା ବିରୁଦ୍ଧରେ ଯେଉଁଭଳି ଭାବେ ଭାରତୀୟ ଉଦ୍ୟୋଗ ଜଗତ ସେହି ସମୟରେ ଅସହଯୋଗ କଲେ, ତାହା ନିଜକୁ ନିଜ ମଧ୍ୟରେ ବହୁତ ଐତିହାସିକ ଏବଂ ପ୍ରେରଣାଦାୟୀ ଘଟଣା ଥିଲା । ନିଜର ସ୍ୱାର୍ଥରୁ ଉର୍ଦ୍ଧ୍ଵକୁ ଉଠି ଉଦ୍ୟୋଗ ଜଗତ ସାଇମନ କମିଶନ ଗଠନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ଯେଭଳି ସେହି ସମୟରେ ଭାରତୀୟ ସମାଜର ପ୍ରତ୍ୟେକ ଅଙ୍ଗ ରାଷ୍ଟ୍ରହିତ ପାଇଁ ଆଗକୁ ଆସିଥିଲେ, ସେହିଭଳି ଭାବେ ଭାରତୀୟ ଉଦ୍ୟୋଗୀମାନେ ମଧ୍ୟ ନିଜର ଉର୍ଜାକୁ ରାଷ୍ଟ୍ର ନିର୍ମାଣରେ ଲଗାଇଲେ ।
ଭାଇ ଓ ଭଉଣୀମାନେ ଯେଭଳି 90 ବର୍ଷ ପୂର୍ବରୁ ସାଧାରଣ ମଣିଷ ନିଜର ଦୈନିକ ଦାୟିତ୍ୱ ଗୁଡ଼ିକ ସହିତ ଦେଶର ଦାୟିତ୍ୱଗୁଡ଼ିକୁ ତୁଲାଇବା ପାଇଁ ଆଗକୁ ଆସିଥିଲେ, ସେହିଭଳି ସମୟ ପୁଣି ଥରେ ଆରମ୍ଭ ହୋଇଛି । ଏହି ସମୟରେ ଦେଶର ଲୋକଙ୍କ ଆଶା-ଆକାଂକ୍ଷା ଯେଉଁ ସ୍ତରରେ ରହିଛି, ତାହାକୁ ଆପଣ ବୁଝି ପାରୁଥିବେ । ଲୋକମାନେ ଦେଶର ଏହି ଆନ୍ତରିକ ଖରାପ ଜିନିଷ ଗୁଡ଼ିକଠାରୁ, ଭ୍ରଷ୍ଟାଚାର ଯୋଗୁଁ, କଳାଧନ ଯୋଗୁଁ ବ୍ୟତିବ୍ୟସ୍ତ ହୋଇଗଲେଣି, ଏଗୁଡ଼ିକଠାରୁ ମୁକ୍ତ ହେବାକୁ ଚାହୁଁଛନ୍ତି ।
ସେଥିପାଇଁ ଆଜି ପ୍ରତ୍ୟେକ ସଂସ୍ଥା ହୁଏତ ତାହା କେଉଁ ରାଜନୈତିକ ଦଳ ହେଉ, କିମ୍ବା ଫିକ୍କି ଭଳି ଔଦ୍ୟୋଗିକ ସଂଗଠନ, ତା’ପାଇଁ ଏହା ମାନସମନ୍ଥନର ସମୟ କି ସେ ଦେଶର ଆବଶ୍ୟକତାଗୁଡ଼ିକୁ ଆଉ ଦେଶର ଲୋକଙ୍କର ଭାବନାଗୁଡ଼ିକୁ ବୁଝି ନିଜର ରଣନୀତି ପ୍ରସ୍ତୁତ କରନ୍ତୁ ।
ସାଥୀମାନେ, ସ୍ୱାଧୀନତାର ପରବର୍ତ୍ତୀ ବର୍ଷଗୁଡ଼ିକରେ ଦେଶରେ ବହୁତ କିଛି ହୋଇଛି, କିନ୍ତୁ ଏହା ମଧ୍ୟ ହେଉଛି ସତ୍ୟ ଯେ ଏହି ବର୍ଷମାନଙ୍କରେ ଆମ ସମ୍ମୁଖରେ ବହୁତ ଆହ୍ୱାନ ଆସି ଠିଆ ହୋଇଛି । ସ୍ୱାଧୀନତା ପରବର୍ତ୍ତୀ 70ବର୍ଷରେ ଆମ ଦେଶରେ ଏଭଳି ଏକ ବ୍ୟବସ୍ଥା ହେଲା ଯେଉଁଥିରେ କେଉଁଠି ନା କେଉଁଠି, କେହି ନା କେହି ଗରିବ ସର୍ବଦା ଏଭଳି ବ୍ୟବସ୍ଥା ସହିତ ଲଢ଼ି ଚାଲୁଥିଲା । ବହୁତ ଛୋଟ-ଛୋଟ ଜିନିଷ ପାଇଁ ତାକୁ ଲଢ଼ିବାକୁ ପଡ଼ୁଥିଲା । ସେହି ଗରିବ ଲୋକକୁ ବ୍ୟାଙ୍କ ଖାତା ଖୋଲିବାର ଅଛି, ତ ବ୍ୟବସ୍ଥା ପଥ ଓଗାଳିଲା, ତାକୁ ଗ୍ୟାସ ସଂଯୋଗ ଦରକାର, ତ ଦଶ ଜାଗା ଘୁରିବାକୁ ପଡ଼ୁଥିଲା । ନିଜର ହିଁ ପେନସନ୍ ପାଇବା ପାଇଁ, ବୃତ୍ତି ପାଇବା ପାଇଁ ଏଠି-ସେଠି କମିଶନ୍ ଦେବାକୁ ପଡ଼ୁଥିଲା ।
ବ୍ୟବସ୍ଥା ସହିତ ଏହି ଲଢ଼େଇକୁ ବନ୍ଦ କରିବାର କାମ ମୋ ସରକାର କରୁଛନ୍ତି । ଆମେ ଏଭଳି ଏକ ବ୍ୟବସ୍ଥାର ନିର୍ମାଣ କରୁଛୁ ଯାହା ନା କେବଳ ସ୍ୱଚ୍ଛ ହୋଇଥିବ, ବରଂ ସମ୍ବେଦନଶୀଳ ହୋଇଥିବ । ଏକ ଏଭଳି ବ୍ୟବସ୍ଥା ଯାହା ଲୋକଙ୍କର ଆବଶ୍ୟକତା ଗୁଡ଼ିକୁ ବୁଝିବ ।
ତେଣୁ ଯେବେ ଆମେ ଜନଧନ ଯୋଜନାର ଶୁଭାରମ୍ଭ କଲୁ, ତ ତାହାକୁ ଏତେ ଭବ୍ୟ ପ୍ରତିକ୍ରିୟା ମିଳିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇ ରହିଯିବେ କି ଯେତେବେଳେ ଏହି ଯୋଜନା ଆରମ୍ଭ ହୋଇଥିଲା, ତ ଆମେ ଏହି ଲକ୍ଷ୍ୟ ସ୍ଥିର କରି ପାରି ନଥିଲୁ କି କେତେ ଗରିବଙ୍କର ଖାତା ଖୋଲିବାର ଅଛି । କାରଣ ସରକାରଙ୍କ ପାଖରେ ଏଭଳି କୌଣସି ତଥ୍ୟ ହିଁ ନଥିଲା, କୌଣସି ସୂଚନା ହିଁ ନଥିଲା ।
ଆମକୁ କେବଳ ଏଇ ଅନୁଭବ ଥିଲା କି ଗରିବମାନଙ୍କୁ ବ୍ୟାଙ୍କ ଦୁଆର ପାଖରୁ ଫେରାଇ ଦିଆଯାଏ, କେତେବେଳେ ପାଟିକରି, କେତେବେଳେ ନାନା କାଗଜପତ୍ର ବାହାନା କରି । ଆଜି ଯେତେବେଳେ ମୁଁ ଦେଖୁଛି କି ଜନଧନ ଯୋଜନା ମାଧ୍ୟମରେ 30 କୋଟିରୁ ଅଧିକ ଗରିବ ନିଜର ବ୍ୟାଙ୍କ ଖାତା ଖୋଲିଛନ୍ତି, ତ ଲାଗୁଛି କି ଗରିବଙ୍କର କେତେ ବଡ଼ ଆବଶ୍ୟକତାର ପୂରଣ ହୋଇଯାଇଛି । ଗୋଟିଏ ତଥ୍ୟରେ ଏହା ମଧ୍ୟ ସାମ୍ନାକୁ ଆସିଲା କି ଗ୍ରାମୀଣ କ୍ଷେତ୍ରରେ ଯେଉଁଠାରେ ଏଭଳି ଖାତା ଅଧିକ ଖୋଲିଛି, ସେହିଠାରେ ମୁଦ୍ରାସ୍ପୀତି ଦରରେ ହ୍ରାସ ହୋଇଛି । ଅର୍ଥାତ ଗରିବର ଜୀବନରେ କେତେ ବଡ଼ ପରିବର୍ତ୍ତନ ଏହି ଏକ ଯୋଜନା ମାଧ୍ୟମରେ ଆସିଛି ।
ଭାଇ ଓ ଭଉଣୀମାନେ, ଆମ ସରକାର ଲୋକଙ୍କର ସମସ୍ୟାଗୁଡ଼ିକୁ, ତାଙ୍କର ଆବଶ୍ୟକତାଗୁଡ଼ିକୁ ଧ୍ୟାନରେ ରଖି ନିଜର ଯୋଜନା ପ୍ରସ୍ତୁତ କରିଛନ୍ତି । ଲୋକଙ୍କର ଜୀବନ ସହଜ ହେଉ, ସହଜ ଜୀବନ ଶୈଳୀରେ ବଢ଼ୁ, ଏହି ଦୃଷ୍ଟିଭଙ୍ଗୀକୁ ପ୍ରାଥମିକତା ଦିଆଯାଇଛି ।
ଗରିବ ମହିଳାମାନଙ୍କୁ ଚୂଲିର ଧୂଆଁରୁ ମୁକ୍ତି ମିଳୁ, ସେଥିପାଇଁ ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଥିଲୁ । ଆମେ ତିନି କୋଟିରୁ ଅଧିକ ମହିଳାଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦେଇଛୁ । ଏବେ ଆଉ ଏକ ଅଧ୍ୟୟନ ସାମ୍ନାକୁ ଆସିଛି କି ଏହି ଯୋଜନା ପରେ ଗ୍ରାମୀଣ ଅଂଚଳରେ ଜାଳେଣି ମୁଦ୍ରସ୍ଫୀତି କମ୍ ହୋଇଛି । ଅର୍ଥାତ ଗରିବଙ୍କୁ ଇନ୍ଧନ ପାଇଁ ଏବେ କମ ଖର୍ଚ୍ଚ କରିବାକୁ ପଡ଼ୁଛି ।
ଆମେ ଗରିବଙ୍କର ଗୋଟିଏ-ଗୋଟିଏ ଆବଶ୍ୟକତା, ଗୋଟିଏ-ଗୋଟିଏ ସମସ୍ୟାକୁ ଧରି ସେଗୁଡ଼ିକୁ ସୁଧାରିବା ପାଇଁ କାମ କରୁଛୁ । ଗରିବ ମହିଳାମାନଙ୍କୁ ଲଗାତାର ଲଜ୍ଜ୍ୟାର ସାମ୍ନା କରିବାକୁ ନ ପଡ଼ୁ, ତାଙ୍କର ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଉପରେ ପ୍ରଭାବ ନ ପଡ଼ୁ, ସେଥିପାଇଁ ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ 5 କୋଟିରୁ ଅଧିକ ଶୌଚାଳୟ ତିଆରି କରାଇଲୁ ।
ଗରିବଙ୍କୁ ରହିବା ପାଇଁ ପକ୍କା ଘର ମିଳୁ, ସେମାନେ ଯେତିକି ଭଡ଼ା ଦେବାରେ ଖର୍ଚ୍ଚ କରୁଛନ୍ତି, ପାଖାପାଖି ସେତିକି ପଇସାରେ ହିଁ ତାଙ୍କ ପାଖରେ ନିଜର ଘର ହୋଇଯାଉ, ସେଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଶୁଭାରମ୍ଭ କରାଯାଇଛି ।
ସାଥୀମାନେ, ବିଜ୍ଞାନଭବନର ଏହି ଚମକୁଥିବା ଲାଇଟ୍ ସବୁ, ଏତେସବୁ ସାଜସଜା, ଏହି ଯେଉଁ ପୂରା ପରିବେଶ ରହିଛି, ତାହାଠାରୁ ବହୁତ ଅଲଗା ଦୁନିଆ ଆପଣଙ୍କୁ ଦେଶର ଦୂର-ଦୂରାନ୍ତ ଅଂଚଳରେ, ଦେଶର ଗାଁରେ ମିଳିବ । ମୁଁ ଗରିବଙ୍କର ସେହି ଦୁନିଆରୁ ବାହାରି ଆପଣମାନଙ୍କ ମଧ୍ୟକୁ ଆସିଛି । ସୀମିତ ସଂସାଧନ, ସୀମିତ ପାଠପଢ଼ା, କିନ୍ତୁ ସ୍ୱପ୍ନ ଅସୁମାରୀ-ଅସୀମିତ । ସେହି ଦୁନିଆ ମୋତେ ଶିଖାଇଛି କି ଦେଶର ଆବଶ୍ୟକତାଗୁଡ଼ିକୁ ବୁଝି, ଗରିବଙ୍କର ଆବଶ୍ୟକତାଗୁଡ଼ିକୁ ବୁଝି କାର୍ଯ୍ୟ କରନ୍ତୁ, ନିଷ୍ପତ୍ତି ନିଅନ୍ତୁ, ସେଗୁଡ଼ିକୁ ଲାଗୁ କରନ୍ତୁ ।
ଯେପରି ମୁଦ୍ରା ଯୋଜନା ଯୁବକଙ୍କର ଏକ ବହୁତ ବଡ଼ ଆବଶ୍ୟକତାକୁ ପୂରଣ କରୁଛି । ଏହି ଆବଶ୍ୟକତା ହେଉଛି ବ୍ୟାଙ୍କ ଗ୍ୟାରେଣ୍ଟି । କୌଣସି ଯୁବକ ନିଜର ଦମ୍ ଯେମିତି ହିଁ କିଛି କରିବାକୁ ଚାହୁଁଛି, ତା’ ସମ୍ମୁଖରେ ପ୍ରଥମ ପ୍ରଶ୍ନ ଏହା ହୋଇଥାଏ କି ପଇସା କେଉଁଠାରୁ ଆସିବ । ମୁଦ୍ରା ଯୋଜନା ମାଧ୍ୟମରେ ଏହି ଗ୍ୟାରେଣ୍ଟି ସରକାର ଦେଉଛନ୍ତି । ବିଗତ ତିନି ବର୍ଷରେ ପାଖା-ପାଖି ନଅ କୋଟି 45 ଲକ୍ଷ ଋଣ ଆମେ ସ୍ୱୀକୃତ କରିଛୁ । ବ୍ୟାଙ୍କ ଗ୍ୟାରେଣ୍ଟି ବିନା ଯୁବକଙ୍କୁ 4ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ଦିଆ ଯାଇଛି । ଯୁବକଙ୍କର ବହୁତ ବଡ଼ ଆବଶ୍ୟକତା ସହିତ ସରକାର ଠିଆ ହୋଇଛନ୍ତି ଆଉ ଏହାର ପରିଣାମ ହେଉଛି କି ଦେଶକୁ ଗତ ତିନି ବର୍ଷରେ ପାଖାପାଖି ତିନି କୋଟି ଉଦ୍ୟୋଗୀ ମିଳିଛନ୍ତି ।
ଏମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ମୁଦ୍ରା ଯୋଜନା ମାଧ୍ୟମରେ ପ୍ରଥମ ଥର ବ୍ୟାଙ୍କରୁ ଋଣ ନେଇଛନ୍ତି । ଏହି ତିନି କୋଟି ଲୋକ ଦେଶର ଲଘୁ ଉଦ୍ୟୋଗ କ୍ଷେତ୍ର, ବା ଏମଏସଏମଇ କ୍ଷେତ୍ରର ପରିସର ଆହୁରି ବଢ଼ାଇଛନ୍ତି, ତାକୁ ମଜବୁତ କରିଛନ୍ତି ।
ସରକାର ଷ୍ଟାର୍ଟ-ଅପ୍କୁ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି । ଷ୍ଟାର୍ଟ ଅପ୍ ର ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ଆପଦ ମୂଳଧନ (Risk Capital)। ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର SIDBI ବ୍ୟାଙ୍କ ମାଧ୍ୟମରେ ଏକ ଫଣ୍ଡ୍ ଅଫ୍ ଫଣ୍ଡ୍ସ ତିଆରି କରିଛନ୍ତି । ଏହି ପଦକ୍ଷେପ ପରେ SIDBI ଦ୍ୱାରା କରାଯାଇଥିବା ନିବେଶକୁ, ଅନ୍ୟ ନିବେଶକଙ୍କ ସହଯୋଗ ଦ୍ୱାରା, ଚାରିରୁ ସାଢ଼େ ଚାରିଗୁଣା ବୃଦ୍ଧି କରାଗଲା । ଏହା ଦ୍ୱାରା ଷ୍ଟାର୍ଟ ଅପ୍କୁ, ଯାହାଙ୍କ ପାଖରେ ନୂଆ ବିଚାର ସବୁ ରହିଛି, ତାଙ୍କୁ ପୁଞ୍ଜି ମିଳିବାରେ ସହାୟତା ମିଳୁଛି ।
ଭାଇ ଓ ଭଉଣୀମାନେ, ଷ୍ଟାର୍ଟ-ଅପ୍ ମାନଙ୍କ ଦ୍ଵାରା ନୂତନ ଆର୍ଥିକ ପରିବେଶରେ ଅଦଳ ବଦଳ ନିବେଶ ପାଣ୍ଠି ଦ୍ୱାରା କରାଯାଉଥିବା ନିବେଶ ବେଶ ମହତ୍ୱପୂର୍ଣ୍ଣ । ବିଗତ ତିନି ବର୍ଷରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ନୀତିଗତ ନିଷ୍ପତ୍ତି କାରଣରୁ ଏଭଳି ପୁଞ୍ଜିନିବେଶରେ ବହୁ ଅଧିକ ବୃଦ୍ଧି ହୋଇଛି । ଆପଣ ଦେଖିବେ କି ସରକାର ଦେଶର ଯୁବକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଉଛନ୍ତି, ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହାର ସଂପୂର୍ଣ୍ଣ ବିପରୀତ ଆପଣଙ୍କୁ ବିଗତ ସରକାରଙ୍କ ଠାରେ ଦେଖିବାକୁ ମିଳିଥିଲା । ସେ ସମୟରେ କିଛି ବଡ଼ ଉଦ୍ୟୋଗପତିଙ୍କୁ ଲକ୍ଷ-ଲକ୍ଷ କୋଟି-କୋଟି ଟଙ୍କାର ଋଣ ଦିଆଗଲା, ବ୍ୟାଙ୍କ ଉପରେ ଚାପ ପକାଇ ପଇସା ଦିଆଗଲା ।
ସାଥୀଗଣ, ଫିକ୍କି ନିଜ ବିଷୟରେ କହେ – ‘ନୀତି ପରିବର୍ତ୍ତନ ପାଇଁ ଉଦ୍ୟୋଗର ସ୍ୱର’ ଆପଣ ଉଦ୍ୟୋଗର ସ୍ୱର ସରକାରଙ୍କ ପାଖରେ ପହଂଚାନ୍ତି । ଆପଣଙ୍କର ସର୍ଭେ ଆସି ରହିଥାଏ, ସେମିନାର ଚାଲିଥାଏ । ମୋ ପାଖରେ ସୂଚନା ନାହିଁ କି ବିଗତ ସରକାରଙ୍କ ନୀତିଗୁଡ଼ିକ ଯେଉଁଭଳି ଭାବେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ଦୁର୍ଦ୍ଦଶା କଲା, ତା’ଉପରେ ଫିକ୍କି କୌଣସି ସର୍ଭେ କରିଛନ୍ତି କି ନାହିଁ? ଏହା ଆଜି କାଲି ଅଚଳ ସମ୍ପତ୍ତି ଭାବେ NPAର ଯେଉଁ ହୋ’ହାଲ୍ଲା ହେଉଛି, ତାହା ଆଗ ସରକାରଙ୍କ ବେଳେ ବସିଥିବା ଅର୍ଥଶାସ୍ତ୍ରୀଙ୍କର ଏହି ସରକାରଙ୍କୁ ଦିଆ ଯାଇଥିବା ସବୁଠାରୁ ବଡ଼ ବୋଝ ।
ମୋର ଆଗ୍ରହ ଏହା ମଧ୍ୟ ଜାଣିବାରେ ରହିଛି କି ଯେତେବେଳେ ସରକାରରେ ବସିଥିବା କିଛି ଲୋକଙ୍କ ଦ୍ୱାରା ବ୍ୟାଙ୍କ ଉପରେ ଚାପ ପକାଇ କିଛି ଲୋକମାନଙ୍କ ଦ୍ୱାରା କିଛି ବିଶେଷ ଉଦ୍ୟୋଗପତିଙ୍କୁ ଋଣ ଦିଆଯାଉଥିଲା, ସେତେବେଳେ ଫିକ୍କି ଭଳି ସଂସ୍ଥାଗୁଡ଼ିକ କ’ଣ କରୁଥିଲେ? ଆଗ ସରକାରରେ ବସିଥିବା ଲୋକ ଜାଣିଥିଲେ, ବ୍ୟାଙ୍କ ମଧ୍ୟ ଜାଣିଥିଲା, ଉଦ୍ୟୋଗଜଗତ ମଧ୍ୟ ଜାଣିଥିଲା, ବଜାର ସହିତ ଯୋଡ଼ି ହୋଇଥିବା ସଂସ୍ଥା ମଧ୍ୟ ଜାଣିଥିଲା କି ଭୁଲ ହେଉଛି ।
ଏହା ଥିଲା ୟୁପିଏ ସରକାରଙ୍କର ସବୁଠାରୁ ବଡ଼ ଘୋଟାଲା । ରାଜ୍ୟଗୋଷ୍ଠୀ, ଟୁ-ଜି, କୋଇଲା, ଏ ସମସ୍ତଙ୍କଠାରୁ କେତେ ବଡ଼ ଘୋଟାଲା । ଏହା ଗୋଟିଏ ପ୍ରକାରେ ସରକାରରେ ବସିଥିବା ଲୋକଙ୍କ ଦ୍ୱାରା ଉଦ୍ୟୋଗପତିଙ୍କ ମାଧ୍ୟମରେ ବ୍ୟାଙ୍କରେ ଥିବା ଜନତାଙ୍କ କଠିନ ଶ୍ରମସଞ୍ଚିତ ରୋଜଗାରର ଲୁଟ୍ ଥିଲା । କ’ଣ ଗୋଟିଏ ଥର ମଧ୍ୟ କୌଣସି ସର୍ଭେରେ, କୌଣସି ତଥ୍ୟରେ ଏହି ଆଡ଼କୁ ନିର୍ଦ୍ଦେଶ କରାଗଲା । ଯେଉଁ ଲୋକମାନେ ନୀରବ ରହି ସବୁକିଛି ଦେଖି ଚାଲିଥିଲେ, କ’ଣ ସେମାନଙ୍କୁ ଉଠାଇବାର ଚେଷ୍ଟା, କୌଣସି ସଂସ୍ଥା ଦ୍ୱାରା କରାଗଲା?
ସାଥୀଗଣ, ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ଏହି ଦୁର୍ଦ୍ଦଶାକୁ ଠିକ୍ କରିବା ପାଇଁ, ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ସରକାର ଲଗାତାର ପଦକ୍ଷେପ ଉଠାଉଛନ୍ତି । ବ୍ୟାଙ୍କଗୁଡ଼ିକର ହିତ ସୁରକ୍ଷିତ ହେବ, ଗ୍ରାହକଙ୍କର ହିତ ସୁରକ୍ଷିତ ହେବ, ସେତେବେଳେ ଦେଶର ହିତ ମଧ୍ୟ ସୁରକ୍ଷିତ ରହିବ ।
ଏଭଳି ପରିସ୍ଥିତିରେ ଫିକ୍କି ଭଳି ସଂସ୍ଥାର ଭୂମିକା ଗୁରୁତ୍ୱପୂର୍ଣ୍ଣ, ସଠିକ୍ ସୂଚନା ସହିତ ଉଦ୍ୟୋଗ ଜଗତ ଆଉ ଲୋକଙ୍କୁ ଜାଗ୍ରତ ମଧ୍ୟ କରିବାର ଅଛି । ଏବେ ଯେପରି ଗଲା କିଛି ଦିନ ଧରି ଅର୍ଥନୈତିକ ରିଜୋଲ୍ୟୁସନ୍ ଓ ଡିପୋଜିଟ୍ ଇନସ୍ୟୁରେନ୍ସ ବିଲ୍ କୁ ନେଇ ଗୁଜବ ଓ ଗୁଞ୍ଜରଣ ସୃଷ୍ଟି କରାଯାଉଛି ।
ସରକାର ଗ୍ରାହକଙ୍କର ହିତ ସୁରକ୍ଷିତ କରିବା ପାଇଁ, ବ୍ୟାଙ୍କରେ ଜମା ହୋଇଥିବା ସେମାନଙ୍କର ପୁଞ୍ଜି ସୁରକ୍ଷିତ ରଖିବା ପାଇଁ କାମ କରୁଛନ୍ତି, କିନ୍ତୁ ଖବର ତା’ର ଠିକ୍ ଓଲଟା ପ୍ରଚାର କରାଯାଉଛି । ଉଦ୍ୟୋଗଜଗତକୁ ଆଉ ସାଧାରଣ ନାଗରିକଙ୍କୁ ଭ୍ରମିତ କରୁଥିବା ଏଭଳି ଚେଷ୍ଟାକୁ ଅସଫଳ କରିବାରେ ଫିକ୍କି ଭଳି ସଂସ୍ଥାର ମଧ୍ୟ ଯୋଗଦାନ ହେଉଛି ବହୁତ ଜରୁରୀ ।
ଆପଣ ସରକାରଙ୍କର ସ୍ୱର, ଉଦ୍ୟୋଗର ସ୍ୱର ଆଉ ସାଧାରଣ ନାଗରିକଙ୍କର ସ୍ୱର ସହିତ କିଭଳି ତାଳମେଳ କରିବେ, ଏହା ମଧ୍ୟ ଆପଣଙ୍କୁ ଚିନ୍ତା କରିବାକୁ ହେବ । ଏହି ତାଳମେଳ କାହିଁକି ଆବଶ୍ୟକ, ଏହାର ଆଉ ଏକ ଉଦାହରଣ ଦେବି ।
ସାଥୀଗଣ, ଭାରତୀୟ ଶିଳ୍ପର ପୁରୁଣା ଦାବି ଥିଲା କି ତାହାକୁ GST ଦରକାର, ବସ୍ତୁ ଓ ସେବା କର ଦରକାର । ଏବେ ଯେତେବେଳେ ଜିଏସଟି ଲାଗୁ ହୋଇ ସାରିଛି, ତ ତାହାକୁ ଆହୁରି ଅଧିକ ପ୍ରଭାବଶୀଳ କରିବା ପାଇଁ ଆପଣଙ୍କ ସଂସ୍ଥା କ’ଣ ଭୂମିକା ତୁଲାଉଛି? ଯେଉଁ ଲୋକମାନେ ସାମାଜିକ ଗଣମାଧ୍ୟମରେ ଅଛନ୍ତି, ସେମାନେ ଧ୍ୟାନ ଦେଇଥିବେ କି ବହୁତ ଦିନ ପର୍ଯ୍ୟନ୍ତ, ଲୋକ ରେସ୍ତୋରାଂ ଦେୟ ଗଡେଇ ଚାଲିଥିଲେ କି ହୁଏତ ଟିକସ କମ୍ ହୋଇ ଯାଇଛି । କିନ୍ତୁ କିଛି ରେସ୍ତୋରାଂବାଲା ମୂଳ ହିସାବ ବଢ଼େଇ କରି ପୁଣି ହିସାବ ସମାନ କରି ଦେଇଛନ୍ତି । ଅର୍ଥାତ ଗ୍ରାହକଙ୍କ ଯାଏଁ ସେହି ଲାଭ ପହଂଚିଲା ହିଁ ନାହିଁ, ଯାହା ପହଂଚିବା ଦରକାର ଥିଲା ।
ଏଭଳି ପରିସ୍ଥିତିର ମୁକାବିଲା କରିବାକୁ ସରକାର ନିଜ ତରଫରୁ ଚେଷ୍ଟା କରୁଛନ୍ତି କିନ୍ତୁ କ’ଣ ଫିକ୍କି ତରଫରୁ ଲୋକଙ୍କ ମଧ୍ୟରେ, ବ୍ୟବସାୟୀଙ୍କ ମଧ୍ୟରେ କୌଣସି ପ୍ରକାରର ସଚେତନତା ଆଣିବାର ପ୍ରୟାସ ହୋଇଛି?
ଭାଇ ଓ ଭଉଣୀମାନେ, GST ଭଳି ବ୍ୟବସ୍ଥା ରାତାରାତି ଠିଆ ହୋଇଯାଏ ନାହିଁ । ଆଉ ଆମେ ତ ବିଗତ 70 ବର୍ଷର ତିଆରି ହୋଇଥିବା ବ୍ୟବସ୍ଥାକୁ ପରିବର୍ତ୍ତନ କରୁଛେ ।ଏହା ମଧ୍ୟ ଆମର ଲକ୍ଷ୍ୟ ହେଉଛି କି ଅଧିକରୁ ଅଧିକ ବ୍ୟବସାୟୀ ଏହି ବ୍ୟବସ୍ଥା ସହିତ ଯୋଡ଼ି ହୁଅନ୍ତୁ ।
ହୁଏତ ମାସିକ ଲକ୍ଷେ ଟଙ୍କାର କାରବାର ହେଉ କିମ୍ବା ଦଶ ଲକ୍ଷର, ଛୋଟରୁ ଛୋଟ ବ୍ୟବସାୟୀକୁ ଆମେ ନିୟମ ସମ୍ମତ ବ୍ୟବସ୍ଥାକୁ ଆଣିବାକୁ ଚେଷ୍ଟା କରୁଛୁ । ଏଥିପାଇଁ ନୁହେଁ କି ସରକାରଙ୍କୁ ପଇସା କମାଇବାର ଅଛି, ଟିକସ ଆଦାୟ କରିବାର ଅଛି । ସରକାର ଏ ସବୁ ଏଇଥିପାଇଁ କରୁଛନ୍ତି କାରଣ ବ୍ୟବସ୍ଥା ଯେତେ ନିୟମ ସମ୍ମତ ହେବ, ଯେତେ ପାରଦର୍ଶୀ ହେବ, ସେତିକି ହିଁ ଗରିବଙ୍କର ଲାଭ ହେବ । ତା’ଛଡ଼ା ନିୟମ ସମ୍ମତ ବ୍ୟବସ୍ଥା କାରଣରୁ ସେମାନଙ୍କୁ ସହଜରେ ବ୍ୟାଙ୍କରୁ କ୍ରେଡିଟ୍ କାର୍ଡ ମିଳିବ, କଞ୍ଚାମାଲର ଗୁଣାତ୍ମକ ମାନ ବୃଦ୍ଧି ହେବ ଆଉ ପରିବହନର ଦର ମଧ୍ୟ କମିବ । ଅର୍ଥାତ୍ ବିଶ୍ୱସ୍ତରୀୟ ବ୍ୟବସାୟରେ ଛୋଟ ଉଦ୍ୟୋଗୀ ମଧ୍ୟ ଅଧିକ ପ୍ରତିଯୋଗୀ ହେବ । ମୋର ବିଶ୍ୱାସ କି ଫିକ୍କି ବଡ଼ ପରିମାଣରେ ଛୋଟ ବ୍ୟବସାୟୀଙ୍କ ମାର୍ଗଦର୍ଶନ ପାଇଁ କୌଣସି ଯୋଜନା ନିଶ୍ଚିତ ଭାବେ ପ୍ରସ୍ତୁତ କରି ରଖିଥିବେ ।
ଭାଇ ଓ ଭଉଣୀମାନେ, ମୋତେ ଅବଗତ କରାଯାଇଛି କି ଫିକ୍କିର ଏମ୍ଏସ୍ଏମ୍ଇ ଶାଖା ସଙ୍ଗଠନର ଗଠନ 2013 ରେ କରାଯାଇଥିଲା । 90 ବର୍ଷର ଏହି ସଂସ୍ଥାରେ ଏମ୍ଏସ୍ଏମ୍ଇ ଶାଖା କେବଳ ଚାରି ବର୍ଷ ପୂର୍ବେ ଗଠନ ହେଲା!!! ମୁଁ ଅନ୍ୟ କିଛି ଟିପ୍ପଣୀ ତ ଦେବି ନାହିଁ କିନ୍ତୁ ଏତିକି ଅବଶ୍ୟ କହିବି ଯେ ଆପଣଙ୍କର ଏହି ଶାଖା ସଂଗଠନ ମୁଦ୍ରା ଯୋଜନା, ଷ୍ଟାର୍ଟ ଅପ୍ ଇଣ୍ଡିଆ, ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ ଭଳି ଯୋଜନାଗୁଡ଼ିକର ପ୍ରସାର ବଢ଼ାଇବାରେ ଆହୁରି ସାହାଯ୍ୟ କରନ୍ତୁ । ଏତେ ଅନୁଭବୀ ସଂସ୍ଥା ଯେତେବେଳେ ଆମର ଛୋଟ ଶିଳ୍ପଗୁଡ଼ିକର ହାତ ଧରିନେବ, ତ ସେମାନେ ମଧ୍ୟ ଆହୁରି ଅଧିକ ଉତ୍ସାହ ଓ ଉଦ୍ଦୀପନାର ସହ କାମ କରି ପାରିବେ ।
ସରକାରୀ ଇ-ବଜାର ସ୍ଥଳ-ଅର୍ଥାତ ଜିଇଏମ୍ ନାମରେ ଯେଉଁ ବ୍ୟବସ୍ଥା ସରକାର ପ୍ରସ୍ତୁତ କରିଛନ୍ତି, ତାହାଦ୍ୱାରା ମଧ୍ୟ ଦେଶର ଛୋଟ ଉଦ୍ୟୋଗୀଙ୍କୁ ଯୋଡିବା ପାଇଁ ଆପଣମାନଙ୍କୁ ନିଜସ୍ୱ ପ୍ରୟାସ ବଢାଇବାକୁ ପଡ଼ିବ । ଜିଇଏମ୍ ମାଧ୍ୟମରେ ଏବେ ଛୋଟ-ଛୋଟ ଉତ୍ପାଦନକାରୀ ମଧ୍ୟ ନିଜର ଜିନିଷ ସରକାରଙ୍କୁ ବିକ୍ରି କରି ପାରିବେ ।
ଗୋଟିଏ ପଟେ ମୋର ଆପଣମାନଙ୍କ ଠାରୁ ଆଶା ରହିଛି କି ଏମ୍ଏସ୍ଏମ୍ଇର ଯେଉଁ ପଇସା ବଡ଼ କମ୍ପାନୀ ଉପରେ ପାଉଣା ରହିଯାଏ, ତାହା ସମୟ ମଧ୍ୟରେ ଭରଣା କରାଯାଉ, ସେଥିପାଇଁ ମଧ୍ୟ କିଛି କରନ୍ତୁ । ନିୟମ ରହିଛି କିନ୍ତୁ ଏହା ମଧ୍ୟ ସତ ଯେ ଛୋଟ ଉଦ୍ୟୋଗୀଙ୍କ ପଇସା ଅଧିକାଂଶ ବଡ଼ କମ୍ପାନୀଙ୍କ ପାଖରେ ଅଟକି ରହିଥାଏ । ତିନି ମାସ, ଚାରି ମାସ ପରେ ସେମାନଙ୍କୁ ପାଉଣା ମିଳେ । ବ୍ୟବସାୟିକ ସମ୍ପର୍କ ଖରାପ ହୋଇ ନଯାଉ, ସେଥିପାଇଁ ଛୋଟ ଉଦ୍ୟୋଗୀ ନିଜର ପଇସା ମାଗିବାକୁ ମଧ୍ୟ ସଂକୋଚ ବୋଧ କରିଥା’ନ୍ତି । ତାହାଙ୍କର ଏହି ଚିନ୍ତାକୁ, ଏହି ସମସ୍ୟାକୁ ଦୂର କରିବା ପାଇଁ ମଧ୍ୟ ଆପଣଙ୍କ ତରଫରୁ ପ୍ରୟାସ କରାଯିବା ଆବଶ୍ୟକ ।
ସାଥୀଗଣ, ଏଭଳି ବହୁତଗୁଡ଼ିଏ କାରଣ ଥିଲା ଯେଉଁ କାରଣରୁ ଆମର ଦେଶ ଗତ ଶତାବ୍ଦୀରେ ଔଦ୍ୟୋଗିକ ବିପ୍ଳବର ସଂପୂର୍ଣ୍ଣ ରୂପେ ଲାଭ ଉଠାଇ ପାରିଲା ନାହିଁ । ଆଜି ବହୁତଗୁଡ଼ିଏ କାରଣ ରହିଛି, ଯେଉଁ କାରଣରୁ ଭାରତ ଏକ ନୂତନ ବିପ୍ଳବର ଶୁଭାରମ୍ଭ କରି ପାରିବ ।
ଏହି ସରକାର ଦେଶର ଆବଶ୍ୟକତାଗୁଡ଼ିକୁ ବୁଝି ନୂତନ ନୀତି ପ୍ରସ୍ତୁତ କରୁଛନ୍ତି । ପୁରୁଣା ଆଇନ ଶେଷ କରୁଛନ୍ତି, ନୂଆ ଆଇନ ତିଆରି କରୁଛନ୍ତି ।
ଏବେ ନିକଟରେ ଆମେ ବାଉଁଶକୁ ନେଇ ଏକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି କରିଛୁ । ବାଉଁଶ – ଗଛ କି ଗଛ ନୁହେଁ, ଏହାକୁ ନେଇ ଆମର ଏଠି ଦୁଇ ପ୍ରକାରର ଭିନ୍ନ-ଭିନ୍ନ ଆଇନ ଥିଲା । ଏବେ ସରକାର ସ୍ଥିର କରିଛନ୍ତି କି ଜଙ୍ଗଲ ବାହାରେ ଯେଉଁ ବାଉଁଶ ରହିଥାଏ, ତାକୁ ଗଛ ବୋଲି ଧରାଯିବ ନାହିଁ । ଏହି ନିଷ୍ପତ୍ତି କାରଣରୁ ସେହି ଲକ୍ଷ-ଲକ୍ଷ ଛୋଟ ଉଦ୍ୟମୀଙ୍କୁ ଲାଭ ହେବ, ଯେଉଁମାନେ ବାଉଁଶ ଉପରେ ଆଧାରିତ ଉଦ୍ୟୋଗ ସହିତ ଯୋଡ଼ି ହୋଇ ରହିଛନ୍ତି ।
ସାଥୀଗଣ, ମୋତେ ଅବଗତ କରାଯାଇଛି କି ଫିକ୍କିର ସଦସ୍ୟମାନଙ୍କ ମଧ୍ୟରେ ରହିଛନ୍ତି ସବୁଠାରୁ ଅଧିକ ବିନିର୍ମାଣ କମ୍ପାନୀ ସହିତ ଯୋଡ଼ି ହୋଇଥିବା ସଦସ୍ୟ । ଇଂଜିନିୟରିଂ ଜିନିଷ, ବିନିର୍ମାଣ, ରିୟଲ ଇଷ୍ଟେଟ ନିର୍ମାଣ ସାମଗ୍ରୀ ଭଳି କମ୍ପାନୀଗୁଡ଼ିକ ଫିକ୍କି ପରିବାରର ଏକ ଚତୁର୍ଥାଂଶ ।
ଭାଇ ଓ ଭଉଣୀମାନେ, ପୁଣି ଏମିତି କ’ଣ ହେଲା କି ବିଲ୍ଡରମାନଙ୍କ ମନମୁଖୀ କାରବାରର ଖବର ପୂର୍ବ ସରକାରଙ୍କ ପାଖରେ ପହଂଚିଲା ନାହିଁ । ମଧ୍ୟମ ବର୍ଗ ପେସି ହେଉଥିଲା, ସାରା ଜୀବନର ରୋଜଗାର ବିଲ୍ଡରମାନଙ୍କୁ ଦେବା ପରେ ମଧ୍ୟ ତାଙ୍କୁ ଘର ମିଳୁ ନଥିଲା, ଆଉ ପୁଣି ମଧ୍ୟ କୌଣସି ଦୃଢ଼ ପଦକ୍ଷେପ ଉଠାଯାଉ ନଥିଲା । କାହିଁକି? RERA ଭଳି ଆଇନ ତ ଆଗରୁ ମଧ୍ୟ ତିଆରି କରାଯାଇ ପାରିଥା’ନ୍ତା, କିନ୍ତୁ ତିଆରି କରାଗଲାନି । ମଧ୍ୟମ ବର୍ଗର ଏହି ଅସୁବିଧାକୁ ଏହି ସରକାର ହିଁ ବୁଝିଲେ ଆଉ ଆଇନ ତିଆରି କରି ବିଲ୍ଡରମାନଙ୍କ ମନମୁଖୀ କାରବାର ଉପରେ ରୋକ ଲଗାଇଲେ ।
ଭାଇ ଓ ଭଉଣୀମାନେ, ଆମେ ହିଁ ଏହି କଥାକୁ ବୁଝିଲୁ କି ମାର୍ଚ୍ଚରେ ବଜେଟ୍ ପ୍ରସ୍ତୁତ ହେବା ଫଳରେ ଯୋଜନାଗୁଡିକୁ ବର୍ଷସାରା କାମ କରିବାର ସୁଯୋଗ ମିଳି ପାରେ ନାହିଁ । ମୌସୁମୀ ଫଳରେ ତିନି-ଚାରି ମାସ ବରବାଦ ହୋଇ ଯାଉଛି । ସେଥିପାଇଁ ଏଇ ବର୍ଷ ବଜେଟର ସମୟ ଗୋଟିଏ ମାସ ଆଗରୁ କରିଦିଆଗଲା । ଏହାର ପରିଣାମ ଏହା ହେଲା କି ଏ ବର୍ଷ ବିଭାଗଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ପଇସା ମିଳିଲା ଆଉ ଯୋଜନାଗୁଡ଼ିକ ଉପରେ କାମ କରିବା ପାଇଁ ସଂପୂର୍ଣ୍ଣ ଏକ ବର୍ଷ ।
ସାଥୀଗଣ, ଏହି ସରକାରରେ ୟୁରିଆକୁ ନେଇ ନୂତନ ନୀତି ତିଆରି ହେଲା, ବୟନ ଶିଳ୍ପ କ୍ଷେତ୍ରକୁ ନେଇ ନୂତନ ନୀତି ତିଆରି ହେଲା, ବିମାନ ଚଳାଚଳକୁ ନେଇ ନୂତନ ନୀତି ତିଆରି ହେଲା, ପରିବହନ କ୍ଷେତ୍ରକୁ ନେଇ ସମନ୍ୱିତ ନୀତି ତିଆରି ହେଲା, ସ୍ୱାସ୍ଥ୍ୟକୁ ନେଇ ନୂତନ ନୀତି ତିଆରି ହେଲା । ଆଉ କେବଳ ଏପରି ନୁହେଁ ଯେ ନୀତି ତିଆରି କରିବାର ଅଛି, ତେଣୁ ନୀତି ତିଆରି କରାଯାଉଛି ।
ଆମେ ୟୁରିଆକୁ ନେଇ ନୀତି ବଦଳାଇଲୁ, ତ ଦେଶରେ ନୂଆ ୟୁରିଆ କାରଖାନା ନ ଖୋଲି, 18ରୁ 20ଲକ୍ଷ ଟନ୍ ୟୁରିଆର ଉତ୍ପାଦନ ବଢ଼ିଗଲା । ବୟନ ଶିଳ୍ପ କ୍ଷେତ୍ରରେ ନୂତନ ନୀତି ରୋଜଗାର ପାଇଁ ଏକ କୋଟି ସୁଯୋଗ ସୃଷ୍ଟି କରିବ । ବିମାନ ଚଳାଚଳ କ୍ଷେତ୍ରରେ ନୀତି ବଦଳା ଯିବାରୁ ହାୱାଇ ଚପଲ ପିନ୍ଧୁଥିବା ଲୋକମାନଙ୍କୁ ମଧ୍ୟ ଉଡ଼ାଜାହାଜରେ ଯିବାର ସୁବିଧା ଦେବ । ପରିବହନ କ୍ଷେତ୍ରକୁ ସମନ୍ୱିତ ଯାତାୟତର ଅଲଗା-ଅଲଗା ବ୍ୟବସ୍ଥା ଉପରେ ବୋଝ କମ୍ କରିବ ।
ବିଗତ ତିନି ବର୍ଷରେ 21 ଟି କ୍ଷେତ୍ର ସହିତ ଯୋଡ଼ି ହୋଇଥିବା 87 ମହତ୍ୱପୂର୍ଣ୍ଣ ସଂସ୍କାର କରାଯାଇଛି । ପ୍ରତିରକ୍ଷା କ୍ଷେତ୍ର, ବିନିର୍ମାଣ କ୍ଷେତ୍ର, ଆର୍ଥିକ ସେବା, ଖାଦ୍ୟ ପ୍ରକ୍ରିୟାକରଣ, ଏଭଳି କେତେଗୁଡ଼ିଏ କ୍ଷେତ୍ରରେ ବହୁତ ବଡ଼ ପରିବର୍ତ୍ତନ ହୋଇଛି । ଏହାର ପରିଣାମ ଆପଣମାନଙ୍କୁ ଅର୍ଥ ବ୍ୟବସ୍ଥା ସହିତ ଯୋଡ଼ି ହୋଇଥିବା ଭିନ୍ନ-ଭିନ୍ନ ମାନଦଣ୍ଡରେ ଦୃଷ୍ଟିଗୋଚର ହେଉଛି ।
ବ୍ୟବସାୟ କରିବାର ଅନୁକୂଳ ପରିବେଶ ସମ୍ପର୍କିତ ମାନ୍ୟତାରେ ଭାରତ କେବଳ ତିନି ବର୍ଷରେ 142ରୁ ଲମ୍ଫ ଦେଇ100ନମ୍ବର ସ୍ଥାନରେ ପହଂଚି ଯାଇଛି । ଭାରତର ବୈଦେଶିକ ବିନିମୟ ମୁଦ୍ରାର ଭଣ୍ଡାର ପ୍ରାୟ 30 ହଜାର କୋଟି ଡଲାରରୁ ବଢ଼ି 40 ହଜାର କୋଟି ଡଲାର ପାଖାପାଖି ପହଂଚି ଯାଇଛି । ବିଶ୍ୱ ପ୍ରତିଦ୍ୱନ୍ଦିତାମୂଳକ ସୂଚକାଙ୍କରେ ଭାରତର ମାନ୍ୟତାରେ 32 ତମ ସ୍ଥାନର ସୁଧାର ହୋଇଛି । ବିଶ୍ୱ ନବସୃଜନ ସୂଚକାଙ୍କରେ ଭାରତର ମାନ୍ୟତା 21ତମ ସ୍ଥାନ ଉପରକୁ ଆସିଛି । ପଣ୍ୟ ପରିବହନ ସୂଚକାଙ୍କରେ 19 ତମ ସ୍ଥାନରେ ସୁଧାର ଆସିଛି । ଯଦି ମୋଟ୍ ଏଫଡିଆଇ କଥା କହିବା ତ ବିଗତ ତିନି ବର୍ଷରେ ଦେଶରେ ବିଦେଶୀ ନିବେଶରେ ପାଖା-ପାଖି 70ପ୍ରତିଶତ ବୃଦ୍ଧି ହୋଇଛି ।
ଭାଇ ଓ ଭଉଣୀମାନେ ଫିକ୍କିରେ ତ ବିନିର୍ମାଣ କ୍ଷେତ୍ର ସହିତ ଜଡ଼ିତ ସଦସ୍ୟଙ୍କ ସଂଖ୍ୟା ବହୁତ ଅଧିକ । ଆପଣମାନଙ୍କୁ ଜଣାଥିବ କି ବିନିର୍ମାଣ କ୍ଷେତ୍ରରେ ଏ ପର୍ଯ୍ୟନ୍ତ ମୋଟ୍ ବିଦେଶୀ ପୁଞ୍ଜି ନିବେଶର 75 ପ୍ରତିଶତ ଗତ ତିନି ବର୍ଷ ମଧ୍ୟରେ ହିଁ ହୋଇଛି ।
ଏହିଭଳି ଭାବରେ ବିମାନ ପରିବହନ କ୍ଷେତ୍ରରେ ହେଉ, ଖଣିଜ କ୍ଷେତ୍ରରେ ହେଉ, କମ୍ପ୍ୟୁଟର ସଫ୍ଟୱେର ଏବଂ ହାର୍ଡୱେର କ୍ଷେତ୍ରରେ ହେଉ, ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ହେଉ, ସବୁ କ୍ଷେତ୍ରରେ ଏ ପର୍ଯ୍ୟନ୍ତ ହୋଇଥିବା ନିବେଶର ଅଧାରୁ ଅଧିକ ନିବେଶ ବିଗତ ତିନି ବର୍ଷରେ ହିଁ ହୋଇଛି ।
ଅର୍ଥବ୍ୟବସ୍ଥାର ସୁଦୃଢ଼ୀକରଣର ଆଉ କିଛି ପରିସଂଖ୍ୟାନ ଆପଣମାନଙ୍କ ସାମ୍ନାରେ ରଖିବାକୁ ଚାହୁଁଛି । ମୋର ବିଶ୍ୱାସ ରହିଛି କି ଦୁଇ-ତିନି ଦିନ ପୂର୍ବରୁ ଆସିଥିବା ଏହି ପରିସଂଖ୍ୟାନ ବିଷୟରେ ଆପଣ ମାନଙ୍କୁ ଜଣାଥିବ, କିନ୍ତୁ ସେଥିପ୍ରତି ଆପଣମାନଙ୍କ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛି ।
ସାଥୀଗଣ, ଘରୋଇ ବଜାରରେ ଯାତ୍ରୀବାହୀ ଗାଡ଼ି ବିକ୍ରିର ଅଭିବୃଦ୍ଧି ନଭେମ୍ବରରେ 14 ପ୍ରତିଶତରୁ ଅଧିକ ରହିଛି । ବ୍ୟବସାୟିକ ଯାନର ବିକ୍ରି, ଯାହାକି ଦେଶର ଅର୍ଥନୈତିକ କାର୍ଯ୍ୟକ୍ରମକୁ ଦର୍ଶାଇଥାଏ, ସେଥିରେ 50 ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହୋଇଛି । ତିନିଚକିଆ ଯାନର ବିକ୍ରି, ଯାହାକୁ ରୋଜଗାରର ମଧ୍ୟ ସୂଚକାଙ୍କ ବୋଲି ଧରାଯାଏ, ସେଥିରେ ନଭେମ୍ବର ମାସରେ ପାଖାପାଖି 80 ପ୍ରତିଶତ ବୃଦ୍ଧି ଦେଖା ଯାଇଛି । ଦୁଇ ଚକିଆ ଯାନ, ଯାହାର ବିକ୍ରି ଗାଁରେ ଆଉ ମଧ୍ୟମବର୍ଗର ଆୟ ବୃଦ୍ଧିକୁ ଦର୍ଶାଇଥାଏ, ସେଥିରେ 23 ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି ।
ସାଥୀଗଣ, ଆପଣମାନଙ୍କୁ ଜଣାଥିବ କି ଏତେ ବଡ଼ ସ୍ତରରେ ପରିବର୍ତ୍ତନ ସେତେବେଳେ ଆସିଥାଏ ଯେତେବେଳେ ଅର୍ଥ ବ୍ୟବସ୍ଥା ଉପରେ ସାଧାରଣ ମଣିଷର ଭରସା ବୃଦ୍ଧି ପାଇଥାଏ । ଏହି ସୁଧାର ଏଇ କଥାର ହେଉଛି ପ୍ରମାଣ କି ତୃଣମୂଳ ସ୍ତରକୁ ଯାଇ ସରକାର ବଡ଼ ପ୍ରଶାସନିକ, ଆର୍ଥିକ ଏବଂ ଆଇନଗତ ପଦକ୍ଷେପ ଉଠାଉଛନ୍ତି । ଏହି ସୁଧାର ଏହି କଥାର ମଧ୍ୟ ପ୍ରମାଣ ଯେ ସରକାର ସାମାଜିକ ସଂସ୍କାର, ଅର୍ଥନୈତିକ ସଂସ୍କାର ମଧ୍ୟ ଆଣୁଛନ୍ତି, ଯାହା ନିଯୁକ୍ତି ସୃଷ୍ଟିରେ ମଧ୍ୟ ବଡ଼ ଭୂମିକା ତୁଲାଉଛି ।
ଯେପରିକି ମୁଁ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କଥା କହିବି ତ ସରକାର ଏହି ଲକ୍ଷ୍ୟ ଉପରେ କାମ କରୁଛନ୍ତି କି 2022ଯାଏଁ ଦେଶର ଗରିବଙ୍କ ପାଖରେ ନିଜସ୍ୱ ଘର ହେଉ । ଏଥିପାଇଁ ଗାଁରେ, ସହରରେ ଲକ୍ଷ-ଲକ୍ଷ ଘର ନିର୍ମାଣ କରାଯାଉଛି । ଏହି ଘର ତିଆରି କରିବା ପାଇଁ ମାନବସମ୍ବଳ ସ୍ଥାନୀୟ ସ୍ତରରୁ ହିଁ ଯୋଗାଡ଼ କରାଯାଉଛି । ଘର ନିର୍ମାଣରେ ଯେଉଁ ଜିନିଷ ଲାଗୁଛି, ତା’ମଧ୍ୟ ସ୍ଥାନୀୟ ବଜାରରୁ ହିଁ ଆସୁଛି । ସେହିପରି ମଧ୍ୟ ଦେଶରେ ଗ୍ୟାସ୍ ପାଇପ୍ ଲାଇନ୍ ବିଛାଇବାର ଯେଉଁ କାମ ହେଉଛି, ସେଥିରେ କେତେକ ସହରରେ ସିଟି ଗ୍ୟାସ୍ ବିତରଣ ବ୍ୟବସ୍ଥାର ବିକାଶ ହେଉଛି । ଯେଉଁ ସହରରେ ସିଏନଜି ପହଂଚୁଛି, ସେଠାରେ ଗୋଟିଏ ନିଯୁକ୍ତି ବଜାରରେ ଏକ ନୂଆ ଆର୍ଥିକ ପରିବେଶ ତିଆରି ହେଉଛି ।
ଭାଇ ଓ ଭଉଣୀମାନେ, ଆମେ ଦେଶର ସମସ୍ତ ଆବଶ୍ୟକତାକୁ ବୁଝି କାର୍ଯ୍ୟ କରିବୁ, ତେବେ ଯାଇ ଲୋକମାନଙ୍କର ଆଶା-ଆକାଂକ୍ଷା ପୂରଣ ହୋଇପାରିବ । ଫିକ୍କି ସହିତ ଯୋଡ଼ି ହୋଇଥିବା ସଦସ୍ୟ କମ୍ପାନୀଗୁଡ଼ିକୁ ଏ ଦିଗରେ ମଧ୍ୟ ବିଚାର କରିବା ଦରକାର କିପରି ଆମେ ଏହି ଜିନିଷକୁ ଦେଶରେ ନିର୍ମାଣ କରିବା, ଯାହାକୁ ଭାରତ ବାହାରୁ ମଗାଇବାକୁ ବାଧ୍ୟ ହେଉଛି । କେତେଗୁଡ଼ିଏ କ୍ଷେତ୍ରରେ ହିଁ ଆମଠାରୁ କଂଚାମାଲ ନେଇ ପୁଣି ଆମକୁ ପୁନର୍ବାର ବିକ୍ରି କରାଯାଇଥାଏ । ଆମକୁ ଏହି ସ୍ଥିତିରୁ ଦେଶକୁ ବାହାରକୁ ବାହାର କରିବାର ଅଛି ।
ସାଥୀଗଣ, 2022ରେ ଆମ ଦେଶ ନିଜ ସ୍ୱାଧୀନତାର 75ବର୍ଷର ପର୍ବ ପାଳନ କରିବ । ଆମେ ସମସ୍ତେ ସଂକଳ୍ପ ନେଇଛୁ କି ନିଉ ଇଣ୍ଡିଆ ନିର୍ମାଣ କରିବାର । ଫିକ୍କି ଭଳି ସଂସ୍ଥାମାନଙ୍କର ପରିସର ଏତେ ବଢ଼ି ଯାଇଛି, ଦାୟିତ୍ୱ ଏତେ ବଢ଼ିଛି, କି ତାହାକୁ ଆଗକୁ ପାଦ ବଢ଼ାଇ ନିଉ ଇଣ୍ଡିଆ ପାଇଁ ନୂତନ ସଂକଳ୍ପ ନେବାକୁ ହେବ । ଫିକ୍କିକୁ ଏହା ଦେଖାଇବାକୁ ପଡ଼ିବ କି ଦେଶର ଭବିଷ୍ୟତର ଆବଶ୍ୟକତାକୁ ଦେଖି ସେ କ’ଣ ନୂଆ ସଂକଳ୍ପ ନେବ । ଆପଣମାନଙ୍କ ପାଇଁ କେତେ ହିଁ କ୍ଷେତ୍ର ଅଛି ଯେଉଁଠାରେ କାମ କରିବାର ବହୁତଗୁଡ଼ିଏ ସମ୍ଭାବନା ଅଛି । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର, ଷ୍ଟାର୍ଟ ଅପ୍, କୃତ୍ରିମ ବୁଦ୍ଧିମତା, ସୌରଶକ୍ତି କ୍ଷେତ୍ର, ସ୍ୱାସ୍ଥ୍ୟ ରକ୍ଷା, ଏହି ସମସ୍ତ କ୍ଷେତ୍ରକୁ ଫିକ୍କିର ଅନୁଭବର ଲାଭ ମିଳି ପାରିବ । କ’ଣ ଆପଣଙ୍କ ସଂସ୍ଥା ଦେଶରେ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଚିନ୍ତାଧାରାର ଭଣ୍ଡାର ସ୍ୱରୂପ କାମ କରି ପାରିବ କି?
ଭାଇ ଓ ଭଉଣୀମାନେ, କରିବା ପାଇଁ ବହୁତ କିଛି ରହିଛି, ଆମକୁ କେବଳ ସଂକଳ୍ପ ନେବାର ଅଛି ଆଉ ସିଦ୍ଧି କରିବାର ଅଛି । ଯେତେବେଳେ ଆମର ସଂକଳ୍ପ ସିଦ୍ଧି ହେବ ତ ଦେଶରେ ମଧ୍ୟ ସିଦ୍ଧି ହେବ । ହଁ, କେବଳ ଏହି କଥାକୁ ଧ୍ୟାନରେ ରଖିବାର ଅଛି କି ଯେପରି କ୍ରିକେଟରେ କିଛି ବ୍ୟାଟ୍ସମେନ 90 ରନ୍ ପରେ 100ର ପ୍ରତିକ୍ଷାରେ ଧୀରେ-ଧୀରେ ଖେଳିବାରେ ଲାଗିଥା’ନ୍ତି, ଫିକ୍କି ସେଭଳି ନ କରୁ । ଉଠନ୍ତୁ, ସିଧା ଗୋଟିଏ ଛକା, ଗୋଟିଏ ଚଉକା ଆଉ ଶହେ ରନ୍ ଅତିକ୍ରମ କରିବା!!!
ମୁଁ ପୁଣି ଥରେ ଫିକ୍କିକୁ, ତାହାର ସଦସ୍ୟମାନଙ୍କୁ ଶୁଭକାମନା ଜଣାଇବା ସହିତ ମୋର କଥା ସମାପ୍ତ କରୁଛି ।
ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ!!!
हमारे यहां एक ऐसा सिस्टम बना जिसमें गरीब हमेशा इस सिस्टम से लड़ रहा था। छोटी-छोटी चीजों के लिए उसे संघर्ष करना पड़ रहा था। गरीब को बैंक अकाउंट खुलवाना है, उसे गैस कनेक्शन चाहिए, तो सिस्टम आड़े आ जाता था । अपनी ही पेंशन, स्कॉलरशिप पाने के लिए यहां-वहां कमीशन देना होता था: PM
— PMO India (@PMOIndia) December 13, 2017
सिस्टम के साथ इस लड़ाई को बंद करने का काम ये सरकार कर रही है। हम एक ऐसे सिस्टम का निर्माण कर रहे हैं जो ना सिर्फ Transparent हो बल्कि Sensitive भी हो। एक ऐसा सिस्टम जो लोगों की आवश्यकताओं को समझे: PM @narendramodi
— PMO India (@PMOIndia) December 13, 2017
हम गरीब की एक-एक आवश्यकता, एक-एक समस्या को पकड़ कर उसे सुलझाने के लिए काम कर रहे हैं। गरीब महिलाओं को लगातार शर्मिंदगी का सामना ना करना पड़े, उनके स्वास्थ्य और सुरक्षा पर असर ना हो, इसलिए स्वच्छ भारत मिशन के तहत 5 करोड़ से ज्यादा शौचालय बनवाए गए: PM @narendramodi
— PMO India (@PMOIndia) December 13, 2017
विज्ञान भवन की इन चमचमाती लाइटों से बहुत अलग दुनिया आपको देश के गांवों में मिलेगी। मैं गरीबी की उसी दुनिया से निकलकर आपके बीच आया हूं। सीमित संसाधन, सीमित पढ़ाई, लेकिन सपने अथाह-असीमित। उसी दुनिया ने सिखाया है कि गरीबो की आवश्यकताओं को समझते हुए कार्य करो: PM
— PMO India (@PMOIndia) December 13, 2017
आप देखेंगे कि सरकार देश के नौजवानों की जरूरतों को ध्यान में रखते हुए फैसले ले रही है, योजनाएं बना रही है। इसका बिल्कुल contrast आपको पिछली सरकार में देखने को मिलेगा। उस दौरान कुछ बड़े उद्योगपतियों को लाखों करोड़ के लोन दिए गए, बैंकों पर दबाव डालकर पैसा दिलवाया गया: PM Modi
— PMO India (@PMOIndia) December 13, 2017
मुझे जानकारी नहीं है कि पहले की सरकार की नीतियों ने जिस तरह बैंकिंग सेक्टर की दुर्दशा की, उस पर फिक्की ने कोई सर्वे किया है या नहीं? ये आजकल NPA का जो हल्ला मच रहा है, वो पहले की सरकार में बैठे अर्थशास्त्रियों की, इस सरकार को दी गई सबसे बड़ी Liability है: PM
— PMO India (@PMOIndia) December 13, 2017
जब सरकार में बैठे कुछ लोगों द्वारा बैंकों पर दबाव डालकर कुछ विशेष उद्योगपतियों को लोन दिलवाया जा रहा था, तब फिक्की जैसी संस्थाएं क्या कर रही थीं?पहले की सरकार में बैठे लोग जानते थे,बैंक भी जानते थे, उद्योग जगत भी जानता था,बाजार से जुड़ी संस्थाएं भी जानती थीं कि गलत हो रहा है: PM
— PMO India (@PMOIndia) December 13, 2017
ये NPAs यूपीए सरकार का सबसे बड़ा घोटाला था। कॉमनवेल्थ, 2 जी, कोयला,सभी से कहीं ज्यादा बड़ा घोटाला। ये एक तरह से सरकार में बैठे लोगों द्वारा उद्योगपतियों के माध्यम से जनता की कमाई की लूट थी। जो लोग मौन रहकर सब कुछ देखते रहे, क्या उन्हें जगाने की कोशिश, किसी संस्था द्वारा की गई:PM
— PMO India (@PMOIndia) December 13, 2017
साथियों, बैंकिंग सिस्टम की इस दुर्दशा को ठीक करने के लिए, बैंकिंग सिस्टम को मजबूत करने के लिए सरकार लगातार कदम उठा रही है। बैंकों का हित सुरक्षित होगा, ग्राहकों का हित सुरक्षित होगा, तभी देश का हित भी सुरक्षित रहेगा: PM
— PMO India (@PMOIndia) December 13, 2017
FRDI को लेकर अफवाहें फैलाई जा रही हैं। सरकार ग्राहकों के हित सुरक्षित करने के लिए, बैंकों में जमा उनकी पूंजी को सुरक्षित रखने के लिए काम कर रही है, लेकिन खबरें इसके ठीक उलट फैलाई जा रही हैं। भ्रमित करने वाली ऐसी कोशिशों को नाकाम करने में फिक्की जैसी संस्था का योगदान जरूरी है: PM
— PMO India (@PMOIndia) December 13, 2017
मेरी एक और अपेक्षा आपसे है कि MSME का जो पैसा बड़ी कंपनियों पर Due रहता है, वो समय पर चुकाया जाए, इसके लिए भी कुछ करिए। नियम है लेकिन ये भी सच है कि छोटे उद्यमियों का पैसा ज्यादातर बड़ी कंपनियों के पास अटका रहता है: PM
— PMO India (@PMOIndia) December 13, 2017
साथियों, ऐसी बहुत सी वजहें थीं जिनकी वजह से हमारा देश पिछली शताब्दी में औद्योगिक क्रांति का पूरी तरह लाभ नहीं उठा पाया। आज बहुत सी वजहें हैं, जिसकी वजह से भारत एक नई क्रांति की शुरुआत कर सकता है: PM
— PMO India (@PMOIndia) December 13, 2017
क्यों ऐसा हुआ कि बिल्डरों की मनमानी की खबर पहले की सरकार तक नहीं पहुंची। जिंदगी भर की कमाई बिल्डर को देने के बाद भी घर नहीं मिल रहे थे.
— PMO India (@PMOIndia) December 13, 2017
RERA जैसे कानून पहले भी तो बनाए जा सकते थे, लेकिन नहीं बने। मध्यम वर्ग की इस दिक्कत को सरकार ने ही समझा और बिल्डरों की मनमानी पर रोक लगाई: PM
पिछले 3 वर्षों में 21 सेक्टरों से जुड़े 87 छोटे-बड़े Reform किए गए हैं। Defence सेक्टर, Construction सेक्टर, Financial Services, Food Processing, जैसे कितने ही सेक्टरों में बड़े बदलाव हुए हैं। इसी का नतीजा आपको अर्थव्यवस्था से जुड़े अलग-अलग पैरामीटर्स में नजर आ रहा है: PM
— PMO India (@PMOIndia) December 13, 2017
सरकार इस लक्ष्य पर काम कर रही है कि 2022 तक देश के गरीब के पास अपना घर हो। इसके लिए लाखों घरों का निर्माण किया जा रहा है। घरों को बनाने के लिए Manpower स्थानीय स्तर पर ही जुटाई जा रहा है। घरों के निर्माण में सामान लग रहा है, वो भी स्थानीय बाजार से ही आ रहा है: PM Modi
— PMO India (@PMOIndia) December 13, 2017