Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଫ୍ରାନ୍ସର ଏଭିୟନଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଫ୍ରାନ୍ସର ଏଭିୟନଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଜୁନ୍ ୨୦୨୬ରେ ଫ୍ରାନ୍ସର ଏଭିୟନରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀ ଅବସରରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବା ସହିତ ଏକ ବ୍ୟାପକ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପାଇଁ ହୋଇଥିବା ଚୁକ୍ତିରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି । ସେ ହର୍ମୁଜ୍ ପ୍ରଣାଳୀରେ ମୁକ୍ତ ନୌପରିବହନ ଏବଂ ବାଧାମୁକ୍ତ ବାଣିଜ୍ୟ ବଜାୟ ରଖିବା ତଥା ନାବିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ।

ଦୁଇ ନେତା ଫେବୃଆରୀ ୨୦୨୫ରେ ୱାଶିଂଟନ ଡି.ସି.ରେ ହୋଇଥିବା ସାକ୍ଷାତ ପରଠାରୁ ଭାରତ-ଆମେରିକା କମ୍ପାକ୍ଟ (କମ୍ପାକ୍ଟ: କ୍ୟାଟଲାଇଜିଂ ଅପର୍ଚୁନିଟିଜ୍‌ ଫର୍‌ ମିଲିଟ୍ରି ପାର୍ଟନରଶିପ୍‌, ଏକ୍ସେଲରେଟେଡ୍‌ କମର୍ସ ଏଣ୍ଡ ଟେକ୍ନୋଲୋଜି) ଅଧୀନରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରଗତିର ସମୀକ୍ଷା କରିଥିଲେ। ସେମାନେ ପ୍ରତିରକ୍ଷା, ରଣନୀତିକ ପ୍ରଯୁକ୍ତିବିଦ୍ୟା, ଶକ୍ତି ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ପ୍ରମୁଖ ଅଗ୍ରଗତିକୁ ସ୍ୱାଗତ କରିଥିଲେ।

ଏକ ମଧ୍ୟବର୍ତ୍ତୀକାଳୀନ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ପାଇଁ ଆଲୋଚନାରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ନେଇ ଦୁଇ ନେତା ବିଶେଷ ସନ୍ତୋଷ ପ୍ରକାଶ କରିଥିଲେ। ଏହାସହିତ, ଯଥାଶୀଘ୍ର ଏକ ସନ୍ତୁଳିତ, ପାରସ୍ପରିକ ଲାଭଦାୟକ ଏବଂ ବାଣିଜ୍ୟିକ ଭାବରେ ଅର୍ଥପୂର୍ଣ୍ଣ ଚୁକ୍ତିନାମା ପାଇଁ କାର୍ଯ୍ୟ କରିବାକୁ ସେମାନଙ୍କର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ, ଆମେରିକାର ବାଣିଜ୍ୟ ପ୍ରତିନିଧି ଶ୍ରୀ ଜେମସନ ଗ୍ରୀୟର ଆସନ୍ତା ସପ୍ତାହରେ ଭାରତ ଗସ୍ତ କରିବେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତ-ଆମେରିକା ବ୍ୟାପକ ବିଶ୍ୱ ରଣନୀତିକ ସହଭାଗୀତାକୁ ଆହୁରି ସୁଦୃଢ଼ କରିବା ଏବଂ ଉଭୟ ଦେଶ ଓ ସେମାନଙ୍କର ଲୋକଙ୍କ ପାରସ୍ପରିକ ଲାଭ ପାଇଁ ସମସ୍ତ କ୍ଷେତ୍ରରେ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

*****

PS/Swadhin