ପିଏମଇଣ୍ଡିଆ
ଫିନଲାଣ୍ଡର ମହାମହିମ ପ୍ରଧାନମନ୍ତ୍ରୀ ମିଷ୍ଟର ଜୁହା ସିପିଲା ସୋମବାର ଟେଲିଫୋନ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ସିପିଲା, ଭାରତରେ ବସ୍ତୁ ଓ ସେବା କର ର ସଫଳ ଐତିହାସିକ ପ୍ରବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ଫେବୃଆରୀ 2016 ପରଠାରୁ ଭାରତ-ଫିନଲାଣ୍ଡ ଦ୍ଵିପାକ୍ଷିକ ସମ୍ପର୍କରେ କେତେକଣ ଅଗ୍ରଗତି ଘଟିଛି ସେ ନେଇ ଦୁଇ ନେତା କଥାବାର୍ତ୍ତା ହୋଇଥିଲେ । ଫେବୃଆରୀ 2016 ରେ ମୁମ୍ବାଇଠାରେ ମେକ-ଇନ-ଇଣ୍ଡିଆ ସପ୍ତାହ ସମାବେଶରେ ଯୋଗଦାନ ପାଇଁ ଆସିଥିବା ଅବସରରେ ମିଷ୍ଟର ସିପିଲା ଓ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ହୋଇଥିଲା । ଦ୍ଵିପାକ୍ଷିକ ବାଣିଜ୍ୟ ଓ ପୁଞ୍ଜି ନିବେଶ ସମ୍ପର୍କ ବୃଦ୍ଧି ଲାଗି ଉନ୍ମୁକ୍ତ ରହିଥିବା କ୍ଷେତ୍ର ଓ ସୁଯୋଗ ଉପରେ ଦୁଇ ନେତା ବିଚାର-ବିମର୍ଶ କରିଥିଲେ ।